ପିଏମ୍‌ କିସାନ : ଏହି ଦିନ ମିଳିବ ୨୧ତମ କିସ୍ତି

ପିଏମ କିସାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ ଖବର । ସିଏମ କିସାନ ହିତାଧିକାରୀ KYC ଅପଡେଟ କରି ପିଏମ କିସାନରେ ସାମିଲ ହୋଇପାରିବେ । ଏବେ ସିଏମ କିସାନର ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ କିସାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ଆହୁରି ଅଧିକ ଚାଷୀଙ୍କୁ ଏହି ଯୋଜନାରେ ଯୋଡ଼ିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ । ଏହି ଯୋଜନାରେ ଦେଶର […]

ମହିଳା ସୁରକ୍ଷା ଚିନ୍ତା, କେତେ ମହିଳା ଜାଣନ୍ତି Helpline 112 ସେବା

ପୂର୍ବରୁ ଫୋନରେ ୧୦୦ ନମ୍ବରରେ କଲେ ପୋଲିସ ସହାୟତା ମିଳୁଥିଲା । ସେହି ନମ୍ବରଟି ବଦଳି ଯାଇଛି । ଅର୍ଥାତ୍‌ ୧୦୦ ବଦଳରେ ୧୧୨ କୁ କଲ୍‌ କରିବାକୁ ପଡିବ । ତେବେ ପୋଲିସ,ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଏକକାଳୀନ ତିନୋଟି ସେବା ମିଳିବ | କେହି ଏହି ନମ୍ବରକୁ ଡାଏଲ କଲେ ବା ନିଜ ମୋବାଇଲର ପାଓ୍ବାର ବଟନକୁ ଲଗାତାର ତିନିଥର ଦବାଇଲେ SOS ବଟନ୍ ଭାବେ ସେହି ମୋବାଇଲରୁ ଏମର୍ଜେନ୍ସି କଲ ସେଣ୍ଟର ୧୧୨କୁ ଆପେ […]

କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକ ବିରଳ ସାପ ଉଦ୍ଧାର

କୋରାପୁଟ ଜିଲ୍ଲା ଜୟପୁର ସହରରୁ ଏକ ବିରଳ ସାପ ଉଦ୍ଧାର କରାଯାଇଛି। ସୋମବାର ସକାଳେ ସ୍ଥାନୀୟ ଗୌଡ଼ ସାହିରୁ ଏକ ଓରନେଟ୍ ଫ୍ଲାଇଂ ସ୍ନେକ୍ ପଶିଥିଲା ।ବନ୍ୟ ପ୍ରାଣୀ ଉଦ୍ଧାରକାରୀ ଦଳର ସଂସ୍ଥାପକ କୃଷ୍ଣ କେଶବ ଷଡ଼ଙ୍ଗୀ ଓ ତାଙ୍କ ସହଯୋଗୀ ଚନ୍ଦନ ଭିମିଡ଼ି ରୁବେନଙ୍କ ସହିତ ମିଶି ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ସାପଟିକୁ ଗାଧୁଆ ଘର ଭିତରୁ ଉଦ୍ଧାର କରିଥିଲେ। ଏହା ଏକ Ornate Flying Snake ବା ଉଡନ୍ତା ଚିତି ସାପ ବୋଲି […]

ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

‘ସୁଭଦ୍ରା’ ଯୋଜନା ଅଭିଯୋଗ ସମାଧାନ ମଡ୍ୟୁଲରର ଆରମ୍ଭ । ଉଦ୍‌ଘାଟନ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଦୂର ହେବ ସମସ୍ୟା। ନୂଆ ପୋର୍ଟାଲରେ ଅଭିଯୋଗ କରି ଆଉ ଥରେ ଯୋଜନାରେ ସାମିଲ ହୋଇପାରିବେ ଯୋଗ୍ୟ ହିତାଧିକାରୀ। ୨ ଲକ୍ଷ ୮୫ ହଜାର ହିତାଧିକାରୀ ବାଦ ପଡିଛନ୍ତି । ଲୋକଙ୍କ ଅଭିଯୋଗଗୁଡ଼ିକ ବ୍ଲକ କମିଟି ଯାଞ୍ଚ କରିବ ଏବଂ ପରେ ଜିଲ୍ଲା ସ୍ତରକୁ ଯାଞ୍ଚ ପାଇଁ ଯିବ । ଜିଲ୍ଲା କମିଟି […]

