ଏଣିକି ବୟସ ଜାଲିଆତି କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବୟସ ଜାଲିଆତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏଣିକି ବୟସ ଜାଲିଆତି କଲେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ନିଜର ଭୋଟର କାର୍ଡ ଜାଲିଆତି କରି ବୟସ ବଢାଉଛନ୍ତି । ଭୋଟର କାର୍ଡ ଯାଞ୍ଚ ପାଇଁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଅଯୋଗ୍ୟ ଆବେଦନକାରୀଙ୍କୁ ରେକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ଭତ୍ତା ପାଇବାକୁ ଯୋଗ୍ୟ ତାଙ୍କୁ ଚିହ୍ନଟ କରାଯାଇ ଭତ୍ତା ଦିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ଉପରେ କଡ଼ା […]

ଚୀନ-ପାକିସ୍ତାନ ସମ୍ପର୍କରେ ଫାଟ !

ଆଜିକାଲି ଚୀନ୍ ପାକିସ୍ତାନ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ମନେ ହେଉନାହିଁ। । କାରଣ ପାକିସ୍ତାନ ତାର ପୁରୁଣା ରେଳ ନେଟୱାର୍କର ଉନ୍ନତି ପାଇଁ ଚୀନ୍ ପରିବର୍ତ୍ତେ ଏସୀୟ ବିକାଶ ବ୍ୟାଙ୍କ (ADB) ଠାରୁ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି।କରାଚୀ-ରୋହରୀ ରେଳ ସେକ୍ସନକୁ ଉନ୍ନତ କରିବା ପାଇଁ ପାକିସ୍ତାନ ADB ଠାରୁ ୨ ବିଲିୟନ ଡଲାର ଋଣ ମାଗିଛି ଏହା ସେହି ML-1 ପ୍ରକଳ୍ପ, ଯାହାକୁ ଥରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ର ସବୁଠାରୁ ବଡ଼ ଏବଂ […]

ଓଡ଼ିଶାକୁ ଆସିବ ୬୦୦ ଇ-ବସ୍‌

ପରିବେଶ ସୁରକ୍ଷା ପାଇଁ ଆଗକୁ ଇ-ବସ୍‌କୁ ଅଧିକ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି । ରାଜ୍ୟରେ ହଜାରେ ଇ-ବସ୍‌ର ଆବଶ୍ୟକତା ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଗକୁ ରାଜ୍ୟ ସରକାର ୨୦୦ଟି ଇ- ବସ ଆଣିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡିଶାକୁ ୪୦୦ ଇ-ବସ ପ୍ରଦାନ କରିବେ । ଏବେ ୨୫ଟି ଇ- ବସ ଆସୁଛି, ଯାହା ସମ୍ବଲପୁର କୁ ପ୍ରଦାନ କରାଯିବ । ପରେ […]

ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ

ଜାଲରେ ପଡ଼ିଲା ଦୁଇ କୁଇଣ୍ଟାଲ ଓଜନର ସାର୍କ ମାଛ । ମାଛ ଦେଖିଵାକୁ ପର୍ଯ୍ୟଟକଙ୍କ ଭିଡ଼ । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୋହନା ଆନ୍ତର୍ଜାତିକ ମତ୍ସ୍ୟ ଅବତରଣ କେନ୍ଦ୍ର ଠାରେ ୨ କୁଇଣ୍ଟାଲ ଓଜନର ଏକ ସାର୍କ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଥିବା ଦେଖିଵାକୁ ମିଳିଛି ।ଏହି ସାର୍କ ମାଛର ଓଜନ ୨ କୁଇଣ୍ଟାଲ ଓଜନର ହେବ ବୋଲି କୁହାଯାଉଛି । ଦୀଘା ସଲଗ୍ନ ସମୁଦ୍ରରେ ମତ୍ସ୍ୟଜୀବୀ ମାନଙ୍କ ଟ୍ରଲର ଜାଲରେ ଏହି ମାଛଟି ପଡିଥିଲା […]

