ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି ବାହାରିବ ବାଲି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ସରିଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଆସିଛନ୍ତି ଏଏସ୍ଆଇ କୋର କମିଟି। ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖରେ ଭୂମିପୂଜା ହୋଇଥିଲା। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୂର୍ଯ୍ୟମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ମନ୍ଦିରର ଦକ୍ଷିଣ-ପଶ୍ଚିମ କୋଣରେ ମେକାନିକାଲ ୱାରକିଂ ପ୍ଲାଟ୍ଫର୍ମ, ଆଇରନ୍ ଷ୍ଟ୍ରକଚର କାର୍ଯ୍ୟ ଓ ପ୍ରଥମ ପିଢକୁ […]
ଲିଙ୍ଗରାଜ ମନ୍ଦିରରେ ଗତକାଲି ଠାରୁ ମହାପ୍ରଭୁଙ୍କର ନୀତିକାନ୍ତି ବନ୍ଦ ରହିଛି । ବିଧି ଅନୁସାରେ ଗତକାଲି ଲିଙ୍ଗରାଜଙ୍କ ଅଧିବାସ ପୂଜା ଅନୁଷ୍ଠିତ ହେବାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥାଏ ।କିନ୍ତୁ ବାବା ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ହୋଇନାହିଁ । ବଡୁ ସେବାୟତଙ୍କ ପାଇଁ ଏଭଳି ସ୍ଥିତି ଉପୁଜୁଥିବା କହିଛନ୍ତି ପୂଜାପଣ୍ଡା। ଅଧିବାସ ପୂଜା ନୀତି କରାଇନଦେବାରୁ ନୀତି ବନ୍ଦ ରହିଛି । ମନ୍ଦିର ନିର୍ମାଣ ହେବା ଦିନରୁ ଅଧିବାସ ପୂଜା ଚାଲିଛି କିନ୍ତୁ ବଡୁ ସେବାୟତ କହୁଛନ୍ତି ଏଭଳି […]
ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହୋଇଛି ସେ ନେଇ ବିଧାନସଭାରେ ଆସିଲା ବିସ୍ତୁତ ତଥ୍ୟ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ପାଖକୁ ଆସିଛି । ୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ […]
ଖୁବଶୀଘ୍ର ଦୂରଦର୍ଶନରେ ପ୍ରସାରିତ ହେବ ସାନ୍ତାଳି ଖବର । ଆସନ୍ତା ସପ୍ତାହ ସୁଦ୍ଧା ସାନ୍ତାଳୀ ନ୍ୟୁଜ ପଢା ଆରମ୍ଭ ହେବ । ବାଙ୍ଗିରିପୋଷିରେ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସାନ୍ତାଳୀ ଭାଷାରେ ନ୍ୟୁଜ ନେଇ ରାଷ୍ଟ୍ରପତିଙ୍କ ଆଗ୍ରହ ଥିଲା। କଳିଙ୍ଗ ଟିଭି ଓଡ଼ିଶାର ପ୍ରଥମ ଏକମାତ୍ର ଓଡ଼ିଆ ନ୍ୟୁଜ ଚ୍ୟାନେଲ୍ ଯେଉଁ ଥିରେ ସାନ୍ତାଳୀ ଭାଷାରେ ଖବର ପ୍ରସାରିତ ହୋଇଆସୁଅଛି । ସାନ୍ତାଳମାନେ ଉତ୍ତର ବଙ୍ଗଳାଦେଶର ରାଜସାହି ଡିଭିଜନ ଏବଂ ରଙ୍ଗପୁର ଡିଭିଜନର ସର୍ବବୃହତ୍ […]
ବିଧାନସଭାରେ ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଏସଏଚଜି ଗ୍ରୁପ ଯୋଗାଣ କରୁଛନ୍ତି।୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି ।ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ମହିଳା ଶିଶୁ ବିକାଶ ବିଭାଗ । ଷ୍ଟେଟ ଫୁଡ୍ ଟେଷ୍ଟିଂ […]
ରାଜ୍ୟରେ ବଢୁଛି ମଦ ବିକ୍ରି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ଗତ ବର୍ଷ ୨୦୨୨-୨୩ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ରେ ୫ କୋଟି ୮୮ ଲକ୍ଷ ୮୫ ହଜାର ବିଦେଶୀ ମଦ ବିକ୍ରି ହୋଇଛି । ସେହିପରି ଦେଶୀ ମଦର ମଧ୍ୟ ବଢିଛି ଚାହିଦା । ୨୦୨୨-୨୩ ରେ ୮୪ ଲକ୍ଷ ୩୭ […]
କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ । ଗିରଫ ଅଭିଯୁକ୍ତ ହେଲେ ବାରିପଦା ଅଞ୍ଚଳର ସୁନୀତା ଦାସ ।ଏହାକୁ ମିଶାଇ ଏହି ଘଟଣାରେ ମୋଟ ଦୁଇ ଜଣ ମହିଳାଙ୍କ ସଂପୃକ୍ତି ସାମ୍ନାକୁ ଆସିଛି । ମୋଟ ଗିରଫଦାରୀ ସଂଖ୍ୟା ଚାରିରେ ପହଞ୍ଚିଛି । ନାବାଳିକାଙ୍କୁ ବାରିପଦାକୁ ନେଇ ଦେହ ବ୍ୟବସାୟରେ ନିୟୋଜିତ କରାଇ ଥିବା ଅଭିଯୋଗରେ ଏହି ମହିଳାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଆଜି ତାଙ୍କୁ କୋର୍ଟ […]
ଅତ୍ୟାଧୁନିକ ବ୍ୟବସ୍ଥା ସହ ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳ ଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଷ୍ଟେସନର ପ୍ଲାଟଫର୍ମ। ଷ୍ଟେସନର ପଛପଟ ଅର୍ଥାତ୍ ଶିଖରପୁର ପଟେ ଆଜି ଖୋଲିବାକୁ ଯାଉଛି ଶୀତତାପ ନିୟନ୍ତ୍ରିତ ତୃତୀୟ ଗେଟ୍। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏହି ନୂଆ ଗେଟର ଉଦଘାଟନ କରିବେ।ଏହି କାର୍ଯ୍ୟକ୍ରମରେ କଟକର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। […]
ଆଜି ମାର୍ଗଶୀର ଶୁକ୍ଳ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ। ଶ୍ରୀମନ୍ଦିରରେ ଏହି ଅବସରରେ ଅନୁଷ୍ଠିତ ହେଉଛି ଓଢ଼ଣ ଷଷ୍ଠୀ ନୀତି। ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ମହାପ୍ରଭୁ ଘୋଡ଼ ଲାଗି ବା ଶୀତବସ୍ତ୍ର ପରିଧାନ କରିଥାନ୍ତି। ପରମ୍ପରା ଅନୁଯାୟୀ ଶ୍ରୀ ପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଧଳା […]
ପାଟଣାଗଡ,୬।୧୨ ପାଟଣାଗଡ ଏନ୍ଏସି ବ୍ରାହ୍ମପୁରା ସ୍ଥିତ ସୁଭଦ୍ରା ଭବନଠାରେ ବିଜ୍ଞାପିତଅଞ୍ଚଳ ପରିଷଦ ଓ ବ୍ଳକ ପ୍ରଶାସନର ମିଲିତ ଆନୁକୁଲ୍ୟରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ମାନସୀ ବିଶ୍ଵାଲ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାଵେ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଫିସର ସୂଜୟ କୁମାର ମେହେର, ସଂଯୋୟକ ସକ୍ଷମ ଦିବାକାର […]
ନିଶା ବଟିକା ଖୁଆଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଯୁବତୀକୁ ବୈଷ୍ଣୋବ ଝୁଲି ଆଶ୍ରମର ବାବା ପ୍ରଫୁଲ୍ଲ ମହଲା ଆଶ୍ରମରେ ନିଶା ବଟିକା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ବାବାକୁ ଗିରଫ କରିଛି । ସୂଚନାଥାଉକି, ଯୁବତୀଙ୍କ ଦେହ ବାରମ୍ବାର ଖରାପ ହେବା ସହ ଏସିଡିଟି ଥିବାରୁ ଉକ୍ତ ରୋଗର ଚିକିତ୍ସା ପାଇଁ ଗତ କିଛି ମାସ ହେବ ରେଢ଼ାଖୋଲ ଥାନା […]
ଆଜି ଅପରାହ୍ଣରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଶେଷ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ। ବାଙ୍ଗିରିପୋଷି ରେଳ ଷ୍ଟେସନରେ ୩ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।ଆଜି ସକାଳ ୧୦ ଟା ବେଳେ ବାସଭବନ ରୁ ବାହାରି ଦାଣ୍ଡ ବୋଷ ହେଲିପ୍ୟାଡ୍ ଅଭିମୁଖେ ଗସ୍ତ କରିବେ ମହାମହିମ । ହେଲିକପ୍ଟର ଯୋଗେ ବାଙ୍ଗିରୀପୋଷୀ ଆସି ରେଳ ଷ୍ଟେସନ ଠାରେ ଆୟୋଜିତ ସଭାରେ ଯୋଗ ଦେବେ । କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, […]
