ନୂଆପଡ଼ା ଉପନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ ? ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ଜୋର୍ ଧରିଛି ନୂଆପଡ଼ା ରାଜନୀତି। କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରି ପ୍ରଚାର ଆରମ୍ଭ କରିବା ସହ କଂଗ୍ରେସ ଛାଡିଥିବା ନେତାଙ୍କ ସହ ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳଙ୍କୁ ମିଶାଇ ବଳ ବଢ଼ାଇବାରେ ଲାଗିଛି । ବିଜେଡି ତାର ପ୍ରାର୍ଥୀ ଘୋଷଣା କରିନଥିଲେ ବି ନୂଆପଡ଼ାରେ ପଦଯାତ୍ରା କରି ଲୋକଙ୍କୁ ଯୋଡିବାରେ ଆରମ୍ଭ କରିଛି । ସେପଟେ ନୂଆପଡ଼ା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛି ବିଜେପି । […]

୪୩ତମ କାଳୀ ପୂଜା ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ

ରାୟଗଡ (ନିପ୍ର) ୦୯/୧୦ – ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଆନୁକୁଲ୍ୟରେ ୪୩ ତମ କାଳୀ ପୂଜା (ଦଶ ମହାବିଦ୍ୟା) ଉତ୍ସବ ଉପଲକ୍ଷେ ଶୁଭ ଖୁଂଟି ସ୍ଥାପନ ହୋଇଯାଇଛି । ବ୍ଲକ କଲୋନୀ ସ୍ଥିତ କାଳୀ ମନ୍ଦିରରେ ଆଜି ରୀତିନୀତି ଅନୁଯାୟୀ ପୁରୋହିତ ନଳିନୀକାନ୍ତ ଦାଶଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ଶୁଭ ଖୁଂଟି ସ୍ଥାପନ କରାଯାଇଥିଲା । ଶୁଭ ଖୁଂଟି ସ୍ଥାପନ ବେଳେ କର୍ତା ଭାବେ ଶିବ ପଟ୍ଟନାୟକ ଓ ସହ କର୍ତା ଭାବେ ଶିବାଜୀ ଦାଶ ଉପସ୍ଥିତ […]

ପାକିସ୍ତାନକୁ ଆମେରିକା ଦେଲା ଧୋକା, ଦେବନି AIM-120 ମିସାଇଲ

ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଦେବନି ଆମେରିକା। ପାକିସ୍ତାନକୁ ନୂତନ AMRAAM କ୍ଷେପଣାସ୍ତ୍ର ମିଳିବା ରିପୋର୍ଟକୁ ଆମେରିକା ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକା ପାକିସ୍ତାନକୁ AMRAAM କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଥିବା ଗଣମାଧ୍ୟମ ରିପୋର୍ଟ ଭିତ୍ତିହୀନ। “AIM-120 ଆଡଭାନ୍ସଡ୍ ମିଡିୟମ୍ ରେଞ୍ଜ” ହେଉଛି ଏୟାର-ଟୁ-ଏୟାର ମିସାଇଲ୍।ଅନ୍ୟପଟେ ପୂର୍ବରୁ ମଧ୍ୟ ପାକିସ୍ତାନ ସେନା ନିକଟରେ ଏହି ମିସାଇଲ ଥିଲା । ତେବେ ବାଲାକୋଟ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୂର ବେଳେ ଭାରତୀୟ ସେନାର ଶକ୍ତି […]

ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍, ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ

ସମୁଦ୍ରରେ ବୁଡିଗଲା ମତ୍ସ୍ୟଜୀବୀ ବୋଟ୍‌ । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ରାଜନଗର ସାତଭାୟା ସମୁଦ୍ରରେ ଏକ ମତ୍ସ୍ୟଜୀବୀଙ୍କ ବୋଟ ବୁଡି ଯାଇଛି । ସୌଭାଗ୍ୟ ବଶତଃ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି 8 ମତ୍ସ୍ୟଜୀବୀ । ସୂଚନାମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ୍ । ଇଞ୍ଜିନ ଖରାପ ହୋଇଯିବାରୁ ‘ତାରିଣୀ -୨’ ବୋଟ୍‌ଟି ବୁଡି ଯାଇଥିଲା । ଏହି ବୋଟଟି ଭଦ୍ରକ ଜିଲ୍ଲାର ବୋଲି ସୂଚନା ମିଳିଛି ।ଗତ 8 ଅକ୍ଟୋବରରେ […]

ତଦନ୍ତ ପାଇଁ ନକଲି ପୋଲିସ ପଠାଇ ଏସ୍‌ଆଇ ଫସିଲେ, ଏବେ ହୋଇଗଲେ ନିଲମ୍ବିତ

ଭଦ୍ରକ ଗ୍ରାମାଞ୍ଚଳ ଥାନା SI ନିଲମ୍ବିତ। ତଦନ୍ତ ପାଇଁ ଅସଲି ପୋଲିସ ନକଲି ପୋଲିସକୁ ପଠାଇ ନିଲମ୍ବିତ ହୋଇଛନ୍ତି ।ଘରୋଇ ମାମଲା ରୁଜୁ ପରେ ତଦନ୍ତ ପାଇଁ ଯାଇଥାନ୍ତେ ତଦନ୍ତକାରୀ ଅଧିକାରୀ । କିନ୍ତୁ ନିଜେ ନ ଯାଇ ସରକାରୀ ବାଇକ୍ ଦେଇ ମଧ୍ୟସ୍ଥି ଭାବେ ଜନୈକ ଯୁବକଙ୍କୁ ତଦନ୍ତ ପାଇଁ ପଠାଇଥିଲେ ପୋଲିସ ବାବୁ । ମଧ୍ୟସ୍ଥି ଜଣକ ମଧ୍ୟ ଗାଁକୁ ଯାଇ ଅଭିଯୋଗକାରିଣୀଙ୍କ ଘରେ ପହଞ୍ଚି କିଛି ଟଙ୍କା ମଧ୍ୟ ମାଗିଥିଲେ । ସ୍ଥାନୀୟ […]

ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲା: ୨ ଯବାନଙ୍କ ସମେତ ୭ ଜଣ ଅଟକ ସୂଚନା

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି।ସବୁ ଦିଗରୁ ପୋଲିସ ତଦନ୍ତ ଜାରି ରଖିଥିବାବେଳେ କିଛି ମାତ୍ରାରେ ସଫଳତା ମିଳିଛି । କାରଣ ଘଟଣାରେ ୨ ଯବାନଙ୍କ ସମେତ ୭ ଜଣ ଅଟକ ଥିବା ସୂଚନା ରହିଛି । ହତ୍ୟା ପୂର୍ବରୁ ଓ ପରର ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି । ପୋଲିସ ପୂର୍ବରୁ ଚାରି ଜଣ ସନ୍ଦିଗ୍ଧଙ୍କୁ ଉଠାଇ ନେଇ ପଚରାଉଚରା କରିଥିଲା । ତେବେ ସେମାନଙ୍କ […]

କିଛି ଦିନରେ ଅପସରୀ ଯିବ ମୌସୁମୀ

ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ବିଭିନ୍ନ […]

ଭୁବନେଶ୍ୱରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଜରୁରୀ ଅବତରଣ, ଯାତ୍ରୀଙ୍କ ଛାତିରେ ହୋଇଥିଲା ଯନ୍ତ୍ରଣା

ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି। ମଝି ଆକାଶରେ ଜଣେ ଯାତ୍ରୀ ହଠାତ୍‌ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ବିମାନକୁ ଜରୁରୀକାଳନୀ ଅବତରଣ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସୂଚନାମୁତାବକ ଆଜି ଦିନ ୪ଟା ୫୩ ମିନିଟ ସମୟରେ AirIndiaExpress-1295 ବିମାନ ୧୭୪ ଯାତ୍ରୀଙ୍କୁ ନେଇ ବାଙ୍ଗଲୋରରୁ ଗୌହାଟି ଯାଉଥିବା ସମୟରେ ଜଣେ ଯାତ୍ରୀଙ୍କର ଛାତିରେ ଯନ୍ତ୍ରଣା […]

ଭୁବନେଶ୍ୱରରେ ମାଛ ମାର୍କେଟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଆଜି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ, ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ୟକ୍ଷତାରେ ଦେଶର ସମସ୍ତ କୃଷିମନ୍ତ୍ରୀଙ୍କ ସହ ଏକ ବୈଠକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୧୧ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଯୋଜନା ପରିପ୍ରେକ୍ଷୀରେ ଏକ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ କରାଯାଇଥିଲା । ଏଥିରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀସମ୍ପଦ […]

ହଙ୍ଗେରିରେ ଲେଖକ ଲାସଲୋ କ୍ରାଜନାହୋରକାଇଙ୍କୁ ମିଳିବ ସାହିତ୍ୟରେ ନୋବେଲ

ସାହିତ୍ୟରେ ନୋବେଲ ପୁରସ୍କାର ଘୋଷଣା ହୋଇଛି । ହଙ୍ଗେରୀ ଲେଖକ ଲାସଲୋ କ୍ରାସ୍ନାହୋରକାଇଙ୍କୁ ସାହିତ୍ୟରେ ନୋବେଲ ପୁରସ୍କାର ମିଳିବ । ତାଙ୍କର ଉପନ୍ୟାସ ହର୍ସଟ୍ ୦୭୭୬୯ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ ।୧୯୫୪ ମସିହାରେ ହଙ୍ଗେରି ଓ ରୋମାନିଆ ସୀମାରେ ଥିବା ଗ୍ରାମ ଗ୍ବାଲାରେ ଜନ୍ମଗ୍ରହଣ କରିଥିବା କ୍ରାଜନାହୋରକାଇଙ୍କ ଲେଖାର କେତେକ ସ୍ବତନ୍ତ୍ରତା ରହିଛି । ତାହା ହେଉଛି ଲମ୍ବା ଓ ଜଟିଳ ବାକ୍ୟ ଓ ସେଥିରେ ଲୁଚି ରହିଥିବା ଗଭୀର ଦାର୍ଶନିକ ଅର୍ଥ । […]

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଏଣିକି ପ୍ରିମାଟ୍ରିକ୍ ସ୍କଲାରସିପ୍‌ରେ ମିଳିବ ୧୬ ହଜାର ଟଙ୍କା। ୧୦ ହଜାର ୫୦୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର। ଅନ୍ୱେଷା ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା। ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଛାତ୍ରମାନଙ୍କୁ ୧୬ ହଜାର ଟଙ୍କା ମିଳିବ। ସେହିପରି ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ରେ ଛାତ୍ରୀମାନଙ୍କୁ ମିଳିବ ୧୭ ହଜାର ଟଙ୍କା।

ଜାଣନ୍ତୁ କେବେ ପାଳିବେ ଦୀପାବଳି!

କେଉଁ ଦିନ ପାଳିବେ ଦୀପାବଳୀ ବା ପୟାଶ୍ରାଦ୍ଧ। କେଉଁ ତାରିଖରେ ଏହାକୁ ପାଳନ କରାଯିବ ତାକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ।ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି ।20 ତାରିଖ ଦିନ 3 ଟା 45 ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର 21 ତାରିଖ 5 […]