ନୂଆ ପାଞ୍ଜିରେ ଚାଞ୍ଚଲ୍ୟକର ତଥ୍ୟ; ଆସୁଛି ବଡ଼ ଭୂମିକମ୍ପ ଓ …

ନୂଆ ପାଞ୍ଜିରେ ରାଜନୀତିକ ଅନୁମାନ । ଶାସକ ଦଳ ଓ ବିରୋଧୀଙ୍କୁ ନେଇ ସଙ୍କେତ । ପ୍ରାକୃତିକ ବିପର୍ଯ୍ୟୟ, ଦରଦାମ ବୃଦ୍ଧି, ରାଷ୍ଟ୍ରୀୟ ଦଳର ପରିବର୍ତ୍ତନ ଓ ଭାରତର ବୈଦେଶିକ ସମ୍ପର୍କ ବାବଦରେ ରହିଛି ଏଭଳି ତଥ୍ୟ |ନୂତନ ପାଞ୍ଜିକୁ ନେଇ ସଭିଙ୍କ ମନରେ ଉତ୍କଣ୍ଠା । କିଭଳି ରହିବ ରାଜ୍ୟ ତଥା ଦେଶର ପାଣିପାଗ ଓ ଚାଷବାସ ? ବଦଳିବ କି ରାଜନୈତିକ ଦୃଶ୍ୟପଟ୍ଟ ? କେମିତି ରହିବ ରାଜ୍ୟର ସ୍ୱାସ୍ଥ୍ୟ ? ପ୍ରଥମେ ଦେଖିବା […]

ଅଦାଲତ ହେପାଜତରେ ରହିବ ଜବତ ସାମଗ୍ରୀ, ଲକରରେ ରହିବ ଗହଣା

ସିବିଆଇ ଦ୍ୱାରା ଜବତ ହୋଇଥିବା ୧୫ ଲକ୍ଷ ଟଙ୍କାକୁ ରିଲିଜ୍‌ ପାଇଁ ହୋଇଥିବା ଆବେଦନର ସୋମବାର ଉଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ପୁଲିସ୍‌ ବା ଯେକୌଣସି ତଦନ୍ତକାରୀ ସଂସ୍ଥା ଦ୍ବାରା ଜବତ ହେଉଥିବା ଟଙ୍କା ଥାନାରେ ନ ରହି ରିଲିଜ୍‌ ହେବ। ଏହା ପୂର୍ବରୁ ସେସବୁର ସ୍ଥାୟୀ ରେକର୍ଡ଼ ରଖିବା ଲାଗି ହାଇ- ରିଜୋଲ୍ୟୁସନ ଫଟୋଗ୍ରାଫ୍‌ ଉଠାଯିବ। ଉକ୍ତ ଜବତ ଟଙ୍କାକୁ ନେଇ ପଞ୍ଚନାମା କରାଯିବ। […]

ମଣିଷ ଶରୀରରେ ଲାଗିଥିଲା ଘୁଷୁରୀ କିଡନୀ, ୧୩୦ ଦିନ ବଞ୍ଚିଲେ ମହିଳା

ଶରୀରରେ ୫ ମାସ ଘୁଷୁରୀ କିଡନୀ ଲଗାଇ ରଖି ରେକର୍ଡ କଲେ ମହିଳା । ଏପ୍ରିଲ ୨୦୨୪ରେ, ଆମେରିକାର ୫୩ ବର୍ଷୀୟା ମହିଳା ତୋବାନା ଲୁନିଙ୍କ ଶରୀରରେ ଏକ ଜେନେଟିକାଲି ପରିବର୍ତ୍ତିତ ଘୁଷୁରୀ କିଡନୀ ପ୍ରତିରୋପଣ କରାଯାଇଥିଲା। ଆରମ୍ଭରେ ସବୁକିଛି ଭଲ ଚାଲିଥିଲା। ଅସ୍ତ୍ରୋପଚାର ପରେ, ସେ ଏହି ପ୍ରାଣୀର କିଡନୀ ସାହାଯ୍ୟରେ ୧୩୦ ଦିନ ଅର୍ଥାତ୍ ପ୍ରାୟ ୫ ମାସ ବଞ୍ଚିଥିଲେ ।ସବୁଠାରୁ ଆକର୍ଷଣୀୟ କଥା ହେଉଛି, ଘୁଷୁରୀର କିଡନୀରେ ଏତେ ଦିନ ପର୍ଯ୍ୟନ୍ତ ବଞ୍ଚିବାରେ […]

ପାଟଣାଗଡ଼ରେ ଜାଳିଦେଲେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ […]

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର, ଅପହରଣକାରୀ ଗିରଫ

ଭୁବନେଶ୍ୱର ରାମମନ୍ଦିର ନିକଟରୁ ଶିଶୁ ଚୋରି ଘଟଣା । ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌ । ଜଣେ ବ୍ୟକ୍ତି ଶିଶୁପୁତ୍ରକୁ ନେଉଥିବାର ସିସିଟିଭିର କଏଦ ହୋଇଛି । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଥିଲା ପୋଲିସ । ଶେଷରେ ଅପହରଣର ୩ ଦିନ ପରେ ବାଲେଶ୍ବରରୁ ୨ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରି ଅପହରଣକାରୀକୁ ଗିରଫ କରିଛି ପୋଲିସ । ଅପହରଣକାରୀ ଶିଶୁଟିକୁ ଧରି ଭୁବନେଶ୍ବର ରେଳଷ୍ଟେସନ ଭିତରକୁ ଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡିଥିଲା । […]

