ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ।

ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି। ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ସତ୍ୟନାରାୟଣ ବେହେରାଙ୍କୁ ପୁଲିସ ଗିରଫ କରି କ୍ରାଇମ୍ ସିନ୍ ରିକ୍ରିଏସନ କରିଛି। ବେହେରା ପେସାରେ ହେଉଛନ୍ତି ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(PEO)। ସେ ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ ପିଇଓ ଭାବେ କାର୍ଯ୍ୟ କରୁଥିଲେ। ଚାକିରି ଭିତରେ ସେ ଜଣେ ଯୁବତୀଙ୍କ ପ୍ରେମରେ […]

ଅଲ୍ଲୁ ଅର୍ଜୁନ ଆସିବେ ବୋଲି ଆଗରୁ ପୁଲିସ ଜାଣିଥିଲା କିନ୍ତୁ ..

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ ପୁରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ତାଙ୍କୁ ତେଲଙ୍ଗାନା କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ମାତ୍ର ସେଇ ଡିସେମ୍ବର ୪ର ସତ ଘଟଣା ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ଶୋରେ ଯୋଗଦେଇଥିବା ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗରେ ସାଉଥ ସୁପରଷ୍ଟାରଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଏହି ଘଟଣାରେ ଏକ ବଡ ସତ ସାମ୍ନାକୁ ଆସିଛି ।ହାଇଦ୍ରାବାଦର ଯେଉଁ ସନ୍ଧ୍ୟା ଥିଏଟରରେ ଦଳଚକଟା ଘଟଣାରେ ପୁଷ୍ପାରାଜଙ୍କୁ ଗିରଫ କରାଯାଇଥିଲା, […]

ଉପକୂଳରୁ ଉପାନ୍ତ, ସାରା ରାଜ୍ୟରେ ଶୀତ ଲହରୀ

ସାରା ରାଜ୍ୟରେ ଶୀତ ଲହରୀ । ହଠାତ ପାରଦ ଖସିଛି । ଉପକୂଳରୁ ଉପାନ୍ତ ଯାଏଁ ସବୁଠି ପ୍ରବଳ ଜାଡ଼ । କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ଅନେକ ସହର । ୨୦ ରୁ ଅଧିକ ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ । ଆହୁରି ତଳକୁ ଖସିବ ପାରଦ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ […]

ମହାନଦୀ ଟ୍ରିବ୍ୟୁନାଲ ନୂଆ ଅଧ୍ୟକ୍ଷା ନିଯୁକ୍ତ ।

ଓଡ଼ିଶାର ଜୀବନରେଖା ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବ୍ୟୁନାଲ ପୁଣି କାର୍ଯ୍ୟକ୍ଷମ ହେବ । ପ୍ରାୟ ୮ ମାସ ପରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ବେଲା ଏମ ତ୍ରିବେଦୀଙ୍କୁ ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି । ଗତ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ ଏମ ଖାନୱିଲକର ଇସ୍ତଫା ଦେବା ପରେ ଟ୍ରିବ୍ୟୁନାଲ ଠପ୍ ହୋଇପଡିଥିଲା । ତେବେ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ହେଲେ ଟ୍ରିବ୍ୟୁନାଲର ନୂଆ […]

ନେତା ଫସିଗଲେ ଅଫିସର ପୁରସ୍କୃତ ହେଲେ ।

ଦୁଇ IPS ଆଶିଷ ସିଂ ଓ ଡିଏସ୍ଅ କୁଟ୍ଟେ ଦିଲ୍ଲୀ ଡେପୁଟେସନ୍ ଯିବା ପଛରେ ରହିଛି ଡିଲ । ସାମ୍ବାଦିକ ସମ୍ମିଳନୀ କରି ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ଯେଉଁ ଦୁଇ ଅଫିସରଙ୍କ ଦ୍ୱାରା ବିଜେପି ନେତାମାନେ ସର୍ବାଧିକ ନିର୍ଯାତନା ପାଇଛନ୍ତି ଆଉ ନିର୍ବାଚନ କମିଶନ ଚାର୍ଜସିଟ୍ କରିବା ପାଇଁ କହିଥିଲେ, ସେହି ଉଭୟଙ୍କୁ ରାଜ୍ୟର ବିଜେପି ସରକାର ପୁରସ୍କୃତ କରିଛନ୍ତି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ଓ ଏ ସରକାର ଏତେ […]

ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳି ପଛରେ ସ୍ବାମୀ!

ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ । ଗର୍ଭବତୀଙ୍କୁ ଗୁଳି ପଛରେ ସ୍ବାମୀ ! ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ୪ ଅଟକ । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ହତ୍ୟା ସନ୍ଦେହରେ ଚାଲିଥିଲା ପଚରାଉଚରା । ଆଜି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘର ଭାତ ହାଣ୍ଡିରୁ ମିଳିଛି ପିସ୍ତଲ ସହ ମିଳିଲା ୩ ଗୁଳି । ସ୍ୱାମୀ ଗୁଳି କରିବା […]

ପଠାଣି ସମାନ୍ତ ଜୟନ୍ତୀ ସମାରୋହ, ନାଟ୍ୟକାର ରାମଚନ୍ଦ୍ର ମିଶ୍ରଙ୍କୁ ‘ନୟାଗଡ଼ ଗୌରବ’ ସମ୍ମାନ

ନୟାଗଡ଼,(ଓଡ଼ିଶା ଦର୍ପଣ): ବିଶ୍ୱବିଶ୍ରୁତ ନଭବିଜ୍ଞାନୀ  ମହାମହପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ଓରଫ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମସ୍ମାରକୀ ମହା ସମାରୋହରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ଥିବା ଯଦୁମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସାଂସ୍କୃତିକ ଅନୁଷ୍ଠାନ,ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଯୋଗଦାନ କରିଥିବା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ  ସମ୍ମାନିତ […]

