ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବଡ଼ ଘୋଷଣା। ଏଣିକି ରେରା ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ। ଏ ନେଇ ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।ବିଡିଏ ଏବଂ ବିଏମସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି ୧୯୮୨ କାର୍ଯ୍ୟ କାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୋଧରେ ପଡିରହିଥିବା ଅପିଲଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି । […]
ବାରବାଟୀ ଦିନିକିଆ ପାଇଁ ରବିବାର ଠାରୁ ଅନଲାଇନ ଟିକେଟ୍ ବିକ୍ରି ହେବ । ରବିବାର ଅପରାହ୍ନ ୪ଟାରୁ ଅନଲାଇନ୍ରେ ମିଳିବ ଟିକେଟ୍ । District.inଓ୍ବେବସାଇଟ୍ରେ ବୁକ୍ କରିହେବ ଟିକେଟ୍ । Insider.inରେ ମଧ୍ୟ ବୁକ୍ କରିହେବ ଟିକେଟ୍ । ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛି। ନିମ୍ନଲିଖିତ ଷ୍ଟାଣ୍ଡଗୁଡ଼ିକରେ ମୋଟ ୪ ହଜାର ଟିକେଟ୍ ବିକ୍ରି ହେବ। ଜାଣନ୍ତୁ କେତେ ରହିଛି ମୂଲ୍ଯ… ଗ୍ୟାଲେରୀ ୨- ଟିକେଟ୍ ମୂଲ୍ୟ ୯୦୦ ଟଙ୍କା, […]
ରାୟଗଡା ଜିଲ୍ଲାପାଳ ପାରୁଲ ପଟୱରୀ ଓ ପୂର୍ବତନ ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କ ମଧ୍ଯରେ ଲାଗି ରହିଥିବା ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଜିଲ୍ଲାପାଳ ପଟୱରୀ ଅସୀମାଙ୍କୁ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଏକ ବିବାଦୀୟ ଫାଇଲରେ ଦସ୍ତଖତ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ। ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସାମଗ୍ରୀ କିଣା ପାଇଁ ସରକାରୀ ଦର ଠାରୁ ଦୁଇ ଗୁଣା ଅଧିକରେ ଏକ ଫାଇଲ୍ ପ୍ରସ୍ତୁତ କରାଯାଇଥିଲା। ଏଥିରେ […]
କଳାହାଣ୍ଡି ଜିଲ୍ଲା ପୁଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି। ଧର୍ମଗଡ଼ ଥାନା ପୁଲିସ ଏକ ବଡ଼ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡ଼ି ଏବଂ ମାରଣାସ୍ତ୍ର ଆଦି ଜବତ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି।ଧର୍ମଗଡର ଏକ ମଦ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଆସନ୍ତା ମାର୍ଚ୍ଚ ୧ତାରିଖ ଠାରୁ ୭ ତାରିଖ ଯାଏଁ ଦୀର୍ଘ ସାତ ଦିନ ବ୍ୟାପି ପଞ୍ଚମ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ନୟାଗଡ଼ ଜିଲ୍ଲାର ପଞ୍ଜିକୃତ ନାଟ୍ୟସଂସ୍ଥା ‘ନାଟ୍ୟଧାରା’ ଏବଂ ଜିଲ୍ଲା ସଂସ୍କୃତି ପରିଷଦଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ନାଟ୍ୟନୁଷ୍ଠାନ ମାନଙ୍କ ଦ୍ୱାରା ନାଟକ ପରିବେଷଣ ହେବ। ନାଟ୍ୟଧାରା ପକ୍ଷରୁ ଏ ନେଇ ଏକ […]
ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଏସଆଇଙ୍କୁ ଉଠାଇନେଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ । ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ।ଚାକିରି ପାଇଁ ସରକାର ମାସିକ ଦରମା ଦେଉଥିବାବେଳେ ଏସ୍ଆଇଙ୍କୁ ଟଙ୍କା ନିଅଣ୍ଟ ପଡ଼ିଲା । ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍ଆଇ ଅଭୟ ଲାଞ୍ଚ ମାଗିଥିଲେ। ଏନେଇ […]
ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର। ତୋଡକା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । STF, DRG ଏବଂ CRPF ଜବାନଙ୍କ କମ୍ବିଙ୍ଗ ଅପରେସନ ବେଳେ ପୋଲିସକୁ ମିଳିଛି ବଡ଼ ସଫଳତା ।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS […]
ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବାଲିଆପାଳ ଗ୍ରାମରେ ଘଟିଛି ଏକ ଅଲୌକିକ ଘଟଣା । ପରଟା ରେ ଜଗନ୍ନାଥଙ୍କ ଆବିର୍ଭାବ ଘଟଣା ପ୍ରଚାର ହେବା ପରେ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ଗ୍ରାମର ଲିଜାରାଣୀ ପଣ୍ତା ଆଜି ସକାଳେ ରୋଷେଇ ଘରେ ଜଳଖିଆ ପାଇଁ ପରଟା ବନାଉଥିବାବେଳେ ପରଟାରେ ଜଗନ୍ନାଥଙ୍କ ଦୂର୍ଲଭ ବେଶ ଆବିର୍ଭାବ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଭାବବିହ୍ୱଳ ହୋଇଯାଇଥିଲେ ।ପ୍ରଥମେ ପରିବାର ଲୋକଙ୍କୁ […]
ଫେବ୍ରୁଆରି ୧୮ରୁ ଯୁକ୍ତ୨ ଥିଓରି ପରୀକ୍ଷା। ହାତରେ ଆଉ କମ୍ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ୧୨୭୬ କେନ୍ଦ୍ରରେ ଏଥର ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବାରୁ ପ୍ରଶ୍ନପତ୍ର ସୁରକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ସରିଛି। ପ୍ରତିବର୍ଷ ପରି ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ […]
ରାୟଗଡ଼ – ଭାରତୀୟ ରେଳର ୧୦୦ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ରେଳ ଷ୍ଟେସନ ଠାରେ ଏକ ପ୍ରଭାତ ଫେରି ପଦଯାତ୍ରା ଷ୍ଟେସନ ନିକଟରୁ ବାହାରିଥିଲା ଷ୍ଟେସନ ରାଜ ରାସ୍ତା ଦେଇ ପୁଣିଥରେ ଷ୍ଟେସନରେ ଆସି ପହଁଚିଥିଲା। ଉକ୍ତ ପଦଯାତ୍ରା ରେ ରାୟଗଡ଼ ରେଳ ଡ଼ିଭିଜନ ଡି.ଆର୍.ଏମ ଶ୍ରୀଯୁକ୍ତ ଅମିତାଭ ସିଂଘଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଳ ବୈଦୁତିକରଣ ୧୦୦ବର୍ଷ ପୂର୍ତ୍ତି ଅବସର ପାଳନର ସଭାଗ୍ୟ ମିଳିଛି। ଏହି ସୁଯୋଗ ମିଳିଥିବା ଯୋଗୁଁ ଭଗବାନ୍ ଙ୍କୁ […]
ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି କି? ଯଦି ହଁ ତେବେ ଜାଣନ୍ତୁ କେବେ ଆସିବ ଟଙ୍କା । କଣ ରହିିଛି ଆପଣଙ୍କ ଷ୍ଟାଟସ…ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି..କିନ୍ତୁ ଟଙ୍କା ଆସିନି କିମ୍ୱା ପରବର୍ତ୍ତୀ କିସ୍ତିରେ ଟଙ୍କା ଆସିବ କି ନାହିଁ । ଏହି ପ୍ରଶ୍ନ ଅନେକ ହିତାଧିକାରୀଙ୍କ ମନରେ ଏବେ ବି ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଯଦି ଆପଣ ବି ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା ।ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାକୁ ନେଇ […]
ଲୋକପ୍ରିୟ ଟିଭି ସୋ KBC(କୋନ୍ ବନେଗା କରୋଡପତି)ରେ ଓଡ଼ିଆ ଝିଅ କରିସ୍ମାଙ୍କ କମାଲ୍ । କେବିସିରେ ସଠିକ ଉତ୍ତର ଦେଇ ୧୨ ଲକ୍ଷ ୫୦ ହଜାର ଟଙ୍କା ଜିତିଛନ୍ତି କରିସ୍ମା । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ୱାର୍ଡ ନଂ ୬ ର ଏକ ବ୍ୟବସାୟିକ ପରିବାରରେ କରିଶ୍ମାଙ୍କ ଜନ୍ମ । ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ ରେ ଭାଗ ନେଇ ଅଞ୍ଚଳ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଯୌଥ […]
