ମାଲକାନଗିରି ପିଏ ମୃତ୍ୟୁ ମାମଲା

ମାଲକାନଗିରି ପିଏ ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲା । ଆଇଏଏସ୍ ମନୀଷ ଅଗ୍ରୱାଲଙ୍କ ବଢିଲା ଅଡୁଆ । ମନୀଷଙ୍କ ନାଁରେ ଏନଡବ୍ଲୁ ଜାରି କରିବା ପାଇଁ ନିର୍ଦ୍ଦେଶ ରହିଛି । ମନିଷ ଅଗ୍ରୱାଲଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ବି ଏନଡବ୍ଲୁ ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାରମ୍ବାର ନୋଟିସ ସତ୍ତ୍ୱେ ହଜାର ହୋଇ ନଥିବାରୁ ନିର୍ଦ୍ଦେଶ ଦେଇଛନ୍ତି ମାଲକାନଗିରି ଏସଡିଜେଏମ୍ । ତେବେ ବର୍ତ୍ତମାନ ଯୋଜନା ଓ ସମନ୍ବୟ ବିଭାଗର ଅତିରିକ୍ତ ସଚିବ ଅଛନ୍ତି […]

ରେଳ ବଜେଟ୍ : ଓଡିଶାକୁ ୧୦,୫୯୯ କୋଟି

ରେଲୱେ ବଜେଟ୍‌ରେ ଓଡ଼ିଶାକୁ ମିଳିଥିବା ଭାଗ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ସାମ୍ୱାଦିକ ସମିଳନୀ କରି ସୂଚନା ଦେଇଛନ୍ତି । ଫେବ୍ରୁଆରୀ ୧ରେ ଘୋଷିତ ବଜେଟ୍‌ରେ ରେଲୱେକୁ ୨.୫୨ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ଓଡ଼ିଶା ପାଇଁ ୧୦ ହଜାର ୫୯୯ କୋଟି ଟଙ୍କା ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ୧୦ ବର୍ଷରେ ୨୦୪୬ କିମି ନୂଆ ଟ୍ରାକ ନିର୍ମାଣ ହୋଇଛି। ଓଡ଼ିଶାରେ ନବନିର୍ମିତ ଟ୍ରାକ […]

ବିଜେଡି କାର୍ଯ୍ୟକାରିଣୀ କମିଟି ସଦସ୍ୟ ଓ ରାଜ୍ୟ କାଉନସିଲ ହେବେ ନିର୍ବାଚିତ

ସାଙ୍ଗଠନିକ ନିର୍ବାଚନ ପୂର୍ବରୁ ବିଜେଡି ସଙ୍ଗଠନର ବୈଠକ । ଶଙ୍ଖ ଭବନରେ ବସିଲା ବିଜେଡି ସମନ୍ୱୟ କମିଟି ବୈଠକ। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ କମିଟିର ସମସ୍ତ ସଦସ୍ୟଙ୍କ ସହ ବିଭିନ୍ନ ପରାମର୍ଶଦାତା କମିଟିର ସଦସ୍ୟ ଉପସ୍ଥିତ ଥିଲେ | ଫେବୃଆରୀ ପ୍ରଥମ ସପ୍ତାହରେ DRO ନିଯୁକ୍ତି ହେବେ। ତା ପରେ ARO ନିଯୁକ୍ତି ପାଇଵେ। ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବ ବର୍ଷ ପୂର୍ବରୁ ସରିବ […]

ଆସନ୍ତା ୧୮ତାରିଖରୁ ଆରମ୍ଭ ହେବ +୨ ପରୀକ୍ଷା। 

ଆସନ୍ତା ୧୮ ତାରିଖରୁ +୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଏକା ସମୟରେ ହେବ। ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ହବ୍‌ଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। ସେହିପରି ପରୀକ୍ଷା ସରିବା ମାତ୍ରେ ଖାତାଦେଖା ଆରମ୍ଭ ହେବ। ଅନ୍‌ଲାଇନ୍‌ ମୂଲ୍ୟାୟନକୁ ଏଥର ଗୁରୁତ୍ୱ ଦେଉଛି ପରିଷଦ। ବିଶେଷକରି କଳା ବିଭାଗର ଓଡ଼ିଆ ଓ ଇଂରାଜୀ […]

ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ହୋଇଛି

ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ତିନିରଥ ପାଇଁ ତିନିଖଣ୍ତ ଧଉରା କାଠ ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥଲେ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଚୁନପାଣି ପଡ଼ି ପବିତ୍ର କରାଯିବା ପରେ ତିନୋଟି ଧଉରା କାଠର ମାଜଣା କରାଯାଇଥିଲା । ଏହା ପରେ […]

ଅଶ୍ଲୀଳ ନୃତ୍ୟ ପାଇଁ BMCର କଡା ଚେତାବନୀ

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍‌ । ଏନେଇ ବିଏମ୍‌ସି କମିଶନର ଦେଇଛନ୍ତି ନିର୍ଦ୍ଦେଶ । ସେ କହିଛନ୍ତି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୂଚନା ଥାଉକି ମଙ୍ଗଳବାରଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏହି ଅବସରରେ ସକାଳୁ ଖଣ୍ଡଗିରି ଉଦୟଗିରି ମେଳା ପ୍ରସ୍ତୁତି ବୁଲି ଦେଖିଛନ୍ତି ବିଏମସି […]

