ବେଆଇନ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ :ଏସପି ରାହୁଲ ଜୈନ

ଆସୁଛି ପୂଜା ସମୟ, ତେବେ ସବୁଠୁ ବଡ଼ ଚିନ୍ତା ହେଲା ଚାନ୍ଦା ସମସ୍ୟା| ଏହାର ସମାଧାନ ପାଇଁ ଏବେ ଆଗକୁ ଆସିଛନ୍ତି ଅନୁଗୁଳ ଆରକ୍ଷୀ ଅଧିକ୍ଷକ(ଏସପି) ରାହୁଲ ଜୈନ। ବେଆଇନ ଚାନ୍ଦା ଆଦାୟ ବିରୋଧରେ ଅନୁଗୁଳ ଏସପି ରାହୁଲ ଜୈନ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଜିଲ୍ଲାର ସବୁ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇ ବେଆଇନ ଚାନ୍ଦା ଆଦାୟ କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବାକୁ କହିଛନ୍ତି ରାହୁଲ ଜୈନ। ଏହା ସହିତ […]

ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ ବ୍ଲୁ ପ୍ରିଣ୍ଟ

ଦାଦନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ବ୍ଲୁ-ପ୍ରିଣ୍ଟ । ଉପ ମୁଖ୍ୟମନ୍ତ୍ରୀ କେ. ଭି. ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁ ରାଜ୍ୟକୁ ଦାଦନ ଯାଉଛନ୍ତି ସେହି ରାଜ୍ୟକୁ ଯିବ ଓଡ଼ିଶାର ଟିମ୍ ।କାରଣ ଖୋଜାଯାଇ ନିରାକରଣ ବାହାର କରାଯିବ । ଧାନ କ୍ୱିଣ୍ଟାଲ ପିଛା ୮୦୦ ଟଙ୍କା ଇନ୍‌ପୁଟ୍ ସବସିଡି ଯୋଗୁଁ ଦାଦନ କମିଛି । ସମ୍ପୂର୍ଣ୍ଣ ରୋକିବାକୁ ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ଆଲୋଚନା କରୁଛୁ ।ସାରା […]

ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ

ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ। ଗତବର୍ଷ ତୁଳନାରେ ଖରିଫ୍ ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏବର୍ଷ ତାଠାରୁ ଢ଼େର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ୧୮ ଲକ୍ଷ ୫୦ ହଜାର ୯୮୩ ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି। ଆଜି ଚାଷୀ ପଞ୍ଜୀକରଣର ଶେଷ ଦିନ । ରାତି ୧୨ଟାରେ ସରିବ ଅବଧି। […]

ବଦଳିଲା ସୁନା-ରୂପା ଦର

ବଦଳିଲା ସୁନା-ରୂପା ଦର । ଅଗଷ୍ଟ ୨୫ ଅର୍ଥାତ୍‌ ସୋମବାର ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୧,୫୧୦ ଟଙ୍କା ରହିଛି । ଗତକାଲି ୧,୦୧,୬୨୦ ଟଙ୍କା ଥିଲା । ଏଥିରେ ୧୧୦ ଟଙ୍କା ହ୍ରାସ ହୋଇଛି ।୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୩,୦୫୦ ଟଙ୍କା ରହିଛି । ଗତକାଲି ୯୩,୧୫୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦର ୭୬,୧୪୦ […]

ଭୁବନେଶ୍ୱର ବିମାନବନ୍ଦରରେ ମିଳିବ ଶସ୍ତା ଖାଦ୍ୟ, ସମ୍ପ୍ରସାରଣ ହେବ ଟର୍ମିନାଲ ୩

ଆହୁରି ବିକଶିତ ହେବ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦର, ବଢ଼ିବ ଭିତ୍ତିଭୂମି । ଓଡ଼ିଶା ଗସ୍ତ ଅବସରରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ।ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଖୁବଶୀଘ୍ର […]

ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି

ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି । ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ପହଞ୍ଚିଲେ ରାଜ୍ୟପାଳ । ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେନେଇ ପଚାରି ବୁଝିଲେ ରାଜ୍ୟପାଳ । ନିକଟରେ ଏକ ଘରୋଇ ହସ୍ପିଟାଲରେ ଡିହାଇଡ୍ରେସନ୍ ହୋଇଥିବାରୁ ଚିକିତ୍ସିତ ହୋଇ ଫେରିଥିଲେ । ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ ମଦ ବାର୍ ଖୋଲିବା ପାଇଁ ଅନୁମତି ଦିଆଯିବ: ଆଇନ ମନ୍ତ୍ରୀ 

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରୁଥିବା ସବୁ ରାସ୍ତା ସମ୍ପ୍ରସାରଣ କରାଯିବ। ପୁରୀ – ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବ।ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ପୁରୀ-କୋଣାର୍କ, ପୁରୀ ସାତପଡ଼ା ଏବଂ ପିପିଲି କୋଣାର୍କ ରାଜପଥ ୪ ଲେନ୍‌ ବିଶିଷ୍ଟ କରାଯିବ।ସେହିପରି ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ […]

ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର

ରାଜ୍ୟରେ ରହିବେନି ଭୂମିହୀନ।  ରାଜ୍ୟରେ ଥିବା ଭୂମିହୀନଙ୍କୁ ଖୋଜି ଖୋଜି ପଟ୍ଟା ଦେବେ ତହସିଲଦାର।ଆସନ୍ତାବର୍ଷ ଅଗଷ୍ଟ ସୁଦ୍ଧା ଜିଲ୍ଲାର ଜମିହୀନଙ୍କୁ ଖୋଜି ପଟ୍ଟା ଯୋଗାଇ ଦେବେ ରାଜସ୍ୱ ବିଭାଗ।କେବଳ ଗରିବ ଭୂମିହୀନ ନୁହେଁ ସ୍କୁଲଗୁଡିକୁ ମଧ୍ୟ ଜମି ପଟ୍ଟା ଯୋଗାଇ ଦିଆଯିବ। ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷକଙ୍କୁ ପଟ୍ଟା ଦେବେ ତହସିଲଦାର। ଗୋଟିଏ ବର୍ଷ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୨୨ ହଜାର ଜମି ପଟ୍ଟା ପ୍ରଦାନ କରାଯାଇଛି। ଶିକ୍ଷାନୁଷ୍ଠାନକୁ ଜଙ୍ଗଲ କିସମ ଜମି ମଧ୍ୟ ପଟ୍ଟା କରି […]

ଭିଜିଲାନ୍ସ ଜାଲରେ ଏସଆଇ । ୭ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଜଗା ବରିହା ସୋମବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣେ ସ୍କ୍ରାପ ବ୍ୟବସାୟୀଙ୍କଠାରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା। ସୁଚାମୁତାବକ ବରଗଡ଼ ବିଜେପୁର ଏସଆଇ ଜଗା ବରିହା ଜଣେ ସ୍କ୍ରାପ ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ । ସୁରୁଖୁରୁରେ ବ୍ୟବସାୟ କରିବା ଓ ତାଙ୍କ ନାଁରେ କୌଣସି ମାମଲା ନ କରିବାକୁ ମାଗିଥିଲେ ଲାଞ୍ଚ । ୧୦ ହଜାର ଟଙ୍କାରେ […]

ରାଜଧାନୀରେ ମେଟ୍ରୋରେ ଯାତ୍ରା କରିବା ହେଲା ମହଙ୍ଗା

ଦିଲ୍ଲୀର ଜୀବନରେଖା ମେଟ୍ରୋରେ ଯାତ୍ରା କରିବା ଏବେ ମହଙ୍ଗା ହୋଇଯାଇଛି। ସମସ୍ତ ମେଟ୍ରୋ ଲାଇନରେ ଭଡା ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁମାନେ କମ ଦୂରତା ଯାତ୍ରା କରୁଛନ୍ତି ସେମାନଙ୍କୁ ଅତିରିକ୍ତ ଟଙ୍କା ଦେବାକୁ ପଡିବ। DMRC ଏକ ପୂର୍ବ ପୋଷ୍ଟରେ ସୂଚନା ଦେଇଛି ଯେ ନୂତନ ଦର ୨୫ ଅଗଷ୍ଟ ୨୦୨୫ (ସୋମବାର) ଠାରୁ କାର୍ଯ୍ୟକାରୀ ହୋଇଛି। ନୂତନ ନିୟମ ଅନୁଯାୟୀ, ଭଡ଼ା ଏକ ଟଙ୍କାରୁ ଚାରି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହି […]

ଖେଳ ସମୟରେ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ

ରବିବାର ଦିନ ଖେଳ ସମୟରେ ଚାଲିଗଲା ଜଣେ ଖେଳାଳିଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲାରେ ଏକ ଫୁଟବଲ୍ ମ୍ୟାଚ୍ ଖେଳା ଯାଉଥିବା ସମୟରେ । ମୃତକ ଦେବଗଡ଼ ସହର ଭୂୟାଁସାହିର ପ୍ରକାଶ ନାୟକ ।ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଦେବଗଡ଼ ପୌର ପ୍ରଶାସନ ପକ୍ଷରୁ କାଉନସିଲର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଜିଲ୍ଲା ଆଥେଲେଟିକ ଆସୋସିଏସନ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲା । ପଡ଼ିଆରେ ଖେଳୁଥିବା ବେଳେ ପ୍ରକାଶ […]

୨୯ ଯାଏଁ ପ୍ରବଳ ବର୍ଷା

ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବ। ଏହା ପ୍ରଭାବରେ ୨୯ ତାରିଖ ଯାଏ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କଟକର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ […]