ହିନ୍ଦୁମାନେ ୪ ଛୁଆ ଜନ୍ମ କରନ୍ତୁ: ନବନୀତ ରାଣା

ବିଜେପି ନେତ୍ରୀ ତଥା ପୂର୍ବତନ ସାଂସଦ ନବନୀତ ରାଣା ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ନିବେଦନ କରିଛନ୍ତି।ସେ କହିଛନ୍ତି ଯେ କିଛି ଲୋକ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି, ତେଣୁ ହିନ୍ଦୁମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ। ସେ ଅମରାବତୀରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ଭଳି କହିଥିଲେ। ପରେ ତାଙ୍କର ମନ୍ତବ୍ୟ ସୋସିଆଲ ମିଡିଆରେ […]

ଜାନୁଆରୀ ୧୪ରୁ ୧୭ ଯାଏଁ ବନ୍ଦ ରହିବ ଟି- ସେତୁ

ଜାନୁଆରୀ ୧୪ରୁ ୧୭ ଯାଏଁ ବନ୍ଦ ରହିବ ଟି- ସେତୁ । ବଡମ୍ବା ସିଂହନାଥ ମକର ମେଳାରେ ଦଳାଚକଟା ଆଶଙ୍କା ଏଡ଼ାଇବାକୁ ପଦକ୍ଷେପ ନିଆଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ୧୨ ଘଣ୍ଟା ବନ୍ଦ ରହିବ ଟି-ସେତୁ । ଗୋପୀନାଥପୁର ଓ ବୈଦେଶ୍ୱର ଉଭୟ ପଟୁ ବନ୍ଦ ରହିବ ବାଟ ।ପ୍ରକାଶଥାଉକି, ଦୁଇବର୍ଷ ପୂର୍ବେ ମକରମେଳାରେ ଏଠାରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଫଳରେ ଦଳାଟକଟା ଭଳି ପରିସ୍ଥିତି ଉପୁଜି ପ୍ରାଣହାନୀ ମଧ୍ୟ ହୋଇଥିଲା […]

ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରି ନକଲି ପୋଲିସ ଗିରଫ

ଅସଲି ପୋଲିସ ହାତରେ ଧରାପଡିଲେ ନକଲି ପୋଲିସ । ନିଜକୁ ପୋଲିସ କହି ପ୍ରେମୀ ଯୁଗଳଙ୍କୁ ବ୍ଲାକମେଲ୍ କରୁଥିଲେ, ବାନ୍ଧିଲା ପୋଲିସ । ଖଣ୍ଡଗିରି ଓ ଉଦୟଗିରି ନିକଟରେ ପ୍ରେମୀଯୁଗଳଙ୍କୁ ବ୍ଲାକ ମେଲ କରିବା ସହ ଅନ୍ତରଙ୍ଗ ମୂହୁର୍ତ୍ତ ଫଟୋ ଓ ଭିଡ଼ିଓ କରି ଟଙ୍କା ମାଗୁଥିଲେ । ନିଜକୁ ସାଧା ପୋଷାକଧାରୀ ପୋଲିସ କହି ମୋଟା ଅଙ୍କର ଟଙ୍କା ଆଦାୟ ବେଳେ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ଗିରଫ ଅଭିଯୁକ୍ତ ହେଲେ କେରଳର […]

ଦିଲ୍ଲୀରେ ୩ଦିନ ରହିଲେ ଆଲର୍ଜି ହୋଇଯାଉଛି- ନୀତୀନ

ଦିଲ୍ଲୀ ପ୍ରଦୂଷଣକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଦିଲ୍ଲୀର ବାୟୁ ଲୋକଙ୍କ ପାଇଁ ରୋଗର ଗନ୍ତାଘର ପାଲଟିଗଲାଣି । ସ୍ଥିତି ଏମିତି ହେଲାଣି ଯେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି । ତେବେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି, ଦିଲ୍ଲୀରେ ୩ ଦିନ ରହିଲେ ଆଲର୍ଜି ହୋଇଯାଉଛି ।କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ସ୍ୱୀକାର କରିଛନ୍ତି ଯେ ଯାନବାହାନରୁ ନିର୍ଗତ ଧୂଆଁ ପାଇଁ ୪୦% ପ୍ରଦୂଷଣ […]

ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ । ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ଉନ୍ନୟନ କମିସନର ଦାୟିତ୍ୱ ତୁଲାଉଥିଲେ ଅନୁ ଗର୍ଗ ।୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ହେଉଛନ୍ତି ଅନୁ ଗର୍ଗ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ଏବେ ଅନୁ ଗର୍ଗ ଉନ୍ନୟନ କମିଶନର ସହ ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଅଛନ୍ତି । ଏହା ପୂର୍ବରୁ ସେ […]

ଚାନ୍ଦବାଲି ଲଜ୍ଜା: ୧୦ ଲକ୍ଷର ଅନୁକମ୍ପା ଘୋଷଣା

ଚାନ୍ଦବାଲି ଲଜ୍ଜା ଘଟଣାରେ ୧୦ ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୀଡିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଦିଆଯିବ ଅନୁକମ୍ପା ରାଶି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରି ଦୋଷୀକୁ କଠୋରରୁ ଅତି କଠୋର ଦଣ୍ଡବିଧାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ସୂଚନାଥାଉକି, ଗତକାଲି ଛାତ୍ରୀ ଜଣଙ୍କ ସ୍କୁଲକୁ ଯାଇଥିବା ବେଳେ ଅପରାହ୍ମ ୨ଟା ସମୟରେ ଆଉ […]

ନିର୍ଦ୍ଧାରିତ ସମୟରେ କାମ ସମାପ୍ତି ଓ ଗୁଣବତ୍ତାରେ କୌଣସି ସାଲିସ ଗ୍ରହଣୀୟ ନୁହେଁ : ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର*

ଭୁବନେଶ୍ୱର, ରାଜ୍ୟର ସହରାଞ୍ଚଳଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (MSBY) ଅଧୀନ ପ୍ରକଳ୍ପଗୁଡ଼ିକର ଆଜି ଗୃହନିର୍ମାଣ ଓ ନଗର ନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଖାରବେଳ ଭବନରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ , ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ […]

ଚାନ୍ଦବାଲି ଦୁଷ୍କର୍ମ ଘଟଣା: ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ

ଚାନ୍ଦବାଲିରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟ।। ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖି କହିଛନ୍ତି, ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ଘଟଣା ସମାଜରେ ଆଉ ନହେଉ । କେବଳ ସରକାରଙ୍କ ନୁହେଁ ସମାଜର ବି ଦାୟିତ୍ୱ ଅଛି । ଝିଅମାନଙ୍କ ଉପରକୁ ଆସୁଥିବା ଅତ୍ୟାଚାର ରୋକିବାକୁ ପଡିବ । ଏବେ ସରକାରଙ୍କ ବଡ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ଆଇନ ତା ବାଟରେ ଯିବ, […]

ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲରେ ଧୁମଧାମରେ ପାଳିତ ‘ସେନଫେଷ୍ଟ–15.0’ ବାର୍ଷିକ ଉତ୍ସବ

ରାୟଗଡ଼ା: ସ୍ଥାନୀୟ ସେଞ୍ଚୁରିଅନ୍ ପବ୍ଲିକ୍ ସ୍କୁଲ ପକ୍ଷରୁ ୨୩.୧୨.୨୦୨୫ ତାରିଖରେ ବିଦ୍ୟାଳୟ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ‘ସେନଫେଷ୍ଟ–15.0’ ଅତ୍ୟନ୍ତ ଭବ୍ୟ ଓ ଆଡମ୍ବରମୟ ଭାବେ ପାଳିତ ହୋଇଯାଇଛି। ଉତ୍ସବ ସମଗ୍ର ଦିନ ଶିଷ୍ଟାଚାର, ଶୃଙ୍ଖଳା ଓ ଉତ୍ସାହର ମନୋହର ସମ୍ମିଳନ ଦେଖାଇଥିଲା।ଏହି ଅବସରରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଆଡିସନାଲ୍ ଡିଷ୍ଟ୍ରିକ୍ଟ ମ୍ୟାଜିଷ୍ଟ୍ରେଟ୍ (ADM), ରାୟଗଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଶ୍ରୀ ଭଜନ ଲାଲ ମାଝି, ଆସିଷ୍ଟାଣ୍ଟ ଡିଷ୍ଟ୍ରିକ୍ଟ ଏଡୁକେସନ୍ ଅଫିସର (ADEO) ଗେଷ୍ଟ […]

ଗାଡି କଗଜପତ୍ର ପାଇଁ ମାସେ ସମୟ-ମନ୍ତ୍ରୀ

ମାସେ ବଢିଲା ପିୟୁସିସି ଅବଧି। ଫେବୃଆରୀ ପହିଲା ଯାଏଁ ଗାଡିର ବୈଧ କାଗଜପତ୍ର କରାଇନେବାକୁ ପରାମର୍ଶ ଦିଆଯାଇଛି। ଏହି ଅବଧି ଭିତରେ RC, ଫିଟନେସ୍, ପିୟୁସି, ବୀମା ଆଦି କରାଇନେବାକୁ କୁହାଯାଇଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପିୟୁସିସି ବିନା ଗାଡ଼ିକୁ ପେଟ୍ରୋଲ ଦିଆଯିବ ନାହିଁ ବୋଲି ଘୋଷଣା ହୋଇଥିଲା। ଏହା ସହ ଜାନୁଆରୀ ୧ ତାରିଖରୁ ଜୋରଦାର ଗାଡ଼ି ଚେକିଂ ହେବ ବୋଲି ସୂଚନା ଦେଇଥିଲେ ପରିବହନ କମିଶନର ଅମିତାଭ […]

ରୋଗୀଙ୍କୁ ଦେଲେନି ସରକାରୀ ଔଷଧ । ଫିଙ୍ଗିଦେଲେ ପେଟି ପେଟି ମେଡିସିନ୍

ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ପେଟି ପେଟି ଔଷଧକୁ ଫିଙ୍ଗିଦେଲେ, ପୋଡ଼ି ଦେଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିଛି ଓ ପୋଡ଼ାଯାଇଛି ଅନେକ ଏକ୍ସପାରି ଔଷଧ ଓ ରକ୍ତ ପରୀକ୍ଷା କିଟ୍ । ବାହାନଗା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ପକାଇବା ସ୍ଥାନରେ ପେଟିପେଟି ଔଷଧକୁ ରୋଗୀଙ୍କୁ ଦିଆନଯାଇ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ ଏବଂ ସିରାପ, ମଲମ, ଇଞ୍ଜେକ୍ସନ ଆଦି ରୋଗୀଙ୍କୁ ଦିଆଯିବା ପରିବର୍ତ୍ତେ ଫିଙ୍ଗା […]

ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆଜିଠାରୁ ବରଗଡ ଧନୁଯାତ୍ରା ଆରମ୍ଭ । ଏହି ଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ ପାଲଟିବ ମଥୁରା ଓ ଅମ୍ବାପଲ୍ଲୀ ପାଲଟିବ ଗୋପପୁର। ମଝିରେ ଥିବା ଜିରା ନଦୀରେ ଚାଲିବ ଯମୁନାର ରାସ । ଆଜି ଅପରାହ୍ନ ୨ଟାରୁ ବାହାରିବ ସାଂସ୍କୃତିକ ଶୋଭାଯାତ୍ରା । ସଂଧ୍ୟା ୭ଟାରେ ହାଟପଦା ସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବର ଶୁଭାରମ୍ଭ ହେବ । ଏହା ପରେ ଧନୁଯାତ୍ରାର ପ୍ରଥମ ଦୃଶ୍ୟ ରାମଜୀ ମନ୍ଦିରରେ ଦେବକୀ ଓ ବସୁଦେବଙ୍କ […]