୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ। ତାଗିଦ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ କରି ନ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ବିଭାଗ ଦରମା ବନ୍ଦ ରଖିଛି। ଯାଜପୁର ଜିଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ରହିଛି।
ରାଜ୍ୟରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୪.୦ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ମଧ୍ୟରେ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ପଶ୍ଚିମାଝଡ଼ ଅପସାରଣ ପରେ ବଙ୍ଗୋପସାଗର ପଟୁ ରାଜ୍ୟ ଭିତରକୁ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଛି । ଏହାଦ୍ବାରା ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ଘଟିଛି । ଫଳରେ ଅନେକ ସ୍ଥାନରେ […]
ନୂଆଗାଁ-(ପୁଷ୍ପଲତା ପ୍ରଧାନ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର କଳା, ସଂସ୍କୃତି ,ଐତିହ୍ୟ ଏବଂ ପରମ୍ପରାକୁ ନେଇ ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ନୂଆଗାଁ କଲେଜ ସମ୍ମୁଖ ମହୋତ୍ସବ ପଡ଼ିଆରେ ପଞ୍ଚୁପାଣ୍ଡବ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ। ଏ ନେଇ ଦଶପଲ୍ଲା ବିଧାୟକ ତଥା ମହୋତ୍ସବ କମିଟିର ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଆଜି ପୋଷ୍ଟର ଉନ୍ମୋଚନ ହୋଇଯାଇଛି। ପୋଷ୍ଟର […]
ମାଟି ତଳୁ ବାହାରୁଛି ରଙ୍ଗ ବେରଙ୍ଗର ପୁଳା ପୁଳା ମୂଲ୍ୟବାନ ପଥର । ମାଟିରୁ ମୂଲ୍ୟବାନ ରତ୍ନ ପଥର ବାହାରୁଥିବା ସୂଚନା ମିଳିଛି । ବଘିଆପଡ଼ା ଫାଣ୍ଡି ଖୁଣ୍ଟିଆପଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଗାଁରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତାରେ ପକାଇଥିଲେ । ଆଉ ସେଇ ମାଟିରେ ଗାଁ ଲୋକ ଦେଖିବାକୁ ପାଇଥିଲେ ରତ୍ନପଥର । ଏହାକୁ ଦେଖି ପିଲାଠୁ ବୁଢା ସଭିଏଁ ମାଟି […]
ଆସନ୍ତା ସପ୍ତାହରେ ଦିଲ୍ଲୀ ନିର୍ବାଚନ । ୫ରେ ଭୋଟ ପଡିବ ଓ ୨୮ରେ ଜେଲରୁ ପାରୋଲରେ ବାହାରିଲେ ଡେରା ସଚ୍ଚା ମୁଖ୍ୟ ରାମ ରହିମ । ଦୁର୍ଷ୍କମ ଓ ହତ୍ୟା ମାମଲାର ଦୋଷୀ ରାମ ରହିମ ହରିୟାଣା ସୁନାରିଆ ଜେଲରେ ବନ୍ଦୀ ଥିବାବେଳେ ଏପର୍ୟ୍ୟନ୍ତ ୧୨ଥର ପାରୋଲରେ ଜେଲ ବାହାରିଛନ୍ତି |ରାମ ରହିମଙ୍କୁ ଅକ୍ଟୋବର ୨୦୨୪ରେ ପାରୋଲ ମିଳିଥିଲା । ସେତେବେଳେ ମଧ୍ୟ ତାଙ୍କୁ ୨୦ ଦିନର ପାରୋଲ ମିଳିଥିଲା । ଏହି ସମୟରେ ନିର୍ବାଚନ ସମ୍ବନ୍ଧୀୟ […]
ରାୟଗଡ:-ତା. ୨୮/୦୧- ଆଜି ରୟାଗଡ଼ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲ୍ଲକାଙ୍କ ଅଧ୍ୟକ୍ଷତlରେ ଅଧ୍ୟକ୍ଷତରେ ଜିଲ୍ଲାସ୍ତରୀୟ ସାଂସଦ କ୍ଷେତ୍ର ସଡ଼କ ସୁରକ୍ଷl ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମାବ୍ୟବର କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ଉଲ୍ଲକା,ମାନ୍ୟବର ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଳ ସ୍ୱାମୀ କାଡ୍ରାକl, ଗୁଣୁପୁର ବିଧାୟକ,, ଶ୍ରୀଯୁକ୍ତ ସତ୍ୟଜିତ ଗମାଙ୍ଗ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ସିଡିଓ ତଥା ଇଓ ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଆଦି ଯୋଗଦାନ […]