ଧାରଣାରେ ବସିବେ ସଫେଇ  କର୍ମଚାରୀ 

BMCର ଶ୍ରମିକ ମାରଣ ନୀତି ବିରୋଧରେ ରାଜଧାନୀର ସଫେଇ ମଜଦୁର ସଂଘ ଆନ୍ଦୋଳନ ଡାକରା ଦିଆଯାଇଛି । ଦରମା ବୃଦ୍ଧି ଓ ବୋନସ ଦାବିରେ ଆସନ୍ତା ମଙ୍ଗଳବାରଠୁ ଅନର୍ଦ୍ଧିଷ୍ଟ କାଳ ଯାଏ ଝାଡୁ଼ ବନ୍ଦ ଆନ୍ଦୋଳନ ଚାଲିବ ।ଗତବର୍ଷ ପ୍ରଥମ ଥର ପାଇଁ ବିଏମ୍‌ସି ପକ୍ଷରୁ ବୋନସ ମିଳିଥିଲା । କିନ୍ତୁ ଚଳିତ ବର୍ଷ ବୋନସ ନ ଦେବାକୁ ବିଏମ୍‌ସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ସୂଚନାମୁତାବକ ପ୍ରାୟ ୫ ହଜାର ସଫେଇ କର୍ମଚାରୀ ଧାରଣାରେ ବସିବେ […]

ପୁରୀରେ ହବିଷ୍ୟ ପାଳିବା ପାଇଁ ୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ

ଚଳିତ ବର୍ଷ ହବିଷିଆଳୀ ଯୋଜନାରେ ପୁରୀରେ ରହି ହବିଷ ବ୍ରତ ପାଇଁ ବ୍ରତଧାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା । ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୧୦ଟାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ ଅନଲାଇନରେ ନିଜର ନାଁ ପଞ୍ଜିକରଣ କରିବା ପାଇଁ ଆୟୋଜନ ହୋଇଛି ପ୍ରସ୍ତୁତି । ପ୍ରାୟ ଅଢେଇ ହଜାର ହବିଷିଆଳୀଙ୍କ ପାଇଁ ଏଥର ବ୍ୟବସ୍ଥା ହୋଇଛି । ଅକ୍ଟୋବର ୭ରୁ ଆରମ୍ଭ ହେବ କାର୍ତ୍ତୀକ ବ୍ରତ । ଆଉ ଗତଥର ଭଳି […]

ୱକଫ୍‌ ସମ୍ପୂର୍ଣ୍ଣ ଆଇନ୍‌ ଉପରେ ରୋକ୍‌ ଲଗାଇବାର ଆବଶ୍ୟକତା ନାହିଁ-ସୁପ୍ରିମକୋର୍ଟ

ୱକଫ୍‌ ଆଇନ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ସମ୍ପୂର୍ଣ୍ଣ ଆଇନ୍‌ ଉପରେ ରୋକ୍‌ ଲଗାଇବାର ଆବଶ୍ୟକତା ନାହିଁ । ବଳବତ୍ତର ରହିବ ଆଇନ୍‌, କିଛି ପ୍ରାବଧାନରେ କଟକଣା । ଧାରା ୩୭୪ ଉପରେ ଲାଗିଲା କଟକଣା । ରାଜସ୍ୱ ରେକର୍ଡ ସହିତ ଜଡିତ ଧାରା ନିଷିଦ୍ଧ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ୱାକଫ୍‍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍‍ ।କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଆଦେଶ ୱାକଫ ଆଇନର […]

