ଗଜପତି ଦିବ୍ୟସିଂହ ଦେବଙ୍କ ପୁନର୍ବାର ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି । ଇସ୍କନ ନିଜ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଏବଂ ପବିତ୍ର ଶାସ୍ତ୍ର ଓ ପୁରାତନ ରୀତି ନୀତିର ସମ୍ମାନ ରଖି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ୯ ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବାକୁ ଦିଗଦର୍ଶନ ଦେଇଛନ୍ତି।ଜ୍ୟେଷ୍ଠ ପୂର୍ଣ୍ଣିମାରେ ଦେଶରେ ଓ ଦେଶ ବାହାରେ ସ୍ନାନଯାତ୍ରା ପାଇଁ ସମ୍ମତ ବୋଲି ଜଣାଇବା ପରେ ଗଜପତି ମହାରାଜା ଆପତ୍ତି ଉଠାଇବା ସହ ପୁଣି ଇସ୍କନ GBC ଅଧ୍ୟକ୍ଷଙ୍କୁ ଚିଠି […]
ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟl ଜଙ୍ଗଲରେ ରହିଆସୁଥିବା ମହିଳା ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ ପରେ ଏବେ ନିର୍ଭୟରେ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ପାଳନ କରିବା ପୂର୍ବରୁ ସେମାନେ ବଜାରରୁ ଜିନିଷପତ୍ର କିଣିଛନ୍ତି। ଅସ୍ତ୍ର ତ୍ୟାଗ କରି ଶାନ୍ତି ପଥେ ଆଗେଇ ଆସିଛନ୍ତି ମାଓବାଦୀ । ମାଓ ଇତିହାସର ପ୍ରଥମ କରି ପ୍ରାୟ ୨୦୦ ମାଓବାଦୀ ଅସ୍ତ୍ର ତ୍ୟାଗ କରି ସମାଜର ମୁଖ୍ୟ ଧାରାରେ ସାମିଲ ହେଉଛନ୍ତି […]
ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ‘କିଛି ବର୍ଷ ପୂର୍ବରୁ ପୋଲିସ ଶହୀଦମାନଙ୍କର […]
ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ (Toll Gates) ଖୋଲି ଦେବାରୁ ହଜାର ହଜାର ଗାଡ଼ି ବିନା ଶୁଳ୍କରେ ଯାତାୟାତ କରିଥିଲେ।ଫଳରେ ଟୋଲ୍ କମ୍ପାନୀର ୩୦ ଲକ୍ଷ ଲଙ୍କା କ୍ଷତି ହୋଇଛି । ଖବର ମୁତାବକ, ଦୀପାବଳି ଅବସରରେ କମ୍ ବୋନସ ମିଳିବାରୁ ଫତେହାବାଦ […]
ଶ୍ରୀମନ୍ଦିର ଭିତ ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଗୁମାସ୍ତାକୁ ଉଠାଇ ଆଣିଲା ସିଂହଦ୍ବାର ଥାନା ପୁଲିସ। ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଦେଖି ସୂଚନା ଦେଇଥିଲେ ସେବାୟତ। ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।ସୂଚନାମୁତାବକ, ମଙ୍ଗଳବାର ଶ୍ରୀମନ୍ଦିର ଭିତରେ ଜଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ବାରଣ କରିବା ସହ ସିଂହଦ୍ବାର […]
ବାରମ୍ବାର ମହିଳା ହିଂସା ନେଇ ବିଜେଡି ସ୍ବର ଉଠାଉଥିଲା । ଏବେ ବିଜେଡିର ସ୍ବର ଚାପିବାକୁ ଆରମ୍ଭ ହୋଇଯାଇଛି ଉଦ୍ୟମ ।ଜଗତସିଂହପୁରରେ ବିଜେଡିର ସୋସିଆଲ ମିଡ଼ିଆର ସକ୍ରିୟ କର୍ମୀ ରଶ୍ମି ପରିଜାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରନ୍ତି । ଗତ ରାତିରେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ହୋଇଛି । ତାଙ୍କ ମୁଣ୍ଡରେ ୯ଟି ଷ୍ଟିଚ ପଡିଛି । ତେବେ ଏହି ଘଟଣାରେ ବିରୋଧୀ […]
ପବିତ୍ର ଦୀପାବଳି ଅବସରରେ ଲୋକେ ଖୁସି ମନାଉଥିବା ବେଳେ ପ୍ରଶାସନର ଖାମଖିଆଲି ନୀତି ପାଇଁ ଭାଙ୍ଗିଛି ଘରଦ୍ବାର । ଜବତ ବାଣ ସବୁ ନିଷ୍କ୍ରିୟ ବେଳେ ଏଭଳି ଅଘଟଣ ଘଟିଛି । । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସୋର ବ୍ଲକ ତଳନଗର ପଞ୍ଚାୟତରେ । ଅଭିଯୋଗ ଅନୁସାରେ ଦୀପାବଳି ଆଗରୁ ବିଭିନ୍ନ […]
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ […]
କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି। ୬ ଜଣ ଗିରଫ ହୋଇଛନ୍ତି। ରାଣୀ ମହୁମାଛି ରାନୀ ଓ ରଫ ବନରାଣୀ ବାରିକ ସହିତ ୨ ଜଣ ଗ୍ରାହାକ ଓ ୩ ଜଣ ଦଲାଲ ଗିରଫ। ୨ ଜଣ ଗ୍ରାହାକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ […]
ଭାଇ-ଭାଇ ଭିତରେ କଳହର ଉଗ୍ର ରୂପ। ବୋମା ଧରି ଗୋଡ଼ାଉ ଥିଲେ, ନିଜ ହାତରେ ଫୁଟିଗଲା। ପୁଅ ମୃତ, ବାପା ଗୁରୁତର। ଅନୁଗୁଳ ଜିଲ୍ଲା ସମଲ ଥାନା ଅର୍କିଳ ପଞ୍ଚାୟତର ଶିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ […]
ପ୍ରେମ ବିବାହ କରି ସମସ୍ୟାରେ ଭିନ୍ନକ୍ଷମ ପତ୍ନୀ l ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ ଲକ୍ଷ୍ମୀପ୍ରିୟା ବେହେରା (୨୦) l ଗତକାଲି ରାତିରେ ଗାଁ ଲୋକେ ଦୀପାବଳିରେ ପାଲା ଦେଖି ନିଜ ନିଜ ଘରେ ଶୋଇଥିବା ବେଳେ ଭୋର ପ୍ରାୟ ସାଢେ ୪ଟା ବେଳେ କେହି ଦୁର୍ବୃତ୍ତ ଲକ୍ଷ୍ମୀ ରହୁଥିବା ଚାଳ ଘରକୁ ନିଆଁ […]
ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ସେ ଜାପାନର ଜାପାନର ୫ମ ପ୍ରଧାନମନ୍ତ୍ରୀ ହେବେ । ଜାପାନର ପୁରୁଷ ପ୍ରାଧାନ୍ୟ ରାଜନୀତିରେ ଏହା […]
