ରେଲୱେ ବୋର୍ଡର ବଡ଼ ନିଷ୍ପତ୍ତି, କମିଲା ରେଲ ନୀର ପାଣି ବୋତଲ ଦାମ୍

ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା ‘ରେଳ ନୀର’ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ।ଏହା ଆସନ୍ତା ୨୨ ତାରିଖରୁ ଲାଗୁ ହେବ ।ସେହିପରି ୫୦୦ ମିଲି ପାଣି ୯ ଟଙ୍କାରେ ମିଳିବ । ପୂର୍ବରୁ ରେଲ ନୀର ୧ ଲିଟର ବୋତଲ ୧୫ ଟଙ୍କା […]

NITରେ ଚର୍ମ କର୍କଟ ମହୌଷଧି, କଖାରୁ ଫୁଲ ଓ ଟସର ଲାଳରୁ ତିଆରି ହେଲା ଔଷଧ

ଏଣିକି ମାରାତ୍ମକ ଚର୍ମ କର୍କଟ ରୋଗର ନିରାକରଣ ପାଇଁ ଗବେଷଣାରୁ ପ୍ରସ୍ତୁତ ହେଲା ପରିବେଶ ଅନୁକୂଳ ଔଷଧ (ଏକ ପ୍ରକାର ଜେଲ) । ନାନୋ-ଫର୍ମୁଲେସନ ଉପରେ ଆଧାରିତ ଟସର ପୋକ ଓ କଖାରୁ ଫୁଲରୁ ଚର୍ମ କର୍କଟ ରୋଗର ଚିକିତ୍ସା ବିକଶିତ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ପେଟେଣ୍ଟ ମିଳିଛି । NIT ରାଉରକେଲାର ଦୁଇ ଗବେଷକ ଡକ୍ଟର ବିସ୍ମିତା ନାୟକ ଓ ଡକ୍ଟର ଦେବାଶିଷ ନାୟକ ଏହାକୁ ଉଦ୍ଭାବନ କରିଛନ୍ତି । ବର୍ତ୍ତମାନ […]

ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇର ଇନ୍ଦିରା ଡକ୍‌ରେ ଉଦଘାଟନ କରିବେ ମୁମ୍ବାଇ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ । ଏହି ଟର୍ମିନାଲଟି ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ନିର୍ମିତ ହୋଇଛି।ଏହା ଭାରତର ସର୍ବବୃହତ କ୍ରୁଜ୍ ଟର୍ମିନାଲ, ଯାହାର ବାର୍ଷିକ କ୍ଷମତା ୧ ନିୟୁତ ଯାତ୍ରୀ।ଏହାର ପ୍ରଥମ ଦୁଇଟି ମହଲା ୨୦୭,୦୦୦ ବର୍ଗଫୁଟ ପରିବ୍ୟାପ୍ତ ଏବଂ ୭୨ଟି ଚେକ୍-ଇନ୍ ଏବଂ ଇମିଗ୍ରେସନ୍ କାଉଣ୍ଟର ସହିତ ଅନ୍ୟ ଦୁଇଟି ମହଲା ବାଣିଜ୍ୟିକ ମହଲା ଭାବରେ ବିକଶିତ ହୋଇଛି।ଏହା […]

ଘୂର୍ଣ୍ଣିବଳୟ ପ୍ରଭାବରେ ୨୫ରେ ବଙ୍ଗୋପସାଗରରେ ଲୋ-ପ୍ରେସର ସମ୍ଭାବନା

ଭିଜିବ ଦଶହରା ! ପୁଣି ଆସୁଛି ଆଉ ଏକ ଲଘୁଚାପ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଫିକା ପଡ଼ିବ ପାର୍ବଣ ।ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ମିଆଁମାର-ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଏନେଇ ପାଣିପାଗ ବିଭାଗ ବିଭାଗ ସୂଚନା ଦେଇଛି । ଆସନ୍ତା […]

ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍

ଭିଜିଲାନ୍ସ ପଞ୍ଝାରେ ଏଏସ୍‌ଆଇ । ଲାଞ୍ଚ ଟଙ୍କା ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ ।ସୂଚନା ଅନୁସାରେ ଗତ ୧୫ ଦିନ ତଳେ ଜଣେ ଯୁବକ ବାଇକରେ ଅନନ୍ତପୁର ଅଭିମୁଖେ ଆସୁଥିବା ବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢକୁ ଧକ୍କା ଦେଇଥିଲେ। ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ ଗାଡ଼ିକୁ ରିଲିଜ କରିବା ପାଇଁ […]

ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବିଜେଡି।ଏନେଇ ପ୍ରେସମିଟରେ ସୂଚନା ଦେଲେ ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ।  ଜିଲ୍ଲାପରିଷଦ ଅଧ୍ୟକ୍ଷ , ବ୍ଲକ ଅଧ୍ୟକ୍ଷ , ସରପଞ୍ଚ, ୱାର୍ଡମେମ୍ବର ସାମିଲ ହେବେ ।ସାମ୍ବାଦିକ ସମ୍ମିଳନୀରେ ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି।ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଗାଁରେ […]

