ସର୍ବଭାରତୀୟ ହକି ଚାମ୍ପିୟନସିପ-୨୦୨୫:ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିପିଙ୍କ ସମୀକ୍ଷା ବୈଠକ

ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନସିପ- ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଅବସରରେ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଚାମ୍ପିୟନସିପକୁ ଶୃଙ୍ଖଳିତ ଭାବରେ ପରିଚାଳନା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଡିଜିପି ଶ୍ରୀ ଖୁରାନିଆ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁସାରେ, ଆୟୋଜିତ ହେବାକୁ ଥିବା ଏହି ଚାମ୍ପିୟନସିପରେ […]

ଗୁଣିଗାରେଡ଼ି ସନ୍ଦେହ, ଗୋଟେ ଜୁଇରେ ଦୁଇଟି ଶବ ଜାଳିଲେ

କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ୫ଜଣ ମାରିଦେଇ ଅନ୍ୟଜଣେ ମୃତ ବ୍ୟକ୍ତି ପୋଡାଯାଉଥିବା ଯୁଇରେ ପକାଇ ଜାଳି ଦେଇଛନ୍ତି। ଏ ନେଇ ବନ୍ଧୁଗାଁ ଥାନାରେ ନଂ. ୧୧୨/୨୪ରେ ମାମଲା ରୁଜୁ ହୋଇଛି। ୫ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।ସୂଚନାଯୋଗ୍ୟ, କୋରାପୁଟ ଜିଲା ବନ୍ଧୁଗାଁ ଥାନା ଜାର୍ପା ଗାଁ’ର ଦସ ମୀନ୍ୟାକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ରବିବାର ଅପରାହ୍ନରେ […]

ପାହାଡ ବୁଦାମୂଳରୁ ନବଜାତ ଶିଶୁ ଉଦ୍ଧାର କଲେ ମହିଳା

କଟକ ଜିଲ୍ଲା ବାଙ୍କୀଗଡ଼ ନିକଟସ୍ଥ ସୁନଦେଇ ପାହାଡ ବାଲିଘାଟ ବୁଦା ନିକଟରେ କୁଁଆ କୁଁଆ ଡାକ ଶୁଣି ଥିଲେ ହରିରାଜ୍ ପୁର ଗ୍ରାମର ସ୍ଵାମୀ ପରିତ୍ୟକ୍ତା ଜଣେ ମହିଳା। ତାଙ୍କ ନାଁ ହେଉଛି ବର୍ଷା ଭୋଇ। ବ୍ରହ୍ମପୁରା ଗ୍ରାମର ନିଜର ସମ୍ପର୍କୀୟଙ୍କ ଘରୁ ସେହି ବାଟେ ବାଙ୍କୀ ଆସୁଥିବା ବେଳେ କୁଆଁ କୁଆଁ ଡାକ ତାକୁ ଅଟକାଇ ଦେଇଥିଲା। ସଙ୍ଗେ ସଙ୍ଗେ ଯାଇ ଶିଶୁ ପୁତ୍ର ଟିକୁ ଦେଖିବା ବେଳକୁ ଶୀତରେ ଥୁରୁ ଥୂରୁ ହୋଇ କାନ୍ଦୁଥିବାର […]

ଜୈବିକ କପା ଚାଷ ଭିତିକ କୃଷି ବନୀକରଣ ତାଲିମ୍ ଶିବିର

ପାଟଣାଗଡ( ଜଗଦିଶ ଭୋଇ)ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡ଼ା ବ୍ଲକ ବାଗଉଡାର ଠାରେ ବିଶ୍ଵ କୃଷି ବନୀକରଣ ଦ୍ଵାରା ଏକ ଦିବସୀୟ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବେଲପଡ଼ା ବ୍ଲକ ର ବାଗଉଡ଼ାର ,ଯୁବା, ପଣ୍ଡାରିଜୋର୍ , ବିଲେଇମରା, ସେମେଲପାଳି ର ସତାଧିକା ଚାଷୀ ଯୋଗ ଦେଇଥିଲେ l ଏହି ତାଲିମ୍ ଶିବିରକୁ ଡ ଶିବ କୁମାର ଧାନି ଏବଂ ଡ଼ ଅନିଲ ହସନ୍ ତାଲିମ୍ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ […]

