ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ କଲେ ପୁରୁଷ ସହାୟକ

ରାଜଧାନୀରେ ପୁଣି ଚାଞ୍ଚଲ୍ୟ । ଉଭୟ ମା ଓ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।ମିଳିଥିବା ସୂଚନା ଅନୁଯାୟୀ ମା’ ଓ ଝିଅଙ୍କୁ ଦୁଷ୍କର୍ମ କରିଥିବା ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି। ଅଭିଯୋଗକାରିଣୀଙ୍କ ଘରେ ସହାୟକ ଭାବେ ରବି କାମ କରୁଥିଲା । ପ୍ରଥମେ ଅଭିଯୋଗକାରିଣୀଙ୍କ ଫଟୋ ଉଠାଇ ତାଙ୍କୁ ବ୍ଲାକ ମେଲିଂ କରୁଥିଲା […]

ଆଜି ପ୍ରବଳ ବର୍ଷା ନେଇ ଏହି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ

ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଫଳରେ ଅସହ୍ୟ ଗରମରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳୁଛି । ଆହୁରି ଦୁଇ ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହା ପରେ ପୁଣି କଲବଲ କରିବ ତାତି । ମୁଣ୍ଡ ଫଟା ଖରା ସାଙ୍ଗକୁ ଅସହ୍ୟ ଗରମରେ ଛଟପଟ ହେବେ ରାଜ୍ୟବାସୀ ।ସୋମବାର ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼, ଅନୁଗୁଳ, […]

ବିଶ୍ୱ ହାସ୍ୟ ଦିବସ:ଜ୍ଞାନ ହୋତା ପାଇଲେ ଚଳିତବର୍ଷ ଉତ୍କଳ ଘଣ୍ଟ ହାସ୍ୟରସିକ ଉପାୟନ

ନୟାଗଡ଼,(ଓଡ଼ିଶା ଦର୍ପଣ) :ମଇ ମାସର ପ୍ରଥମ ରବିବାରକୁ ବିଶ୍ୱ ହାସ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ବିଶ୍ବ ହାସ୍ୟ ଦିବସ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ନୟାଗଡ଼ ପୁରୁଣାସହର ଜଗନ୍ନାଥ ମନ୍ଦିର ସାମନା ଯଦୁମଣି ମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ ଏବଂ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା […]

ମାଟ୍ରିକ ଏ-୧ ଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚଳିତ ମାଟ୍ରିକ ପରୀକ୍ଷାରେ ଏନଏସି ହାଇସ୍କୁଲର ୫୬୦ ନମ୍ବର ରଖି ଏ-୧ ପାଇଥିବା ଛାତ୍ରୀ ପିଙ୍କି କୁମାରୀ ସିଂଙ୍କୁ ବିଦ୍ୟାଳୟ ପକ୍ଷରୁ ଉଚ୍ଛ୍ଵର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥି ସହିତ ଏ-୨ ପାଇଥିବା ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ଛାତ୍ରଛାତ୍ରୀ ମାନେ ହେଲେ ଐଶ୍ୱର୍ଯ୍ୟା ପ୍ରଧାନ,ଶୁଭମ ମୁଦୁଲି,ପ୍ଲାଜା ରାଣୀ ପାତ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ଏବଂ ଆୟୁଷ କୁମାର। ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ ସେମାନଙ୍କୁ ଫୁଲତୋଡ଼ା ଏବଂ ମିଠା […]

ଆଜି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ରାଜ୍ୟରେ ଗତ କିଛି ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ, ଆଉ ୪ ଦିନ ଜାରି ରହିବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଗଜପତି, ମାଲକାନଗିରି, କୋରାପୁଟ ଓ ରାୟଗଡା ଏହି ୮ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା […]

ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ । ଶ୍ରୀମନ୍ଦିର ସବୁ ସେବାୟତ ନିଯୋଗକୁ ନୋଟିସ

ଶ୍ରୀମନ୍ଦିରର ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇ କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଦୀଘା ଜଗନ୍ନାଥ ମନ୍ଦିରରେ […]

ନବୀକରଣୀୟ ଶକ୍ତିକୁ ଆପଣାଇବାକୁ ରାଜ୍ୟପାଳଙ୍କ ଆହ୍ୱାନ

ଅକ୍ଷୟ ଶକ୍ତି ଲାଗି ନିଆଯାଇଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କଲେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି । ଏହାକୁ ଉପଯୋଗ କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ରାଜ୍ୟପାଳ । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଜଭବନରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ମହାମହିମ ରାଜ୍ୟପାଳ ସୂଚନା ଦେଇଛନ୍ତି । ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି ଏବଂ […]

ନାଁ ନନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କଲେ ପ୍ରଭାତୀ ପରିଡ଼ା

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ । ନାଁ ନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଟାର୍ଗେଟ୍ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ସେ କହିଛନ୍ତି ଯେ, ଧାମ ତିଆରି ନାମକରଣ କରିବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ନୁହେଁ। ଏଥିପାଇଁ ହିନ୍ଦି ସଂସ୍କୃତିରେ ଅଲଗା ପରମ୍ପରା ଅଛି। ଏଥିପାଇଁ ଫଳ ନିଶ୍ଚୟ ଭୋଗିବେ ଅପେକ୍ଷା କରନ୍ତୁ।କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ ଯେ କେଉଁଠି ଧାମ ତିଆରି […]

ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗ: ମୁହଁ ଖୋଲିଲେ ବାଲୁକା ଶିଳ୍ପୀ ସୁଦର୍ଶନ

ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ ପ୍ରସଙ୍ଗରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି। ଏ ନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି। ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି। ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ। କିନ୍ତୁ ଜଗନ୍ନାଥ ଧାମ ନାଁ କଦାପି ଗ୍ରହଣୀୟ ନୁହେଁ ।ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ଜଗନ୍ନାଥ ଧାମ କୁହାଯିବାରେ ଅରାଜି ପୋଷଣ କରି ବାଲୁକା ଶିଳ୍ପୀ […]

କେବେ ପ୍ରକାଶ ପାଇବ +2 ରେଜଲ୍ଟ ?

ଶୁକ୍ରବାର ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । ଏହା ପରେ ଯୁକ୍ତ ୨ ପରୀକ୍ଷାଫଳ ନେଇ ଚାତକ ଭଳି ଚାହିଁ ରହିଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ ଗୁଜବ ଉଠୁଥିଲା, ଯେ କି ଆସନ୍ତା ୬ ତାରିଖରେ ଯୁକ୍ତ ୨ ପରୀକ୍ଷା ଫଳ ବାହାରିବ । ଯାହାକୁ ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ଥିବା ବେଳେ ଏହାକୁ ନେଇ ଆଜି ସ୍ପଷ୍ଟିକରଣ ରଖିଛି ସିଏଚଏସଇ । ମେ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି। ରେଜଲ୍ଟ ପ୍ରକାଶ […]

କାହିଁକି ପାଳନ କରାଯାଏ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ?

ପ୍ରତି ବର୍ଷ ମେ ମାସ ୩ ତାରିଖରେ ପାଳିତ ହୁଏ ବିଶ୍ୱ ପ୍ରେସ୍‌ ସ୍ୱାଧୀନତା ଦିବସ । ଜାତିସଂଘ ସାଧାରଣ ସଭା ୧୯୯୩ ମସିହାରେ ଆଜିର ଦିନକୁ ପ୍ରେସ୍‌ ସ୍ୱାଧୀନତା ଦିବସ ଭାବେ ପାଳନ ନିମନ୍ତେ ଘୋଷଣା କରିଥିଲା ।ସାମ୍ବାଦିକ ଏବଂ ଗଣମାଧ୍ୟମ ହେଉଛନ୍ତି ସେହି ସେତୁ, ଯିଏ ଜନସାଧାରଣଙ୍କୁ ସତ୍ୟ ସହିତ ଯୋଡ଼ିଥାଏ। ଏହି ଦିବସ ସେହି ସମସ୍ତ ସାମ୍ବାଦିକଙ୍କୁ ସମ୍ମାନ ଜଣାଇବାର ଏକ ଅବସର, ଯେଉଁମାନେ ଯେତେ ବି କଷ୍ଟ ସହିବାକୁ ପଡ଼ୁନା କାହିଁକି […]

ସୁନା ଦର ଆଜି କେଉଁଠି କେତେ ଅଛି?

ବଢ଼ି ଚାଲିଛି ସୁନା ଦର। ସୁନା କିଣିବା ପୂର୍ବରୁ ବହୁ ଥର ଚିନ୍ତା କରିବାକୁ ପଡୁଛି। ହେଲେ ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। ସୁନା ଦରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ତଥାପି ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ତେବେ ଆଜି ସୁନା ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଯେଉଁ କାରଣରୁ ଗତକାଲି ଦାମ୍ ସାମାନ୍ୟ ହ୍ରାସ ପରେ ଯାହା ଥିଲା ସେଇୟା ରହିଛି […]