ଆତଙ୍କବାଦ ବିରୋଧରେ ଭାରତର ଅଭିଯାନ ଅପରେସନ ‘ସିନ୍ଦୂର’କୁ ସାଲ୍ୟୁଟ କରିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ। ସେ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଢେର ପ୍ରଶଂସା କରିଛନ୍ତି।ଅମ୍ବାନୀ କହିଛନ୍ତି, ଅପରେସନ ‘ସିନ୍ଦୂର’ ସୀମାପାର ଆତଙ୍କବାଦ ବିରୋଧରେ ଏକ ଗୁରୁତ୍ଵପୂର୍ଣ୍ଣ ଅଭିଯାନ। ଏହି ଅପରେସନ ଆରମ୍ଭ ହେବା ପରେ ଭାରତର ଜାତୀୟ ଏକତା ଏକ ନୂଆ ସ୍ତରରେ ପହଞ୍ଚିଛି। ଆତଙ୍କବାଦ ବିରୋଧରେ ସମସ୍ତ ଭାରତୀୟ ଦୃଢ଼ ଭାବରେ ସମର୍ଥନ କରିଛନ୍ତି। ଅପରେସନ ‘ସିନ୍ଦୂର’ ଲାଗି ଆମେ […]
ଭାରତ-ପାକିସ୍ତାନ ଭିତରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଉଗ୍ର ରୂପ ଧାରଣ କରିଛି। ଯୁଦ୍ଧ ଘୋଷଣା ହୋଇ ନଥିଲେ ବି ଉଭୟ ଦେଶ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଆରମ୍ଭ ହୋଇଛି । ତେବେ କୌଣସି ସମସ୍ୟା ନ ଆସିବା ପାଇଁ ପୁରୀ ବଡ଼ଦାଣ୍ଡରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ନିକଟରେ ସଶସ୍ତ୍ର ସୁରକ୍ଷାବଳ ମୁତୟନ କରାଯାଇଛି । ପୋଲିସ ମୁତୟନ ହୋଇଥିବା ବେଳେ ସେମାନଙ୍କୁ […]
ପୁଣି ରାଜ୍ୟକୁ ଫେରୁଛି ଭୀଷଣ ତାତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ହେଉଥିବା କାରଣରୁ କିଛି ଦିନ ହେବ ଟାଣ ଖରାର ପ୍ରକୋପ କିଛିଟା ମାତ୍ରାରେ କମିଥିଲା । ହେଲେ ଏବେ ପୁଣିଥରେ ରାଜ୍ୟକୁ ଫେରୁଛି ତାତି । ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା। ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି […]
ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ହାଇଆଲର୍ଟ ଜାରି । ଆଇଟିଆର ନିର୍ଦ୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଆସିଲା ।ଅପରାହ୍ନ ୨ଟାରେ PXE କ୍ୟାମ୍ପସ୍ରେ ବୈଠକ ହୋଇପାରେ ବୋଲି କୁହାଯାଉଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) କାର୍ଯ୍ୟାଳୟରେ ମଧ୍ୟ ବୈଠକ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ITR ନିର୍ଦ୍ଦେଶକ, PXE ନିର୍ଦ୍ଦେଶକ, ଜିଲ୍ଲାପାଳ, ଏସ୍ପି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଚାନ୍ଦିପୁରର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। […]
ଓଡିଶା ଦର୍ପଣ ( ଭୁବନେଶ୍ୱର )ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିକୁ ସିଧାସଳଖ ବିମାନ ସେବା ଜୁନ୍ ୨୦୨୫ରୁ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ସୂଚନା ଦେଇଛନ୍ତି।କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଦିନ ବିମାନ ଉଡ଼ିବା ନେଇ ସୂଚନା ମିଳିଛି। ଏହା ସହିତ ଭାଇଜାଗକୁ ମଧ୍ୟ ସିଧାସଳଖ ଉଡିବ ବିମାନ। ଏନେଇ ବିମାନର ସମୟ ଧାର୍ଯ୍ୟ କରାଯାଇନାହିଁ। କେଉଁ ସମୟରେ ଉଡାଣ କରିବା ସେନେଇ […]
ଓଡିଶା ଦର୍ପଣ ( ଭୁବନେଶ୍ୱର )ମୂଷା ପାଇଁ ଲଗାଯାଇଥିବା ଅଠାରେ ଫସି ରହିଥିଲା ଏକ ନାଗ ସାପ ।ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ସୁବର୍ଣ୍ଣପୁର ଗ୍ରାମରେ ଘଟିଛି ଏହି ଘଟଣା |ଗାଁର ଆଲୋକ ରଞ୍ଜନ ପାତ୍ର ଘରେ ମୂଷା ଅଠା ଖଞ୍ଜିଥିଲେ। ହେଲେ ଏହି ଅଠାରେ ମୂଷା ବଦଳରେ ଏକ ବଡ଼ ନାଗ ସାପ ଫସିଥିଲା। ଆଉ ଯେତେ ଚେଷ୍ଟା କଲେବି ସାପଟି ବାହାରି ପାରିନପାରି ଛଟପଟ ହେଇ କିଛି ସମୟ ପରେ ନିସ୍ତେଜ […]
