ଭାରତୀୟ ଟିମରୁ ଗତ କିଛିଦିନ ହେଲାଣି ବାଦ୍ ପଡିଥିବା ଖେଳାଳି ପୃଥ୍ଵୀ ଶ’ ଖୁବ ଏବେ ଚର୍ଚ୍ଚାରେ ରହିଛନ୍ତି । ମୁମ୍ବାଇର ସେସନ କୋର୍ଟ ଟିମ୍ ଇଣ୍ଡିଆର ଯୁବ ଖେଳାଳି ପୃଥ୍ଵୀ ଶଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଛନ୍ତି । କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସପନା ଗିଲଙ୍କ ଯାଚିକାର ଜବାବ ଦାଖଲ ନ କରିବା ଯୋଗୁଁ ଲାଗିଛି । ପୂର୍ବରୁ କୋର୍ଟ ଖେଳାଳୁଙ୍କୁ ଜବାବ ଦାଖଲ କରିବା ପାଇଁ ଶେଷ ସୁଯୋଗ […]
ଗୁରୁବାର ମହାପ୍ରଭୁଙ୍କ ବନକଲାଗି ନୀତି । ପାଞ୍ଚ ଘଣ୍ଟା ବନ୍ଦ ରହିବ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଗୁରୁବାର ଆଶ୍ୱିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ।ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ବଡ଼ଦେଉଳରେ ବଡ଼ଠାକୁରଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି। ଦତ୍ତମହାପାତ୍ର ସେବକମାନେ […]
ସେପ୍ଟେମ୍ବର ୧୮ରୁ ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଆରମ୍ଭ ହେବ ।ବିଭାଗୀୟ ସଚିବମାନଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ । ଚିଠିରେ କୁହାଯାଇଛି, ବିଧାନସଭାରେ ଉଠାଯାଇଥିବା ସମସ୍ତ ପ୍ରସଙ୍ଗର ଉତ୍ତର ସଠିକ୍ ଭାବେ ରଖିବେ ବିଭାଗୀୟ ସଚିବ। ବିଧାନସଭା ସମୟରେ ସମସ୍ତ ସଚିବ ସଦର ମହକୁମାରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ । ଏହି ସମୟରେ ସଚିବମାନେ ବିଦେଶ ଯାତ୍ରାରୁ ନିବୃତ୍ତ ରହିବେ । ରାଜ୍ୟ ବାହାରକୁ ଗସ୍ତ […]
ଚପଲପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ ଉଦ୍ୟମ କଲେ ଭକ୍ତ । ରାଧାବଲ୍ଲଭ ମଠ ସମ୍ମୁଖ ଗେଟ୍ ଦେଇ ସିଧାସଳଖ ପ୍ରବେଶ କରୁଥିଲେ ।ସିଂହଦ୍ୱାର ଆଗେର ଯୁବକଙ୍କୁ ଅଟକାଇ ଥାନାକୁ ନେଲା ପୋଲିସ । ଚପଲ ପିନ୍ଧି ମନ୍ଦିରକୁ ନ ଯିବାକୁ ବାରଣ କରିବାରୁ ଜେଟିପିଙ୍କ ସହିତ ଯୁବକଙ୍କର ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା ।ଖବର ଅନୁଯାୟୀ, ପ୍ରତିଦିନ ପରି ଆଜି ବି ଭୋର ସମୟରେ ସିଂହଦ୍ୱାର ଖୋଲାଯିବାର ଥିଲା । […]
ଏମ୍କେସିଜିରେ ବଡ଼ଡାକ୍ତରଖାନା ଇଏନ୍ଟି ବିଭାଗୀୟ ମୁଖ୍ୟ ଡା. ସଞ୍ଜିତ କୁମାର ମିଶ୍ରଙ୍କ ନେତୃତ୍ବରେ ଜଣେ ବୃଦ୍ଧଙ୍କ ଖାଦ୍ୟନଳୀରୁ ୨୩ ସେମିର ଏକ ଦାନ୍ତକାଠିକୁ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଛି। ଗଞ୍ଜାମଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ନାଟଙ୍ଗା ଗ୍ରାମର କାମରାଜୁ ନାୟକ (୭୦) ଗତ ବୁଧବାର ଦିନ ସକାଳୁ ଦାନ୍ତ ଘଷୁଥିବା ବେଳେ ଅସାବଧାନ ବଶତଃ ଦାନ୍ତକାଠିକୁ ଗିଳି ଦେଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ଏଭଳି କଥାକୁ କେହି ବି ବିଶ୍ବାସ କରିନଥିଲେ। ପରବର୍ତ୍ତୀ ସମୟରେ […]
ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ୮ ଜିଲାରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହାକୁ ନେଇ ୟେଲୋ ୱାର୍ନିଂ ଜାରି କରାଯାଇଛି। ରାଜ୍ୟରେ ୧୧ ତାରିଖ ଦିନ ବର୍ଷାର ପରିମାଣ ବଢ଼ିବ। ମାଲକାନଗିରି ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା […]
