ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ବଡ଼ କଥା ହେଲା, ରାଜ୍ୟରେ ଏଯାଏ ଶୀତ ଅନୁଭୂତ ହୋଇନାହିଁ । ଘୂର୍ଣ୍ଣିବଳୟ ପ୍ରଭାବରେ ଯେଉଁ ଲଘୁଚାପ ସମ୍ଭାବନା ଅଛି, ତାହା ତାମିଲନାଡ଼ୁ କିମ୍ବା ଶ୍ରୀଲଙ୍କା ଆଡ଼କୁ ମୁହାଁଇବ । ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ଏହାର ପ୍ରଭାବ ଓଡ଼ିଶା […]
ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୫୫ ଗୋଟି ହସ୍ତଶିଳ୍ପକୁ ବିଭାଗୀୟ ଅନୁମୋଦନ ମିଳିଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଏହାକୁ ଅନୁମୋଦନ କରିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ଏହି ୫୫ ଗୋଟି ହସ୍ତଶିଳ୍ପର ଅନୁମୋଦନ ପାଇଁ ସୁପାରିଶ କରିଥିବା ବେଳେ ହସ୍ତଶିଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ପ୍ରଣତି ଛୋଟରାୟ ଏହାର ପ୍ରସ୍ତାବ ରଖିଥିଲେ। ତେବେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ […]
ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଚକ୍ରଧରପୁର-ରାଉରକେଲା ମଧ୍ୟରେ ଦୁଇଟି ଅଣସଂକ୍ଷିତ ସ୍ବତନ୍ତ୍ର ଟ୍ରେନ୍ ଚାଲିବ। ଏହି ଦୁଇଟି ଟ୍ରେନ୍ ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଚକ୍ରଧରପୁର-ରାଉରକେଲା (୦୮୦୨୨) ଟ୍ରେନ୍ ଅପରାହ୍ନ ୧ଟାରେ ଚକ୍ରଧରପୁର ଷ୍ଟେସନ ଛାଡ଼ିବ। ଅପରାହ୍ଣ ସାଢ଼େ ୩ଟାରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଏହି ଟ୍ରେନ୍ ରାଉରକେଲା-ଚକ୍ରଧରପୁର ମଧ୍ୟରେ ଜରେଇକେଲା, ମନୋହରପୁର ଓ ପୋସୋଇତା ଷ୍ଟେସନରେ ରହିବ। ତେବେ ରାଉରକେଲା -ଚକ୍ରଧରପୁର (୦୮୦୨୧) ସକାଳ ୧୦ […]
କଟକ ବାଲିଯାତ୍ରାରେ ଫୁଟ୍ପାଥରେ ବସି ପାରିବେ ନାହିଁ ଉଠା ଦୋକାନୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର କଟକ ଜିଲାପାଳ ଏକ ନିଷେଧାଦେଶ ଜାରି କରିଛନ୍ତି। ଏପରିକି ଫୁଟ୍ପାଥରେ ବ୍ୟବସାୟ ନିଷେଧ ପାଇଁ ୧୬୩ ଧାରା ଜାରି କରାଯାଇଛି।ଜୋବ୍ରାଠାରୁ ଚହଟା, ଉପର ଏବଂ ତଳ ବାଲିଯାତ୍ରା ପଡିଆ ଏବଂ ଏହାର ଆଖପାଖ ରାସ୍ତାରେ ଏହି ଉଠା ଦୋକାନୀମାନଙ୍କୁ ବ୍ୟବସାୟ କରିବା ନିମନ୍ତେ ନିଷେଧ କରାଯିବା ସହ ସେମାନଙ୍କ ଜୀବନ ଜୀବିକା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତଳ […]
ଉତ୍ତରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୟୁପି ମହିଳା ଆୟୋଗ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ପ୍ରସ୍ତାବ ଦେଇଛନ୍ତି। ଯେଉଁଥିରେ ପୁରୁଷ ଟେଲରମାନେ ମହିଳାମାନଙ୍କ ଡ୍ରେସ୍ ମାପ ନେଇପାରିବେ ନାହିଁ। ବୁଟିକ ସେଣ୍ଟରରେ ମହିଳାଙ୍କ ଡ୍ରେସ୍ର ମାପ ପୁରୁଷଙ୍କ ପରିବର୍ତ୍ତେ ମହିଳାମାନେ ହିଁ ନେବେ। ଏହା ସହ ଜଡ଼ିତ ନିର୍ଦ୍ଦେଶ ସବୁ ଜିଲାକୁ ମଧ୍ୟ ଜାରି କରାଯାଇଛି।ବର୍ତ୍ତମାନ ଏହା କେବଳ ଏକ ପ୍ରସ୍ତାବ । ପରେ ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ଆଇନ ଆଣିବାକୁ ଅନୁରୋଧ କରିବ ଆୟୋଗ । […]
ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଜମି କିଣିବା ଓ ଘର ନିର୍ମାଣ ପାଇଁ ମିଳିବ ଅଗ୍ରୀମ ଟଙ୍କା । ଘର ଭଡା ଖର୍ଚ୍ଚ(ଏଚଆରଏ)ରେ ପାଉଥିବା ଟଙ୍କା ସହିତ ଏଣିକି ନୂଆ ଜମି ଓ ଘର କିଣିବା ପାଇଁ ମଧ୍ୟ ହାଇସ୍କୁଲ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଅଗ୍ରୀମ ଟଙ୍କା ମିଳିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଲେଖାଯାଇଛି । ନୂଆ ଜମି କ୍ରୟ କ୍ଷେତ୍ରରେ ଜମିର ମୂଲ୍ୟ ଓ ବିକ୍ରେତା […]
