ପୁଣି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ୍‌ରେ ମୋ ବସ୍‌ ଦୁର୍ଘଟଣା

ଭୁବନେଶ୍ୱର ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ ମାଡ଼ିଗଲା ମୋ ବସ । ଜଣେ ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। ପୁରୀର ରଞ୍ଜିତ ବେହେରା ଟ୍ରେନରେ ଭୁବନେଶ୍ବର ଆସିଥିଲେ। ଷ୍ଟେସନରେ ପହଁଚିବା ପରେ ଖରା ହେଉଥିବାରୁ ଠିଆ ହେଇଥିଲେ। କିନ୍ତୁ ହଠାତ ମୋ ବସ୍‌ ଡ୍ରାଇଭର କିଛି ନଦେଖି ଆଗକୁ ମାଡି ଆସିଥିଲେ। ଫଳରେ ଗୋଡ଼ରେ ପ୍ରବଳ ଆଘାତ ଲାଗିଛି।ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତ ସପ୍ତାହରେ ଭୁବନେଶ୍ବର ପାତ୍ରପଡା ନିର୍ମାଣଧିନ ଫୁଟ […]

ବାଲୁଙ୍କେଶ୍ବର ମନ୍ଦିର ପ୍ରତିଷ୍ଠା ଉତ୍ସବ।

ରାୟଗଡ଼ – ରାୟଗଡ଼ ସହର ସର୍ବ ଶ୍ରେଷ୍ଠ ଦେବତା ସ୍ଵୟଂଭୂ ସଦାଶିବ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇ ଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମରେ ବାଲୁଙ୍କେଶ୍ବର ମହାଦେବଙ୍କ ବାର୍ଷିକ ଉତ୍ସବ, ମହା ଶିବରାତ୍ରି ପାଳନ ଏବଂ ବିଶ୍ଵଶାନ୍ତି ତ୍ରୟମ୍ବକ ମହାଯଜ୍ଞ ଅନୁଷ୍ଟିତ ହେବ। ସପ୍ତ ଦିନାତ୍ମକ ଏହି ପବିତ୍ର କାର୍ଯ୍ୟକ୍ରମ ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ଯୁକ୍ତ ଦ୍ଵାଦଶୀ ଚଳିତ ମାସ ୨୪ତାରିଖ ସୋମବାର ଠାରୁ ଆରମ୍ଭ ହୋଇ ଫାଲଗୁନ ମାସ ଶୁକ୍ଲ ପକ୍ଷ […]

ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ।

ଆସନ୍ତା ୬ ଦିନ ଯାଏ ରାଜ୍ୟରେ ଶୁଖିଲା ପାଗ ରହିବ। ତେବେ ରାଜ୍ୟରେ ୩ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ବୁଧବାର ଜାଗରରେ ବି ପାଗ ସ୍ୱାଭାବିକ ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।ସୋମବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଝାରସୁଗୁଡ଼ା ଓ ମାଲକାନଗିରିରେ ୩୫.୪ ଡିଗ୍ରୀ ଲେଖାଏଁ, ଟିଟିଲାଗଡ଼ରେ ୩୫ ଏବଂ ଭୁବନେଶ୍ବରରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସର୍ବନିମ୍ନ […]

ଆସନ୍ତା ୨୮ ତାରିଖରେ ମହାକାଶରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ।

ଫେବୃଆରୀ ୨୮ରେ ଗୋଟିଏ ସରଳରେଖାରେ ସାତଟି ଗ୍ରହ ଦେଖାଯିବ। ଏହି ସମୟ ମଧ୍ୟରେ ଶନି, ବୁଧ, ନେପଚ୍ୟୁନ୍, ଶୁକ୍ର, ୟୁରାନସ୍, ବୃହସ୍ପତି ଏବଂ ମଙ୍ଗଳ ଆଦି ଗ୍ରହ ଏକ ସରଳରେଖାରେ ଦେଖାଯିବେ। ବୈଜ୍ଞାନିକମାନେ ଏହି ଘଟଣାକୁ ଏକ ବିରଳ ସଂଯୋଗ ଭାବରେ ବର୍ଣ୍ଣନା କରିଛନ୍ତି।ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତରୁ ୪୫ ମିନିଟ ଭିତରେ ଏହି ଦୃଶ୍ୟ ସର୍ବାଧିକ ଦୃଶ୍ୟମାନ ହେବ। ଏହା ପରେ ୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ।ଏହି ଅଦ୍ଭୁତ […]

ବିଦ୍ୟୁତ ଟାୱାରରେ ଚଢି ବସିଥିଲା ଯୁବକ ଆଉ ତାପରେ….

କାମାକ୍ଷାନଗର ଥାନା ବଡ଼ମୁକ୍ତାପଶି ଗାଁ ନିକଟରେ ୧୩୨ କେଭି ବିଦ୍ୟୁତ ଟାୱାର ରେ ନିଶାସକ୍ତ ଅବସ୍ଥା ରେ ଚଢ଼ିଗଲା ଯୁବକ l । ଅଢେଇ ଘଣ୍ଟା ଧରି ସେ ବିଦ୍ୟୁତ ଟାୱାରରେ ବସିଥିଲେ । ସେହି ଟାୱାରର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାଯାଇଥିଲା ।ତେବେ ଚଢ଼ିବା ପରେ ଓଲ୍ହାଇବାର ନାଁ ଧରୁନଥିଲା ଯୁବକ l ଯେଉଁଥିପାଇଁ ପୋଲିସ, ଅଗ୍ନିଶମ ବାହିନୀ ଓ ବିଦ୍ୟୁତ ବିଭାଗକୁ ନାକେଦମ ହେବାକୁ ପଡିଥିଲା l ଶେଷରେ ନିଶାସକ୍ତ ଯୁବକକୁ ଉଦ୍ଧର କରା […]

ହଷ୍ଟେଲରେ ପ୍ରସବ କଲେ ଦଶମ ଛାତ୍ରୀ

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ ଦେଇଛନ୍ତି। ଆଜି ଛାତ୍ରୀ ଜଣକ ଚିତ୍ରକୋଣ୍ଡା ମେଡିକାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।। ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି । ୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା […]

ଇନ୍‌ଷ୍ଟାଗ୍ରାମରେ ପ୍ରେମ: ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କଲେ ଯୁବକ

ବାଲେଶ୍ବର ଜିଲା ଜଳେଶ୍ୱର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଯୁବକ ପଞ୍ଚାନନ। ପ୍ରହରାଜପୁର ଗ୍ରାମର ମଦନ ପାତ୍ରଙ୍କ ଭିନ୍ନକ୍ଷମ ଝିଅ ଅନ୍ନପୂର୍ଣ୍ଣା ଜଳେଶ୍ୱର ଡିଗ୍ରୀ କଲେଜରେ ପଢ଼ୁଥିବାବେଳେ ଦକ୍ଷିଣ ପ୍ରହରାଜପୁର ଗାଁର ସଞ୍ଜୟ ଜେନାଙ୍କ ପୁଅ ପଞ୍ଚାନନ ଓରଫ କାହ୍ନାଙ୍କ ସହିତ ୨ ବର୍ଷ ପୂର୍ବରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ପ୍ରଥମେ ଚାଟିଂ କରୁ କରୁ ପ୍ରେମ ବନ୍ଧନରେ ବାନ୍ଧି ହୋଇଯାଇଥିଲେ। ଅନ୍ନପୂର୍ଣ୍ନା […]

ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ଟ୍ରାଫିକ୍ କଟକଣା।

ସଜେଇ ହେଉଛି ରାଜ୍ୟର ବିଭିନ୍ନ ଶୈବପୀଠ । ରାତି ପାହିଲେ ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେବ ପରିବେଶ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀରେ ଠିକ୍ ରାତି ୧୦ ଟାରେ ଉଠିବ ମହାଦୀପ ଉଠିବ । ଶ୍ରଦ୍ଧାଳୁଙ୍କ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ ପୋଲିସ। ରଥ ରୋଡ୍, ପୁନାମା ଗେଟ୍ ପଟୁ ଗାଡ଼ି ପାଇଁ କଟକଣା କରାଯାଇଛି। ବଢ଼େଇବାଙ୍କରେ ଅଟକି ବିଏମ ସ୍କୁଲ୍ […]