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ସମୟସୀମା ରହିଛି । ଅକ୍ଟୋବର ୭ ତାରିଖରେ ସରିବ ଦାବି ଓ ଆପତ୍ତି ନିଷ୍ପତ୍ତି । ଅକ୍ଟୋବର ୯ରେ ପ୍ରକାଶ ପାଇବ ନୂଆ ଭୋଟର ତାଲିକା । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ।ନୂଆପଡ଼ା ବିଧାନସଭା ଉପନିର୍ବାଚନ ପୂର୍ବରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସଏସଆର) କାର୍ଯ୍ୟକାରୀ କରାଯିବ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏହାକୁ […]

ଦେବୀ ପୀଠରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା,ସୁନା ବେଶରେ ଭୂଷିତ ହେବେ ମା ଚଣ୍ଡୀ ଓ ଗଡଚଣ୍ଡୀ

ଆରମ୍ଭ ହେଲାଣି ପାର୍ବଣ ଋତୁ, ସଜେଇ ହେଲାଣି ପୂଜା ମଣ୍ଡପ। ଏବେ ସବୁଠି ଆନନ୍ଦ ଉଲ୍ଲାସ, ପାର୍ବଣର ପରିବେଶ। ସମସ୍ତ ଶକ୍ତିପୀଠ ଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଷୋଡଶ ଦିନାତ୍ମକ ପୂଜା ବିଧି । କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ ଓ ଗଡଖାଇର ଅଧିଷ୍ଠାତ୍ରୀ ମା ଗଡଚଣ୍ଡୀଙ୍କ ପୀଠରେ ସହସ୍ର କୁମ୍ଭାଭିଷେକ, ଘଟ ସ୍ଥାପନ କରାଯାଇ ମା ଙ୍କୁ ଆବାହନ କରାଯାଇଛି । ନଦୀରୁ ଜଳ କଳସ ଆଣି ମାଙ୍କ ପୀଠରେ ସ୍ଥାପନା କରାଯାଇଛି […]

ED Summons:ଉର୍ବଶୀ ରାଉତେଲା ଓ ମିମି ଚକ୍ରବର୍ତ୍ତୀଙ୍କ ବଢ଼ିଲା ଅଡୁଆ

ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି। ଉର୍ବଶୀ ରାଉତେଲାଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ଇଡିର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ପଡିବ। ସେହିପରି ପୂର୍ବତନ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସେପ୍ଟେମ୍ବର ୧୫ ରେ ହାଜର ହେବାକୁ ପଡିବ। ସୂଚନାମୁତାବକ ୧xବେଟ୍‌ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। […]

ଆସନ୍ତା ୧୭ରେ ସକାଳୁଆ ସ୍କୁଲ

ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲରେ‘ଏକ୍‌ ପେଡ୍‌ ମା’କେ ନାମ’ ପର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ହେବ । ଏହି ଦିନ ସ୍କୁଲ ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି ।ଏଥିରେ ସମସ୍ତ ଛାତ୍ରଛାତ୍ରୀ ସାମିଲ ହେବେ। ରାଜ୍ୟର ୨ ଲକ୍ଷ ଶିକ୍ଷକଙ୍କ ନେତୃତ୍ୱରେ ପ୍ରାୟ ୪୦ ହଜାର ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀ ଚାରା ରୋପଣ […]

ରାଜ୍ୟରେ ସାର ଅଭାବ : ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜେଡି

ରାଜ୍ୟରେ ସାର ଅଭାବ ପ୍ରସଙ୍ଗ, ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବ ବିଜୁ ଜନତା ଦଳ । ଶୀଘ୍ର ସମସ୍ୟାର ସମାଧାନ ନହେଲେ ପ୍ରତି ବ୍ଲକରେ ଆନ୍ଦୋଳନ ପାଇଁ ବିଜେଡିର ଚେତାବନୀ । ତେବେ ସାର ସମସ୍ୟା ବା ନିଅଣ୍ଟ ନଥିବା ରାଜ୍ୟ ସରକାର ବାରମ୍ବାର କହିଛନ୍ତି । ନିକଟରେ ସାର ଯୋଗାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏକଥା ଦୋହରାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଆବଶ୍ୟକ ଅନୁସାରେ ସାରା ମହଜୁଦ ଅଛି ବୋଲି ସରକାର କହୁଛନ୍ତି ।ହେଲେ […]