ଘରେ ପୁଣି ଚୋର ପଶିବା ପରେ , କଣ କହିଲେ ନିରଞ୍ଜନ?

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ପଶିଲା ଚୋର। ଗତ ୨୬ ତାରିଖରେ ତାଙ୍କ ନୟାପଲ୍ଲୀସ୍ଥିତ ଏନ୍‌-୨୯ ଘରୁ ଚୋରି ହୋଇଥିବାବେଳେ ସୋମବାର ରାତିରେ ଏନ୍‌-୨୫ ଘରେ ପୁଣି ​‌ଚୋରି ଉଦ୍ୟମ ହୋଇଛି। କିନ୍ତୁ ଏଥର ଧରାପଡ଼ିଛି ଚୋର। ଝରକା ଭାଙ୍ଗି ଘରେ ପଶିବାବେଳେ କର୍ମଚାରୀ ଚୋରକୁ କାବୁ କରି ନେଇଥିଲେ। ଏହାପରେ ତାକୁ ପୁଲିସ ଜିମା ଦେଇଛନ୍ତି। ଏହା ମଧ୍ୟରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ଏତେ ସୁରକ୍ଷା […]

ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ରେ ମୋଦିଙ୍କ ଉଦ୍‌ବୋଧନ,ବିକାଶର ଶିଖର ଛୁଇଁବ ଓଡ଼ିଶା

ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି । ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ମୋଦି କହିଛନ୍ତି ଜାନୁଆରୀରରେ ମୋର ଦ୍ବିତୀୟ ଓଡ଼ିଶା ଗସ୍ତ । […]

ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପୁଣି ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ । ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି ।ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଅସୁସ୍ଥତା ସମ୍ପର୍କରେ ଆଇନ ମନ୍ତ୍ରୀ ତଥା ପୁଅ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା […]

ମହାକୁମ୍ଭ ଯାଉଥିବା ସ୍ପେଶାଲ୍ ଟ୍ରେନ ଉପରେ ପଥର ମାଡ଼ ।

ପ୍ରୟାଗରାଜ ଯାଉଥିବା ଟ୍ରେନ୍ ଉପରେ ପଥର ମାଡ । ହରପାଲପୁର ଠାରେ ଟ୍ରେନ ଉପରକୁ ପଥର ମାଡ କରାଯାଇଛି । ଆକ୍ରମଣକାରୀମାନେ ଟ୍ରେନ୍ ଉପରକୁ ପଥର ମାଡ କରିବା ସହ ଭଙ୍ଗାରୁଜା ବି କରିଛନ୍ତି ।ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଝାନ୍ସୀ ଡିଭିଜନର ହରପାଲପୁର ଷ୍ଟେସନରେ କିଛି ଦୃବୁତ୍ତ ଟ୍ରେନ ଉପରେ ଆକ୍ରମଣ କରିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦେଖିବା ପାଇଁ ମିଳୁଛି […]

ପୁରୀ ଶ୍ରୀମନ୍ଦିରକୁ ବାହାରିଲା ପ୍ରଥମ ରଥ କାଠ ।

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଆସୁଛି ରଥ କାଠ। ନୟାଗଡ ଦଶପଲ୍ଲାରୁ ପୁରୀ ଅଭିମୁଖେ ଗଡିଛି ରଥକାଠ ବୋଝେଇ ହୋଇଥିବା ୩ଟି ଟ୍ରକ୍। ପ୍ରଥମ ପର୍ଯ୍ୟାୟରେ ୪୮ ଖଣ୍ଡ ଅସନ ଏବଂ ୫୩ ଖଣ୍ଡ ଧଉରା କାଠ ଆସୁଛି ପୁରୀ ଶ୍ରୀମନ୍ଦିର । ସରସ୍ୱତୀ ପୂଜା ପୂର୍ବରୁ ରଥଖଳାରେ କାଠ ପହଞ୍ଚିବା ବିଧି ରହିଛି ।ଦଶପଲ୍ଲାର ପୋଖରୀଗୋଚ୍ଛା ଓ ଟାକେରା ସେକନ୍ସରୁ ରଥ କାଠ ପଠାଯାଉଛି। ରଥ ନିର୍ମାଣ ପାଇଁ ଅସନ , ଧଉରା, […]

‘ଉତ୍କର୍ଷ ଓଡ଼ିଶା’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାପ ବନ୍ଦରରୁ ସିଧା ଜନତା ମୈଦାନକୁ ଗଲେ ମୋଦି। ସେଠି ‘ଉତ୍କର୍ଷ ଓଡ଼ିଶା’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦଘାଟନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଯୋଗଦେଇଛନ୍ତି। ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମେଳନରୁ ଶିଳ୍ପପତି […]

୯୦ ଦିନର ଅସୀମିତ କଲ୍ ସୁବିଧା ଏବେ ବିଏସଏନଏଲରେ

ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବେ ପୁଣି ଚର୍ଚ୍ଚାରେ । କମ୍ପାନୀ ଏକ ନୂତନ ରିଚାର୍ଜ ପ୍ଲାନ୍ ଆରମ୍ଭ କରିଛି। ତେବେ ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ଇଣ୍ଟରନେଟ୍ ମିଳିବ ନାହିଁ । ଅର୍ଥାତ୍ ଏହି ପ୍ଲାନ ରିଚାର୍ଜ କଲେ ଆପଣ ଇଣ୍ଟରନେଟ୍ ଚଲାଇପାରିବେ ନାହିଁ । ୯୦ ଦିନର ବୈଧତା ସହିତ ଏହି ପ୍ରିପେଡ୍ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ । ଖାସ୍ କରି ସେହି ଉପଭୋକ୍ତାଙ୍କ […]