ହାଇପ୍ରୋଫାଇଲ ଠକ ହଂସିତା ଓ ଅନିଲକୁ ଜେରା

ବହୁ ଚର୍ଚ୍ଚିତ ଯୋଡି ହଂସିତା ଅଭିଲିପ୍ସା-ଅନିଲ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ। ଆଜି ଝାରପଡା ଜେଲ ଯାଇ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ। ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲୁଛି ପୁଲିସ। ପ୍ରଥମେ ଅଲଗା ଅଲଗା, ପରେ ସେମାନଙ୍କୁ ମୁହାଁମୁହିଁ ଜେରା କରାଯିବ ବୋଲି ସୂଚନା ମିଳିଛି । କଳାଧନ, ବେନାମୀ ସମ୍ପତ୍ତି, ସିଏସ୍‌ଆର୍ ଫଣ୍ଡ କେଳେଙ୍କାରୀ ଓ ହାଇପ୍ରୋଫାଇଲ ରାଜନେତାଙ୍କ ଲିଙ୍କ୍ ବାବଦରେ ଆୟକର ଅଧିକାରୀ ମାନେ ପଉରାଉଚରା କରିବେ । ଏଥି […]

ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଲେ ଜିଲ୍ଲାପାଳ, ଅନିୟମିତତା ଦେଖି….

ଆକ୍ସନ ମୁଡରେ ଭଦ୍ରକ ଜିଲ୍ଲାପାଳ । ଚାଷୀ ବେଶରେ ପହଞ୍ଚିଲେ, ଅନିୟମିତତା ଦେଖି ଅଧିକାରୀଙ୍କୁ କଲେ ସୋ କଜ୍ ନୋଟିସ୍ । ସକାଳୁ ସକାଳୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ଟି-ସାର୍ଟ ପିନ୍ଧି ମଣ୍ଡିରେ ପହଞ୍ଚିଥିଲେ ଜିଲ୍ଲାପାଳ। ପରିଚୟ ଗୋପନ ରଖି ଚାଷୀଙ୍କ ସମସ୍ୟା ପଚାରି ବୁଝିଲେ । ସୂଚନାମୁତାବକ ଭଦ୍ରକ ଜିଲ୍ଲାରେ ପ୍ରଶାସନର ବାରମ୍ବାର ତାଗିଦ୍‌ ସତ୍ତ୍ବେ ମଣ୍ଡିରେ ଚାଷୀଙ୍କୁ ମିଲର ଓ ବିଭିନ୍ନ ସେବା ସମବାୟ ସମିତି ଲୁଟୁଥିବା ଅଭିଯୋଗ ହୋଇଥିଲା । ଏଫ୍ଏକ୍ୟୁ ମାନର […]

ଫେବ୍ରୁଆରୀ ପହିଲାରୁ ତାତି ଅସମ୍ଭାଳ

ମାଘ ମାସରେ ବାଘ ଭଳି ଖରା। ଏଇ କିଛି ଦିନ ଭିତରେ ପାଗରେ ଅଚାନକ ପରିବର୍ତ୍ତନ ହୋଇଛି । ମାଘ ମାସରେ ବାଘ ଭଳି ଜାଡ ହେବା କଥା । କିନ୍ତୁ ସାରା ରାଜ୍ୟରୁ ଶୀତ ଗାଏବ ହୋଇଯାଇ ଖରା ମାଡ଼ି ଆସିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରିଛି । ରବିବାର ବଲାଙ୍ଗିରରେ ତାତି ୩୬.୭ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ୩୬, ପାରଳାଖେମୁଣ୍ଡିରେ […]

ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା, ସୁରକ୍ଷା ବ୍ୟବସ୍ଥା କଡାକଡି

ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାହାକୁ ନଜରରେ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। । ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସପିଙ୍କ ସହ ୧୩ ଡିଏସପି, ୩୯ ଇନ୍ସପେକ୍ଟର ନିୟୋଜିତ ହେବେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ ଗାର୍ଡ ମୁତୟନ ରହିବେ । କାକଟପୁର ଓ ନିମାପଡ଼ା ପଟୁ ଆସୁଥିବା […]

ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା।

ରାୟଗଡ଼ – ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ ରାୟଗଡ଼ ଠାରେ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ, ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ସାହାଯ୍ୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ଶୁଶ୍ରୀ ନମିତା ପ୍ରଧାନ, ଏବଂ ଅନୁଷ୍ଠାନର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ । ଏହି ସଭାରେ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଭିତରୁ […]

ବିଜେପି ପକ୍ଷରୁ କୁଶ ପୁତ୍ତଳିକା ଦାହ ।

ଶୁକ୍ରବାର ଦିନ ସଂସଦରେ ହୋଇଥିବା ବଜେଟ ଅଧିବେଶନରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରପଦି ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ଭୋର୍ଦ୍ଧିତ କରିଥିଲେ। ତେବେ ରାଷ୍ଟ୍ରପତି ଙ୍କ ଅଭିଭାଷଣକୁ ନେଇ କଂଗ୍ରେସ୍ ନେତ୍ରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ରାଜନୈତିକ ଝଡ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଅଭିଭାଷଣ ଦେଲା ପରେ କ୍ଳାନ୍ତ ହୋଇ ପଡିଛନ୍ତି, ରାଷ୍ଟ୍ରପତିଙ୍କ ଅଭିଭାଷଣ ବୋରିଂ ଥିଲା, ରାଷ୍ଟ୍ରପତି ଜଣେ ଗରିବ ମହିଳା ବୋଲି ସୋନିଆ ଗାନ୍ଧୀ କହିଥିଲେ। ରାଷ୍ଟ୍ରପତିଙ୍କ ଭାଷଣ ଅତ୍ୟନ୍ତ ବିରକ୍ତି ଜନକ […]