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ଠାରେ ଜଣେ ୩ ବର୍ଷର ଶିଶୁପୁତ୍ର ମୃତଦେହ ପଥର ଖୋଲରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଶିଶୁଟିକୁ ପଥରରେ ପିଟି ମାରିଦେଇଥିବା ନେଇ ଆଶଙ୍କା କରାଯାଉଛି । ସୂଚନାମୁତାବକ ନହବେଡ଼ା ଗ୍ରାମର ଶ୍ରୀତମ ମୁଣ୍ଡା ନିଜ ବନ୍ଧୁ ଚନ୍ଦନ ମୁଣ୍ଡାଙ୍କ ସହ କୌଣସି କଥାକୁ ଝଗଡ଼ା ହୋଇଥିଲା । ଏହାକୁ ନେଇ ଭୀଷଣ ରାଗି ଯାଇଥିଲା ଶ୍ରୀତମ । ପରିଣାମ ସ୍ବରୂପ ଗତ ୨୬ ତାରିଖରେ ଚନ୍ଦନଙ୍କ […]
ସୁଭଦ୍ରା ଆବେଦନକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପରାମର୍ଶ । ଜାନୁଆରୀ ୨୯ ଓ ୩୦ ତାରିଖ ବ୍ୟାଙ୍କ ଯାଆନ୍ତୁ । ଦୁଇ ଦିନ ବ୍ୟାଙ୍କଗୁଡ଼ିକ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବେ । ଯେଉଁମାନଙ୍କୁ କଲ୍ ଆସିଛି, ମେସେଜ୍ ଆସିଛି ଯାଆନ୍ତୁ ।ଏନ୍ପିସିଆଇ ତ୍ରୁଟି ଯୋଗୁଁ ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ଏନ୍ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ […]
ପଖାଳ ଖାଇ ହଷ୍ଟେଲ ଛାତ୍ରୀ ଅସୁସ୍ଥ । ତେଲକୋଇ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୨୨ ଜଣ ହଷ୍ଟେଲ ଛାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି l ହଷ୍ଟେଲ ୱାଡେନଙ୍କ କହିବା କଥା, ପ୍ରତ୍ୟେକ ଦିନ ସକାଳେ ଛୁଆମାନେ ସୁଜି ଖାଇଥାନ୍ତି । ଆଜି ସୁଜି ନଥିବାରୁ ୨୨ଜଣ ଛାତ୍ରୀ ପଖାଳ ଖାଇଥିଲେ ବୋଲି ବିଦ୍ୟାଳୟର ୱାଡେନ କହିଛନ୍ତି । ତା’ପରେ ସମସ୍ତ ୨୨ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । […]
‘ରାମାୟଣ’ରେ ରାମ ଭୂମିକାରେ ଲୋକଙ୍କ ମନରେ ରାଜ୍ କରୁଥିବା ଅରୁଣ ଗୋଭିଲଙ୍କୁ ସମସ୍ତେ ଜାଣନ୍ତି। ୧୯୮୭ ମସିହାରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ମୁଖ୍ୟ ଭୂମିକା ନିଭାଇ ସେ ଘରେ ଘରେ ପରିଚିତ ପାଲଟିଥିଲେ। ଦର୍ଶକଙ୍କ ମନରେ ଆଜି ବି ସେ ଭଗବାନ ରାମଙ୍କ ପରିଚୟ ନେଇ ରହିଛନ୍ତି। ସେଥିପାଇଁ ସେ ଯୁଆଡ଼େ ବି ଯାହାନ୍ତି ତାଙ୍କୁ ରାମଙ୍କ ନାମରେ ଲୋକେ ସମ୍ବୋଧନ କରନ୍ତି। ସେହି ରୂପେଲି ପରଦାର ରାମ ଏବେ ଯାଇ ମହାକୁମ୍ଭରେ ପହଞ୍ଚିଚନ୍ତି । ଅରୁଣ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲାରେ ଯୋଗଦାନ କରିଥିବା ନୂତନ ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କୁ ବିଭିନ୍ନ ଶିକ୍ଷକ ସଂଗଠନ ପକ୍ଷରୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ, ଏକ୍ସ-କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ପ୍ରତିନିଧି ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଯୋଗଦାନ କରିଥିବା ଶିକ୍ଷାଧିକାରୀଙ୍କୁ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରାଥମିକ ସଂଘ ପକ୍ଷରୁ ଶିକ୍ଷକ ନେତା ଜ୍ୟୋତିରଞ୍ଜନ ଦାଶ, ଭକ୍ତ […]
କେନ୍ଦୁଝରରେ ହେବ ଷ୍ଟିଲ୍ ପ୍ଲାଣ୍ଟ । ସରକାରଙ୍କ ସହ MOU ସ୍ଵାକ୍ଷର କଲା ଜେଏସ୍ଡ଼ବ୍ଲୁ । କେନ୍ଦୁଝରରେ ଆଇରନ ବେଲ୍ଟ ଥିବାରୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିଲେ । ୫ ମିଲିୟନ ଟନ୍ ଉତ୍ପାଦନ ପ୍ଲାଣ୍ଟ ହେବ । ପୋସ୍କୋ ସହ କରିବୁ କି ଆମେ ନିଜେ କରିବୁ ପରେ ନିଷ୍ପତ୍ତି ନେବୁ ବୋଲି ଜେଏସ୍ଡବ୍ଲୁ ମୁଖ୍ୟ ସଜନ ଜିନ୍ଦଲ କହିଛନ୍ତି । ସେହିଭଳି ରାୟଗଡ଼ାରେ ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରିବ ବେଦାନ୍ତ । ଏନେଇ ବେଦାନ୍ତ […]
