ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୦୬,୦୯୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୭,୨୫୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୦୬,୦୯୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୯୭,୨୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧, ୦୬,୦୯୦ ଟଙ୍କା ଓ ୨୨ କ୍ୟାରେଟ୍ […]
ଟିଇଟି ପରୀକ୍ଷା ବାଧ୍ୟତାମୂଳକ ପ୍ରସଙ୍ଗରେ ବିଭାଗ ତର୍ଜମା କରିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖାଯିବ । ଅନ୍ୟ ରାଜ୍ୟଗୁଡିକ କଣ ବିଚାରବିମର୍ଶ କରୁଛନ୍ତି ନଜର ରଖାଯିବ । ପୂର୍ୱରୁ ଅନେକ ଶିକ୍ଷକ ବିନା ଓଟିଇଟିରେ ଶିକ୍ଷକତା କରୁଛନ୍ତି । ସେମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପରୀକ୍ଷା ବ୍ୟବସ୍ଥା ନଥିଲା । ଏବେ ଗାଇଡଲାଇନ ହୋଇଥିବାରୁ ବିଭାଗ ଆଲୋଚନା କରିବ । ସୂଚନାମୁତାବକ ଶିକ୍ଷକ ନିଯୁକ୍ତି ପାଇଁ ଟିଇଟି (ଟିଚର୍ସ ଇଲିଜିବିଲିଟି […]
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ) ସମୟରେ ପୁଟିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ବିଶେଷ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ଆମେରିକା ଅସୁବିଧାରେ ପଡ଼ିଛି। ଟ୍ରମ୍ପଙ୍କ ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଭାରତ ରୁଷିଆ ସହିତ ନୁହେଁ, ଆମେରିକା ସହିତ ରହିବା ଉଚିତ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ […]
ଭୁବନେଶ୍ୱର, (ଓଡିଶା ଦର୍ପଣ): ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ୨୯ ଅଗଷ୍ଟ ୨୦୨୫ ତାରିଖରେ ଜାରିକରିଥିବା ଆଦେଶରେ ପୁନର୍ବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମସ୍ତ ସାଧାରଣ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି। ମାନ୍ୟବର କୋର୍ଟ ୯ ସେପ୍ଟେମ୍ବର ୨୦୨୫ ଅପରାହ୍ନ ୨ଟାରେ ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ ନିର୍ଦ୍ଦେଶ ପାଳନରେ ବିଳମ୍ବ କିମ୍ବା ଅନାଦର କଲେ ଗଭୀର ପରିଣାମ ହେବା ସହିତ […]
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ଚିନ୍ତାଗୁଫା ଥାନା ପେଣ୍ଟାପାଦ ଗ୍ରାମରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଜିଲ୍ଲା ପୋଲିସ ଓ CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରାଯାଇଛି । ଅନ୍ୟପଟେ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ରବିବାର ଦିନ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ […]
ସମ୍ବଲପୁର ବୁର୍ଲା ଭିସୁଟ୍ର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ପିସି ବ୍ରିଜ ତଳୁ ମିଳିଛି ମୃତଦେହ । ମୃତ ଛାତ୍ର ଜଣକ ହେଉଛନ୍ତି ଅଞ୍ଜନେୟ ଦାସ। ଅଞ୍ଜନେୟ ମେକାନିକାଲ ଇଂଜିନିୟରିଂ ଶେଷ ବର୍ଷର ଛାତ୍ର ।ମୃତ ଛାତ୍ର ଜଣକ ହେଲେ ଯାଜପୁରର ଅଂଜନେୟ ଦାସ l ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l ସେପଟେ ଅଞ୍ଜନେୟ ଏକା ଥିଲେ ନା ତାଙ୍କ ସହ […]
ବେଙ୍ଗାଲୁରୁରୁ ସାପ କାମୁଡ଼ିରେ ମୃତ୍ୟୁ ନେଇ ଏକ ଭୟଙ୍କର ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ୪୧ ବର୍ଷିୟ ସଫ୍ଟୱେୟାର ଇଞ୍ଜିନିୟରଙ୍କର ମୃତ୍ୟୁ ଏକ ବିଷାକ୍ତ ସାପ କାମୁଡ଼ିବାରେ ମୃତ୍ୟୁ ହୋଇଛି। ମଞ୍ଜୁ ଟିସିଏସ୍ରେ କାର୍ଯ୍ୟରତ ଥିଲେ ଓ ରଙ୍ଗନାଥ ଲେଆଉଟରେ ରହୁଥିଲେ। ପୋଲିସ ଓ ପରିବାର ସୂତ୍ରରୁ ଜଣାପଡ଼ିଛି, ମଞ୍ଜୁ ତାଙ୍କ କ୍ରକ୍ସ ଚପଲ ଘର ବାହାରେ ରଖିଥିଲେ। ନିକଟସ୍ଥ ଦୋକାନରୁ ଜୁସ୍ କିଣିବାକୁ ଯାଇ ଫେରିବା ପରେ ସେ ଚପଲ ପିନ୍ଧିଥିଲେ, କିନ୍ତୁ ତାଙ୍କ […]
ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠୁ ବଢିବ ବର୍ଷା ପରିମାଣ । କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି ପ୍ରବଳ ବର୍ଷା ସମ୍ଭାବନା ଥିବା କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ନବରଙ୍ଗପୁର ଓ […]
ଓଡ଼ିଶା ଯାତ୍ରୀ ଆପ୍ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଣିକି ଏହି ଆପ୍ ମାଧ୍ୟମରେ ଆମ ବସ୍ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍ କିଣିପାରିବେ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖକର ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ ସୁବିଧାକୁ ଆପ୍ରେ ଅନ୍ତର୍ଭୁକ୍ତ କରାଯାଇଛି ।ସମସ୍ତ ଆଣ୍ଡରୋଏଡ୍ ପ୍ଳାଟଫର୍ମରେ ଏହି ଆପ୍ ଉପଲବ୍ଧ ହୋଇସାରିଥିବା ବେଳେ ଆଇଓଏସ୍ ରେ ନିକଟରେ ଭବିଷ୍ୟତରେ ଉପଲବ୍ଧ ହେବ […]
ରାୟଗଡା – ରାୟଗଡା ଜିଲ୍ଲା କୋଲନରା ଅଂଚଳରୁ ୨ଟି କଲରାପତରିଆ ବାଘ ଚମଡା ଜବତ ସହ ଚାରି ଜଣଙ୍କୁ ରାୟଗଡା ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଣ୍ଟେଲିଜେନ୍ସି ବିଭାଗ ଗିରଫ କରିଥିବା ଜଣାପଡିଛି I ଗିରଫ ବ୍ୟକ୍ତି ମାନେ ୨ ଜଣ ରାୟଗଡା ଜିଲ୍ଲାର ହୋଇଥିବା ବେଳେ ୨ ଜଣ ମହାରାଷ୍ଟ୍ର ରାଜ୍ୟର ବୋଲି ଜଣାପଡିଛି I ଉକ୍ତ ୪ ଅଭିଯୁକ୍ତ ମଧ୍ୟରୁ ୨ ଜଣ ଗୁଣପୁର ବ୍ଲକ ପୁଟାସିଂ ଅଂଚଳର […]
ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷକତା ଜାରି ରଖିବା କିମ୍ବା ପଦୋନ୍ନତି ପାଇଁ ଶିକ୍ଷକ ଯୋଗ୍ୟତା ପରୀକ୍ଷା -TET ପାସ୍ ବାଧ୍ୟତାମୂଳକ । ଦୁଇ ବର୍ଷ ଭିତରେ ଓଟିଇଟି ପାସ୍ ନକଲେ ଚାକିରି ହରାଇବେ ଶିକ୍ଷକ।୨୦୧୨ ପୂର୍ବରୁ ଶିକ୍ଷକ ଚାକିରି କରିଥିଲେ ବି ଦେବାକୁ ପଡ଼ିବ ଓଟିଇଟି। ଅବସର ପାଇଁ ୫ବର୍ଷରୁ କମ୍ ଥିଲେ ଦେବାକୁ ପଡ଼ିବନି ଓଟିଇଟି।ଯଦି ସଂପୃକ୍ତ ଶିକ୍ଷକମାନେ TET ପାସ୍ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିବ ।ସେମାନେ […]
ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ ପରୀକ୍ଷା ଆୟୋଜନ କରିବ। ଏହି ପରୀକ୍ଷା ନଭେମ୍ବରର ୩ୟ ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି କମିଶନ ବିଜ୍ଞପ୍ତି ପ୍ରକାଶ କରିଛି।ସବୁ ଜିଲ୍ଲାରେ ପରୀକ୍ଷା ହେବା ନେଇ ସୂଚନା ଜାରି।