ଜାତୀୟ ଶିକ୍ଷକ ସମ୍ମାନ-୨୦୨୫: ଓଡି଼ଶାର ୨ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଛି। ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ-୨୦୨୫। ମାଲକାନଗିରିର ବସନ୍ତ ରଣା ଓ କୋରାପୁଟର ତରୁଣ ଦାଶ ହେଲେ ସମ୍ମାନିତ। ରାଷ୍ଟ୍ରପତି ଶିକ୍ଷକ ତରୁଣ କୁମାର ଦାସଙ୍କ ସମେତ ମୋଟ ୪୫ ଜଣଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପୁରଷ୍କାର, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ […]

ସ୍ୱାମୀକୁ ଛାଡି ପ୍ରେମିକ କୁ ବିବାହ କଲେ ମହିଳା

ଅନୁଗୋଳ କୋର୍ଟରେ ଜଣେ ମହିଳା ସ୍ବାମୀ ଓ ତାର ଦୁଇ ସନ୍ତାନକୁ ଛାଡି ତାଙ୍କ ପ୍ରେମିକଙ୍କ ସହ ବିବାହ କରି ପ୍ରେମିକ ଘରକୁ ଚାଲି ଯାଇଛନ୍ତି । ସୂଚନା ଅନୁସାରେ, କିଶୋରନଗର ଥାନା ଅଞ୍ଚଳର ଜଣେ ମହିଳା ୧୩ ବର୍ଷ ତଳେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ବୈବାହିକ ଜୀବନ ଠିକ୍‌ଠାକ୍‌ରେ ଚାଲିଥିଲା। ସେମାନଙ୍କର ଦୁଇଟି ସନ୍ତାନ ରହିଛି। ଏପଟେ ପ୍ରାୟ ୫ ବର୍ଷ ତଳେ ନିଜ ଗାଁର ଅନ୍ୟ ଜଣେ ଯୁବକଙ୍କ ସହ ତାଙ୍କର […]

ପାରାଦୀପ ବନ୍ଦରରରେ ଅଘଟଣ । ଏକ ଜାହାଜରୁ ଖସିପଡିଲେ ୨ ଜଣ କ୍ରିୟୁ ସଦସ୍ୟ

ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରରରେ ଏକ ଜାହାଜରୁ  ଦୁଇ ଜଣ କ୍ରିୟୁ ସଦସ୍ୟ ଖସିପଡିଥିବା ସୂଚନା ମିଳିଛି ।  ଜଣେ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି, ଅନ୍ୟ ଜଣେ ନିଖୋଜ ।  ବନ୍ଦରର ୫ ନମ୍ବର ଗେଟ୍ ନିକଟରେ ଥିବା ପିଆଇସିଟି ବର୍ଥରେ ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ CISF, ମେରାଇନ ପୋଲିସ, ସ୍କୁବା ଡ୍ରାଇଭର ଓ କୋଷ୍ଟଗାର୍ଡ ନିୟୋଜିତ ଅଛନ୍ତି । ଜାହାଜ ବର୍ଥ ଛାଡ଼ିବା ପରେ ସିଡ଼ି କାଢୁଥିଲେ ଜାହାଜ କର୍ମଚାରୀ । […]

ନକଲି ସୁନା ଦେଖାଇ ୧୬ ଲକ୍ଷ ଟଙ୍କା ନେଇଗଲେ

ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ନକଲି ସୁନା ବିସ୍କୁଟ କାରବାର ଅଭିଯୋଗ । ଏହାର ଚେର ଗଞ୍ଜାମ, କେନ୍ଦ୍ରାପଡା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲମ୍ବିଛି।ନକଲି ସୁନା ଦେଖାଇ ଫସାଇଲେ । ବିଶ୍ବାସ ଜନ୍ମାଇ ଗଞ୍ଜାମର ଜଣେ ବେପାରୀଙ୍କଠାରୁ ୧୬ଲକ୍ଷ ଲୁଟିଲେ ।  ଅଭିଯୋଗ ପରେ  ୪ ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ଓ ୨ଟି ବାଇକ୍ ଜବତ କରାଯାଇଛି ।ସୂଚନା ମୁତାବକ, ନୀଳଗିରି ଏନଏସିରେ ଜଣେ ଯୁବକ […]

