ଜିଏସଟି ୨.୦ ସଂସ୍କାର ପରେ ମଦର ଡେରୀ ତା’ର ଦୁଗ୍ଧ ଓ ଖାଦ୍ୟ ଉତ୍ପାଦର ମୂଲ୍ୟ ହ୍ରାସ କରିଛି। ଏହି ନୂଆ ମୂଲ୍ୟ ୨୨ ସେପ୍ଟେମ୍ବରରୁ ଲାଗୁ ହେବ। ସରକାରଙ୍କ ଜିଏସଟି ହ୍ରାସ ଓ ଅତ୍ୟାବଶ୍ୟକ ଜିନିଷ ଉପରୁ ଟିକସ ଉଠାଇବା ନିଷ୍ପତ୍ତି ପରେ ମଦର ଡେରୀର ସମସ୍ତ ଉତ୍ପାଦ ଏବେ ଶୂନ୍ୟ କିମ୍ବା ୫% ଟିକସ ବର୍ଗରେ ଅଛି। ତେବେ କମ୍ପାନି ଏହାର ପ୍ୟାକେଜ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ […]
ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବା ନୂଆପଡ଼ା ଉପ ନିର୍ବାଚନର ଚୂଡାନ୍ତ ଭୋଟର ତାଲିକା । ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ୍ ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ୍ ମତଦାନ କେନ୍ଦ୍ର ୩୫୮, ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ଟି ବୁଥ୍ ହେବ ।ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ସେପ୍ଟୋମ୍ବର ୧୫କୁ ଯୋଗ୍ୟତା […]
ଆସନ୍ତାକାଲି ବିଶ୍ୱକର୍ମା ପୂଜା । ଏଥିପାଇଁ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି । ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ । ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ । ଏହି ଦିନ ହିନ୍ଦୁ ଧର୍ମର ଲୋକମାନେ ନିଜର କାଯ୍ୟର୍ସ୍ଥଳରେ ବିଶ୍ୱକର୍ମାଙ୍କ ମୂର୍ତ୍ତି ବିଶେଷ ପୂଜା-ଅର୍ଚ୍ଚନା କରିଥାନ୍ତି । ବିଶେଷ କରି ଏହି ପୂଜା କରିବା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ […]
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୧,୯୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୨,୬୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୧,୯୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୨,୬୦୦ ଟଙ୍କାକୁ ପହଞ୍ଚିଛି ।ଗୋଟିଏ ପଟେ ସୁନାର ମୂଲ୍ୟ ହ୍ରାସ ପାଇଥିବା ବେଳେ, ରୂପା ନିରନ୍ତର ମହଙ୍ଗା ହେଉଛି। ୧୨ […]
ଡ୍ରିମ୍ ୧୧ ପରେ ଆପୋଲୋ ଟାୟାର୍ସ ହେଲା ଟିମ୍ ଇଣ୍ଡିଆର ଜର୍ସି ସ୍ପନସର୍ । ଏଣିକି ଟିମ୍ ଇଣ୍ଡିଆର ଜର୍ସିରେ ଆପୋଲୋ ଟାୟାର୍ସ ଲେଖାଥିବା ଦେଖିବାକୁ ମିଳିବ । ତେବେ ଡ୍ରିମ୍ ୧୧ ପରେ ଭାରତୀୟ କ୍ରିକେଟ୍ ଦଳର ଜର୍ସି ସ୍ପନସର କିଏ ହେବ ସେ ନେଇ ସସପେନ୍ସ ଲାଗି ରହିଥିଲା । ଆଉ ଶେଷରେ ଆପୋଲୋ ଟାୟାର୍ସ ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍ ଦଳର ନୂତନ ଜର୍ସି ସ୍ପନସର ହୋଇଛି । ପ୍ରତ୍ୟେକ ମ୍ୟାଚ୍ […]
ରାଜ୍ୟରେ ମୋଟ୍ ୯୧୩ଟି ନବନିର୍ମିତ ଅଙ୍ଗନବାଡି କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ନୂତନ ଅଙ୍ଗନବାଡିର ଉଦ୍ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏଥିମଧ୍ୟରେ ରହିଛି ଅନୁଗୁଳର ୩୫ଟି, ବାଲେଶ୍ୱରର ୭୭ଟି, ବରଗଡ଼ର ୪୪ଟି, ଭଦ୍ରକର ୩୪ଟି, ବଲାଙ୍ଗୀରର ୨୩ଟି, ବୌଦ୍ଧର ୧୧ଟି, କଟକର ୨୬ଟି, ଦେବଗଡ଼ର ୫ଟି, ଢେଙ୍କାନାଳର ୧୮ଟି, ଗଜପତିର ୧୪ଟି, ଗଞ୍ଜାମର ୭୨ଟି, ଜଗତସିଂହପୁରର ୩୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୧୮ଟି, କଳାହାଣ୍ଡିର ୯୦ଟି, କନ୍ଧମାଳର ୨୨ଟି, କେନ୍ଦ୍ରାପଡ଼ାର ୨୨ଟି, କେନ୍ଦ୍ରାପଡ଼ାର ୧୭ଟି, […]
ଓଡିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଅସୁସ୍ଥ । ଏନେଇ ଆଜି ତାଙ୍କୁ କଟକ ସିଡିଏ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ତାଙ୍କୁ କିଛି ଦିନ ହେବ ଜ୍ବର ଏକ କଫ ଜନିତ ସମସ୍ୟା ରହିଥିଲା । ତେବେ ଲଙ୍ଗସରେ ସଂକ୍ରମଣ ଯୋଗୁଁ ଦେହ ଅଧିକ ଖରାପ ହେବା ପରେ ତାଙ୍କୁ ଗତକାଲି ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ବୁଦ୍ଧାଦିତ୍ୟଙ୍କର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଥିବା ଜଣାପଡ଼ିଛି ।ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଓ ରବିନ ଉଥାପ୍ପାଙ୍କ ବଢିଲା ଅଡୁଆ । ଅନଲାଇନ୍ ବେଟିଂ ଆପ୍ ମାମଲାରେ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ED ଉଭୟଙ୍କୁ ନୋଟିସ୍ ପଠାଇ ପଚରାଉଚରା ପାଇଁ ଡକାଯାଇଛି । ଭାରତର ଏହି ପୂର୍ବତନ କ୍ରିକେଟରଙ୍କୁ ଅନଲାଇନ୍ ବେଟିଂ ଆପ୍ ମାମଲାରେ ପଚରାଉଚରା କରାଯିବ । ଏହି ମାମଲାରେ ED ଆଗରେ ହାଜର ହେବାକୁ ଥିବା ଉଥାପ୍ପା ପ୍ରଥମ କ୍ରିକେଟର ନୁହନ୍ତି । ତାଙ୍କ ପୂର୍ବରୁ ସୁରେଶ […]
କିଏ ବାଇକ୍ ଟାଙ୍କି ଉପରେ ଝିଅଙ୍କୁ ବସାଇ ଗାଡ଼ି ଚଳାଇ ମୋବାଇଲ୍ରେ ରିଲ୍ସ୍ କରୁଛି ତ ଆଉ କି ହ୍ୟାଣ୍ଡଲ୍ ଛାଡ଼ି ଗାଡ଼ି ଚଳାଇ ସୁଟିଂ କରୁଛି । ପୁଣି ଚାରିଚକିଆ ଯାନରେ ମଧ୍ୟ ବିପଜ୍ଜନକ ଭାବେ ଚଳାଇ ରିଲ୍ସ୍ କରୁଛନ୍ତି । ସୋସିଆଲ୍ ମିଡିଆରେ ନିଜର ଭିୟୋର୍ସ ବଢ଼ାଇବା ପାଇଁ ଆଜିକାଲି ଯୁବକଯୁବତୀଙ୍କୁ ନିଶା ଘାରିଛି । ତେବେ ହୋଇଯାଆନ୍ତୁ ସାବଧାନ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ […]
ଆର୍ଥିକ ବର୍ଷ ୨୦୨୫ (ଆକଳନ ବର୍ଷ ୨୦୨୫-୨୬) ପାଇଁ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ତେବେ ୧୬ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିପାରିବେ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (CBDT) ସୂଚନା ଅନୁସାରେ ଆଜି ଆଇଟିଆର ଦାଖଲ କରାଯାଇପାରିବ ।କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ବିଳମ୍ବିତ ରାତିରେ ଜାରି ଏକ ବିବୃତ୍ତିରେ କହିଛି ଯେ ଆକଳନ ବର୍ଷ ୨୦୨୫-୨୬ ପାଇଁ […]
ଲଘୁଚାପ ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ରାଜ୍ୟରେ ମୌସୁମିଜନିତ ବର୍ଷା ଜାରି ରହିଛି। ତେଣୁ ରାଜ୍ୟରେ ଆହୁରି ୩ ଦିନ ବର୍ଷିବ। କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ ବେଗରେ ପବନ ବହିବା ସମ୍ଭାବନା ରହିଛି।ଏନେଇ ଆଜି ୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଉଛି ସୁନ୍ଦରଗଡ ମୟୁରଭଞ୍ଜ କେନ୍ଦୁଝର ଓ ବାଲେଶ୍ୱର। ସେହିପରି ଆସନ୍ତାକାଲି ଉପକୂଳ ଓ […]
ବଢୁଛି ହୀରାକୁଦ ଜଳସ୍ତର । ପୁଣି ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ଆଉ ଦୁଇଟି ଗେଟ । ପୂର୍ବରୁ ୪ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଏବେ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ୬୨୯.୩୧ ରହିଛି । ପ୍ରତି ସେକେଣ୍ଡରେ ଜଲଭଣ୍ଡାରରୁ ୯୯ ହଜାର ୬୧୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଲଭଣ୍ଡାରରୁ ୧ ଲକ୍ଷ ୩୭ ହଜାର ୭୩୦ କ୍ୟୁସେକ ଜଳ […]