ମହିଳା କନ୍‌ଷ୍ଟେବଲଙ୍କୁ ହତ୍ୟା ଉଦ୍ୟମ କଲେ ସ୍ବାମୀ

ବଲାଙ୍ଗୀର ଜିଲା ତୁଷୁରା ଥାନା ଅଧୀନ ସମରା ଗାଁ ଛକରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କନ୍‌ଷ୍ଟେବଲ ସ୍ତ୍ରୀଙ୍କୁ କନ୍‌ଷ୍ଟେବଲ ସ୍ବାମୀଙ୍କ ହତ୍ୟା ଉଦ୍ୟମ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ସମରା ଗାଁର ଜ୍ୟୋତି ପଧାନ ଓ ତାଙ୍କ ପତ୍ନୀ ନୁପୁର ବିଶ୍ୱାଳ ବଲାଙ୍ଗିର ରିଜର୍ଭରେ ପୁଲିସ୍‌ରେ କନ୍‌ଷ୍ଟେବଳ ଭାବେ କାମ କରନ୍ତି। ପ୍ରତିଦିନ ପରି ରବିବାର ଅପରାହ୍ନ ପ୍ରାୟ ୪ରୁ ସାଢ଼େ ୪ଟା ବେଳେ ଡ୍ୟୁଟି ସାରି ଉଭୟ ବାଇକ୍‌ରେ ଗାଁକୁ ଫେରୁଥିଲେ। […]

ମୁହଁରେ କଳା ବୋଳି, ବେକରେ ଜୋତା ମାଳ ପକାଇ ଗାଁ ବୁଲାଇଲେ

କେନ୍ଦୁଝର ଜିଲ୍ଲା ତେଲକୋଇରେ କଙ୍ଗାରୁ କୋର୍ଟ । ଧାନ ଚୋରି କରିବାରୁ ଦୁଇ ଯୁବକଙ୍କ ବେକରେ ଜୋତା ମାଳ ପିନ୍ଧାଇବା ସହ ମୁହଁରେ ଚୁନକାଳି ବୋଳି ଗାଁ ଦାଣ୍ଡରେ ବୁଲାଇଲେ ଲୋକେ। ରବିବାର ବିଳମ୍ୱିତ ରାତିରେ ତେଲକୋଇ ଥାନା ଡ଼ିମିରିମୁଣ୍ଡା ଗାଁର ସୁରେଶ ପ୍ରଧାନଙ୍କ ଘରୁ ଧାନ ଚୋରି ହୋଇଥିଲା। ସୁରେଶଙ୍କ ଘରର ଝରକା ତାଡି ସେହି ଗାଁର ବାବୁଲି ପ୍ରଧାନ ଓ ଆଖି ପଧାନ ଧାନ ବସ୍ତା ଚୋରି କରୁଥିଲେ! ଏ ସମ୍ପର୍କରେ ପଡୋଶୀ ଶତ୍ରୁଘ୍ନ […]

ସରକାରୀ କ୍ୱାର୍ଟର ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ

ସାଧାରଣ ନିର୍ବାଚନକୁ ଆସି ୬ ମାସ ହେଲାଣି, ହେଲେ ଏଯାଏଁ ସରକାରୀ କ୍ୱାର୍ଟର ଛାଡିନାହାଁନ୍ତି ପୂର୍ବତନ ବିଧାୟକ । ରାଜ୍ୟର ପ୍ରାୟ ୧୪ ଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାର୍ଟରରେ ରହୁଛନ୍ତି । ଯାହାକୁ ନେଇ ଆଜି ବିଧାନସଭାରେ ଉଠିଛି ପ୍ରଶ୍ନ । ତଥ୍ୟ ଅନୁଯାୟୀ, ୧୪ ଜଣ ପୂର୍ବତନ ସଦସ୍ୟ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସରକାରୀ କ୍ୱାର୍ଟର୍ସ ଦଖଲ କରିଛନ୍ତି। ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ୍ତ […]

