ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ପାଳିତ

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାସ୍ତରୀୟ ଜାତୀୟ କନ୍ୟା ଦିବସ ସ୍ଥାନୀୟ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଜିଲ୍ଲା ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କନ୍ୟା ସନ୍ତାନ ମାନେ ଉପଯୁକ୍ତ ଶିକ୍ଷା ପାଇଲେ ସମାଜର ଉନ୍ନତି ଘଟିବ ବୋଲି ମତବ୍ୟକ୍ତ କରିଥିଲେ। କନ୍ୟା ସନ୍ତାନ ମାନଙ୍କୁ ଠିକ ଭାବରେ ଲାଳନ ପାଳନ ସହିତ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପ୍ରତି […]

ମହାକୁମ୍ଭ ନାମରେ ମୃତ୍ୟୁର କୁମ୍ଭ କରୁଛନ୍ତି ଯୋଗୀ ସରକାର-ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର ଏବଂ ଭାଜପା ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି।କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହାକୁମ୍ଭ ନାମରେ ନରସଂହାର କରାଯାଉଥିବା ଅଭିଯୋଗ କରିଥିବା ବେଳେ ଏବେ ମମତା ବାନାର୍ଜୀ ମହାକୁମ୍ଭକୁ ମୃତ୍ୟୁର କୂୁମ୍ଭ କହିଛନ୍ତି । ମହାକୁମ୍ଭରେ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ସାଧୁସନ୍ଥମାନେ ପାଟି ଖୋଲିନଥିବା ବେଳେ ମମତାଙ୍କ ବୟାନକୁ ଘୋର ବିରୋଧ […]

ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ

ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଙ୍ଗଳବାର ସହରାଞ୍ଚଳ ଜାତୀୟ ଭୂସ୍ଥାନିକ ସର୍ବେକ୍ଷଣ ‘ନକ୍ସା’ର ଶୁଭାରମ୍ଭ ହୋଇଯାଇଛି। ଦେଶର ୧୫୨ଟି ସହର ଏଥିରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଖୋର୍ଦ୍ଧା, ଜଟଣୀ, ଝାରସୁଗୁଡ଼ା ଓ ବାରିପଦା ସ୍ଥାନ ପାଇଛି।ଭାରତ ସରକାରଙ୍କ ସର୍ବେକ୍ଷଣ ସଂସ୍ଥା ସର୍ଭେ ଅଫ ଇଣ୍ଡିଆ ଆନୁକୂଲ୍ୟରେ ମଧ୍ୟପ୍ରଦେଶରୁ କେନ୍ଦ୍ର କୃଷି ଓ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଏହାର ଉଦଘାଟନ କରିଥିବାବେଳେ, ଖୋର୍ଦ୍ଧା ଜୟୀ ରାଜଗୁରୁ ଭବନଠାରେ ରାଜସ୍ବ ଓ […]

କିଟ୍‌ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

କିଟ୍‌ ଘଟଣାକୁ ନେଇ ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। Nepal Student Suicide ଘଟଣାର ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର।କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମହିଳା ବିଭାଗର ପ୍ରମୁଖ ସଚିବ ଓ ଉଚ୍ଚଶିକ୍ଷା ସଚିବ ସାମିଲ । ଘଟଣାର ନିରପେକ୍ଷ ତଦନ୍ତ କରିବ କମିଟି ।KIIT student death: କମିଟି ଗଠନ କରିବା ସହ ଛାତ୍ରୀଛାତ୍ରୀଙ୍କୁ ଘରୋଇ ସୁରକ୍ଷାକର୍ମୀ ମାଡ଼ ମାରିବାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି […]

KIIT student death case: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ

କିଟ୍‌ ବିଶ୍ଵବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ନେପାଳରେ ପ୍ରତିବାଦ କରାଯାଇଛି। କାଠମାଣ୍ଡୁରେ ନେପାଳି କଂଗ୍ରେସ ଛାତ୍ର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଘ ହୁଙ୍କାର ଭରିଛନ୍ତି। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି।ବିଶ୍ଵବିଦ୍ୟାଳୟର ଜଣେ ୩ୟ ବର୍ଷ ଛାତ୍ରର ନିର୍ଯାତନାରୁ ଛାତ୍ରୀଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛି ନେପାଳି କଂଗ୍ରେସ ଛାତ୍ର ସଂଘ।ସୂଚନାଯୋଗ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ […]

ବୁଧବାର ପରୀକ୍ଷା ଦେଇଥାନ୍ତେ । ମଙ୍ଗଳବାର ମିଳିଲା ଝୁଲନ୍ତା ମୃତଦେହ ।

ରାଜଧାନୀରେ ଚାଞ୍ଚଲ୍ୟ । ପରିତ୍ୟକ୍ତ ସି-ସୋର୍‌ କୋଠାରୁ ମିଳିଛି ଛାତ୍ରଙ୍କ ମୃତଦେହ । ମୃତକ ସୁମନ ବିଶ୍ବାଳ ଏକ ଘରୋଇ କଲେଜରେ ବିସିଏ ଦ୍ବିତୀୟ ବର୍ଷର ଛାତ୍ର ଥିଲେ ।ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କେହି ଝୁଲାଇ ଦେଇଛି ତାହା ସ୍ପଷ୍ଟ ହୋଇନି । ତେବେ ତାଙ୍କ ପ୍ୟାକେଟ୍‌ରୁ ସୁଇସାଇଡ ନୋଟ ମିଳିଥିବାରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।ଖବର ପାଇ ଇନ୍‌ଫୋସିଟି ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ […]

କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ….

ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬ ହଜାର ୯୫୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯ ହଜାର ୭୦୦ ଟଙ୍କା ଛୁଇଁଛି ।  ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୦, ୫୦୦ ଟଙ୍କା ହୋଇଛି  ।ଉପରୋକ୍ତ ସୁନା […]

ତୀର୍ଥଯାତ୍ରାରେ ବାହାରିଲେ ୭୭୫ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ “ପତାକା ଦେଖାଇ ଶୁଭରମ୍ଭ କଲେ ଜିଲ୍ଲାପାଳ” ରାୟଗଡରୁ କଲକାତା – କାମାକ୍ଷା ପରିଦର୍ଶନ କରିବେ

lରାୟଗଡା:-୧୮/୦୨-: ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ରାୟଗଡା ଜିଲ୍ଳା ପ୍ରଶାସନ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା ଭ୍ରମଣ କାର୍ଯ୍ୟକ୍ରମରେ ଦକ୍ଷିଣାପଶ୍ଚିମାଚଂଳର କୋରାପୁଟ, ରାୟଗଡା, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି ଓ ନୂଆପଡା ଆଦି ୬ଟି ଜିଲ୍ଳାର ୭୭୫ଜଣ ତୀର୍ଥଯାତ୍ରୀ ଓ ୨୫ଜଣ ଏସକର୍ଟ କର୍ମକର୍ତାମାନେ ଆଜି ରାୟଗଡା ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ କଲକାତା କାମାକ୍ଷା ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି । ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପାଟାୱରୀ ମୁଖ୍ୟ ଅତିଥି […]

ବର୍ଷକରେ ମରିଛନ୍ତି ୮୧ ହାତୀ: ମନ୍ତ୍ରୀ

ବିଧାନସଭାରେ ଚାଲିଛି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଅଧିବେଶନ। ଏହିସମୟରେ, ମଙ୍ଗଳବାର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଉତ୍ତର ରଖି ବର୍ଷକରେ ହାରାହାରି ୮୧ ହାତୀ ମୃତ୍ୟୁବରଣ କରିଥିବା ସୂଚନା ଦେଇଛନ୍ତି।ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆହୁରି କହିଛନ୍ତି ଯେ, ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟରେ ୨୦୧୩ଟି ହାତୀ ରହିଛନ୍ତି ।ସୂଚନାଯୋଗ୍ୟ, ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, […]

ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ସବୁ ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରକୁ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଦକ୍ଷିଣଦ୍ୱାର ପଟେ ଅଣହିନ୍ଦୁ ଜଣକ ଶ୍ରୀମନ୍ଦିର ଭିତରୁ ବାହାରୁଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି‌। ତେବେ ସେ କେଉଁଠାରୁ ଆସିଥିଲେ ଏବଂ ତାଙ୍କ ପରିଚୟ କଣ ତାହା ସ୍ପଷ୍ଟ ଜଣାପଡିନାହିଁ। ତାଙ୍କୁ ବି ଅଟକାଇ ଯାଞ୍ଚ କରାଯାଇନାହିଁ। ଯାହାକୁ ନେଇ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ […]

ଶେଷରେ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ ।

ଶେଷରେ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ । IAS ପଦରୁ ଇସ୍ତଫା ଦେଇଛନ୍ତି ବିଷ୍ଣୁପଦ । ମୁଖ୍ୟ ଶାସନ ସଚିବଙ୍କୁ ପଠାଇଛନ୍ତି ନିଜର ଇସ୍ତଫା । ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଥିଲା । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ । ଆଜି ଖୋଦ୍ ସିବିଆଇ ତାଙ୍କ ଘରେ ରେଡ […]

ଆହୁରି ସଶକ୍ତ ହେବେ ମହିଳା । କାର୍ଯ୍ୟକାରୀ ହେବ ସୁଭଦ୍ରା ପ୍ଲସ୍ ।

ରାଜା ସରକାର ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନର ପ୍ରତିଶ୍ରୁତିକୁ ପାଳନ କରୁଛନ୍ତି। ତେବେ ବଜେଟରେ ସୁଭଦ୍ରା ଯୋଜନାକୁ ଗୁରୁତ୍ବ ଦେଇଛନ୍ତି ସରକାର । ଏଥି ପାଇଁ ୧୦ହଜାର ୧୪୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ସୁଭଦ୍ରା ସୁରକ୍ଷା ନୂଆ ଯୋଜନା ପାଇଁ ୧୫୩କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥି ସହ ନୂଆ ଯୋଜନା ହିସାବରେ ଗରିବ ଝିଅଙ୍କ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ […]