ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ ୨ ଦିନ ଲୁଚାଇ ରଖିଥିବା ଜଣାପଡିଛି।। ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ ଦୁର୍ଗନ୍ଧ ବାହାରିବା ପରେ ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ । ପୁଲିସ ପହଞ୍ଚି ଘର ତାଲା ଭାଙ୍ଗିବା ପରେ ସାମ୍ନାକୁ ଆସିଲା ଘଟଣା । ମୃତ ମହିଳା ହେଲେ ଅନିତା ସୋରି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶକ୍ରମେ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ତ୍ଵାବଧାନରେ ସେବା ଅନୁଷ୍ଠାନ ନୟାଗଡ଼ ଠାରେ ଅନୁଷ୍ଠାନର ମାନସିକ ରୋଗୀ ଓବୁଦ୍ଧିମାନ୍ଦତା ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି ସ୍ଵାଗତ ଭାଷଣ ଦେଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଉକ୍ତ ଶିବିରଟିକୁ ସଚିବ ଅଞ୍ଜଳୀ ମଛଖଣ୍ଡ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି ନିଜ […]
ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୦ ହଜାର ଡେଇଁଲା ୨୨ କ୍ୟାରେଟ ସୁନା ।୨୪ କ୍ୟାରେଟ ସୁନା ୯୮ ହଜାର ପାର୍ କରିଛି।ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି। ଅର୍ଥାତ୍ ଆଜି ମହଙ୍ଗା […]
ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋମବାର ନବୀନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ବସିବ। ଏହି ବୈଠକରେ ଯୋଗ ଦେବାକୁ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର, ଅତନୁ ସବ୍ୟସାଚୀ ନାୟକଙ୍କୁ ସୁପ୍ରିମୋଙ୍କ ଡାକରା ଯାଇଥିଲା। ଡାକରା ପାଇ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଅଛନ୍ତି। ଏଥିସହିତ ପ୍ରତାପ ଦେବ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ମଧ୍ୟ ଉପସ୍ଥିତ ଅଛନ୍ତି।। ଦୁଇ ଦିନ ତଳେ ନବୀନ ପଟ୍ଟନାୟକ ସଭାପତି […]
କଳାକାର ଓ ଯାତ୍ରା ମାଲିକ ସଂଘ କଳିରେ ବଳି ପଡୁଛି ଯାତ୍ରା କମିଟି। ଯାତ୍ରା ଦେଖିବାକୁ ଦର୍ଶକଙ୍କ କମିଲାଣି ଆଗ୍ରହ। ଭଲ ଦର୍ଶକ ହେଉନଥିବାରୁ କ୍ଷତି ସହୁଛନ୍ତି ଯାତ୍ରା କମିଟି। ଯାତ୍ରା ମାଲିକଙ୍କ ଏକଚାଟିଆ କାରବାର ପାଇଁ ଆରମ୍ଭ ହୋଇଛି ବିବାଦ । ବିବାଦ ଛାଡ଼ି ଯାତ୍ରା ମାଲିକ ସଂଘ ସମସ୍ୟାର ସମାଧାନ ନକଲେ ଯାତ୍ରା ବୁଡ଼ି ଯିବ ବୋଲି କହିଲେ ଯାତ୍ରା କମିଟି ମହସଂଘ ରାଜ୍ୟ ସଂଯୋଜକ ମାନସ ରଞ୍ଜନ ରାୟସାମନ୍ତ। ଅନ୍ୟପଟେ ଯାତ୍ରା ମାଲିକ- […]
ଉତ୍ତରପ୍ରଦେଶରେ ଯୌତୁକରେ ମିଳିଲାନି କୁଲର ଓ ଫ୍ରିଜ୍ । ରାଗିକି ସ୍ତ୍ରୀର କାଟି ଦେଲେ ଚୁଟି। ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲାରେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି ।ମହିଳାଙ୍କ ବାପା ରାଧାକୃଷ୍ଣ ଝିଅକୁ ଯୌତୁକ ନିର୍ଯାତନା ଦେଉଥିବା ନେଇ ତାଙ୍କ ପତି ରାମପ୍ରସାଦଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ଘଟଣା ଜଣାପଡ଼ିଥିଲା । ରାଧାକୃଷ୍ଣ କହିଛନ୍ତି, ପ୍ରାୟ ଏକ ବର୍ଷ […]
