ମହଙ୍ଗା ପଡ଼ିଲା ଶୁଆକୁ ଫାଶୀ ଦେଇ ରିଲ୍ସ କରିବା । ଅନୁଗୁଳ ଜିଲା ଆଠମଲ୍ଲିକ ନାକଟି ଦେଉଳରୁ ଅଭିଯୁକ୍ତ ଗିରଫ ହୋଇଛନ୍ତି । ବିରି ଖାଇଥିବାରୁ ଶୁଆକୁ ଫାଶୀ ଦେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ କରିଥିଲେ ୨୫ ବର୍ଷୀୟ ଅଭିଯୁକ୍ତ ବାଇଗା ପିତଲି। ପରେ ସୋସିଆଲ ମିଡ଼ିଆରେ ଥିବା ତାଙ୍କ ମୋବାଇଲ ନମ୍ବର ଟ୍ରାକ କରି ଅଭିଯୁକ୍ତକୁ ଗିରଫ କରାଯାଇଥିବା ଆଠମଲ୍ଲିକ ଡିଏଫ୍ଓ କହିଛନ୍ତି । ସୂଚନାମୁତାବକ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜାମୁଝରି ଗ୍ରାମର ଭଗନା […]
ବିଧାନସଭାରେ ଗୃହ ବିଭାଗର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତି ସମୟରେ ବନ୍ଦୀମାନଙ୍କୁ ମାସିକ ପେନସନ ପ୍ରଦାନ ସମ୍ବନ୍ଧରେ ଘୋଷଣା କରିଛନ୍ତି ।ସେ କହିଛନ୍ତି ଯେ, ୨୫ ଜୁନ୍ ୧୯୭୫ରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଏମଆଇଏସଏ, ଡିଆଇଆର୍ ଏବଂ ଡିଆଇଏସଆଇଆର୍ ଆଇନ ବଳରେ ପ୍ରଭୃତି ଆଇନ ବଳରେ ଗିରଫ ହୋଇଥିବା ବନ୍ଦୀମାନଙ୍କୁ ସରକାରଙ୍କ ଦ୍ୱାରା ମାସିକ ପେନସନ […]
ବିଧାନସଭାରେ କେବେ ପୋଲିସ ପସିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ । ଗତକାଲି ଲୋୟର ପିଏମଜି ଠାରୁ ଆରମ୍ଭ କରି ବିଧାନସଭା ସାମ୍ନା ଯାଏଁ ଦେଖିବାକୁ ମିଳିଥିଲା କଂଗ୍ରେସ ନେତାଙ୍କର ପ୍ରତିବାଦ ଓ ରାଲି । କଂଗ୍ରେସ ଦଳ ସହ ଯୋଗ ଦେଇଥିଲା […]
କର୍କଟ, ମଧୁମେହ, ହୃଦଘାତ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାର-ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହେବ। ରିପୋର୍ଟ ଅନୁଯାୟୀ ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି।ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧ ଗୁଡ଼ିକର ଦାମ୍ ବଢ଼ିଲେ ଫାର୍ମା କମ୍ପାନି ଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ । ଫାର୍ମା ଇଣ୍ଡଷ୍ଟ୍ରୀରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କାଞ୍ଚା ମାଲ୍ […]
ବିଧାନସଭା ଘେରିବ କଂଗ୍ରେସ। ଏଥିପାଇଁ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଯାଇଛି। କେମିତି ସେମାନଙ୍କୁ ରୋକିବ ତାକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଆନ୍ଦୋଳନକାରୀଙ୍କୁ ରୋକିବାକୁ ପୋଲିସ୍ ୮୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରିଛି। ଏଥିରେ ୧୦ ପ୍ଲାଟୁନ୍ ମହିଳା ଫୋର୍ସ ରହିବେ। ଆଇନ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ।ର୍ବଠାରୁ ଅଧିକ ସିସି କ୍ୟାମେରା ଲଗାଯାଇଛି। କିଛି ଗଳି ରାସ୍ତାକୁ ମଧ୍ୟ ବନ୍ଦ କରାଯାଇଛି। ସେହିପରି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ମଧ୍ୟ ଜାରି […]
ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ପିଲାଙ୍କୁ ଉନ୍ନତ ପୁଷ୍ଟିସାର ଯୁକ୍ତ ଖାଦ୍ୟ ଯୋଗାଇବା ଲାଗି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧ ଏପ୍ରିଲରୁ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ସପ୍ତାହରେ ତିନିଦିନ ପୁଷ୍ଟିକର ଲଡୁ ଯୋଗାଇ ଦିଆଯିବ।ଗୋଟିଏ ସପ୍ତାହରେ ସୋମବାର, ମଙ୍ଗଳବାର, ଗୁରୁବାର ପିଲାଙ୍କୁ ୩ଟି ଲଡୁ ଦିଆଯିବ ।ଗୋଟିଏ ଲଡୁ ପିଛା ୩ ଟଙ୍କା ୫୦ ପଇସା ଖର୍ଚ୍ଚ ହେବ […]
