ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି । ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲିପୋଷ୍ଟରରେ ଉଲ୍ଲେଖ ରଖାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ […]
ରାଜ୍ୟରେ ଦୁଇଦିନ ଘନ କୁହୁଡି । ଆଜି ପାଇଁ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ । କେନ୍ଦ୍ରାପଡ଼ା, ଯାଜପୁର, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ କରାଯାଇଛି।କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି। ଘନ କୁହୁଡି ସମୟରେ ସଂପୃକ୍ତ ଜିଲ୍ଲାର ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।ବର୍ତ୍ତମାନ […]
ସୋମବାରଠାରୁ ଆରମ୍ଭ ହୋଇଛି ଡଲ୍ଫିନ୍ ଗଣନା। ଏହି ଗଣନା ୩ଦିନ ଧରି ଚାଲିବ। ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏ ଏହ ଗଣନା ଚାଲିବ। ରାଜନଗର ବନଖଣ୍ଡର ୫ଟି ରେଞ୍ଜରେ ଡଲଫିନ ଗଣନା ଚାଲିବ।ଗଣନା କାର୍ଯ୍ୟରେ ୯ଟି ଟିମ୍ ସାମିଲ୍ ଅଛନ୍ତି । ପ୍ରତି ଟିମ୍ ରେ ୪ରୁ ୫ଜଣ ଗଣନାକାରୀ ସାମିଲ୍ ଅଛନ୍ତି । ମହାକାଳପଡ଼ା ଓ କନିକା ରେଞ୍ଜ ରେ ଗୋଟିଏ ଲେଖାଁଏ ଟିମ, ରାଜନଗର ଓ କୁଜଙ୍ଗ ରେଞ୍ଜରେ ୨ ଟି […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ନୟାଗଡ଼ ପୁରୁଣା ସହର ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି।ଏହି ଅବସରରେ ସଂଘର ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପତାକା ଉତ୍ତୋଳନ କରି ସ୍ୱାଧୀନତା, ସମାନତା ଓ ସମୃଦ୍ଧିର ସହ ଦେଶକୁ ବିଶ୍ୱର ସର୍ବୋତ୍ତମ ଦେଶ କରି ଗଢିତୋଳିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇ ଥିଲେ। ଜିଲ୍ଲା ସାମ୍ବାଦିକ ସଙ୍ଘର […]
ରାୟଗଡା, -ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଶନିବାର ଦିନ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜାନୁୟାରୀ ୨୬ ପାଇଁ ବ୍ୟସ୍ତ ରହିଥିବା ବେଳେ, ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ପାଇଁ ପିଲା ମାନେ ଧାଡି ବାନ୍ଧି ଠିଆ ହୋଇ ରହିଥିଲେ । ଆଜି ଶନିବାର ଦିନ ଅଣ୍ଡା ତରକାରୀ କରାଯାଇଥିଲା ।ଧାଡିରେ ଠିଆ […]
ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ରାଷ୍ଟ୍ରପତି ଦୌପଦୀ ମୂର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ଭିତରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅନେକ ସ୍ବାଧୀନତା ସଂଗ୍ରାମୀଙ୍କ ବିଷୟରେ ଆମେ ଜାଣିନୁ। ଏହାକୁ ଗୁରୁତ୍ୱ ଦେଇ ଏଥର ର୍ବିସା ମୁଣ୍ଡାଙ୍କ ୧୫୦ତମ ପୂର୍ତ୍ତି ପାଳିଛୁ। ମହିଳାଙ୍କୁ ସମାନତା ନେଇ ସରକାର ଅଗ୍ରାଧିକାର ଦେଉଛନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ସରୋଜିନୀ ନାଇଡୁ, ରାଜକୁମାରୀ […]
ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡିଶାର ସାମଗ୍ରିକ ବିକାଶରେ ଆରମ୍ଭ ହେବାକୁ ଯାଉଛି ଏକ ସଂପୂର୍ଣ୍ଣ ନୂଆ ଯୁଗ । ବିକଶିତ ଓଡିଶାର ସ୍ୱପ୍ନ ସାକାର ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢି ତୋଳିବାକୁ ଡବଲ୍ ଇଂଜିନ୍ ସରକାରଙ୍କ ଉଦ୍ୟମରେ ଆୟୋଜିତ ହେବାକୁ ଯାଉଛି ଉତ୍କର୍ଷ ଓଡିଶା – ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫ । ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଆୟୋଜିତ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ ତତ୍ବାବଧାନରେ ଜିଲାକୋର୍ଟ ପରିସରରେ ଏବଂ ନୟାଗଡ଼ ଏନ୍ଏସି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ନିଜ ବକ୍ତବ୍ୟରେ କହିଥିଲେ ଯେ ୨୦୧୧ ମସିହା ଜାନୁୟାରୀ ମାସ ୨୫ ତାରିଖ ଠାରୁ ସାରା ଭାରତବର୍ଷରେ ଜାତୀୟ ଭୋଟର ଦିବସ ପାଳିତ ହୋଇଆସୁଅଛି। ଭୋଟଦେବା ସମସ୍ତ ସାବାଳକ […]
ବିତ୍ତୀୟ ସ୍ୱାସ୍ଥ୍ୟରେ ଓଡ଼ିଶା ଦେଶରେ ନମ୍ବର ୱାନ । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟ ଗୁଡିକର ବିତ୍ତୀୟ ସ୍ଥିତି ସମ୍ପର୍କରେ ନୀତି ଆୟୋଗ ଦେଇଥିବା ରିପୋର୍ଟ ଏହା ସ୍ପଷ୍ଟ। ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶା ବିତ୍ତୀୟ ସ୍ୱାସ୍ଥ୍ୟରେ ଏକ ନମ୍ବର ।ଲଗାତାର ଭାବେ ଅନେକ ବର୍ଷ ଧରି ଏଭଳି ଉପଲବ୍ଧି ହାସଲ କରୁଛି ଓଡିଶା। ତେଣୁ ଓଡ଼ିଶାକୁ ନିତି ଆୟୋଗ ପ୍ରଶଂସା କରିଛି।ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି। […]
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଦଶପୁର ଥାନା କାର୍ଲି ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।ପୁତୁରା ଜଣ ନିଜ କକା ଓ ଖୁଡ଼ୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ସୂଚନା ମିଳିଛି ।ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ କାର୍ଲି ଗ୍ରାମରେ ବୁଡ଼ୁ ବାଗଙ୍କ ଘର। ବୁଡ଼ୁ ଓ […]
ଘୋଷଣା ହେଉଛି ବିଜେପିର ଜିଲ୍ଲା ସଭାପତିଙ୍କ ନାଁ ।ଗଞ୍ଜାମ ଜିଲ୍ଲା ସଭାପତି ହୋଇଛନ୍ତି ସରୋଜ ସାବତ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ପାର୍ଟି । ସର୍ବ ସହମତିରେ ସଭାପତି ଘୋଷଣା କରିବା ପାଇଁ ଦିଆଯାଇଛି ନିର୍ଦ୍ଧେଶ ।ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଦାୟିତ୍ବ ମିଳିଥିବା ବେଳେ ରାସବିହାରୀ ବେହେରାଙ୍କୁ ଢେଙ୍କାନାଳ ଜିଲ୍ଲା ସଭାପତି ଓ ସୁନ୍ଦରଗଡ଼ରୁ ଗିରିଷ ସାହୁ ବଛାଯାଇଛି ।ଶ୍ରୀବତ୍ସ ବେହେରାଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ […]
ଆକାଶରେ ଶକ୍ତି ଦେଖାଇଲା ସ୍ବଦେଶୀ ମିଶାଇଲ ‘ଆକାଶ’ । ଓଡିଶା ଉପକୂଳ ଗୋପାଳପୁର ସମନ୍ବିତ କ୍ଷେପାଣାସ୍ତ୍ର ଘାଟିରେ ଏହି ସ୍ବଦେଶୀ ମିଶାଇଲର ପରୀକ୍ଷା କରାଯାଇଥିବା ବେଳେ, ପରୀକ୍ଷଣ ସଫଳ ହୋଇଛି । ଯାହା ନିର୍ଦ୍ଧାରିତ ଲକ୍ଷ୍ୟକୁ ଖୋଜି ଟାର୍ଗେଟ କରିବାରେ ନିଖୁଣ ।ଏହି ପରୀକ୍ଷଣର ଏକ ଭିଡିଓ ଜାରି କରିଛି ଭାରତୀୟ ସେନାର ଚେତକ କର୍ପସ୍ । ଦିନ ହେଉ ବା ରାତି । ଶତ୍ରୁପକ୍ଷର ନିଦ ହଜାଇ ଦେବ ଆକାଶ ମିସାଇଲ୍। ଗୋପାଳପୁର ସମୁଦ୍ରକୁଳରୁ ନିଜର […]
