ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ । ୭ କେଜିର ମାରିଜୁଆନ ନିଶାଦ୍ରବ୍ୟ ଜବତ କଲା କଷ୍ଟମ ବିଭାଗ । ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ନିଶାଦ୍ରବ୍ୟ ଆଣି ଆସୁଥିବା ଜଣେ ବ୍ୟକ୍ତି ଅଟକସୂଚନା ଅନୁସାରେ ଯାତ୍ରୀ ଜଣଙ୍କ ଇଣ୍ଡିଗୋ ବିମାନରୁ ୭ କୋଟିର ମାରିଜୁଆନା ସହ ଧରାପଡ଼ିଲେ ଅଭିଯୁକ୍ତ। ତେବେ ଏହି ବ୍ୟକ୍ତିଙ୍କୁ ଉଠାଇ ନେଇଛି କଷ୍ଟମ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ୍। ୧୫ ଦିନ ଭିତରେ ପାଖାପାଖି ୧୫ କୋଟି ଟଙ୍କାର […]
ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ଘଟି ଯାଇଛି ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍ରେ ଆସି ଦୁଇ ବାଇକକୁ ଧକ୍କା ଦେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ଜଣ ଗୁରୁତର ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗୁରୁତରମାନଙ୍କୁ ଭର୍ତ୍ତି […]
ରାୟଗଡ:-ତା.୧୮/୦୧-ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆଜି ଭିଡିଓ କନଫରେନସିଂ ଜରିଆରେ ସ୍ୱତନ୍ତ୍ର ସ୍ୱାମୀତ୍ୱ ଯୋଜନାର ଇ-ସମ୍ପତି କାର୍ଡ ବିତ୍ତରଣ ଶୁଭାରମ୍ଭ କରିଛନ୍ତି l ଏହି ଯୋଜନାରେ ଭାରତର ୫୦ହଜାର ଗ୍ରାମରୁ ୬୫ଲକ୍ଷ ହିତାଧିକାରୀଙ୍କୁ ଏ ସମ୍ପତି କାର୍ଡ ପାଇବେ l ରାୟଗଡ ଜିଲ୍ଲାରେ ସ୍ୱାମୀତ୍ୱ ଯୋଜନା କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ,ଓଡିଶା ଶ୍ରୀଯୁକ୍ତ ସୁରେଶ ପୂଝIରୀ, ରIୟଗଡ଼ […]
ଓଡ଼ିଶା ପୋଲିସ ପକ୍ଷରୁ ଏସ୍ଆଇ ବା ସବ୍ଇନ୍ସପେକ୍ଟର ପଦବୀ ଖାଲି ଅଛି। ଏଥିରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଏସ୍ଆଇ ସମକକ୍ଷ ପଦବୀ (CPSE-୨୦୨୪) ପାଇଁ ମଧ୍ୟ ନିଯୁକ୍ତି ଘୋଷଣା କରାଯାଇଛି। ବିସ୍ତୃତ ବିଜ୍ଞାପନ ପାଇଁ, ୧୮.୦୧.୨୦୨୫ରୁ ଓଡ଼ିଶା ପୋଲିସ ଓ୍ବେବ୍ସାଇଟ୍ (http://odishapolice.gov.in) ପରିଦର୍ଶନ କରନ୍ତୁ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅନ୍ଲାଇନରେ ଆବେଦନ କରିବାକୁ ଆମନ୍ତ୍ରଣ କରାଯାଇଛି।୨୦ ତାରିଖ ସକାଳ ୧୦ରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ଫେବୃୟାରୀ ୧୦ […]
ଗାଡି ବୀମା ନଥିଲେ ଧରିବ ଟୋଲ ଗେଟ । ମୋଟର ଯାନର ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରା ପଡିବେ ।ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉଲଂଘନକାରୀଙ୍କୁ ୨ ହଜାର କରିମାନା କିମ୍ବା ୩ ମାସର ଜେଲଦଣ୍ଡ ହୋଇପାରେ ।ରାଜ୍ୟରେ ଥିବା 22 ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ ହେବ । ଇ – ଡିଟେକ୍ସନ ଜରିଆରେ କଟିବ […]
ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ଟାଉନ ରେଳ ପ୍ଲାଟଫର୍ମର ପୂର୍ବ ପାର୍ଶ୍ଵରେ ମାଟି ଦବିଯାଇ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହା ଫଳରେ ରେଳଯାତ୍ରୀ ମାନେ ଦୈନିକ ଛୋଟମୋଟ ଦୁର୍ଘଟଣାର ଶିକାର ହେଉଥିବା ଅଭିଯୋଗ ହେଉଛି। ଗତ ଏକ ମାସରୁ ଉର୍ଦ୍ଧ୍ୱ ସମୟ ତଳୁ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ରେଳ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। କେବଳ ନାମକୁ ମାତ୍ର ଏହି ଗର୍ତ୍ତ ଚାରିପାଖରେ ବାଲି ବସ୍ତା ରଖାଯାଇ […]
ଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ମିଳିବ ବାଇକ୍ । ଏଥିସହିତ ତଦନ୍ତକାରୀ ଅଧିକାରୀଙ୍କୁ ମିଳିବ ତଦନ୍ତ ସମ୍ପର୍କିତ କିଟ୍ । ପ୍ରଥମ ପର୍ଯ୍ୟାୟରେ ୨୫୦୦ ବାଇକ୍ ଥାନାକୁ ଦିଆଯିବ ବୋଲି ପୋଲିସ ଡିଜି ୱାଇ.ବି. ଖୁରାନିଆ କହିଛନ୍ତି । ୧୫ ଦିନ ମଧ୍ୟରେ ରାଜ୍ୟର ୬୭୯ ଥାନାରେ ମିଳିବ ନୂଆ ସ୍କର୍ପିଓ। ପୋଲିସର କାର୍ଯ୍ୟ ଦକ୍ଷତା ବଢ଼ାଇବା ପାଇଁ ଏହି ବ୍ୟବସ୍ଥା ହୋଇଛି । ଏଥିରେ ରହିବ ଲାପଟପ୍, ସ୍ମାର୍ଟ ଫୋନ୍, ପେନ୍ ଡ୍ରାଇଭ୍ । ତଦନ୍ତକରି ଅଧିକାରୀଙ୍କୁ […]
ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ସେ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର ଲଗାଇବାକୁ ହିଁ ପଡିବ । ଏହା ଭାରତ ସରକାରଙ୍କ ଗାଇଡଲାଇନରେ ଅଛି ।ସାଧାରଣ ମିଟର ନେଇ ଟେଷ୍ଟ କରି ଦେଖାଇ ଦିଆଯିବ । ଏବେ ଯାଏଁ ଲୋକଙ୍କର ସୁଇଚ ବନ୍ଦ କରିବାର ଅଭ୍ୟାସ ଯାଇନି । ତେଣୁ ଆବଶ୍ୟକ ନଥିଲେ ଲୋକେ ସୁଇଚ […]
ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ନୟା ବଗପାଟିଆ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଘଟଣ। ଦୋଳିରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି।ମେଡିକାଲ୍ ଭିତରେ ଶିକ୍ଷକଙ୍କୁ ଘେରିଲେ ମୃତ ଛାତ୍ରଙ୍କ ପରିବାର ।ତେବେ ଏପରି ଘଟଣା ପଛରେ ସ୍କୁଲ କତୃପକ୍ଷଙ୍କୁ ଦାୟୀ କରିଛନ୍ତି ପରିବାର ଲୋକ । ମେଡିକାଲ ପରିସରରେ ଏବେ ସ୍ଥାନୀୟ ଲୋକଙ୍କ ଗହଳି ଥିବା ଦେଖିବାକୁ ମିଳିଛି ।ସୂଚନା ଅନୁସାରେ, ଛାତ୍ର ଜଣକ ସ୍କୁଲରେ ଦୋଳି ଖେଳୁଥିଲେ। ଏହି ସମୟରେ ସେ ହଠାତ ତଳକୁ […]
ଆୟକରଦାତା ନେଉଥିଲେ ରାସନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ କହିଛନ୍ତି, ପ୍ରାୟ ୪ ଲକ୍ଷ ଆୟକରଦାତା ରାସନ ନେଉଥିଲେ । ଏ ନେଇ ବିଭାଗ ପାଖରେ ତଥ୍ୟ ପହଞ୍ଚିଛି । ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୁରା […]
ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ ୨୦୨୫ ପାଇଁ ଆସନ୍ତାକାଲି ଅର୍ଥାତ ଜାନୁୟାରୀ ୧୯ରେ ଆଡମିଟ କାର୍ଡ ଜାରି କରାଯିବ। ଜେଇଇ ମେନ ୨୦୨୫ର ପ୍ରଥମ ସେସନ ଜାନୁୟାରୀ ୨୨ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର ୩ ଦିନ ପୂର୍ବରୁ ହଲ ଟିକେଟ ଜାରି କରାଯିବ।ଆଡମିଟ କାର୍ଡ ଜାରି କରାଯିବା ପରେ ପରେ ଆଶାୟୀ ପରୀକ୍ଷାର୍ଥୀମାନଙ୍କ ଲାଗି ହଲ୍ ଟିକେଟ ଉପଲବ୍ଧ ହେବ। jeemain.nta.nic.in. ୱେବସାଇଟରୁ ଛାତ୍ରଛାତ୍ରୀମାନେ ହଲ ଟିକେଟ ପାଇପାରିବେ।ପୂର୍ବରୁ ହଲ ଟିକେଟ ଜାରି କରାଯିବ। […]
ଦୀଘା ମୁହାଣରେ ବୁଡ଼ିଲା ମାଛ ଧରା ଟଲର । ଅଳ୍ପକେ ବର୍ତ୍ତିଲେ ୯ ମତ୍ସ୍ୟଜୀବୀ । ଗତକାଲି ଅପରାହ୍ନରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରୁ ମାଛ ଧରି ଦୀଘା ମୁହାଣକୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଯାନ୍ତ୍ରିକ ତ୍ରୂଟି ଯୋଗୁଁ ଟ୍ରଲରଟି ଗଭୀର ସମୁଦ୍ରର ଫସି ଯାଇଥିଲା । ଖବର ପାଇ ଅନ୍ୟ ଏକ ସ୍ପିଡ୍ ବୋଟ ଗଭୀର ସମୁଦ୍ର ଭିତରକୁ ଯାଇ ବୁଡି ଯାଉଥିବା ଟ୍ରଲରୁ ୯ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା […]
