ପର୍ଯ୍ୟଟନ ନିବେଶର ନୂଆ କେନ୍ଦ୍ର ହେବ ଓଡ଼ିଶା, ଲାଗୁ ହେଲା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬

ନିବେଶକ ଓ ପର୍ଯ୍ୟଟନ ପ୍ରେମୀଙ୍କ ପାଇଁ ବଡ଼ ଖବର ! ଖୁବ୍‌ଶୀଘ୍ର ଭାରତର ଏକ ବଡ଼ ପର୍ଯ୍ୟଟନ ନିବେଶ କେନ୍ଦ୍ର ହେବାକୁ ଯାଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ପର୍ଯ୍ୟଟନ (ସଂଶୋଧିତ) ନୀତି–୨୦୨୬ ଆଣିଛନ୍ତି ରାଜ୍ୟ ସରକାର ।ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଗତି ଦେବା ଲକ୍ଷ୍ୟରେ ସଂଶୋଧନ ହୋଇଛି ଓଡ଼ିଶା ପର୍ଯ୍ୟଟନ ନୀତି । ସଂଶୋଧିତ ପର୍ଯ୍ୟଟନ ନୀତି ରାଜ୍ୟର ଭିଜନ ୨୦୩୬ ଓ ୨୦୪୭ ସହ ସମନ୍ୱୟ ରଖି […]

Indigoର ଧମାକେଦାର ଅଫର! ୧ ଟଙ୍କାରେ ବିମାନ ଟିକେଟ୍

ଇଣ୍ଡିଗୋ ଏୟାରଲାଇନ୍ସ ଏହାର ଯାତ୍ରୀମାନଙ୍କ ପାଇଁ ଏକ ଚମତ୍କାର ନୂତନ ବର୍ଷର ସେଲ୍ ‘Sail into 2026’ ଘୋଷଣା କରିଛି । ଏହି ସେଲରେ କେବଳ ବୟସ୍କମାନଙ୍କ ପାଇଁ ନୁହେଁ ବରଂ ପିଲାମାନଙ୍କ ପାଇଁ ମଧ୍ୟ ବିଶେଷ ଅଫର୍ ରହିଛି ।ଯଦି ଆପଣ ଇଣ୍ଡିଗୋର ସିଧାସଳଖ ଚ୍ୟାନେଲ୍‌, ଯେପରିକି ଏହାର ୱେବସାଇଟ୍‌ କିମ୍ବା ଆପ୍‌ ମାଧ୍ୟମରେ ସିଧାସଳଖ ଏକ ଘରୋଇ ବିମାନ ବୁକ୍‌ କରନ୍ତି, ତେବେ ୦-୨୪ ମାସ ବୟସର ପିଲାମାନେ ମାତ୍ର ୧ଟଙ୍କାରେ ଯାତ୍ରା କରିପାରିବେ […]

ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ଶିଳ୍ପା ସେଟ୍ଟୀ

ପୁରୀରେ ଶିଳ୍ପା ସେଟ୍ଟୀ । ପରିବାର ସହ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଛନ୍ତି ବଲିଉଡ୍ ଅଭିନେତ୍ରୀ ।ଏକ ଜାତୀୟ ଗଣମାଧ୍ୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଆସିଛନ୍ତି ଶିଳ୍ପା ସେଟ୍ଟୀ । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଶିଳ୍ପା ସେଟ୍ଟୀ ପ୍ରଥମେ ପୁରୀ ଗସ୍ତରେ ଯାଇଛନ୍ତି । ମା ସୁନନ୍ଦା ସେଟ୍ଟୀ, ଭଉଣୀ ସମିତ ସେଟ୍ଟୀଙ୍କ ସହିତ ବଡ଼ଦେଉଳ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିବା […]