୮ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ ସମ୍ଭାବନା

ଆସନ୍ତା  ୮ ତାରିଖବେଳକୁ ଗାଙ୍ଗେୟ ପଶ୍ଚିମବଙ୍ଗ  ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଉପରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଅଛି ।  ଆସନ୍ତା ୧୩ ତାରିଖବେଳକୁ ଉତ୍ତର  ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ  ଏକ ଲଘୁଚାପ ସୃଷ୍ଟି ହୋଇପାରେ ।  ଏହାର ପ୍ରଭାବ ନେଇ ଏବେଠାରୁ  କୌଣସି ଆକଳନ କରାଯାଇନି ।ଗତ ୨୪ ଘଣ୍ଟାରେ ୧୮ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ଆଉ ୪ଦିନ ରାଜ୍ୟକୁ ବିଜୁଳି ଘଡ଼ଘଡି ସହ ବର୍ଷା […]

ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍, ୨୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ମହାନଦୀରେ ବନ୍ୟା ଆଶଙ୍କା ।  ହୀରାକୁଦ ପାଣି ଛାଡିବା ପରେ ନଦୀରେ ଅଢେଇ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେଥିପାଇଁ ୧୦ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି SRC ।  ହୀରାକୁଦ ଜଳଭଣ୍ଡାରକୁ ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ସ୍ଥିତିକୁ ନଜର ରଖି ଆଜି ସକାଳେ  ପୁଣି ଚାରିଟି ଗେଟ୍‌ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ଏହାଫଳରେ ଏବେ ମୋଟ୍ ୨୦ଟି […]

ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ

ଆଜି ସେପ୍ଟେମ୍ବର ୫ ତାରିଖ। ଗୁରୁ ଦିବସ। ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମଦିନ। ତାଙ୍କର ଜନ୍ମଦିନକୁ ସାରା ଦେଶରେ ଗୁରୁ ଦିବସ ରୂପେ ପାଳନ କରାଯାଉଛି।ଡକ୍ଟର ରାଧାକ୍ରିଷ୍ଣନ ଏକାଧାରରେ ଜଣେ ଶିକ୍ଷକ, ଶିକ୍ଷାବିତ୍, ଦାର୍ଶନୀକ ଓ କୁଟନୀତିଜ୍ଞ ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏହି ଅବସରରେ ବିଭିନ୍ନ ସ୍କୁଲ, କଲେଜ୍ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ତଥା ଅଧ୍ୟାପକ ମାନଙ୍କୁ ପୂଜା କରାଯାଇଥାଏ […]

ନୟାଗଡ ଜିଲ୍ଲାପାଇଁ ଗୌରବ ଆଣିଲେ ଏ ଡି ଇ ଓ ଗୀତାଞ୍ଜଳି ସାହୁନୟାଗଡ

/ନୂଆଗାଁ:( ପୁଷ୍ପଲତା ପ୍ରଧାନ)ନୟାଗଡ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି ଏ ଡି ଇ ଓ ଗୀତାଞ୍ଜଳି ସାହୁ।ପବିତ୍ର ଗୁରୁ ଦିବସରେ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ଗୁରୁଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଗୀତାଞ୍ଜଳି ସାହୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ,ନୟାଗଡ ଜିଲ୍ଲାକୁ ଶିକ୍ଷା ରେ ଶିଖରରେ ପହଞ୍ଚାଇବା ପାଇଁ ଅହରହ ପ୍ରଚେଷ୍ଟା ,ଜଣେ କର୍ତ୍ୟବ୍ୟନିଷ୍ଠ ଶିକ୍ଷା ପ୍ରଶାସିକା,ଆଦି […]