ଜର୍ମାନ ଟେକ୍ନୋଲୋଜିରେ ଭାରତର ପ୍ରଥମ ପିଚୁ ରାସ୍ତା ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ମଧ୍ୟରେ ଆରମ୍ଭ ହୋଇଛି ଜର୍ମାନ ଟେକ୍ନୋଲୋଜିରେ ଭାରତର ପ୍ରଥମ ପିଚୁ ରାସ୍ତା । ଜିଓ ସିନ୍ଥେଟିକ ମାଧ୍ୟମରେ କାମାକ୍ଷାନଗର ଇଲେକ୍ଟ୍ରିକ ଅଫିସ ଛକ ଠାରୁ ଗୁଣ୍ଡିଚାନାଳୀ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ପ୍ରାୟ ୧୨ ଶହ ମିଟର ରାସ୍ତାର ଟ୍ରାଏଲ ବେସିସରେ କାର୍ଯ୍ୟ ଆରମ୍ଭ ହୋଇଛି ।ସାରା ଦେଶରେ ପ୍ରଥମ କରି ନୂତନ ଜ୍ଞାନକୌଶଳରେ ନିର୍ମାଣ ହେଉଛି ଏହି ରାସ୍ତା । ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ରାସ୍ତାରେ […]

ବିଧବାଙ୍କୁ ଗଣବଳାତ୍କାର, ୪ ଅଭିଯୁକ୍ତ ଗିରଫ

ଦେବଗଡ଼ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିଧବା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଦେବଗଡ଼ ଟାଉନ ଥାନା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୋଗ ମୁତାବକ, ମହିଳା ଜଣକ ସାପ୍ତାହିକ ହାଟରୁ ଫେରୁଥିଲେ। କିନ୍ତୁ ବାଟରେ ଅଭିଯୁକ୍ତମାନେ ଲିଫ୍ଟ ଦେବା ବାହାନାରେ ବିଧବା ମହିଳାଙ୍କୁ ପଳମ ନିକଟ ଜଙ୍ଗଲକୁ ନେଇଯାଇଥିଲେ। ସେଠି ଲୁଚି ରହିଥିବା ଅନ୍ୟ ସାଙ୍ଗମାନେ ଜଣେ ପରେ ଜଣେ ମହିଳାଙ୍କୁ […]

ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ସମାଚାର ପଢିଲା ଦୂରଦର୍ଶନ

ରାଷ୍ଟ୍ରପତିଙ୍କ ଅନୁରୋଧ ରକ୍ଷା କଲା ଦୂରଦର୍ଶନ । ପ୍ରଥମ ଥର ପାଇଁ ସାନ୍ତାଳୀ ଭାଷାରେ ପ୍ରସାରଣ କଲା ସମାଚାର ।ଦୂରଦର୍ଶନ ତଥା ଡିଡି ଓଡିଆ ଟେଲିଭିଜନ ଚ୍ୟାନେଲରେ ପ୍ରଥମ ଥର ପାଇଁ ଗୁରୁବାର ସାନ୍ତାଳୀ ଭାଷାରେ ସମାଚାର ସମ୍ପାଦାନ କରିଛି । ଯାହା ପ୍ରସାରିତ ହେବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ।ତେବେ ୧୧ ଡିସେମ୍ବର ୨୦୨୪ରେ ଅର୍ଥାତ୍ ଗତକାଲି ପ୍ରଥମ ଥର ପାଇଁ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମ ଆୟୋଜିତ […]

ଅଡୁଆରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ।

ଅଡୁଆରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କଟକ ଜିଲ୍ଲା ଓଲଟପୁର ଥାନାରେ ରାମକୃଷ୍ଣ ନନ୍ଦ ସ୍ମୃତି ପରିଷଦ ପକ୍ଷରୁ ମୁନ୍ନା ଖାଁଙ୍କ ନାଁରେ ଏତଲା ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ପରିଷଦର ପ୍ରତିଷ୍ଠାତା ତଥା ରାମକୃଷ୍ଣ ନନ୍ଦଙ୍କ ନାତି ପ୍ରକାଶ ନନ୍ଦ କହିଛନ୍ତି, ସାଂସଦ ମୁନ୍ନା ଖାଁ ଗତ ୬ ତାରିଖରେ ନବରଙ୍ଗପୁରରେ ମଣ୍ଡେଇ ଉତ୍ସବ ଅବସରରେ କବିଙ୍କୁ ତାତ୍ସଲ୍ୟ କରିଛନ୍ତି। ଏଥିସହ ତାଙ୍କ ଦ୍ୱାରା ରଚିତ ଆହେ ଦୟା ମୟ ବିଶ୍ୱବିହାରୀ ପ୍ରାର୍ଥନାର କଦର୍ଥ […]

ଅନ୍ତର୍ଜାତୀୟ ରାଜନୀତି ଶାସ୍ତ୍ର ଉପରେ ଆଲୋଚନା ଚକ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ  ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପୌରାହିତ୍ୟ କରି ଛାତ୍ରଛାତ୍ରୀ ମାନଙ୍କୁ ରାଜନୀତି ବିଜ୍ଞାନ ରେ ନିଜର ଭବିଷ୍ୟତ ଗଢିବାକୁ ପରାମର୍ଶ ଦେଇଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ପ୍ରଫେସର ଡକ୍ଟର ସୁଧୀର କୁମାର ପରିଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସେ ‘ବ୍ରିକ୍ସ ପ୍ଲସ ଏଵଂ  ଗ୍ଲୋବାଲ ସାଉଥ ର ଅନ୍ତର୍ଜାତୀୟ ଶୃଙ୍ଖଳା […]