ଓଡ଼ିଶାରେ ଭୂକମ୍ପ ଝଟକା । ସକାଳ ୬ଟା ୧୦ରେ ଅନୁଭୁତ ହୋଛି ଝଟକା ।

ଓଡ଼ିଶାରେ ମଙ୍ଗଳବାର ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି। ୨ରୁ ୩ ସେକେଣ୍ଡ ଯାଏଁ ଝଟକା ଅଭୁଭୂତ ହୋଇଥିବା ସୂଚନା ରହିଛି । ସେହିପରି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଏହି ଭୂକମ୍ପର କୌଣସି କ୍ଷୟକ୍ଷତି ଖବର ବର୍ତ୍ତମାନ ସୁଦ୍ଧା ହସ୍ତକ୍ଷେପ ହୋଇନାହିଁ।

ଚିକେନ୍ ତରକାରୀ ପାଇଁ ସ୍ବାମୀ ଚାପୁଡ଼ାରେ ସ୍ତ୍ରୀ ମୃତ୍ୟୁ ।

ଚିକେନ୍ ତରକାରୀକୁ ନେଇ ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମର ମୁଣ୍ତାସାହିରେ ତୁମୁଳକାଣ୍ଡ ଘଟିଛି। ଚିକେନ୍ ତରକାରୀ କରି ନଥିବାରୁ ସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ସ୍ବାମୀ। ଗତକାଲି ବିଳମ୍ବିତ ରାତିରେ ଚିକେନ ତରକାରୀକୁ ନେଇ ସ୍ୱାମୀ ଜେନା ପିଙ୍ଗୁଆ ଓ ସ୍ତ୍ରୀ କୁନି ପିଙ୍ଗୁଆଙ୍କ ମଧ୍ୟରେ ଝଗଡା ହୋଇଥିଲା । ଚିକେନ ତରକାରୀ କରିବା ପାଇଁ ଜେନା ପିଙ୍ଗୁଆ ଘରେ ଟଙ୍କା ଦେଇଯାଇଥିଲେ । କିନ୍ତୁ କୁନି […]

ପରୀକ୍ଷା ହଲ୍‌ରେ କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ ।

ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ । ଇଂରାଜୀ ପାରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ହଲ୍‌ରେ କପି କଲାବେଳେ ଧରାପଡ଼ିଲେ ୮ ପରୀକ୍ଷାର୍ଥୀ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ)ର ସୂଚନା ଅନୁଯାୟୀ, ସୋମବାର ଦ୍ୱିତୀୟ ଭାଷା ଇଂରାଜୀ, ହିନ୍ଦୀ, ପରିବେଶ ଏବଂ ଜନସଂଖ୍ୟା ଶିକ୍ଷା (କେବଳ ଶ୍ରବଣ ବାଧିତ ପ୍ରାର୍ଥୀଙ୍କ ପାଇଁ) ପରୀକ୍ଷା ସମୟରେ ଆଠ ଜଣ କପି କରି ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏକ ଭିଡିଓ […]

ଜିଲ୍ଳାସ୍ତରୀୟ ପିଏମ କିସାନ ସମ୍ମାନ ସମାରୋହ

ରାୟଗଡ଼ା/୨୪/୨() : ବିହାରର ଭାଗଲପୁର ଠାରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିସାନ ସମ୍ମାନ ନିଧିର ୧୯ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନରେ ଜିଲ୍ଲାସ୍ତରୀୟ କିସାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୨ଟା ୧୫ମି.ରୁ ସାଢେ ୩ଟା ସମୟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସିଧା ପ୍ରସାରଣ […]