ନିର୍ମାଣ ହେବ ନୂଆ ଲୋକସେବା ଭବନ 

ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଙ୍ଗ ସମସ୍ୟା ରହୁଥିବାରୁ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର ।  ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ।

ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର

ରାଜ୍ୟରେ ବନ୍ଦ ପଡିଥିବା ୭୦ଟି ମଦ ଦୋକାନ ଖୋଲିବେ ସରକାର । ଏନେଇ ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । ବନ୍ଦ ମଦ ଦୋକାନକୁ ପୁନର୍ବାର ଖୋଲିବାକୁ ବିଭାଗ ତରଫରୁ ଅନୁମତି ମିଳିଛିା୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ବିଭାଗ ପାଖରେ ଅଛି ପ୍ରସ୍ତାବ । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି । […]

ସୁଭଦ୍ରା ତୃତୀୟ କିସ୍ତିରୁ ବାଦ ପଡିଲେ ୩ ଲକ୍ଷ ୯୯ ହଜାର ୩୫୨ ଜଣ ମହିଳା

ଶନିବାର ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା | ସୁଭଦ୍ରାର ୩ୟ କିସ୍ତିରୁ ବାଦ୍‌ ପଡ଼ିଛନ୍ତି ୩ ଲକ୍ଷ ୯୯ ହଜାର ୩୫୨ ଜଣ।ସେହିଭଳି ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ଜଣ। ସୁଭଦ୍ରା ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୮୦ ହଜାର ୯୨ ଜଣ ମହିଳା ଉପକୃତ ହୋଇଥିଲେ। ଦ୍ବିତୀୟ କିସ୍ତିରେ ୧ କୋଟି ୯୬ ହଜାର […]

ଧରାପଡ଼ିଲା ପରକୀୟା ପ୍ରୀତି: ସ୍ତ୍ରୀକୁ ଉଲଗ୍ନ କରି ଗାଁରେ ବୁଲାଇଲା ସ୍ୱାମୀ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଟିମିନା ବିରିମୁଣ୍ଡା ଗାଁରୁ ଆସିଛି ଏକ ଦୁଃଖଦ ଘଟଣା । ସ୍ତ୍ରୀର ପରକୀୟା ପ୍ରୀତି ଧରାପଡ଼ିବାରୁ ସ୍ବାମୀ ଗାଁ ମଝିରେ ଉଲଗ୍ନ କରି ବୁଲାଇବା ସହ ନିସ୍ତୁକ ମାଡ଼ ମାରିଛି। ଦେଇଛି ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯାତନା। ଏଭଳି ଅମାନବୀୟ କାର୍ଯ୍ୟର ଭିଡିଓ ଭାଇରାଲ୍ ହୋଇଛି। ତେବେ ସୁନ୍ଦରଗଡ଼ରୁ ଆସିଥିବା ଏପରି ଘଟଣାକୁ ନେଇ କୌଣସି ଥାନାରେ ମାମଲା ରୁଜୁ ହୋଇନାହିଁ । ସୂଚନାମୁତାବକ ମହିଳାଙ୍କ ସ୍ବାମୀ ବେଙ୍ଗାଲୁରୁରେ କାମ […]

୪୭୪ ଅଣସ୍ବୀକୃତ ଦଳକୁ ତାଲିକାରୁ ବାତିଲ କଲେ ଇସି

ଗତ ୬ ବର୍ଷ ମଧ୍ୟରେ ଆଦୌ ନିର୍ବାଚନ ଲଢ଼ି ନ ଥିବା ସମେତ ନିୟମାବଳୀର ଉଲ୍ଲଂଘନ କରିଥିବା ଆଉ ୪୭୪ଟି ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ (ଆର୍‌ୟୁପିପି)କୁ ନିର୍ବାଚନ କମିଶନ (ଇସି) ଶୁକ୍ରବାର ତାଲିକାରୁ ବାଦ୍‌ ଦେଇଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସହିତ ବିଗତ ୨ ମାସ ମଧ୍ୟରେ ଏବେସୁଦ୍ଧା ୮୦୮ ଦଳର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ECI।ପୂର୍ବରୁଅଗଷ୍ଟ ୯ରେ ପ୍ରଥମ ପର୍ଯ୍ୟାୟରେ ୩୩୪ଟି ଦଳର ପଞ୍ଜୀକରଣକୁ ରଦ୍ଦ କରାଯାଇଥିଲା। ଏହାଛଡ଼ା ଇସିଆଇ ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ […]

ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ନବରାତ୍ରରେ ଜଳିବ ୫ ହଜାର ଦୀପ

ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ।ଅନ୍ୟପଟେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି […]