ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା ।ସ୍ପାଇସଜେଟର ମୁଖପାତ୍ର କହିଛନ୍ତି, ‘ସେପ୍ଟେମ୍ବର ୧୨ରେ କାଣ୍ଡଲାରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରୁଥିବା ସ୍ପାଇସଜେଟର Q400 ବିମାନର ଏକ ବାହ୍ୟ ଚକ ଉଡ଼ାଣ ଆରମ୍ଭ କରିବା ପରେ ରନୱେରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ବିମାନଟି […]
ଛାଡ଼ିଗଲା ଏବେ ସ୍ୱାମୀ- ସ୍ତ୍ରୀଙ୍କ ରିଲ୍ସ ପ୍ରେମ। ଚଳନ୍ତା ଗାଡ଼ିରେ କୋଳରେ ବସାଇ କରୁଥିଲେ ରିଲ୍ସ। ଚାଲାଣ ବିଭାଗ କାଟିଦେଲା ମୋଟା ଅଙ୍କର ଫାଇନ୍।ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଘଟିଛି । ପରିବହନ ବିଭାଗ ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ୧୧୦୦୦ ଟଙ୍କା ଜରିମାନା କରିଛି ।ସୂଚନା ଥାଉକି, ସମ୍ବଲପୁର ରେଢାଖୋଲ ୫୫ନଂ ଜାତୀୟ ରାଜପଥରେ ସ୍ୱାମୀ, ସ୍ତ୍ରୀ ଓ ୪ ଜଣ ଜଣ ଶିଶୁଙ୍କ କାରରେ ଯାଉଥିଲେ । କାରଟି ଚାଲୁଥିବା ବେଳେ […]
ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢାଉ । ୨୦୨୨ ଅର୍ଥ କାରବାର ମାମଲାରେ ଘାଣ୍ଟୁଛି ଇଡି । ପୂର୍ବରୁ ଘର ଛାଡିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା । ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ମିଳିଛି । ନିର୍ଦ୍ଦେଶ ଅବମାନନା ପରେ ଇଡି ଘର ସିଜ କରିପାରେ ବୋଲି ସୂଚନା ମିଳିଛି । ଘରର ଆସବାବପତ୍ରର ଯାଞ୍ଚ ଚାଲିଛି । ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିଲେ । ଗୁପ୍ତ […]
ରାଜ୍ୟରେ ସାର ସମସ୍ୟାକୁ ନେଇ ଆସନ୍ତା ୧୫ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି। ଏହାପରେ ମଧ୍ୟ ସରକାର ନ ଚେତିଲେ ଜିଲାପାଳ ଅଫିସ୍ ଓ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ । ଏନେଇ ଆଜି ବିଜୁ ଜନତା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିବା ମୁତାବକ, ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଅଭାବୀ ଧାନ ବିକ୍ରି ଚାଲିଛି। ଖରିଫ ଋତୁରେ […]
ଲାଞ୍ଚ ନେଇ ଧରାପଡ଼ିଲେ ତହସିଲଦାର । ଲାଞ୍ଚ ନେବା ସମୟରେ ବାମରା ତହସିଲଦାର ଅଶ୍ୱିନୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତାଙ୍କ ଠାରୁ ରସାୟନିକ ଲେପ ଥିବା ସମସ୍ତ ଟଙ୍କା ଜବତ କରାଯାଇଛି। ଶୁକ୍ରବାର ଦିନ ପ୍ରାୟ ୧୧ଟାରେ ବାମରା ତହସିଲ କାର୍ଯ୍ୟାଳୟରେ ଏହି ଚଢ଼ଉ ହୋଇଥିଲା। ସୂଚନା ଅନୁସାରେ, ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁରର ଭିକି ନାଏକ ଏକ ଜମିର କିସମ ପରିବର୍ତ୍ତନ କରି ମ୍ୟୁଟେସନ୍ କରିବାକୁ […]
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଗାଁରେ ଯୌତୁକ ପାଇଁ ହତ୍ୟା ଅଭିଯୋଗ । ଗାଁର ୨୩ ବର୍ଷୀୟ ଖିରବତି ସାହୁଙ୍କ ମୃତ୍ୟୁ ପରେ ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଏନେଇ କେସିଙ୍ଗା ଥାନାର ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକ। ସୂଚନାଯୋଗ୍ୟ, ଏମ୍.ରାମପୁର ଥାନା ଅନ୍ତର୍ଗତ ବାଞ୍ଜିପଦର ଗ୍ରାମର କୌତୁକ ସାହୁ କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁଙ୍କୁ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ। […]
IAS ଅଫିସର ସ୍ତରରେ ଅଦଳବଦଳ । ବିଜୟ ଅମୃତ କୁଲାଙ୍ଗେ ହେଲେ ପଶୁପାଳନ ଓ ପ୍ରାଣୀ ଧନ ବିଭାଗର ନିର୍ଦ୍ଦେଶକ । ଏଥିସହ ସେ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ । ତେବେ ଅଞ୍ଜନା ପଣ୍ଡା ହେଲେ ଆୟୁଷ ନିର୍ଦ୍ଦେଶିକା ସେହିପରି ପ୍ରେମଜିତ ନାୟକ- ଏସସି/ଏସଟି ଏବଂ ଫଛୁଆ ବିଭାଗ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି । ପି.ଅନ୍ୱେଷା ରେଡ୍ଡୀ- ଆଇଜିଆର, କଟକର ଅତିରିକ୍ତ ଦାୟିତ୍ୱ ତୁଲାଇବେ।
ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ହାଇକୋର୍ଟରେ ବୋମା ଧମକ ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୁଲିସ ସୂତ୍ର ଅନୁଯାୟୀ, ପ୍ରାୟ ୪୦ ମିନିଟ୍ ପୂର୍ବରୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଥିଲା ଯେଉଁଥିରେ କୋର୍ଟ ପରିସରରେ ତିନୋଟି ବୋମା ରଖାଯାଇଥିଲା ଏବଂ ଅପରାହ୍ନ ୨ଟା ସୁଦ୍ଧା ହାଇକୋର୍ଟ ଖାଲି କରିବାକୁ ଧମକ ଦିଆଯାଇଥିଲା ।ପୋଲିସ ପ୍ରୋଟୋକଲ ଲାଗୁ କରି ସମସ୍ତ ଜଜ୍ ଏବଂ ଓକିଲକୁ କୋର୍ଟ ପରିସରରୁ ବାହାରକୁ ଆସିଛନ୍ତି । ସମସ୍ତ ବିଚାରପତି ସେମାନଙ୍କର […]
ରାଜ୍ୟରେ ପ୍ରବଳ ଖରା । ପୁଣି ଗୁଳୁଗୁଳି । ତାପମାତ୍ରା ୩୬ ଡେଇଁ ୩୭ ଡିଗ୍ରୀ ସେଲସିୟସ୍ ପାଖରେ ପହଞ୍ଚିଲାଣି । ରାତି ଅସହ୍ୟ ହେଉଛି । ଚିନ୍ତାର ବିଷୟ ହେଲା-ରାଜ୍ୟରେ ଏବେ ବିଶେଷ ବର୍ଷା ସମ୍ଭାବନା ନାହିଁ |ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି । […]
‘ରାଗିନୀ ଏମଏମଏସ ରିଟର୍ଣ୍ଣସ୍’ ଏବଂ ‘ପ୍ୟାର କା ପଞ୍ଚନାମା’ ଭଳି ଫିଲ୍ମରେ ଅଭିନୟ ପାଇଁ ପ୍ରସିଦ୍ଧ କରିଶ୍ମା ଶର୍ମା ନିକଟରେ ଏକ ଗମ୍ଭୀର ଦୁର୍ଘଟଣାର ଶିକାର ହୋଇଛନ୍ତି। ମୁମ୍ବାଇରେ ଏକ ଚଳନ୍ତା ଟ୍ରେନରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତେବେ ସେ ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଅଭିନେତ୍ରୀ ପୋଷ୍ଟରେ କହିଛନ୍ତି ଯେ ମୁଁ ମୁମ୍ବାଇର ଲୋକାଲ୍ […]
ନଭେମ୍ବର ୫ରୁ କଟକ ବାଲିଯାତ୍ରା। ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ ପଡିବ।ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡିଆରେ ହବନି । ୩୪ ଏକର ପରିବର୍ତ୍ତେ ୬୦ ଏକର ଜାଗାରେ ହେବ ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମଜା ନେବେ ଲୋକେ ।ଏଥର […]
ବୋର୍ଡ ସମ୍ପାଦକଙ୍କ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ଚିଠି। ପରୀକ୍ଷା ପରିଚାଳନାରେ ସହଯୋଗ କରିବା ପାଇଁ ଚିଠି।ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ। ଆସନ୍ତା ୨୭ ତାରିଖରେ ହେବ ଓଟିଇଟି ପରୀକ୍ଷା।ବୋର୍ଡକୁ ପଠାଯିବା ପର୍ଯ୍ୟନ୍ତ ଗୋପନୀୟ ଜିନିଷ ଗୁଡିକୁ ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ଭାବେ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ସମ୍ପାଦକ । ଏଥିସହ କ୍ଷେତ୍ର କର୍ମଚାରୀଙ୍କୁ ସହଯୋଗ ପାଇଁ ନିର୍ଦ୍ଦେଶ ଦେବାକୁ ଚିଠିରେ ନିବେଦନ କରାଯାଇଛି। ସକାଳ ୯ଟାରୁ […]