କୋରାପୁଟରେ ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର । ବକେୟା ଦରମା କରାଇ ଦେବାକୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଡାକ୍ତରଙ୍କ ସହ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନସ ହାବୁଡ଼ରେ ପଡ଼ିଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଅଧିକାରୀ ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କୁ ଧରିଛି ଭିଜିଲାନ୍ସ। ଜଣେ ନର୍ସିଂ ଅଫିସରଙ୍କ ବକେୟା ଦରମା କରାଇ ଦେବାକୁ ଏମାନେ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ […]
ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସୋରଡ଼ା ଛକରେ ଭୟାନକ ବସ ଦୁର୍ଘଟଣା। ଦୁର୍ଘଟଣା ସ୍ଥଳରେ ଜଣେ ମୃତ ୩୦ ଆହତ ମଧ୍ୟରୁ କିଛି ଗୁରୁତର ଥିବା ନେଇ ସୂଚନା ରହିଛି । ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ନିକଟସ୍ଥ ମେଡିକାଲରେ ଭର୍ତି କରିଛନ୍ତି । ବସଟି ୪୦ ରୁ ଅଧିକ ଯାତ୍ରୀ ଧରି ରାଇକିଆରୁ ରୁ ଭୁବନେଶ୍ୱର ଆସୁଥିଲା ବସଟି। ତେବେ ସୂଚନା ମୁତାବକ ଦଶପଲ୍ଲାରେ ଗଛକୁ ପିଟି ରାସ୍ତାରେ ଓଲଟିଲା ବସ ତେବେ ଡ୍ରାଇଭରର […]
କଟକ ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଦୋଷୀଙ୍କୁ ଦଣ୍ଡିତ କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହି ମାମଲାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ମହିଳାଙ୍କ ଉପରେ ଆକ୍ରମଣ, ନିର୍ଯାତନା କିମ୍ବା ଦୁଷ୍କର୍ମ ଘଟଣାକୁ ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର […]
ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଗ୍ରାମବାସୀ। ଶହଶହ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଶ୍ରମ ଓ ଅର୍ଥଦାନ କରି ରାସ୍ତା ମରାମତି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଡକରବାଡ଼ି ଗ୍ରାମରେ। ପ୍ରକାଶ ଯେ, ସିମନବାଡ଼ି ପଞ୍ଚାୟତଠାରୁ ମାତ୍ର ୩ କିଲୋମିଟର ଦୂରତାରେ ରହିଛି। ଏହି ଗ୍ରାମ ସେଠାରେ ଶତାଧିକ ପରିବାର ଅନୁସୂଚିତ ଜନଜାତି ଏବଂ ସାଧାରଣବର୍ଗର ଜନସାଧାରଣ ସେମାନଙ୍କ ପାଇଁ […]
ରାଜଧାନୀର ଯୁବତୀଙ୍କୁ ଟ୍ରାପ କଲା ଜମ୍ମୁକାଶ୍ମୀରର ଯୁବକ । ଓଡିଆ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ଅଭିଯୁକ୍ତ କାଶ୍ମୀର ଯୁବକ ମହିଳା ଥାନାରେ ଅଟକ ରଖାଯାଇଛି । ଅନଲାଇନ ଗେମରୁ ଆରମ୍ଭ ହୋଇଥିଲା ହିନ୍ଦୁ ଯୁବତୀଙ୍କ ସହ ପ୍ରେମ ହୋଇଥିଲା ଯୁବକଙ୍କର । କାଶ୍ମୀରରୁ ଭୁବନେଶ୍ୱର ଆସିଥିବା ଯୁବକଙ୍କୁ ଉଠାଇ ନେଲା ପୋଲିସ ା ମୋବାଇଲରେ ବ୍ଲାକମେଲ କରି ସୁଟ କରୁଥିଲା । ଓଡିଆ ଯୁବତୀଙ୍କୁ ଯୁବକ ଜଣଙ୍କ ଧର୍ମ ପରିବର୍ତ୍ତନ ପାଇଁ […]
ରାୟଗଡା ଭିନ୍ନକ୍ଷମ ମହାସଙ୍ଗ (ଆର ବିଏମ୍ଏସ୍) ତରଫରୁ ଏକ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କୁ ମଧୁବାବୁ ପେନସନ କୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଏହି ପ୍ରତିଶ୍ରୁତି ପୂରଣ କରନ୍ତୁ । ପ୍ରତ୍ୟେକ ଜିଲ୍ଲା ରେ ଏହି ଭଳି ଦାବି ଜାରୀ ରହିଛି। ସଂଘ ଆଗାମୀ ଦିନରେ ଆନ୍ଦୋଳନ ଆରମ୍ଭ ହେବ ବୋଲି କହିଛି ଆମେ ଆଶା କରୁଛୁ ଆମର ଏହି ଦାବୀ କୁ ଦୃଷ୍ଟିରେ ରଖି ପ୍ରାଧାନ୍ୟ ଦେଇ ଭର୍ତା ବୃଦ୍ଧି କରାଯାଉ। ଏହି ଉଦ୍ଦେଶ୍ୟରେ […]
