ମିଳିମିଶି ଟଙ୍କା ଆତ୍ମସାତ କରିଥିଲେ ସରପଞ୍ଚଙ୍କ ୨ ପୁଅ

ନୂଆପଡ଼ା ଜିଲା ଘୁଚାଗୁଡ଼ା ପିଇଓ ସତ୍ୟବ୍ରତ ବରାଳ ଏବଂ ତାଙ୍କ ଭାଇ ଉତ୍ତମ ବରାଳଙ୍କୁ ଧରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିବା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଉଭୟ ଭାଇଙ୍କ ବିରୋଧରେ ୭ ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ଅନୁସାରେ, ହାଇମାଷ୍ଟ ଲାଇଟ ଲଗାଇବା, ରାସ୍ତା ଲାଇଟ୍ ମରାମତି କରିବା, ପାର୍କ ମାନଙ୍କରେ ଜିମ୍ ସାମଗ୍ରୀ ଲଗାଇବା ପରି ଅନେକ କାମରେ […]

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ତରଫରୁ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ

ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ୍‌ସେବା ପ୍ରାଧ‌ିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଜିଲ୍ଲା ଗ୍ରାମୀଣ ଆଇନ ସଚେତନତା କର୍ମୀମାନଙ୍କୁ ନେଇ ନୟାଗଡ଼ ଖେଳପଡ଼ିଆ ଠାରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଖେଳପଡ଼ିଆ ପରିସରରେ ପାଣିବୋତଲ, ଜରି, ଗଛର ଡାଳପତ୍ର ପଡ଼ି ପଡ଼ିଆଟି ଅପରିଷ୍କାର ହୋଇ ପଡ଼ିଥିଲା। ଏହି ପଡ଼ିଆରେ ଖେଳପ୍ରେମୀ ମାନେ ପ୍ରତିଦିନ ଖେଳକୁଦ କରିଥାନ୍ତି। ନୟାଗଡ଼ର ସଚେତନ ବୁଦ୍ଧିଜୀବୀମାନେ ମଧ୍ୟ ପ୍ରାତଃ ଭ୍ରମଣ କରି ନିଜର ସ୍ଵାସ୍ଥ୍ୟ ପ୍ରତି ସଜାଗ […]

HKU5-CoV-2: ଚୀନରେ ନୂଆ ଭୂତାଣୁ ଚିହ୍ନଟ

ଚୀନକୁ ପୁଣି ଫେରିଲା ନୂଆ କରୋନା ଭାଇରସ୍ । ବାଦୁଡ଼ି ଠାରେ ଠାବ ହୋଇଛି ନୂଆ ଭାଇରସ୍ HKU5-COV-2 । ଚୀନର ବ୍ୟାଟ ଓମ୍ୟାନ ଭାବେ ଜଣାଶୁଣା ଭାଇରୋଲୋଜିଷ୍ଟ ସି ଝେଙ୍ଗଲି ବାଦୁଡ଼ି ଦେହରେ ନୂଆ ଭାଇରସ ଠାବ କରିଛନ୍ତି । ପୂର୍ବ ମହାମାରୀର କାରଣ ସାଜିଥିବା SARS-CoV-2 ଭାଇରସ ସହ ଏହାର ସାମାଞ୍ଜସ୍ୟ ରହିଛି ।ଚାଇନାର ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନୁସନ୍ଧାନକାରୀମାନେ ଏହି ନୂଆ ଭୂତାଣୁକୁ ଠାବ କରିଛନ୍ତି । ଏହି ନୂଆ ଭୂତାଣୁ […]

ଆରପାରିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ

ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ସେ ନାତିନାତୁଣୀ ତଥା ପରିବାରର ଅନ୍ୟ ସଦସ୍ୟଙ୍କ ଗହଣରେ ଖିଆପିଆ କରିଥିଲେ। ତାଙ୍କର କୌଣସି ରୋଗନଥିଲା ବେଳେ ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ତେବେ ତାଙ୍କର ଅନ୍ତିମ ସଂତ୍କାର ଲୋଧି ରୋଡ୍ ଶ୍ମଶାନରେ କରାଯିବ ବୋଲି ଜଣାପଡିଛି।ଓଡ଼ିଶୀ ନୃତ୍ୟକୁ […]

ମୋବାଇଲ ଆପରେ ରହିବ ଅଙ୍ଗନବାଡି ତଥ୍ୟ: କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର

ସମ୍ବଲପୁର ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର । ଶୁକ୍ରବାର ସକାଳେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରଙ୍କୁ ଯାଇ ଦର୍ଶନ କରିଛନ୍ତି । ଏହାପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପରିଦର୍ଶନ କରିଥିଲେ l ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମହିଳା ଶିଶୁ ବିକାଶ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ l ଏହି ଅବସରରେ ମନ୍ତ୍ରୀ ସାବିତ୍ରୀ ଠାକୁର […]

କିଟର ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ

କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ସରକାରୀ ଜମି ଓ ଜଙ୍ଗଲ ଜମି ଜବରଦଖଲ ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।ଆଇନମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ସମ୍ପୃକ୍ତ ବିଭାଗ ପଦକ୍ଷେପ ନେବ। ରାଜସ୍ବ ବିଭାଗ ଓ ଜିଏ ବିଭାଗ ପକ୍ଷରୁ ଏନେଇ ସ୍ପେଶାଲ ଡ୍ରାଇଭ୍‌ ଯୋଜନା କରାଯାଉଛି। ଜବରଦଖଲ ମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ୍‌ କାର୍ଯ୍ୟ କରିବ। ବ୍ୟବସାୟିକ ଉଦ୍ଦେଶ୍ୟ ହେଉ କି ଜବରଦଖଲ ହେଉ ପ୍ରକୃତ କଥା ଜଣାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

ଲିଭର ଦେବା ପରେ ବି ବଞ୍ଚିଲେନି ସାନ ଯାଆ ।

ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ସୂଚନା ଅନୁସାରେ, ଝାଙ୍କରପାଲି ଅଞ୍ଚଳର ମହାଦେବ ପ୍ରଧାନଙ୍କ ଧର୍ମପତ୍ନୀ ଉମାକାନ୍ତିଙ୍କ ଲିଭର ଖରାପ ହୋଇଯିବାରୁ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମହିଳା ଜଣଙ୍କ । ଲିଭର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ […]

ବିଭିନ୍ନ ସ୍କୁଲ ବୁଲି ସ୍ଥିତି ସମୀକ୍ଷା କଲେ ଗଣଶିକ୍ଷା ମନ୍ତ୍ରୀ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ବିଭିନ୍ନ ସ୍କୁଲ ବୁଲି ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ଅଛନ୍ତି କି ନାହିଁ, ମନ୍ତ୍ରୀ ତାହାର ଯାଞ୍ଚ କରିଛନ୍ତି । ଭିତ୍ତିଭୂମିର ବିକାଶ […]

ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା ଠାବ ।

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। ଠାବ ହେଲା ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ସିଆରପିଏଫ କୋବ୍ରା ଯବାନ ଓ ଡିଆରଜି ଯବାନଙ୍କ କୋମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି।ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ଦେଖିବାକୁ ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ […]

ଗୀତା ଛୁଇଁ ଏଫବିଆଇ ନିର୍ଦ୍ଦେଶକ ଭାବେ ଶପଥ ନେଲେ କାଶ୍ ପଟେଲ

ଭାରତୀୟ ବଂଶୋଦ୍ଭବ କାଶ ପଟେଲ ଶୁକ୍ରବାର ଆମେରିକାର ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI)ର ନବମ ନିର୍ଦ୍ଦେଶକ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଯେଉଁଭଳି ଭାବରେ ଶପଥ ନେଇଥିଲେ ତାହା ଏବେ ସବୁଠି ଆଲୋଚନାର କେଦ୍ରବିନ୍ଦୁ ପାଲଟିଛି। ଶପଥ ନେବା ବେଳେ ସେ ଭଗବତ ଗୀତାକୁ ହାତରେ ଧରିଥିଲେ ଓ ଶପଥ ନେଇଥିଲେ। ନବମ ଏଫ୍‌ବିଆଇ ନିର୍ଦ୍ଦେଶକ ଭାବେ କାଶ୍ ପଟେଲ ଶପଥ ନେଇଛନ୍ତି । ପ୍ରଥମ ଭାରତୀୟ ଭାବେ କାଶ୍ ପଟେଲ ଏହି ଦାୟିତ୍ବ […]

ଆସନ୍ତା ଫବୃଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ।

ଆଗାମୀ ଫବୃଆରୀ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ଧାନସଭାର ତୃତୀୟ ଅବେଶନ (ବଜେଟ ଅଧିବେଶନ) ଚାଲୁଥିବା ହେତୁ ଏହି ସୋମବାର ଭୁବନେଶ୍ବର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ […]

ଏଣିକି ଭିନ୍ନ ଭିନ୍ନ ପେମେଣ୍ଟ ପାଇଁ ଦେବାକୁ ପଡିବ ସର୍ଭିସ୍ ଚାର୍ଜ

ଯଦି ଆପଣ ଫୋନ ପେ, ଗୁଗୁଲ ପେ ଏବଂ ପେଟିଏମ୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏବେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। କିନ୍ତୁ ପୂର୍ବରୁ ସବୁ କମ୍ପାନୀ ୟୁପିଆଇ ଟ୍ରାଞ୍ଜାକସନ୍ ପାଇଁ କୌଣସି ଶୁଳ୍କ ନେଉନଥିଲେ । କିନ୍ତୁ ଏଣିକି ଭିନ୍ନ ଭନ୍ନ ଟ୍ରାଞ୍ଜାକସନ୍ ପାଇଁ ଦେୟ ଦେବାକୁ ପଡିପାରେ । ପୂର୍ବରୁ ୟୁପିଆଇ ଦ୍ୱାରା ମୋବାଇଲ୍ ରିଚାର୍ଜ ପାଇଁ ଶୁଳ୍କ ଦେବାକୁ ପଡୁନଥିଲା । ଏବେ କିନ୍ତୁ ମୋବାଇଲ୍ ରିଚାର୍ଜ ପାଇଁ […]