ଆଜି ବିଶ୍ଵ ଅଙ୍ଗଦାନ ଦିବସ।

ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି।ପ୍ରତିବର୍ଷ ଅଗଷ୍ଟ ୧୩ ତାରିଖ ଅର୍ଥାତ୍ ଆଜିର ଦିନକୁ ବିଶ୍ଵ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ। ଲୋକଙ୍କୁ ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଉତ୍ସାହିତ କରିବା ଏହି ଦିବସର ଏକମାତ୍ର ଉଦ୍ଦେଶ୍ୟ। ଚଳିତ ବର୍ଷ ବିଶ୍ଵ ଅଙ୍ଗଦାନ […]

କଟକ ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ: ନିସ୍ତୁକ ପିଟିଲେ ସଂପର୍କୀୟ

କୋଲକତାର ଆର୍‌ଜି କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କଟକ ଏସ୍‌ସିବି ମେଡିକାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ମିଳିଥିବା ସୂଚନାନୁଯାୟୀ, ଇସିଜି କରିବା ବାହାନାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇ ଥିବା ବେଳେ ପୀଡିତାଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଡାକ୍ତର ଗୁରୁତର ହୋଇଛନ୍ତି । ଗୁରୁତର ଡାକ୍ତର ଏସସିବି ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।୧୬୧/୧୬୪ ରେ ପୀଡ଼ିତା ଙ୍କ […]

ସୁଭଦ୍ରା ଯୋଜନାକୁ ନେଇ ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ମତାମତ ନିଆଯିବା ପରେ ଜାରି ହେବ ସୁଭଦ୍ରା ଯୋଜନାର ଏସ୍ଓପି। ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏସଓପି ନଆସିବା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭ୍ରମିତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଆବେଦନ ପ୍ରକ୍ରିୟା ଅତି ସରଳ କରାଯିବ, କେହି ଭ୍ରମିତ ହୁଅନ୍ତୁନି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଅଗଷ୍ଟ ୧୫ ତାରିଖରେ ପ୍ରଥମେ ଏସ୍‌ଓପି ଆସିବ । ପରେ ସେପ୍ଟେମ୍ବର ୧୭ ତାରିଖ ଦିନ ଏହି ଯୋଜନାର […]

ସବୁଦିନ ପାଇଁ ଆଖି ବୁଜିଲେ ପ୍ରଧାନଶିକ୍ଷକ ଯତୀନ୍ଦ୍ର

ନୂଆଗାଁ:ଆଉ ନାହାନ୍ତି ପ୍ରଧାନ ଶିକ୍ଷକ ଯତୀନ୍ଦ୍ର ଜାନୀ।ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୃଷ୍ଣଚନ୍ଦ୍ରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଉଥିଲେ ଯତୀନ୍ଦ୍ର ଜାନୀ।ସେ ଡାଇବେଟିସ ଓ ଲିଭର ଜଣ୍ଡିସ ରୋଗରେ ପୀଡିତ ହୋଇ କଟକ ଏସ ସି ବି ମେଡିକାଲ ରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ପ୍ରଧାନଶିକ୍ଷକ ଯତୀନ୍ଦ୍ର।ସେ ଜଣେ ଦାୟିତ୍ବବାନ,ଛାତ୍ର ବତ୍ସଳ […]

ଆଡପ ପହଣ୍ଡି ଅଘଟଣ : ୩ ଜଣିଆ କମିଟିର ତଦନ୍ତ ଆରମ୍ଭ

ଆଡପ ପହଣ୍ଡି ବେଳେ ବଡ ଠାକୁରଙ୍କୁ ପକାଇ ଦେବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଏକ ତିନି ଜଣିଆ କମିଟି ଘଟଣାରେ ତଦନ୍ତ କରୁଛି। ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ, ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ, ଜେଟିପିଙ୍କୁ ଡାକି ପଚରାଉଚରା ଜାରି ରହିଛି। ଯୁବ ଦଇତାପତି ସମ୍ପୂର୍ଣ୍ଣ ଘଟଣା ଉପରେ ନିଜର ମତ ରଖିଛନ୍ତି । କେହି ଜାଣିଶୁଣି ଏଭଳି କରିନାହାନ୍ତି । ଏହାର ଯେଭଳି ପୁନରାବୃତ୍ତି ନହୁଏ ସେଥିପ୍ରତି ସମସ୍ତେ ସଜାଗ ରହିବା ଆବଶ୍ୟକ । ପହଣ୍ଡି […]

ବିଦା‌ ହେଲେ ସମବାୟ ବ୍ୟାଙ୍କ ସଭାପତି

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ଓ ସଭାପତି ପଦବୀରୁ ବିଜେଡି ନେତା ଟି ପ୍ରସାଦରାଓ ଦୋରାଙ୍କୁ ହଟାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟତା ଓ ପରିଚାଳନା କମିଟିର ସଭାପତି ପଦବୀକୁ ତତ୍କାଳ ପ୍ରଭାବରୁ ରଦ୍ଦ ଘୋଷଣା କରାଯାଇଛି।ବ୍ୟାଙ୍କ ସଭାପତି ଶ୍ରୀ ଦୋରାଙ୍କ ନାମରେ ଆସିଥିବା ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମବାୟ ବିଭାଗର ସଚିବଙ୍କୁ ବ୍ୟାଙ୍କ ପରିଚାଳନା ଦାୟିତ୍ବ ଦିଆଯାଇଥିଲା। […]

ଗିରଫ ହେଲେ ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ପୂର୍ତ୍ତ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର । ଯନ୍ତ୍ରୀଙ୍କର ୧୦ଟି ଫ୍ଲାଟ୍‌, ୭ଟି ପ୍ଲଟ୍‌, ଅଢେଇ କେଜି ସୁନା, ୩୭୦ ଗ୍ରାମ ହୀରା, ୨.୭୦ କୋଟିର ବ୍ୟାଙ୍କ ଜମା ଠାବ ହୋଇଥିଲା । ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କର ଭୁବନେଶ୍ବର, ଝାରସୁଗୁଡ଼ା, ଆଠଗଡ଼ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା । ତାରାବାବୁଙ୍କ ସଂପତ୍ତି ବାଡ଼ି, ବଙ୍ଗଳାଗାଡ଼ି ଭିଜିଲାନ୍ସ ଅଧିକାରୀଙ୍କୁ ଟେରା କରିଦେଇଥିଲା । ଘରୁ ମିଳିଥିଲା ୬ […]

ଆଳୁ ପରେ ପିଆଜ ଦର ଆକାଶ ଛୁଆଁ ।

ଆଳୁର ଚଢା ଦରରେ ଲୋକ ହନ୍ତସନ୍ତ ହେଉଥିବା ବେଳେ ଏବେ କନ୍ଦାଇଲାଣି ପିଆଜ । କିଛି ଦିନ ତଳେ ୨୦-୨୫ ଦାମ୍‌ରେ ବିକ୍ରି ହେଉଥିବା ପିଆଜ ଏବେ ୪୦ ପାର୍‌ । ନାସିକରେ ଦର ବଢିଥିବାରୁ ଭୁବନେଶ୍ୱରରେ ଆଇଗିଣିଆ ଗୋଦାମରେ ପିଆଜ କ୍ୱିଣ୍ଟାଲ୍‌ ୪୨୦୦ଟଙ୍କାରେ ବିକ୍ରି ହେଉଛି । ମାନେ ପିଆଜ ଗୋଦାମରେ ହୋଲସେଲ୍‌ ଦର କିଲୋ ପିଛା ୪୨ରୁ ୪୩ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ଏହିପରି ରେଟ୍ […]

ଅଗଷ୍ଟ ୨୨ରେ ହେବ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଥିମଧ୍ୟରୁ ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ । କବିସୂର୍ଯ୍ୟନଗର, ଖଲିକୋଟ, କୁକୁଡ଼ାହାଣ୍ଡି, ନର୍ଲା, ରାଇଘର, ଭାପୁରର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ। ସେହିପରି ବୌଦ୍ଧ ହରଭଙ୍କା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ କରାଯିବ। ଆଶାୟୀ ପ୍ରାର୍ଥୀ […]

ରାୟଗଡା ଜିଲାରେ ହରଘର ତିରଙ୍ଗା କାର୍ଯ୍ୟକ୍ରମ

ଲୋକଙ୍କ ମନରେ ଜାତୀୟତା ଭାବ ସୃଷ୍ଟି କରିବା ସହ ପ୍ରଧାନମନ୍ତ୍ରୀ ଙ୍କ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରାଇବାକୁ ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡା ସାଦରମହକୁମାରେ ଜିଲ୍ଲାସ୍ତରୀୟ ହରଘର ତିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି। ନୂଆ ଜିଲ୍ଲାପାଳ ପାରୁଲ ପଟୱାରି ଯୋଗଦାନ କରି ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଛନ୍ତି। ରାୟଗଡା ଜିଲ୍ଲାରେ ସଂପୁର୍ଣ୍ଣ ମର୍ଯ୍ୟାଦାର ସହ ଜିଲାର ସମସ୍ତ ପରିବାର କିପରି ନିଜସ୍ୱ ବାସଗୃହରେ ଜାତୀୟ ପତାକାକୁ ଉତୋଳନ କରିବେ ସେଥିପାଇଁ ଏହି ଶୋଭାଯାତ୍ରା […]

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜାଙ୍କ ଦେହାନ୍ତ

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି।ବଲାଙ୍ଗୀର ଜିଲ୍ଲାରେ ଜନ୍ମିତ ଗୋପାଳ ସାହୁ ବରଗଡ଼ ଧନୁଯାତ୍ରାର ସପ୍ତମ କଂସ ଭାବରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ନାମ ଗୋପାଳ(ଶ୍ରୀକୃଷ୍ଣ) ହେଲେ ବି ତାଙ୍କୁ କଂସ ମହାରାଜ ଭାବରେ ସମସ୍ତେ ଜାଣୁଥିଲେ। ୧୯୮୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ […]

ବ୍ରାହ୍ମଣୀ ନଦୀରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର ।

ପଟ୍ଟାମୁଣ୍ଡାଇ କିଛିଦିନର ବ୍ୟବଧାନ ପରେ ପୁଣି ନରହନ୍ତା ସାଜିଲା କୁମ୍ଭୀର l କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ପଞ୍ଚାୟତ ଅଳପୁଆଡିଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ କୁମ୍ଭୀର ଟାଣିନେଇଥିବା ଜଣାପଡ଼ିଛି । ମହିଳା ଜଣକ ଆଳପୁଆ ଗାଁର ମଞ୍ଜୁଲତା ଭଞ୍ଜ । ନଦୀ କୂଳରେ ତାଙ୍କ ଚପଲ ଓ କିଛି ବାସନ ପଡ଼ିଥିବା […]

Odisha Darpan Digital