କାଳବୈଶାଖୀ ପରେ ପୁଣି ବଢ଼ିଲା ତାତି । ପାରଦ ଉପରମୁହାଁ । ବିଭିନ୍ନ ସ୍ଥାନରେ ୨ ରୁ ୪ ଡିଗ୍ରୀ ବଢ଼ିଛି ତାପମାତ୍ରା । ୨ ଦିନ ପର୍ଯ୍ୟନ୍ତ ପାଗରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ । ତେବେ ୨୯ରୁ ପୁଣି କଲବଲ କରିବ ତାତି । ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗିର ଓ ଭବାନୀପାଟଣାରେ ୩୯ ଡିଗ୍ରୀ, ଟିଟିଲାଗଡ଼, ସୁନ୍ଦରଗଡ଼, ନବରଙ୍ଗପୁର, ମାଲକାନଗିରି, ଯାଜପୁର, ଭୁବନେଶ୍ୱର, ଢେଙ୍କାନାଳ, ନୟାଗଡ. ଫୁଲବାଣୀ, ରାୟଗଡ଼ା, କୋରାପୁଟ, ସୁନ୍ଦରଗଡ଼, […]
ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ତାରିଖରେ ବିଧାନସଭା ଘେରାଓ କରିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ବିଧାନସଭା ଘେରାଓ ସହ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ରହିଛି । ତେବେ ଏହି ବିକ୍ଷୋଭ ସମୟରେ ରାଜଧାନୀର କେତେକ କ୍ଷେତ୍ରରେ ଟ୍ରାଫିକ ସମସ୍ୟା ଦେଖାଯିବା ନେଇ ଆଶଙ୍କା କରିଛି କମିଶନରେଟ୍ ପୋଲିସ । ରାଜମହଲରୁ ରୁପାଲି ଯାଏଁ ଉଭୟ ପାଶ୍ୱର୍ରେ ସମସ୍ୟା ଉପୁଜିବାରେ । ସକାଳ ୯ଟାରୁ […]
ଗିରଫ ହେଲେ କୁବେର ସରକାରୀ ବାବୁ ସୂର୍ଯ୍ୟମଣି ପାଟଯୋଶୀ । ଜଟଣୀ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ହେଉଛନ୍ତି ସୂର୍ଯ୍ୟମଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି ।ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଶ୍ରୀ ପାଟ୍ଟଯୋଶୀଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ନଗଦ ୧୭ ଲକ୍ଷ ଟଙ୍କା ସହିତ ୧୧ଟି ଦାମୀ ପ୍ଲଟ୍ର ରେକର୍ଡପତ୍ର ଜବତ କରାଯାଇଥିଲା। ପ୍ରାଥମିକ […]
ଗୃହରେ ବିବୃତି ରଖିଲେ ବାଚସ୍ପତି ସୁରମା ପାଢ଼ୀ । ମଙ୍ଗଳବାର ଘଟିଥିବା ଘଟଣାକୁ ସମ୍ପର୍କରେ ଗୃହରେ ବାଚସ୍ପତି ବିବୃତି ରଖିଛନ୍ତି । ବାଚସ୍ପତିଙ୍କ ବିବୃତି ପରେ ଗୃହକୁ ଫେରିଲେ ବିଜେଡି ସଦସ୍ୟ । ବାଚସ୍ପତିଙ୍କ ବିବୃତି ଦାବି କରି କକ୍ଷ ତ୍ୟାଗ କରିଥିଲେ ବିଜେଡି ସଦସ୍ୟ । ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ବିରୋଧୀ ସଦସ୍ୟ ବିଭିନ୍ନ ଉପାୟରେ ପ୍ରତିବାଦ କରୁଥିଲେ । ପୋଷ୍ଟର, ବ୍ୟାନର ଧରି ପ୍ରତିବାଦ କରୁଥିଲେ। ମାର୍ଚ୍ଚ ୨୦ ରୁ କଳା […]
“ରାୟଗଡ:-ତା. ୨୬/୦୩-ରାୟଗଡା ଜିଲ୍ଲାସ୍ଥରୀୟ ୯୦ତମ ଓଡିଶା ଦିବସ ୨୦୨୫ ପାଳନ ଉପଲକ୍ଷେ ଆଜି ସକାଳ ଘ.୧୧.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷ ସଭା ଗୃହ ରାୟଗଡ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ,ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ପ୍ରକଳ୍ପ ପ୍ରଶାସକ ଆଇଟିଡିଏ, ଶ୍ରୀ ଚନ୍ଦ୍ର କାନ୍ତ […]
କଂଗ୍ରେସର ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। କଂଗ୍ରେସ ଓ ବିଜେଡି ବିଧାନସଭାରେ ବାହାରେ ପ୍ରତିବାଦ କରିଛନ୍ତି। ଉଭୟ ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି। ଏହି ସମୟରେ ପୋଲିସ ସହ ମୁହିଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ବ୍ୟାରିକେଡ ଭାଙ୍ଗି ଦେଇଛନ୍ତି କଂଗ୍ରେସ ଓ ବିଜେଡି।ଏହାରି ଭିତରେ ଭାଜପା ସରକାରଙ୍କ ଉପରେ ଗର୍ଜିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ଭାରତ ବର୍ଷରେ ଏହା ଅଭାବନୀୟ ଘଟଣା । […]
