ରାୟଗଡDate 12 :11:2024-ଆଦିବାସୀ ଯୁବ ନେତା ଭାଗିରଥୀ ମଣ୍ଡାଙ୍ଗୀ ଙ୍କ ହତ୍ୟା ମାମଲା ରେ ଆସିଲା ଏକ ବଡ ଫଇସଲା l ରାୟଗଡ SDJM କୋର୍ଟ ଦ୍ୱାରା ଏହି ହତ୍ୟା ମାମଲା ରେ ଏନ ଭାସ୍କର ରାଓ ଙ୍କ ସମେତ ଏଲ୍ଲା ଭେଙ୍କଟେଶ୍ଵର ରାଓ ଓରଫ କଣ୍ଡା ବାବୁ, କେ . କ୍ରିଷ୍ଣା ରାଓ, ଇପିଲି ସନ୍ୟାସୀ ରାଜୁ, ଆଦି ନାରାୟନା ଏବଂ ପେଦିନା ଦିଲୀପ କୁମାର ଙ୍କ ନା ରେ ଜାମିନ ବିହୀନ ଗିରଫ ପରବାନା […]
ପୁଣି ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ମହିଳା ଜଣକ ପଳାଇଛନ୍ତି। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍। ମହିଳା ଜଣକ ଚାଇନିଜ୍ ଭାଷାରେ କଥା ହେଉଥିବା ଜଣାପଡ଼ିଛି। କେମିତି ମହିଳା ଜଣକ ଭିତରକୁ ପ୍ରବେଶ କଲେ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟ ହୋଇଛି। ସିଂହଦ୍ଵାର ନିକଟରେ ହୋଇଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପକୁ ସମ୍ପୃକ୍ତ ଅଣହିନ୍ଦୁ ମହିଳାଙ୍କୁ ଜେଟିପି ଆଣି ଜିମା ଦେଇଥିଲେ। ପରେ ପୋଲିସ ଅଣହିନ୍ଦୁ ମହିଳାଙ୍କୁ ପଚରାଉଚୁରା […]
କୁଣିଆ ହୋଇ ଆସୁଥିବା ସଂପର୍କୀୟଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ନନ୍ଦପୁର ଟିକରପଡା ଗାଁରେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ ଘଟିଛି । ଛୁରି ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି । ଆକ୍ରମଣରେ ଆଉ ଜଣେ ଆହତ ହୋଇଛନ୍ତି । ଛୁରିରେ ନିଜ ଶରୀରର ବିଭିନ୍ନ ସ୍ଥାନ ବି କାଟି ପକାଇଛି ଅଭିଯୁକ୍ତ ।ମିଳିଥିବା ସୂଚନା ମୁତାବକ, ଟିକରପଡା ଗ୍ରାମରେ ସାଧୁ ବଡନାୟକ କିଛି ଦିନ ହେଲା ମାନସିକ ବିକୃତ ଭାବେ ଲୋକଙ୍କୁ ବ୍ୟବହାର କରୁଥିଲେ। […]
ଭରତପୁର ଥାନାରେ କ୍ୟାପଟେନ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲାରେ ହାଇକୋର୍ଟରେ ଶୁଣାଣି । ଏଥିପାଇଁ ରାଜ୍ୟ ସରକାର ଜାରି କଲେ ସ୍ବତନ୍ତ୍ର ଏସଓପି । ଏ ନେଇ କୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଜଣାଇଛନ୍ତି । SOPର ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ CCTV ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର […]
ନୂଆଗାଁ:ନୂଆଗାଁ ବ୍ଲକ୍ ସଦରମହକୁମାରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ୨୯ ତମ ମଣ୍ଡଳସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତିମୟୀ ଶୁଭଦର୍ଶୀନୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତ କୁମାର ରାଉଲ୍, ତହସିଲଦାର ହେମନ୍ତ କୁମାର ନାୟକ,ଜିଲ୍ଲା ବିଜ୍ଞାନ ପରିଚାଳକ ଶରତ କୁମାର ସାହୁ ,ସାଂସଦ ଙ୍କ ପ୍ରତିନିଧି ଭୀମସେନ ସେଠୀ,ବ୍ଲକ୍ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବିଜ୍ଞାନ ମେଳାରେ […]
କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପୁରସ୍କାର ଘୋଷଣା ହୋଇଛି। ଏହି କ୍ରମରେ ଓଡ଼ିଶାର ୩ ପୁଲିସ ଇନସ୍ପେକ୍ଟରଙ୍କୁ ଏହି ପଦକ ମିଳିବ। ସେମାନେ ହେଲେ ଗଜପତି ଜିଲ୍ଲାରୁ ସବ୍ୟସାଚୀ ମଲ୍ଲ, ଗଞ୍ଜାମ ଜିଲ୍ଲାରୁ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ମାଲକାନଗିରି ଜିଲ୍ଲାର ରିଙ୍ଗନ କିଣ୍ଡୋ। ଏନେଇ ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେବା ସହ ଟ୍ୱିଟ୍ କରି ସମ୍ପୃକ୍ତ ୩ ପୁଲିସ ଇନସ୍ପେକ୍ଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅପରାଧ ମାମଲାର ତଦନ୍ତରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର […]
