ଉପାସରେ ଶ୍ରୀଲିଙ୍ଗରାଜ ପ୍ରସଙ୍ଗକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କଡା ଚେତାବନୀ ଦେଇଛନ୍ତି । ବିଧାୟକ କହିଛନ୍ତି ଯେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେବାୟତ ଭାଇମାନଙ୍କୁ ଅନୁରୋଧ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଅନ୍ତୁ ନାହିଁ। ଆମ ଭିତରେ ଶହେ କଳି ଥାଇପାରେ ପୂଜା ପରେ ଆଲୋଚନା ହୋଇପାରେ। ସରକାର ଯଦି ଶୁଣିନାହାନ୍ତି […]
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧ ଅଟକ । ଗତ ରବିବାର ଅପରାହ୍ନ ସମୟରେ ଘର ପାଖରେ ନାବାଳିକା ଜଣକ ବୁଲୁଥୁବା ବେଳେ ସମ୍ପର୍କୀୟ ଜେଜେ ନାବାଳିକାକୁ ଡାକି ଥିଲା । ଗୁହାଳ ଭିତରେ ପାଟିରେ ହାତ ଦେଇ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଜୀବନରୁ ମାରିଦେବାକୁ ଧମକ ଦେବଉଥିବାରୁ ନାବାଳିକା ଜଣକ ଡରରେ ଘରେ କାହାକୁ କହିନଥିଲା । ପରେ ପରିବାର ଲୋକଙ୍କୁ ସବୁ […]
ଆଗକୁ ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ଓଭର ସ୍ପିଡିଂ, ବେପରୁଆ ଗାଡ଼ି ଚାଳନା ବା ହେଲମେଟ୍ […]
ଆଜି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୁଙ୍କ ମକରନୀତି । କାଳିଆ ଠାକୁରଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ମକର ସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଆଜି ମହାପ୍ରଭୁଙ୍କର ମକରଚୌରାସୀ ବେଶ ଅନୁଷ୍ଠିତ ହେବ। ତେବେ ଆଜି ମହାପ୍ରଭୁଙ୍କୁ ଅର୍ପଣ ହେବ ବିଶ୍ବର ସବୁଠୁ ବଡ଼ପାନ । ଏହି ପାନର ଉଚ୍ଚତା ଦେଢ଼ରୁ ଅଢେଇ ଫୁଟ ହେବ । ମହାପ୍ରଭୁଙ୍କ ହଡ଼ପ ନାୟକ ସେବାୟତ ଶ୍ରୀମନ୍ଦିର ଭିତରେ ଅତ୍ୟନ୍ତ ସତର୍କତାର ସହ ଏହି […]
ପଶ୍ଚିମବଙ୍ଗରେ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାକୁ ବଢିଲା ନିପା ଭୟ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଘରୋଇ ହସ୍ପିଟାଲରେ ୨ଜଣ ନର୍ସ ନିପା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କଠାରେ ରହିଥିବା ଲକ୍ଷଣ ନିପା ଭୂତାଣୁ ବୋଲି ପ୍ରାଥମିକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେମାନଙ୍କ ନମୁନା ଏମ୍ସକୁ ପଠାଯାଇଛି । ସଂକ୍ରମଣ ରୋକିବାକୁ ଏକ ଜାତୀୟ ଯୁଗ୍ମ ସଂକ୍ରମଣ ରେସପନ୍ସ ଦଳ ଗଠନ ହୋଇଛି । ତେବେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ପ୍ରତିଦିନ ଲୋକଙ୍କ ଯିବାଆସିବା ଲାଗି […]
ଓଡ଼ିଆରେ ହେବ ସରକାରୀ କାମ । ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ । ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି । ଏହି ନିୟମ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ସରକାରୀ ଅଫିସରେ କଡ଼ାକଡ଼ି ଲାଗୁ ହେବ । ସମସ୍ତ ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆ ଭାଷାରେ ହେବ। ନିୟମ ଖିଲାପ କଲେ ଅଧିକାରୀଙ୍କ ବିରୋଧରେ ହେବ ନୋଟିସ୍। ଯେଉଁ ଅଧିକାରୀ ଏହାର ଖିଲାପ କରିବେ, ତାଙ୍କୁ ଏହି ବିଷୟରେ ତାଗିଦ […]
ମକରଠାରୁ ଦିନ ହୁଏ ବକର। ଅର୍ଥାତ ଏହି ତିଥି ଠାରୁ ଦିନ କ୍ରମଶଃ ବଡ଼ ହୁଏ। ମକରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଯାଉଥିବାରୁ ଖରା ଧୀରେଧୀରେ ପ୍ରଖର ହୁଏ। ସୂର୍ଯ୍ୟ ଉତ୍ତର ଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଏହି ସମୟରେ ଅନୁଷ୍ଠିତ ହୋଇଥାଏ। ଖାଲି ସେତିକି ନୁହେଁ, ମକର ସଂକ୍ରାନ୍ତି ଓଡ଼ିଆମାନଙ୍କ ପାଇଁ ବନ୍ଧୁତ୍ବର ଦିନ। ଏହି ଦିନ […]
ପୁଣି ଉପାସ ରହିଲେ ମହାପ୍ରଭୁ ଲିଙ୍ଗରାଜ। ମକର ସଂକ୍ରାନ୍ତିରେ ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମଙ୍ଗଳବାର ସଂଧ୍ୟାରୁ ବନ୍ଦ ଅଛି ନୀତିକାନ୍ତି।ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ […]
ନିଜ ମାଆକୁ ଛେଚି ଛେଚି ମାରିଦେଲା । ଖାଲି କଣ ମାଆକୁ ନିଜ ସ୍ତ୍ରୀକୁ ବି ଛାଡ଼ିଲାନି। ସର୍ବସମ୍ମୁଖରେ ଖପୁରୀ କାଢ଼ି ମାଂସ ଖାଇଲା। ଏମିତି ନୃଶଂସ ମଣିଷ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କୁଶୀନଗରରେ। କୁଶିନଗରର ପାରସା ଗାଁରେ ଅତି ବୀଭତ୍ସ ଭାବେ ଡବଲ ମର୍ଡର ହୋଇଛି । ଏ ହତ୍ୟା ଆଉ କେହି ନୁହେଁ ସେହି ପରିବାରର ପୁଅ ସିକନ୍ଦର ଗୁପ୍ତା ହିଁ କରିଛି । ୩୦ ବର୍ଷିୟ ସିକନ୍ଦର ୬୦ ବର୍ଷୀୟ ମା’ […]
ସୁପ୍ରିମକୋର୍ଟ ମଙ୍ଗଳବାର ବୁଲା କୁକୁରଙ୍କ ଆକ୍ରମଣ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ବେଳେ ଜଷ୍ଟିସ୍ ବିକ୍ରମ ନାଥ କଡା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯଦି କୁକୁର କାମୁଡିବା ଦ୍ବାରା ପିଲା କିମ୍ବା ବୟସ୍କ ଲୋକଙ୍କୁ ଆଘତ କିମ୍ବା ମୃତ୍ୟୁ ହୁଏ ତେବେ ଏଥିପାଇ ରାଜ୍ୟ ସରକାରଙ୍କୁ ଭାରି ମାତ୍ରାରେ କ୍ଷତିପୂରଣ ଦେବାକୁ ପଡିପାରେ। ଖଣ୍ଡପୀଠ କହିଛନ୍ତି, ବୁଲା କୁକୁରଙ୍କ ସମସ୍ୟାର […]
ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ପୋଲିସର ବଡ଼ ସୂଚନା। ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି କହିଲେ ଏସିପି ଜୋନ୍-୩। ସେ ଆହୁରି କହିଛନ୍ତି ଯେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ପଚରାଉଚରା ହୋଇଛି। ଉଭୟଙ୍କ ବ୍ୟାଙ୍କ ପାସବୁକ ଯାଞ୍ଚ ସହ ଇନ୍କମ ଟ୍ୟାକ୍ସରୁ ତଥ୍ୟ ସଂଗ୍ରହ ହୋଇଛି। ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କୁ ପଚରାଉଚରା ହୋଇଛି। ଆର୍ଥିକ କାରବାର, ପ୍ରୋଗ୍ରାମ ବାବଦକୁ କେତେ ଟଙ୍କା ନେଉଥିଲେ ପଚାରିଛୁ। ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପାଇଁ ପୋଲିସ […]
ଯାତ୍ରା ପେଣ୍ଡାଲ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ୍ । ଯାତ୍ରା ଡ୍ୟାନ୍ସରଙ୍କ ଉପରେ ବାଜିବ ଛାଟ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗ ଉପରେ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଛତିଶଗଡ ପରି ଓଡ଼ିଶାରେ ବି ହୋଇପାରେ କାର୍ଯ୍ୟନୁଷ୍ଠାନ । ଆଇନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଜନମତ ମଧ୍ୟ ସ୍ପଷ୍ଟ ଅଛି, ଅଶ୍ଳୀଳ ନୃତ୍ୟ ନ ହେଉ। ଏନେଇ ଆୟୋଜକ ଏବଂ ଯାତ୍ରା ପାର୍ଟି ମାଲିକଙ୍କୁ ମଧ୍ୟ ଅବଗତ କରାଯାଇଛି। […]