ଖାଲି ପାଦରେ ୧୪ ବର୍ଷ, ମୋଦୀ ଦେଲେ ଜୋତା ଉପହାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହରିୟାଣା ଗସ୍ତ ସମୟରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ରାମପାଲ କଶ୍ୟପଙ୍କୁ ଜୋତା ପିନ୍ଧାଇ ବଡ଼ପଣର ପରିଚୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।ଏହି ସମୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଦୃଦୟ ଜିତି ପାରିଛି । ପ୍ରଧାନମନ୍ତ୍ରୀ ପୂର୍ବରୁ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି ।ହରିୟାଣାର ଯମୁନାନଗରରେ ଆଜି କୈଥଲର ରାମପାଲ କଶ୍ୟପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

୧୯ ଏପ୍ରିଲରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

ଓଡିଶା ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ । ଏପ୍ରିଲ ୧୯ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସି ବରମୁଣ୍ଡା ଗ୍ରାଉଣ୍ଡରେ ରାଜ୍ୟ ପାଇଁ ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।ଓଡ଼ିଶା ପାଇଁ ଏବେ ସୁବର୍ଣ୍ଣ ଯୁଗ, କାରଣ ଡବଲ ଇଞ୍ଜିନ ସରକାର ଅଧୀନରେ ବିକାଶ ପାଇଁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା […]

୧୯ ଯାଏଁ ରହିବ କାଳବୈଶାଖୀର ପ୍ରଭାବ

ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ଜାରି ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଳବୈଶାଖୀଜନିତ ଝଡ଼ବର୍ଷା ଲାଗିରହିବ। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ଢେଙ୍କାନାଳ, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ମଧ୍ୟ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ତେବେ […]

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ଯୁବ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ

ପୂରା ଠାକୁରମୁଣ୍ଡା ବ୍ଲକ୍ ବାଉଁଶଡିହା ଅଞ୍ଚଳରେ ଖେଳିଯାଇଛି ଆନନ୍ଦର ଲହରୀ । ସବୁଆଡ଼ୁ ଛୁଟୁଛି ପ୍ରଶଂସାର ଲହରୀ । ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ’ ସ୍ଥାନ ପାଇଲେ ମୟୂରଭଞ୍ଜ ମାଟିର ଯୁବ ବାଲୁକା ଶିଳ୍ପୀ ଦଶରଥ ମହାନ୍ତ । ସେ କିଛି ଦିନ ସୁଦର୍ଶନ ପଟ୍ଟନାୟକଙ୍କ ଠାରେ ରହି ବାଲୁକା କଳାର ଅଭ୍ୟାସ କରିଥିଲେ । ଏହାପରେ ସେ ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ କ୍ଷେତ୍ରରେ ନିଜର ବାଲୁକା ଆର୍ଟର ପ୍ରଦର୍ଶନ […]

୨ ମାସ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ସମଗ୍ର ରାଜ୍ୟର ପୂର୍ବ ଉପକୂଳରେ ଆସନ୍ତା ୧୫ ତାରିଖରୁ ସାମୁଦ୍ରିକ କଟକଣା ଲାଗୁ ହେବ। ଏ ନେଇ ଓଡ଼ିଶା ସରକାରଙ୍କ ମତ୍ସ୍ୟ ନିର୍ଦ୍ଦେଶାଳୟ ୧୧ ତାରିଖରେ ନୋଟିସ ନଂ. ୪୦୩୮ ଜାରି କରିଛନ୍ତି। ଏହି ସମୟରେ ସମୁଦ୍ରରେ ମାଛ ବଂଶ ବୃଦ୍ଧି ଓ ଯାଆଁଳ ସୁରକ୍ଷା ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ୬୧ଦିନ ସମୁଦ୍ର ମଧ୍ୟରେ ମାଛଧରା କଟକଣା ଲାଗୁ କରାଯିବ । ଉକ୍ତ ନିୟମ ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଲାଗୁ […]

ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ: ମହାକାଶକୁ ଯିବେ ୬ ଜଣ ମହିଳା

ପ୍ରଥମ ଥର ବିନା ପୁରୁଷ କ୍ରୁରେ ସ୍ପେଶ୍ ମିଶନ। । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ ।ମହାକାଶ ପର୍ଯ୍ୟଟନ ସୁବିଧା ଯୋଗାଇ ଦେଉଥିବା ବ୍ଲୁ ଅରିଜିନ୍ କଂପାନୀର ନିୟୁ ସେଫର୍ଡ ରକେଟରେ ସେମାନେ […]

୩୨ତମ ବିଷୁବ ମିଳନ ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ପିସ ଆଣ୍ଡ  ଡେଭଲପମେଣ୍ଟ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ   ବିଶିଷ୍ଟ ରାଜନେତା, ସାହିତ୍ୟିକ, ଶିକ୍ଷାବିତ୍, ନାଟ୍ୟକାର ସମାଜସେବୀ ତଥା ପୂର୍ବତନ ବିଧାୟକ ନୟାଗଡ଼ ସ୍ୱର୍ଗତ ବଂଶୀଧର ସାହୁଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଚଳିତ ବର୍ଷ ୩୨ତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ  ୨୦୨୫ ବଂଶୀଧର ମହାବିଦ୍ୟାଳୟ, ଇଟାମାଟି ପରିସରରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧକ୍ଷ ମନୋଜ […]