ଶ୍ରୀମନ୍ଦିରର ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇ କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଦୀଘା ଜଗନ୍ନାଥ ମନ୍ଦିରରେ […]
ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ମହାମହିମ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି ଏବଂ […]
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । ନାଁ ନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସେ କହିଛନ୍ତି ଯେ, ଧାମ ତିଆରି ନାମକରଣ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ। ଏଥିପାଇଁ ହିନ୍ଦି ସଂସ୍କୃତିରେ ଅଲଗା ପରମ୍ପରା ଅଛି। ଏଥିପାଇଁ ଫଳ ନିଶ୍ଚୟ ଭୋଗିବେ ଅପେକ୍ଷା କରନ୍ତୁ।କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ ଯେ କେଉଁଠି ଧାମ ତିଆରି […]
ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି। ଏ ନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି। ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ।ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ଜଗନ୍ନାଥ ଧାମ କୁହାଯିବାରେ ଅରାଜି ପୋଷଣ କରି ବାଲୁକା ଶିଳ୍ପୀ […]
ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଏହା ପରେ ଯୁକ୍ତ ୨ ପରୀକ୍ଷାଫଳ ନେଇ ଚାତକ ଭଳି ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଗୁଜବ ଉଠୁଥିଲା, ଯେ କି ଆସନ୍ତା ୬ ତାରିଖରେ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ । ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଥିବା ବେଳେ ଏହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛି ସିଏଚଏସଇ । ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ […]
ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ । ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା ।ସାମ୍ବାଦିକ ଏବଂ ଗଣମାଧ୍ୟମ ହେଉଛନ୍ତି ସେହି ସେତୁ, ଯିଏ ଜନସାଧାରଣଙ୍କୁ ସତ୍ୟ ସହିତ ଯୋଡ଼ିଥାଏ। ଏହି ଦିବସ ସେହି ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାର ଏକ ଅବସର, ଯେଉଁମାନେ ଯେତେ ବି କଷ୍ଟ ସହିବାକୁ ପଡ଼ୁନା କାହିଁକି […]
ବଢ଼ି ଚାଲିଛି ସୁନା ଦର। ସୁନା କିଣିବା ପୂର୍ବରୁ ବହୁ ଥର ଚିନ୍ତା କରିବାକୁ ପଡୁଛି। ହେଲେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁ କାରଣରୁ ଗତକାଲି ଦାମ୍ ସାମାନ୍ୟ ହ୍ରାସ ପରେ ଯାହା ଥିଲା ସେଇୟା ରହିଛି […]
ଆଇନଜୀବୀଙ୍କୁ ସର୍ଭିସ ଟ୍ୟାକ୍ସ ପୈଠ ପାଇଁ ଅଯଥା ନୋଟିସ୍ ଜାରି କରାଯାଇ ପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଏଥିସହ ଆଇନ ପେସାରୁ ଆଇନଜୀବୀ କରିଥିବା ଆୟ ଉପରେ ସେବା କର ଦାବି କରି ଜାରି ନୋଟିସ୍କୁ ହାଇକୋର୍ଟ ରଦ୍ଦ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଏସ.ଏନ.ରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି […]
ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ନାଁରେ ସେ ମୋକଦ୍ଦମା ଦାୟର କରିଛନ୍ତି। । ସିତାଂଶୁ ଦ୍ବିବେଦୀଙ୍କ ବୟାନ ଉପରେ ମାନହାନୀ ମକଦ୍ଦମା ଦାୟରକ କଲେ ମନମୋହନ ।ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ପରିବହନ କୋ-ଅପରେଟିଭ ସୋସାଇଟିରେ ଆର୍ଥିକ ଘୋଟାଲା ଘଟଣାର ତଦନ୍ତ କ୍ରାଇମ ବ୍ରାଞ୍ଚ (ଅର୍ଥନୈତିକ ଶାଖା) ପକ୍ଷରୁ ଚାଲିଛି। ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ବିଜେଡି […]
ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ । ଏନେଇ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।ବୈଠକରୁ ମିଳିଥିବା ସୂଚନା ଅନୁସାରେ ବିରେନ୍ଦ୍ର ହୋଟେଲ୍ସ […]
ପୂର୍ବ ଘୋଷଣା ଅନୁଯାୟୀ, ପୂର୍ବ ତଟ ରେଳବାଇ (ECoR) ଶୁକ୍ରବାର ଦିନ ଘୋଷଣା କରିଛି ଯେ ତିନୋଟି ପ୍ରମୁଖ ଏକ୍ସପ୍ରେସ୍ ଟ୍ରେନ୍ ୨୦୨୫ ମେ ୧୧ ତାରିଖରୁ ଭୁବନେଶ୍ୱର ନୂଆ ରେଳ ଷ୍ଟେସନ (BBSN) ରୁ ଚାଲିବ।ଏହି ଟ୍ରେନଗୁଡ଼ିକ ହେଉଛି- 11020/11019 ଭୁବନେଶ୍ୱର-CSMT ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ, 17015/17016 ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଏବଂ 22819/22820 ଭୁବନେଶ୍ୱର-ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ।ଉପରୋକ୍ତ ସମସ୍ତ ଟ୍ରେନଗୁଡ଼ିକ ମଞ୍ଚେଶ୍ୱର ରେଳ ଷ୍ଟେସନରେ ଉଭୟ ଦିଗରୁ ପ୍ରତ୍ୟେକ ଦୁଇ ମିନିଟ୍ ପାଇଁ ରହଣି […]
ସମାଜର ଟାହିଟାପରାକୁ ପାଦରେ ଏଡାଇ ନିଜ ପାଇଁ ଆଗକୁ ଯିବାର ନୂଆ ବାଟ କାଢିଛନ୍ତି । ଭଦ୍ରକ ଚରମ୍ପାର ୯ ଜଣ କିନ୍ନର ଯିଏ ପାସ୍ କରିଛନ୍ତି ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପାସ୍ କରି ଏମାନେ ଯେ କେବଳ ଖୁସି ହୋଇଛନ୍ତି ତାହା ନୁହେଁ, ଏହା ସେମାନଙ୍କ ମନରେ ଭରିଦେଇଛି ନୂଆ ଆତ୍ମବିଶ୍ବାସ।ନିଜ ପ୍ରତିକ୍ରିୟାରେ ସେମାନେ କହିଛନ୍ତି ବିଭିନ୍ନ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବାନ୍ଧିବାକୁ ପଡ଼ିଥିଲା। ହେଲେ ଅନେକ ଚେଷ୍ଟା ପରେ ଚରମ୍ପା […]
