୨୦୨୫ରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଯଦି କୌଣସି ତ୍ରୁଟି ରହି ଯାଇଛି ତେବେ ତୁରନ୍ତ ସଂଶୋଧନ କରିବାର ସୁଯୋଗ ରହିଛି ।୧୭ରୁ ୨୫ ତାରିଖ ଚାଲିବ ସଂଶୋଧନ ପ୍ରକ୍ରିୟା।ସ୍କୁଲ୍ କର୍ତ୍ତୃପକ୍ଷ ନିଜ ନିଜ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡରେ ଆବଶ୍ୟକ ସଂଶୋଧନ ପାଇଁ ଆସନ୍ତା ୧୭ ତାରିଖରୁ ୨୫ ତାରିଖ ମଧ୍ୟରେ ରିପୋର୍ଟ ପ୍ରଦାନ କରିପାରିବେ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଟ୍ରିକ ପରୀକ୍ଷା ପୂର୍ବରୁ ଆଡମିଟ୍ କାର୍ଡ ସଂଶୋଧନ ପାଇଁ ସୁଯୋଗ […]
ଖରାପ ହେବାରେ ଲାଗିଛି ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ । ଆଉ ଟାରିଫ୍ ଓ୍ୱାରକୁ ନେଇ ବିଶ୍ୱରେ ବି ଉତ୍ତେଜନା ଦେଖିବାକୁ ମିଳିଛି । ଖାସ୍ କରି ସୁନା ଉପରେ ପଡିଛି ପ୍ରଭାବ ।ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ସୁନାର ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଏହାର ଅର୍ଥ ହେଉଛି ଯେ ଖବ୍ଶୀଘ୍ର ଦିଲ୍ଲୀରେ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କାରେ ପହଞ୍ଚିପାରେ। ଅପରପକ୍ଷେ ଦେଶର ଫ୍ୟୁଚର୍ସ ବଜାରରେ ମଧ୍ୟ ସୁନା ମୂଲ୍ୟରେ ବୃଦ୍ଧି ଦେଖାଯାଉଛି। […]
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଫାଶୀଗୁଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ଘର ଭିତରୁ କିନ୍ନର ଦଣ୍ଡନାଚୁଆର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ଅର୍ଚ୍ଚିତା ବିଷୋୟୀ । ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି |ସୂଚନା ଥାଉକି, ଶୁକ୍ରବାର ରାତିରେ ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ ସେ ଅଭିନୟ କରିଥିଲେ । ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । […]
ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନରେ ଚାଲୁରହିଥିବା ପୁନର୍ବିକାଶ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି । ଅମୃତ ଷ୍ଟେସନ ଯୋଜନା ଅଧୀନରେ ସମଗ୍ର ଓଡ଼ିଶାରେ ପ୍ରମୁଖ ରେଳ ଭିତ୍ତିଭୂମିକୁ ଆଧୁନିକୀକରଣ କରିବା ପାଇଁ ଭାରତୀୟ ରେଳର ପ୍ରତିବଦ୍ଧତାର ଏକ ଅଂଶ ଭାବେ ପୁରୀ ରେଳ ଷ୍ଟେସନର ପୁନର୍ବିକାଶର କାର୍ଯ୍ୟ ଅନ୍ତର୍ଭୁକ୍ତ । ତେବେ ଖୁବଶୀଘ୍ର ପୁରୀରୁ କୋଣାର୍କକୁ ରେଳ ଚଳାଚଳ କରିବ। ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୨ […]
ଝାରସୁଗୁଡ଼ାରେ ଦୁଇ ଅପରାଧୀଙ୍କୁ ପୋଲିସ ବେଲପାହାଡ଼-ଝାରସୁଗୁଡ଼ା ରାସ୍ତାରେ ଏନ୍କାଉଣ୍ଟର କରିଛି । ଯେଉଁଥିରେ ଦୁଇ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । । ଦୁଇ ଅଭିଯୁକ୍ତ ହେଲେ ଶେଖ ଆସିଫ ଓ ଅଭିଷେକ ବାରିକ । ସେମାନଙ୍କୁ ଧରିବା ପାଇଁ ଯାଇଥିବା ବେଳେ ପୋଲିସ ଉପରକୁ ଏମାନେ ଆକ୍ରମଣ କରିଥିଲେ। ପୋଲିସର ପାଲଟା ଗୁଳିରେ ଦୁଇ ଅଭିଯୁକ୍ତ ଆହତ ହୋଇଛନ୍ତି । ଉଭୟଙ୍କୁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି […]
ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ(ଏସ୍ଏଜି)ଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସେଥିମଧ୍ୟରୁ ୨୮ଜଣ ଅଧିକାରୀଙ୍କୁ ନିଜ ସ୍ଥାନରେ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ସନ୍ତୋଷ କୁମାର ନାୟକଙ୍କୁ ପଦୋନ୍ନତି ପରେ ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କୁ ପଦୋନ୍ନତି ପରେ ଶିଳ୍ପ ବିଭାଗ ସ୍ବତନ୍ତ୍ର ସଚିବ […]
ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ନଗଦ ୫.୦୭ ଲକ୍ଷ ଟଙ୍କା ମିଳିଥିଲା।ଏନେଇ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏହା ପରେ ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ବିଭିନ୍ନ ଠିକଣାରେ ଚଢାଉ କରିଥିଲା। ଚଢାଉ ବେଳେ ପବିତ୍ର ମୋହନଙ୍କ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଡମଣା ସ୍କୋୟାର, ନନ୍ଦଦେବୀ ଆପାର୍ଟମେଣ୍ଟରୁ ୧୩ ଲକ୍ଷ ୫୦ ହଜାର ଟଙ୍କା […]
ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ମରାମତି କାମ ପ୍ରାୟ ସରିଛି । ସେହିପରି ବାହାର ରତ୍ନଭଣ୍ଡାର ମରାମତି କାମ ବି ପ୍ରାୟ ସରିବା ଉପରେ । ମହାପ୍ରଭୁଙ୍କ ଆଗାମୀ ରଥଯାତ୍ରା ପୂର୍ବରୁ ଏଏସଆଇ ରତ୍ନଭଣ୍ଡାର ମରାମତି କାମ ଶେଷ କରିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ଭିତର ରତ୍ନ ଭଣ୍ଡାର ମରାମତି କାମ ପ୍ରାୟ ସରିଆସିଲାଣି। କେବଳ ଚଟାଣ ନବୀକରଣ ବାକି ରହିଛି। ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ […]
କେନ୍ଦୁଝର ଜିଲ୍ଲା ସଦର ଥାନା ତଲକଇଁସାରି ଗାଁରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ହତ୍ୟା ପରେ କଟା ମୁଣ୍ଡକୁ ଧରି ଶୁଆକାଟି ଫାଣ୍ଡିରେ ପହଞ୍ଚିଲା ପୁତୁରା । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ସୂଚନାମୁତାବକ ଜମି ବାଡ଼ି ବିବାଦ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା । ଆଜି ସକାଳେ ପୁଣି ଜମିବାଡ଼ି ବିବାଦ ନେଇ […]
ରାଜ୍ୟରେ ଲାଗୁ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ମଙ୍ଗଳବାର କଟକରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା।ତେବେ ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି। ଏହି ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ମଙ୍ଗଳବାର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର ରଥଯାତ୍ରା ପୂର୍ବରୁ ସାଢେ […]
ଆୟୁଷ୍ମାନ ଯୋଜନା କାର୍ଯ୍ୟକ୍ରମକୁ ଯିବା ବେଳେ ଦୁର୍ଘଟଣା । ଆଠଗଡ-ମୁଣ୍ଡଳୀ ରାସ୍ତାର ଛତାବର ଛକରେ ବସକୁ ଧକ୍କା ଦେଲା ଟ୍ରକ୍ । ଫଳରେ ବସରେ ଥିବା ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ପୋଲିସ ଏବଂ ଅଗ୍ନିଶମ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନେ ସମସରପୁର ପଞ୍ଚାୟତର ବୋଲି ଜଣାପଡିଛି। ସେମାନଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଥିବା ବେଳେ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।ଆଜିଠାରୁ […]
ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) ପକ୍ଷରୁ ପାରାଦୀପ ସମୁଦ୍ରରୁ ବିପୁଳ ପରିମାଣର ଗୁଆ ଜବତ କରାଯାଇଛି।। ବୋଟ୍କୁ ଭାରତୀୟ ଜଳ ସୀମାର ପଶ୍ଚିମବଙ୍ଗ ଓ ବାଙ୍ଗାଦେଶ ବର୍ଡର ନିକଟରୁ ଜବତ କରିଛି କୋଷ୍ଟଗାର୍ଡ । ବୋଟ୍ର ନାମ ମା’ ବାସନ୍ତୀ ହୋଇଥିବା ବେଳେ, ବୋଟ୍ରେ ଅଛନ୍ତି ୧୪ ଜଣ ବ୍ୟକ୍ତି । ତଲାସୀ ସମୟରେ ଜାହାଜରୁ ପ୍ରାୟ ୪୫୦ ବସ୍ତା ଗୁଆ ମିଳିଥିଲା। ପ୍ରତ୍ୟେକ ବସ୍ତାର ଓଜନ ପ୍ରାୟ ୫୦-୬୦ କିଲୋଗ୍ରାମ ଥିଲା ବେଳେ ମୋଟ ଓଜନ […]