ଗୋଆ, ପଣ୍ଡିଚେରୀ ପରି ଝଲସିବ ଚନ୍ଦ୍ରଭାଗା ବେଳାଭୂମି। ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଆଧୁନିକକରଣ କାର୍ଯ୍ୟ। ଏଥିଲାଗି ସୋମବାର ପର୍ଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଭାଗାରେ ପହଞ୍ଚି ଥିଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ। ଚନ୍ଦ୍ରଭାଗା ବଜାରରେ ଥିବା ସମସ୍ତ ଦୋକାନୀଙ୍କୁ କ୍ଷତିପୂରଣ ଦିଆଯାଇଛି। କୋଣାର୍କ ମହୋତ୍ସବ ପୂର୍ବରୁ କିଛି କାର୍ଯ୍ୟ ଶେଷ ହେବ । ପରେ ଦୁଇମାସ ମଧ୍ୟରେ ବଦଳିବ ଚନ୍ଦ୍ରଭାଗା ବେଳାଭୂମିର ରୂପରେଖ । […]
ଟ୍ରେଡିଂ ଆପରେ ଟଙ୍କା ହାରିଲେ । ଟ୍ରେନ୍ ଟ୍ରାକରେ ଶୋଇ ଜୀବନ ଦେଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଆରପି ଥାନା ଅନ୍ତର୍ଗତ ବାଲିଜୁରୀରେ । ମୃତକ କେନ୍ଦ୍ରାପଡ଼ା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।‘ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ […]
ଭରତପୁର ଥାନାରେ ପୋଲିସ ଓ ମେଜର ବିବାଦ ମାମଲା । ଆସିଲା ନିଲମ୍ବିତ ୫ ପୋଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ । କ୍ରାଇମବ୍ରାଞ୍ଚ ହାତରେ ହସ୍ତଗତ ହୋଇଛି ଗୁଜରାଟ ଡିଏଫଏସଏଲର ରିପୋର୍ଟ ।ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଜଣଙ୍କ ପଲିଗ୍ରାଫ ପରୀକ୍ଷା କରାଯାଇଥିଲା। ଦୀନକୃଷ୍ଣଙ୍କ ବ୍ରେନ୍ ମ୍ୟାପିଂ ଓ ନାର୍କୋ ଆନାଲାସିସ ସମେତ ପଲିଗ୍ରାଫ ପରୀକ୍ଷା କରାଯାଇଥିବା ବେଳେ ଅନ୍ୟ ୪ କର୍ମଚାରୀଙ୍କର କେବଳ ପଲିଗ୍ରାଫ୍ ପରୀକ୍ଷା ହୋଇଥିଲା। ସମୀକ୍ଷା ପରେ ଏହି […]
ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା। ଏନେଇ ସଙ୍କେତ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।କିଛି ଦିନ ତଳେ କ୍ୟାବିନେଟରେ ଏ ନେଇ ବିତର୍କ ହୋଇଥିଲା । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟମାନେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସରକାରୀ ଚାକିରିଆଙ୍କ ମୃତ୍ୟୁ ହେଲେ, ସେମାନଙ୍କ […]
ଚଳିତ ବର୍ଷ ଶୀତ ପଡ଼ିବା ବିଳମ୍ବ ହେଉଇଁଥିଲେ ମଧ୍ୟ ଆଉ ଦିନେ କିମ୍ବା ଦୁଇଦିନ ଶୀତ ବଢିବାକୁ ଯାଉଛି। ତେବେ ଆସନ୍ତା ୧୫ ତାରିଖରୁ ରାଜ୍ୟରେ ଶୀତ ବଢ଼ିବ । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ କମିଯିବ । ଏହା ପ୍ରଭାବରେ ଅଧିକ ଶୀତ ଅନୁଭୂତ ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଅନ୍ୟପକ୍ଷେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । […]
ଖୁବ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନ ଦେଖିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମନ୍ତବ୍ୟ ଦେଇଛନ୍ତି । ମହିଳା କମିଶନଙ୍କ ଭୂମିକାକୁ ନେଇ ସରକାର ନୋଟିସ କରିଥିଲେ । ଏନେଇ ତାଙ୍କୁ ସୋ- କଜ୍ ମଗାଯାଇଥିଲା । କାଲି ନିବୃତ କରାଯାଇଛି ।ସରକାର ମୀନତିଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ନମିଳିବାରୁ ପଦରୁ ହଟାଇ ଦେଇଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। […]
