ଚଳନ୍ତା ଟ୍ରେନରେ ଲାଗିଲା ନିଆଁ।

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ । ପଲସାରୁ ଭୁବନେଶ୍ୱର ଯାଉଥିବା କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ବିଶାଖାପାଟଣାରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗି ଧୂଆଁ ବାହାରିଥିଲା । ଚିଲିକା ଷ୍ଟେସନରୁ ଖବର ପାଇ ବାଲୁଗାଁ ୪ ନମ୍ବର ପ୍ଲାଟଫର୍ମରେ ଟ୍ରେନଟି ଅଟକି ଥିଲା । ବାଲୁଗାଁ ଅଗ୍ନିଶମ ବାହିନୀ ସହାୟତାରେ ନିଆଁ ଲିଭା ଯାଇଛି।ହେଲେ ହଠାତ୍ ଚଳନ୍ତା ଟ୍ରେନରେ ନିଆଁ […]

ଅନଲାଇନ୍ ଗେମ୍‌ରୁ ଠକେଇ କରି ଜଣେ ଗିରଫ

ଅନଲାଇନ୍ ଗେମ୍‌ରେ ବେଟିଂକୁ ନେଇ ଠକେଇ । ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ । ଗିରଫ ଅଭିଯୁକ୍ତ ହେଲେ ବଲାଙ୍ଗୀର ସଇଁନ୍ତଳା ଅଞ୍ଚଳର ଲକେଶ୍ୱର ମଲ୍ଲିକ । ଅଭିଯୁକ୍ତ ଯୁବକ ଜଣକ ୱେବ ଡୋମେନ ଗେମିଂ ଆପ୍ଲିକେସନ୍‌‌ ଖୋଲି ଖେଳାଉଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଖେଳାଇ ଅଭିଯୁକ୍ତ ଯୁବକ ମୋଟା ଅଙ୍କର ଟଙ୍କା ହଡ଼ପ କରୁଥିଲା। ତାଙ୍କଠାରୁ ୭ଲକ୍ଷ ଜବତ ସହ ତାଙ୍କର୨୫ଲକ୍ଷ ଟଙ୍କା ଥିବା ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରାଯାଇଛି ବୋଲି […]

ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ।ପୋଲିସ ବାରାକରେ ଗଞ୍ଜେଇ ରଖିବା ଘଟଣା

ଚାକିରୀରୁ ବହିଷ୍କୃତ ହେଲେ ୩ IRB ଯବାନ। ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ମାଓବାଦୀ ଅପରେସନ ପାଇଁ ବାରାକରେ ଆଇଆରବି ଯବାନମାନେ ନିୟୋଜିତ ଥିଲେ। କିନ୍ତୁ ବାରାକରେ ଗଞ୍ଜେଇ ରଖି ଯବାନମାନେ ଚାଲାଣ କରୁଥିବା ଖବର ଏସପି ଜାଣିପାରିଥିଲେ । ଏହା ପରେ ଥାନାକୁ ଆସି ଗତ ୨୩ ତାରିଖରେ ବାରାକରୁ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇର ପରିମାଣ ୧୫ କେଜି ୯୩୦ ଗ୍ରାମ ଥିଲା।ବହିଷ୍କୃତ ତିନି ଯବାନ ହେଲେ ହାବିଲଦାର କୁନାର ସିଂ, କନେଷ୍ଟବଳ […]

ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶାର ବରପୁତ୍ରଙ୍କ ଉପରେ ଆଲୋଚନା

ରାୟଗଡା ତା: ୧୨.୦୪.୨୦୨୫ ଓଡ଼ିଆ ପକ୍ଷ ପାଳନର ଦ୍ବାଦଶ ଦିବସ ଅବସରରେ ଶନିବାର ଦିନ ଓଡ଼ିଶାର ବରେଣ୍ୟ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ସେମାନଙ୍କ ଜିବନୀ ଓ ଅବଦାନ ବିଷୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ, ମୁଖ୍ୟ ବକ୍ତା ଭାବେ ରାୟଗଡା ମହିଳା ମହାବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ରଘୁନାଥ ଭୁଏ, ସମ୍ମାନିତ ଅତିଥି ରୂପେ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମାଝୀ,ବିଶିଷ୍ଟ […]

ବଦଳିଲା Tatkal Ticket ବୁକିଂ କରିବାର ସମୟ?

ତତ୍କାଳ ଟିକେଟ ବୁକିଂ ହେଲା ଆହୁରି ସହଜ । ନିୟମରେ ପରିବର୍ତ୍ତନ ଆଣିଲା ଭାରତୀୟ ରେଳବାଇ । ଏପ୍ରିଲ ୧୦ ତାରିଖରୁ ଭାରତୀୟ ରେଳ ବିଭାଗ ତତ୍କାଳ ଟିକେଟ୍‌ ବୁକିଂରେ ନିୟମ ପରିବର୍ତ୍ତନ ଆଣି ସାରିଛି । ବର୍ତ୍ତମାନର ନିୟମ ଅନୁସାରେ, ଏସି ଶ୍ରେଣୀ (ଯଥା 2A, 3A, CC) ପାଇଁ ତତ୍କାଳ ଟିକେଟ ବୁକିଂ ସକାଳ ୧୦:୦୦ ଟାରେ ଏବଂ ନନ-ଏସି ଶ୍ରେଣୀ (ଯଥା SL, 2S) ପାଇଁ ସକାଳ ୧୧:୦୦ ଟାରେ ଆରମ୍ଭ ହେଉଛି। […]

ନାମ ଲେଖାଇ ନ ଥିବା, ଡ୍ରପ୍‌ଆଉଟ୍‌ ପିଲାଙ୍କ ତଥ୍ୟ ମାଗିଲା ଓସେପା

ନୂତନ ଶିକ୍ଷା ବର୍ଷରେ ୬ରୁ ୧୪ ବର୍ଷ ବୟସର ନାମ ଲେଖାଇ ନ ଥିବା, ଡ୍ରପ୍‌ଆଉଟ୍‌ ପିଲାଙ୍କ ତଥ୍ୟ ମାଗିଲା ଓସେପା। ଏପ୍ରିଲ୍ ୧ରୁ ଆରମ୍ଭ ହୋଇଛି ନୂଆ ଶିକ୍ଷାବର୍ଷ। ନୂତନ ଶିକ୍ଷା ବର୍ଷ ଆରମ୍ଭ ହୋଇ ସାରିଥିବାରୁ ଜିଲ୍ଲାପାଳଙ୍କୁ ଚିଠି। କେନ୍ଦ୍ର ସରକାରଙ୍କ ପ୍ରବନ୍ଧ ପୋର୍ଟାଲରେ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ । ନୂଆ ଶିକ୍ଷାବର୍ଷ ଆରମ୍ଭ ସ‌ହିତ ୨ ତାରିଖରୁ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଓ ଉତ୍ସବ କରାଯାଇଛି। ନୂଆ କରି ସ୍କୁଲରେ ପିଲାଙ୍କ ନାମଲେଖା […]

ଅଣ୍ଡାରୁ ବାହାରିବା ପରେ ସମୁଦ୍ର ମୁହାଁ ଅଲିଭ୍‌ ରିଡ୍‌ଲେ ଶାବକ

ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ଅଲିଭ ରିଡ୍‌ଲେ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି। ତେବେ ସମୁଦ୍ର ମଧ୍ୟକୁ ଯିବା ପ୍ରକ୍ରିୟା ୪ରୁ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି। ଶିକାରୀ ଓ ପଶୁଙ୍କ କବଳରୁ କଇଁଛ ଛୁଆଙ୍କୁ ରକ୍ଷା କରିବା ଲାଗି ଋଷିକୁଲ୍ୟା ମୁହାଣର ଉଭୟ ପାର୍ଶ୍ୱରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁଦୂର ଦେଶରୁ ହଜାର […]

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା ।

ପଣା ସଂକ୍ରାନ୍ତି ପାଇଁ କଟକରେ କଟକଣା । ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ । ହନୁମାନ ମନ୍ଦିର ଥିବା ସ୍ଥାନରେ ଅଧିକ ଫୋର୍ସ ଜଗିବେ ।ସେହିପରି ନିଶା ଦ୍ରବ୍ୟ ସେବନ କରି ରାସ୍ତା ଘଟଣାରେ ଗଣ୍ଡଗୋଳ ନକରିବାକୁ ଅପିଲ କରିଛନ୍ତି କଟକ ଡିସିପି। ସମସ୍ତ ଥାନାକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୋଭାଯାତ୍ରା ରୁଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ ବୋଲି କମିଶନରେଟ ପୋଲିସ […]

୧୧୩୪ଟି ପଦବୀ ପୂରଣ ପାଇଁ ପଞ୍ଚାୟତ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନରେ ଖାଲି ପଡ଼ିଥିବା ୧୧୩୪ଟି ପଦବୀ ପୂରଣ ପାଇଁ ରାଜ୍ୟ ନିର୍ବାଚନ କମିଶନ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।୫ ଜିଲ୍ଲା ପରିଷଦ ସଭ୍ୟ, ୪୧ ପଞ୍ଚାୟତ ସମିତି ସଭ୍ୟ, ୪୫ ସରପଞ୍ଚ, ୨୨ ୱାର୍ଡ ସଭ୍ୟ ପଦ ପାଇଁ ଉପ ନିର୍ବାଚନ ହେବାକୁ ନିଷ୍ପତ୍ତି ।ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ୭୭୧ ୱାର୍ଡରେ ନିର୍ବାଚନ ହୋଇ ନ ଥିଲା । ଏ ସବୁ ସଂରକ୍ଷିତ ବର୍ଗରେ ପ୍ରାର୍ଥୀ ନ ଥିବାରୁ ନିର୍ବାଚନ […]

ନାଟ୍ୟରଥି ଗୋବିନ୍ଦ ଶୂରଦେଓଙ୍କ ୧୪୧ତମ ଜୟନ୍ତୀ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଓଡ଼ିଶାର ଅନ୍ୟତମ ବରପୁତ୍ର, ବହୁମୁଖୀ ପ୍ରତିଭା,ମହାନ ନାଟ୍ୟକାର ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ନାଟ୍ୟରଥି ଗୋବିନ୍ଦ ଚନ୍ଦ୍ର ଶୂରଦେଓଙ୍କ ୧୪୧ତମ ଜନ୍ମ ଜୟନ୍ତୀ ‘ମୈତ୍ରୀ ଯୁବ ସଂସଦ’, ‘ନାଟ୍ୟଧାରା ‘ ଏବଂ ‘ସଙ୍ଗୀତଧାରା’ର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆଜି ପ୍ରତ୍ୟୁଷରେ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ନାଟ୍ୟରଥିଙ୍କ ପ୍ରତିମୂର୍ତ୍ତିରେ ଧୂପ, ପୁଷ୍ପ ଏବଂ ମାଲ୍ୟାର୍ପଣ କରାଯିବା ସହିତ ସ୍ବର୍ଗତ ନାଟ୍ୟରଥିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା […]

ବିଜାପୁର ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର । CRPF ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟରରେ ଦୁଇ ନକ୍ସଲ ନିହତ ହୋଇଛନ୍ତି । ଦାନ୍ତେୱାଡା-ବିଜାପୁର ସୀମାନଙ୍କ ଇନ୍ଦ୍ରାବତୀ ଜଙ୍ଗଲରେ ଏନକାଉଣ୍ଟର ହୋଇଥିବା ସୂଚନା । ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ।ଆହୁରି ମାଓବାଦୀ ନିହତ ହୋଇଥିବା ସନ୍ଦେହ କରାଯାଉଛି । ଅତ୍ୟାଧୁନିକ ହତିଆର ସାଗ୍ରୀ ସାଙ୍ଗକୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ସୂଚନା ।

ଦେଓମାଳିରେ ରାତି କାଟିବା ମନା,ପରିବେଶ ସ୍ବଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ।

‘ଦେଓମାଳି’ ରେ କଟକଣା ଲାଗୁ କଲା କେରାପୁଟ ଜିଲ୍ଲା ପ୍ରଶାସନ । ପ୍ରାକୃତିକ ପରିବେଶକୁ ସ୍ବଚ୍ଛ ରଖିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି । ଓଡ଼ିଶାର ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ଦେଓମାଳିରେ ରାତି ୮ରୁ ଭୋର ୫ଟା ଯାଏଁ ପର୍ଯ୍ୟଟକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି।ଏହାପୂର୍ବରୁ ସିନେ ନିର୍ମାତା ରାଜାମୌଲି ଦେଓମାଳିରେ ସୁଟିଂ ସମୟରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଂଶସା କରିଥିଲେ । ଏହାସହ ପର୍ଯ୍ୟଟକ ମାନେ ଏହି ମନୋରମ ପର୍ଯ୍ୟଟନସ୍ଥଳୀକୁ କିଭଳି ପ୍ରଦୂଷିତ କରୁଛନ୍ତି ତାହାର […]