ମାଲକାନଗିରି ରେଙ୍ଗାବନ୍ଧ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ମିଳିବା ଘଟଣାର ପର୍ଦ୍ଦାଫାସ । ଛତିଶଗଡରୁ ଆସି ଓଡିଶାରେ ଗର୍ଭବତୀ ପ୍ରେମିକାଙ୍କୁ ହତ୍ୟା କରି ଚାଲି ଯାଇଥିଲା କଲେଜ ପଢୁଥିବା ଯୁବକ ।ଯୁବତୀ ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ କହିଥିଲେ ପ୍ରେମିକ। ହେଲେ ପ୍ରେମିକଙ୍କ କଥାରେ ରାଜି ହୋଇନଥିଲେ ପ୍ରେମିକା। ପ୍ରେମିକା ରାଜି ନହେବାରୁ ଛତିଶଗଡ଼ରୁ ଆଣି ମାଲକାନଗିରି ସୀମାନ୍ତ ଚାଲାଣଗୁଡ଼ା ଗାଁ ନିକଟରେ ହତ୍ୟା କରିଥିଲା। ହତ୍ୟା କରିବା ପରେ ରେଙ୍ଗାବନ୍ଧ ଜଙ୍ଗଲରେ ମୃତଦେହ ଫିଙ୍ଗିଥିଲା ଅଭିଯୁକ୍ତ […]
ବୋକୋରୋ ଜିଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ବୋକାରୋ ଜିଲାର ଲଲ୍ପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଯବାନଙ୍କ ଏନକାଉଣ୍ଟରେ ୮ଜଣ ମାଓବାଦୀଙ୍କ ନିହତ ହୋଇଛନ୍ତି। ମାଓବାଦୀଙ୍କ ଠାରୁ ଏସଏଲଆର, ୨ଟି ଇନସାସ ରାଇଫଲ,ପିସ୍ତଲ ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଲୁଗୁ ପାହାଡ଼ ତଳେ ଥିବା ଚୋରଗାଁଓ ମୁଣ୍ଡଟୋଲି ନିକଟରେ ଗୁଳି ଫୁଟିବାର […]
ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ଅପରାହ୍ଣରେ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମହାପ୍ରଭୁଙ୍କର ପଇତାଲାଗି ନୀତି ଅବସରରେ ୫ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।ପରମ୍ପରା ଅନୁଯାୟୀ, ପାଟରା ବିଶୋଇମାନେ ପ୍ରସ୍ତୁତ କରିଥିବା ପଇତାକୁ ରବିବାର ଦେଉଳକରଣଙ୍କୁ ହସ୍ତାନ୍ତର କରିଛନ୍ତି। ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗମଣ୍ଡପ ପରେ ପଇତାଲାଗି ନୀତି ହେବ। ପାଟଡୋରିରେ ନିର୍ମିତ […]
ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଆହୁରି ବଢ଼ିବ ତାତିର ପ୍ରକୋପ । କିଛି ସ୍ଥାନରେ ପାରଦ ୪୪ ଡିଗ୍ରୀ ସେଲସିୟସ୍ ଡେଇଁପାରେ । ଗୁଳୁଗୁଳି ଜାରି ରହିବ । ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ୪୩.୫ ଡିଗ୍ରୀ ସେଲ୍ସିୟସ୍ ସହ ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ସେହିପରି ୧୧ ସହରରେ ତାପମାତ୍ରା ୪୦ ଡିଗ୍ରୀ ଓ ତା’ଠାରୁ ଅଧିକ ରହିଛି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ […]
ପୁରୀ ଜିଲା ଡେଲାଙ୍ଗର ନିଖୋଜ ନାବାଳକ ଆଶୀର୍ବାଦ ସାହୁଙ୍କ ମୃତଦେହ ସୋମବାର ମିଳିଛି। ୭ ଦିନ ପରେ ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟା ସନ୍ଦେହରେ ଅଭିଯୁକ୍ତ ଦାଦା ପ୍ରଭାକର ସାହୁଙ୍କୁ ପୋଲିସ ଅଟକ ରଖିଛି। ନିଖୋଜ ହେବାର ୭ ଦିନ ପରେ ନାବାଳକର ମୃତ ଦେହ ମିଳିବାପରେ ରାଗିଛନ୍ତି ଗ୍ରାମବାସୀ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ଆଶୀର୍ବାଦର ମୃତଦେହ । […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ଯକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଜିଲ୍ଲା କୋର୍ଟ ପରିସର ସମ୍ମିଳନୀ କକ୍ଷରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧିକାର ମିତ୍ରମାନଙ୍କୁ ନେଇ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଏଡିଜେ କମ୍ ସ୍ପେଶିଆଲ କୋର୍ଟ ପୋକ୍ସୋ ମାନସ କୁମାର ପଣ୍ଡା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ସ୍ବାଗତ ଭାଷଣ ଦେଇଥିଲେ ସଚିବ ଅଞ୍ଜଳି ମଛଖଣ୍ଡ । ଶ୍ରୀମତୀ ମଛଖଣ୍ଡ […]