୫ ବର୍ଷରେ ଅନଲାଇନ ଟ୍ରେଡିଂରେ  ୫୯, ୪୩୭ ଜଣ ଠକେଇରେ ଶିକାର: ମୁଖ୍ୟମନ୍ତ୍ରୀ

୫ ବର୍ଷରେ ୫୯, ୪୩୭ ଜଣ ଠକେଇର ଶିକାର ହୋଇଛନ୍ତି । ୨୦୨୩ ରେ ଅତି ସାଙ୍ଘାତିକ ଭାବେ ବଢିଛି ମାମଲା । ୨୦୨୩ ରେ ୧୮, ୯୯୪ ଲୋକ ଠକେଇର ଶିକାର ହୋଇଛନ୍ତି । ୨୦୨୪ ରେ ଗତ ୧୧ ମାସରେ ୪୦, ୨୭୦ ଜଣଙ୍କୁ ଠକେଇ ହୋଇଛି । ଏ ନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ପୁଣି ସରଗରମ ହୋଇଛି ବିଧାନସଭା। । ସେହିପରି ଶାସକ ଦଳ […]

ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର

ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର । ଏହା ସହ ୩ ହଜାର ପାରା ମେଡିକାଲ ଷ୍ଟାଫ ମଧ୍ୟ ନିଯୁକ୍ତି ପାଇବେ । ଏନେଇ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର । ଆଜି ବିଧାନସଭାରେ ଏହା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ୩୦ ଜିଲ୍ଲାରେ ମେଡିକାଲ କଲେଜ ଖୋଲିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ୨୦୧୪ ପରଠୁ ଯେତେସବୁ ଶହେ ବେଡ୍‌ ବିଶିଷ୍ଟ ମେଡିକାଲ କଲେଜ ଖୋଲିଛି ସେଥିପାଇଁ ୨୫୦ରୁ […]

ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ଶିମଳିପାଳ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି। ଶିମିଳିପାଳ ଆରସିସିଏଫଙ୍କ ସୂଚନା ଅନୁସାରେ, ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’। ୧୫ ନଭେମ୍ବରରେ ‘ଜିନ୍ନତ’କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ତେବେ ‘ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍‌ ‘ଜିନ୍ନତ’ ଉପରେ ନଜର ରଖିଛି।ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡ଼ିଶା ସୀମା ପାର କରି ଝାଡ଼ଖଣ୍ଡ ଜଙ୍ଗଲରେ ପ୍ରବେଶ କରିଛି। ତେବେ ଅନୁଧ୍ୟାନକାରୀ ଟିମ୍‌ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ […]

ଗୁଗୁଲ ମ୍ୟାପ୍ ଧୋକା ; ଯାଉଥିଲେ ରାୟପୁର, ପହଞ୍ଚିଲେ କନ୍ଧମାଳ

ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର। ସାରା ଦେଶରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ନିକଟ ୫୯ ଜାତୀୟ ରାଜପଥ ଘାଟି ରାସ୍ତାରେ ଏକ ଟ୍ରକ୍ ଗତ ୩ ଦିନ ଧରି ଫଶି ରହିଛି। ଡ୍ରାଇଭର ଜଣକ ମ୍ୟାପ୍‌ରେ ସର୍ଟକର୍ଟ ରାସ୍ତା ଦେଖି ଯାଉଥିବା ବେଳେ କିଛି ବାଟ ଯିବା ପରେ ଏକ […]

କ୍ୟାମେରା ବଞ୍ଚାଇ ଦେଇଛି ହାତୀପଲଙ୍କ ଜୀବନ।

ନୂଆ ଟେକ୍ନୋଲୋଜି ଦେଲା ନୂଆ ଜୀବନ। ଏଆଇ କ୍ୟାମେରା ବଞ୍ଚାଇ ଦେଲା ହାତୀଙ୍କ ଜୀବନ। ରାଉରକେଲା ଡିଭିଜନରୁ ଏପରି ଏକ ଭଲ ଖବର ଆସିଛି। ସୂଚନା ଅନୁସାରେ ରାଉରକେଲା ବନ୍ଧମୁଣ୍ଡା ଅଞ୍ଚଳରେ ରେଳବାଇ ଧାରଣା ପାଖରେ ବୁଲୁଥିବା ହାତୀପଲଙ୍କ ଗତିବିଧି ସମ୍ପର୍କରେ ରାଉରକେଲା ବନଖଣ୍ଡ ଅଫିସ୍‌କୁ ଏଆଇ କ୍ୟାମେରା ସତର୍କ ସୂଚନା ଦେଇଥିଲା। ସୂଚନା ଆଧାରରେ ବନଖଣ୍ଡ ଅଧିକାରୀ ରେଳବାଇକୁ ଟ୍ରେନ୍‌ ଗତି ଧୀର କରିବାକୁ କହିଥିଲେ। ଏଥିସହ ବନ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପ ହଞ୍ଚି […]