ସୁପ୍ରିମକୋର୍ଟଙ୍କ ରାୟ ପରେ ବିଶ୍ୱ ବିଦ୍ୟାଳୟ ନିଯୁକ୍ତିରେ ଫିଟିଲା ବାଟ । ଆଇନ ଗତ ପ୍ରତିବନ୍ଧକ ହଟିବା ପରେ ପ୍ରତିକ୍ରିୟା ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାଜ୍ୟରେ ଆରମ୍ଭ ହେବ କୁଳପତି ଓ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା। ଲେକଚର ଓ ପ୍ରଫେସର ନିଯୁକ୍ତିରେ ଅସଙ୍ଗତି ରହିଥିଲା ତାହାକୁ ସୁପ୍ରିମକୋର୍ଟ ଦୂର କରିଛନ୍ତି। ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନିଯୁକ୍ତିକୁ ନେଇ ନ୍ୟାୟକି ଅସଙ୍ଗତି ଯାହା ରହିଥିଲା ତାହା ଉଠି ସାରିଛି। ଖୁବଶୀଘ୍ର କୁଳପତି […]
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସିଛନ୍ତି l ପ୍ରଥମେ ସେ ସକାଳ ୧୧ଟାରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚି ସେଠାରୁ ଯାଇ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ। ଏହାସହ ମନ୍ଦିର ଚତୁଃପାର୍ଶ୍ୱ ବୁଲି ଉନ୍ନୟନମୂଳକ କାର୍ଯ୍ୟ ପରଖିଥିଲେ। ଖୁବଶୀଘ୍ର ମନ୍ଦିରର ଉନ୍ନୟନ ନେଇ ୩୦ କୋଟି ଟଙ୍କାର ଡିପିଆର ପ୍ରସ୍ତୁତ କରାଯିବ ଓ ମନ୍ଦିରର ଉନ୍ନତିକରଣ କରାଯିବ ବୋଲି କହିଥିଲେ […]
ପୁଣି ଚିନ୍ତା ବଢ଼ାଇଲା ସୁନା ଦର। କମିଥିଲା ପୁଣି ବଢ଼ିଲା। ଯାହ ଅନୁମାନ କରାଯାଉଛି ସବୁ ରେକର୍ଡ ଭାଙ୍ଗିବ ସୁନା ଦର। କିଛି ଦିନ ତଳେ ଲକ୍ଷେ ଛୁଇଁଥିଲା ସୁନା। ହେଲେ ପୁଣିଥରେ କମି ଥିଲା। ତେବେ ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୯, ୬୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୧ ହଜାର ୩୦୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା […]
ଗ୍ରୀଷ୍ମ ପ୍ରବାହ ଯୋଗୁ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଯେଉଁ ସ୍କୁଲଗୁଡ଼ିକ ଚାଲୁ ରହିଛି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୨୨ ତାରିଖରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ସତ୍ତ୍ୱେ କିଛି ବିଦ୍ୟାଳୟ ଖୋଲା ଯିବା ଦୃଷ୍ଟି ଗୋଚର ହୋଇଛି। […]
ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ରବି ଧାନ ପାଇଁ ପଞ୍ଜୀକରଣ ସରିଛି । ଏଥର ଆମେ ୨୦ଟି ଜିଲ୍ଲାକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ପଞ୍ଜୀକରଣ ହେଉଥିଲା । ପଞ୍ଜୀକରଣ ପରେ ସାଟେଲାଇଟ୍ ସର୍ଭେ କରାଯିବ । ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଫିସର । ଆମର ଟାର୍ଗେଟ୍ ୧୫ ଲକ୍ଷ ମେଟ୍ରିକ୍ […]
ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ମଙ୍ଗଳବାର ମଧ୍ୟରାତ୍ରରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର, ଯାହା ଏବେ ବି ଜାରି ରହିଛି। ଭାରତର ଆକ୍ରମଣର ଜବାବ ଦେବାକୁ ଯାଇ ପାକିସ୍ତାନ ମଧ୍ୟ ନିୟନ୍ତ୍ରଣ ରେଖାରେ ଗୁଳିବର୍ଷା ବଢ଼ାଇ ଦେଇଛି। ଏହି ସମୟରେ, ଖବର ଆସୁଛି ଯେ ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ।ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ପାକିସ୍ତାନର ବିଭିନ୍ନ ସହରରେ ଜୋରଦାର […]