ବଲାଙ୍ଗୀର ତୁଷୁରା ଘୁଡୁକା ବଜାର ମହିଳା କଣ୍ଠଶିଳ୍ପୀ କୁନି ଛତ୍ରିଆଙ୍କ ଅକାଳ ବିୟୋଗ 

ଆଉ ନାହାନ୍ତି ଲୋକ ଗୀତ ଗାଇକା କୁନି ଛତ୍ରିଆ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେଲଭର୍ତ୍ତି କରାଯାଇଥିଲା । ପରେ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ଆଖି ବୁଜିଥିଲେ କୁନି ଛତ୍ରିଆ ।କୁନି ଘୁଡୁକାର ଥିଲେ ସ୍ୱର। ତୁଷୁରାର ସୁନାମ ଧନ୍ୟ କଳାକାର ବଡ଼ ଛତ୍ରୀଆଙ୍କ ସ୍ତ୍ରୀ ଥିଲେ କୁନି। […]

ମାଟ୍ରିମୋନି ସାଇଟ୍‌ରେ ମିଛ ବିବାହ ପ୍ରତିଶ୍ରୁତି । ପରିବାରଠୁ ୨୨ ଲକ୍ଷ ଠକି ନେଲେ ଡାକ୍ତର

ମାଟ୍ରିମୋନି ସାଇଟ୍‌ରେ ମିଛ ବିବାହ ପ୍ରତିଶ୍ରୁତି । ସାନ ଭାଇ ସହ ବାହାଘର କରାଇବାକୁ କହି ଯୁବତୀଙ୍କୁ ଠକେଇ । ୨୨ ଲକ୍ଷ ଟଙ୍କାର ଚୂନ ଲଗାଇଲେ ନକଲି ଡାକ୍ତର । ଆଉ ଶେଷରେ ଧରାପଡି ବନ୍ଧାହେଲେ ଠକ ଡାକ୍ତର ରଞ୍ଜୀବ କୁମାର ପ୍ରଧାନ । ସୂଚନାମୁତାବକ ୨୦୨୧ରେ ମାଟ୍ରିମୋନି ସାଇଟ୍‌ରେ ଅଭିଯୁକ୍ତ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜ ସାନଭାଇ ତୁଷାର ପ୍ରଧାନ ସହ ବିବାହ ପାଇଁ ଅଭିଯୋଗକାରିଣୀ ସହ ଯୋଗାଯୋଗରେ ଆସିଥିଲା […]

ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ! ଆନନ୍ଦବଜାରକୁ କେମତି ଗଲା ମୋବାଇଲ୍

ପୁରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ୍ ନେବା ଭିଡିଓ ଭାଇରାଲ୍ । ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନ୍‌ରେ ଗପିବାର ଭିଡିଓ ଭାଇରାଲ ହୋଇଛି । ଆନନ୍ଦ ବଜାରରେ ଜଣେ ବ୍ୟକ୍ତି ଫୋନ୍ ରେ କଥା ହେଉଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ଉପରେ ବାରଣ ରହିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୋବାଇଲ ଫୋନ୍ ଉପରେ ବାରଣ କରାଯାଇଛି। ଶ୍ରୀମନ୍ଦିର ଭିତରକୁ କିଭଳି ଗଲା ମୋବାଇଲ ଫୋନ୍ ତାକୁ ନେଇ ଉଠିଛି […]

ସେନା ଦିବସରେ ଭାରତୀୟ ଯବାନଙ୍କୁ ସଲାମ

ଭାରତୀୟ ସେନାର ସାହସ, ନିସ୍ୱାର୍ଥପରତା, ଆଉ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଆଜି ଦେଶ ପାଳୁଛି ଇଣ୍ଡିଆନ ଆର୍ମି ଡେ । ପ୍ରତି ବର୍ଷ ଜାନୁଆରୀ ୧୫ ତାରିଖରେ ଭବ୍ୟ ସମାରୋହ, ସୈନ୍ୟ ପରେଡର ସମାରୋହ ସହ ସେନା ଦିବସ ପାଳନ ହୁଏ । ଏହି ଦିବସରେ ଆମର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଭାରତୀୟ ସୈନ୍ୟଙ୍କ ଆତ୍ମବଳକୁ ଦୃଢ଼ କରାଯାଏ। ଏଥିସହ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯାଏ। ବାସ୍ତବରେ, ଯେତେବେଳେ ଆମ ଦେଶ […]

ମହାକାଶରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି, ମେଡିକାଲ ଇମର୍ଜେନ୍ସି ଇଭାକ୍ୟୁଏସନ କରିବ ନାସା

ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ (ଆଇଏସ୍‌ଏସ୍)ରେ ଜଣେ ମହାକାଶଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାପରେ ନାସାକୁ ଏହାର କ୍ରୁ-୧୧ ମିଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ପଡ଼ିଛି । ନାସା ଏହି ମିଶନରେ ସାମିଲ ସମସ୍ତ ଚାରି ମହାକାଶଚାରୀଙ୍କୁ ଭୂପୃଷ୍ଠକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । ଆଜି ମହାକାଶଚାରୀଙ୍କୁ ଫେରାଇ ଆଣୁଥିବା ଏଣ୍ଡେଭର ସ୍ପେଶ କ୍ରାଫ୍ଟ ଅନଡକିଂ କରିବ । କାଲି ସେମାନେ କାଲିଫର୍ଣ୍ଣିଆ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାଶ୍ ଡାଉନ କରିବେ । ଆନ୍ତର୍ଜାତିକ ମହାକାଶ […]

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ! ବିଲରେ ଫିଙ୍ଗିଦେଲେ ବିବାହିତ ମହିଳାଙ୍କ ମୃତଦେହ

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ । ସୁନ୍ଦରଗଡ଼ ଟାଉନ ଥାନା ଶଙ୍କରାର ଏକ ବିଲରୁ ମିଳିଛି ମହିଳାଙ୍କ ମୃତଦେହ । ହତ୍ୟା ପରେ ବିଲରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।ଖବର ଅନୁଯାୟୀ, ଗୁରୁବାର ଦିନ ସୁନ୍ଦରଗଡ଼ ଟାଉନ ଥାନା ଶଙ୍କାରର ଏକ ବିଲରେ ଜଣେ ମହିଳାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡିଥିବାର ଦେଖିଥିଲେ ।ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ […]

ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ

ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ “ଜବରଦସ୍ତି’ ବୋଲି ଧରାଯାଇ ପାରିବ ନାହିଁ । ସେହି ଆଧାରରେ ଜଣେ ବ୍ୟକ୍ତିଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ । ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି । ଏକ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେଇଛନ୍ତି । ସୂଚନା ମୁତାବକ, ୨୦୦୬ରେ ସୋନପୁର ଜିଲ୍ଲା ତରଭା ଥାନାରେ ଜଣେ ପୀଡ଼ିତା ଅଭିଯୋଗ […]

ଆହୁରି ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ହାଡ଼ ଭଙ୍ଗା ଶୀତ

ଶୀତ ପ୍ରକୋପରେ ଥରୁଛି ସାରା ଓଡ଼ିଶା । ଶୀତ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ । ଆହୁରି ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ହାଡ଼ ଭଙ୍ଗା ଶୀତ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଏହି ୬ ଜିଲ୍ଲାକୁ ଶୀତ ଲହରୀ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବାକୁ […]

ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି

ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ । ଗତକାଲି ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା । ତେବେ ଦୁଇ ଦିନ ପରେ ଆଜି ନୀତିକାନ୍ତି ସ୍ବାଭାବିକ ହୋଇଛି । କ୍ଷୀର ଆଉଟା ନୀତିକୁ ନେଇ ବଡୁ ଓ ବ୍ରାହ୍ଣଣ ନିଯୋଗ ମଧ୍ୟରେ ବିବାଦ […]