ନେପାଳରେ ବିସ୍ଫୋରକ ସ୍ଥିତି ଉପୁଜିଛି। ୨୬ ସୋସିଆଲ ମିଡିଆ ପ୍ଲାଟଫର୍ମ ନିଷିଦ୍ଧ ଘଟଣାକୁ ବିରୋଧ କରି ନେପାଳରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଏବେ ଭୟଙ୍କର ରୂପ ନେଇଛି। ସୋମବାର ଆରମ୍ଭ ହୋଇଥିବା ହିଂସା ନ ଥମିବାରୁ ନେପାଳ ସରକାର ଏହି ନିଷେଧାଦେଶ ଉଠାଇଦେଇଥିଲେ ବି ଆନ୍ଦୋଳନକାରୀ ଥଣ୍ଡା ପଡ଼ିନାହାନ୍ତି। ସେମାନେ ମଙ୍ଗଳବାର ବ୍ୟାପକ ହିଂସା ଘଟାଇବା ସହ ପୋଡ଼ାଜଳା କରିଛନ୍ତି। ତେବେ ହିଂସାତ୍ମକ ପ୍ରଦର୍ଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଝାଲନାଥ ଖନାଲଙ୍କ ପତ୍ନୀ ରବିଲକ୍ଷ୍ମୀ ଚିତ୍ରକାରଙ୍କ ଜୀବନ ଚାଲିଯାଇଛି। […]
ଦିଲ୍ଲୀରୁ ଫେରିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ମନମୋହନ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡିର ଦଳୀୟ ନିଷ୍ପତ୍ତି, ଭାଜପା ନିଜ ରାସ୍ତାରେ ଅଛି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା ନିଗମ, ବୋର୍ଡ ନେଇ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମନମୋହନ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଆଲୋଚନା ହେଲେ ଖୁବଶୀଘ୍ର ଜଣାଇଦିଆଯିବ ବୋଲି କହିଛନ୍ତି ମନମୋହନ।ସେପଟେ ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ […]
ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍ରେ ସୋମବାର ଜଣେ ୫୨ ବର୍ଷୀୟ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କଠାରୁ ଯକୃତ ବାହାର କରାଯାଇ ଭୁବନେଶ୍ୱରର ଅନ୍ୟ ଏକ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରେରଣ କରାଯାଇଥିବାବେଳେ ମଙ୍ଗଳବାର ହସ୍ପିଟାଲ ପକ୍ଷରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ ଶରୀରକୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ଷ୍ଟେଟ ଅର୍ଗାନ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ଏବଂ ନ୍ୟାସନାଲ ଅର୍ଗାନ ଆଣ୍ଡ […]
ରାୟଗଡା ତା ୦୯/୦୯ (ନିପ୍ର)- ରାୟଗଡା ବିଜେଡିର ପୁରୁଖା ନେତା ତଥା ପୁର୍ବତନ ସାଂସଦ ଏନ ଭାସ୍କର ରାଓ , ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ଇସ୍ତଫା ପରେ ଆଜି ଜିଲ୍ଲାରେ ଏକ ନୂଆଁ ଚର୍ଚା ଆରମ୍ଭ ହୋଇଯାଇଛି । ଏବେ ସାରା ଜିଲ୍ଲାରେ ଗୋଟିଏ କଥା ଜିଲ୍ଲାରେ ବିଜେଡିର ପତ୍ତନ ହେବା ନେଇ ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ବର୍ତ୍ତମାନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗତ କିଛି ଦିନ ତଳେ ଜିଲ୍ଲା […]
ମୋହନ ମାଝୀଙ୍କ ସରକାର ରାଜ୍ୟରେ ଇଲେକ୍ଟ୍ରି ଗାଡ଼ି ଚଳାଚଳକୁ ଗୁରୁତ୍ବ ଦେଉଛନ୍ତି। ୨୦୩୦ ମସିହା ଶେଷ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସରକାର ନୂଆ ଇଭି ପଲିସି ଆଣିଛନ୍ତି, ଯାହା ଦ୍ବାରା ନୂଆ ଇଲେକ୍ଟ୍ରି ଗାଡ଼ି କିଣୁଥିବା ଲୋକଙ୍କୁ ପ୍ରୋତ୍ସାହନ ମିଳିବ। ତିନି ଚକିଆ ପାଇଁ ୨୦ ହଜାର ପ୍ରୋତ୍ସାହନ ଦେବେ ସରକାର। ଚାରି ଚକିଆ ଇଭି ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ […]
ଜାତୀୟ ଗଣତନ୍ତ୍ରିକ ମେଣ୍ଟ (ଏନଡିଏ) ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲିଥିଲା । ଆଜି ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ରାଧାକ୍ରିଷ୍ଣନଙ୍କୁ ୪୫୨ଟି ଓ ବିପକ୍ଷ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଜଷ୍ଟିସ ସୁଦର୍ଶନ ରେଡ୍ଡିଙ୍କୁ ୩୦୦ଟି ପ୍ରଥମ ପସନ୍ଦ ଭୋଟ ମିଳିଥିଲା । ଭୋଟ ଗଣତି ପରେ ରାଜ୍ୟସଭାରେ ମହାସଚିବ ପିସି ମୋଦୀ ଫଳାଫଳ ଘୋଷଣା କରିଥିଲେ । ତଦାନ ସରିବା ପରେ, […]