କବିସୂର୍ଯ୍ୟ ସଦାନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ

ନୟାଗଡ଼,(ଓଡ଼ିଶା ଦର୍ପଣ): ମଧ୍ୟଯୁଗୀୟ ଓଡ଼ିଆ ତଥା ବୈଷ୍ଣବ ସାହିତ୍ୟର ମହାନ କବି, ଓଡ଼ିଶା ଆକାଶର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ମହାକବି କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ୨୮୭ତମ ଜୟନ୍ତୀ ପାଳନ ସହିତ ବ୍ରଜେନ୍ଦ୍ର ହାଇସ୍କୁଲ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା ସାହିତ୍ୟ ଓ ସଂସ୍କୃତି ପରିଷଦ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ  ସାମଜସେବୀ ପ୍ରମୋଦ ପଟ୍ଟନାୟକ, […]

ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ

ଶିମିଳିପାଳ ଅଭୟାରଣ୍ୟ ଭିତରେ କୁଙ୍କି ହାତୀ ଭବାନୀର ମୃତ୍ୟୁ । ଅଭୟାରଣ୍ୟ ଭିତରେ ଜେନାବିଲ ଠାରେ ତାକୁ ରଖାଯାଇଥିଲା ଗତ ୨୦୦୧ ମସିହା ରେ ଶିମିଳିପାଳକୁ ଏକ ସାଙ୍ଗରେ କର୍ଣ୍ଣାଟକରୁ ତିନୋଟି ହାତୀ ଶୋଭା ଭବାନୀ ଓ ମହେନ୍ଦ୍ରକୁ ଅଣାଯାଇଥିଲା । ଗତ କିଛି ମାସ ପୂର୍ବରୁ ଶୋଭାର ମୃତ୍ୟୁ ହୋଇଥିବା ବେଳେ ଗତ ଜାନୁଆରୀ ୧୨ ତାରିଖ ରେ ମହିନ୍ଦ୍ରାର ମୃତ୍ୟୁ ହୋଇଥିଲା । ତେବେ ଆଜି ଭବାନୀର ମୃତ୍ୟୁ ସମ୍ପର୍କରେ ଖବର ପାଇ ପରିବେଶବିତ୍ […]

ରାଜ୍ୟରେ କଲବଲ କରୁଛି ଘନ କୁହୁଡ଼ି ।

କଲବଲ କରୁଛି ଘନ କୁହୁଡ଼ି । ଟ୍ୱିନ୍ ସିଟିରେ ଘନ କୁହୁଡ଼ି । ଆଜି ବଡ଼ି ଭୋରରୁ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଛି । ଏଥିଯୋଗୁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବୁଧବାର ଗଞ୍ଜାମ, ଗଜପତି, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଘନ କୁହୁଡ଼ି ଦେଖାଯିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ରାଜ୍ୟରେ ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ […]

ସରିଲା ହୁଣ୍ଡି ଗଣତି।

ରାୟଗଡା-ଦୀର୍ଘ ୧୦ ଘଣ୍ଟାର ଗଣତି ପରେ ଶେଷ ହେଲା ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରର ୯ଟି ହୁଣ୍ଡିର ଗଣତି । ଗଣତି ଶେଷରେ ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର 0୫୪ ଟଙ୍କା, ୯୩ ଗ୍ରାମ ୧ ମିଲିଗ୍ରାମ ସୁନା, ୨ କେଜି ୧୭୦ ଗ୍ରାମ ଓଜନର ରୁପା ସହ ୭ଟି ବିଦେଶୀ ମୁଦ୍ରା ମିଳିଛି । ଆଜି ସକାଳ ୧୦ ଟା ୩୦ ମିନିଟ ସମୟରୁ ଗଣତି ଆରମ୍ଭ ହୋଇଥିଲା । […]

‘ଉତ୍କର୍ଷ ଓଡ଼ିଶା’ ସମ୍ମେଳନ ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ,ଟ୍ରାଫିକ ବ୍ୟବସ୍ଥା କଡାକଡି

ଉତ୍କର୍ଷ ଓଡ଼ିଶା, ମେକ୍‌ ଇନ ଓଡ଼ିଶା କନ୍‌କ୍ଲେଭ-୨୦୨୫ ମଙ୍ଗଳବାର ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ। ଏହା ୨ ଦୁଇଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦ୍‌ଘାଟନ କରିବେ।କନ୍‌କ୍ଲେଭ୍‌ର ଲକ୍ଷ୍ୟ ହେଉଛି ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ଉପସ୍ଥାପନ କରିବା ଏବଂ ଦେଶବିଦେଶର ନିବେଶକମାନଙ୍କୁ ପୁଞ୍ଜିନିବେଶ ଲାଗି ଆକୃଷ୍ଟ କରିବା । କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର […]