ଗିରଫ ହେଲେ କୋଟିପତି ଇଡକୋ ବାବୁ

ଗିରଫ ହେଲେ ଇଡ୍‌କୋ ଜୁନିୟର ମ୍ୟାନେଜର। ଭିଜିଲାନ୍ସ ଜାଲରେ ଫସିଥିବା ଇଡ୍‌କୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହ ଗୁରୁବାର ଗିରଫ ହୋଇଛନ୍ତି। ଗତକାଲି ବିଜୟଙ୍କ ବିଭିନ୍ନ ଠିକଣାରେ ଚଢ଼ାଉବେଳେ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱରରେ ବିଜୟ କୁମାର ଉଦୟସିଂହଙ୍କର ରହିଛି ୩ କୋଟି ୨୨ ଲକ୍ଷ ଟଙ୍କାର ଚାରି ମହଲା ଘର। ଘରର ଗେଟରେ ପ୍ରବେଶ କରିବା ମୁସ୍କିଲ । କାରଣ ସବୁ ଏଠି ଚାଲେ ସେନସରରେ । ରିମୋଟରେ ଗେଟ୍ […]

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ।

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ଜିଲ୍ଲା ଅଧିକାରୀ ତଥ୍ୟ ଦେବେ । ଲୋକଙ୍କ ଚାହିଦା ହିସାବରେ ଗହମ ଦିଆଯିବ । ଏହି କାମ କେଉଁ କମ୍ପାନୀ ନେବ, ସେଥିପାଇଁ ଗୋଟିଏ ଟେଣ୍ଡର କରାଯିବ। ଏଥିପାଇଁ ଟିକିଏ ଡେରି ହେଉଛି। ହେଲେ ଜାନୁଆରୀ ମାସରୁ ଚାଉଳ ସହ ଗହମ […]

ପିଡିଓଏସ୍‌ ଚାଉଳ ବଦଳରେ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୋଗାଣ ସହାୟକ

ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାକୁ ଯାଇ ଜଣେ ସରକାରୀ କର୍ମଚାରୀ ପୂର୍ବରୁ ରଖିଥିବା ଏକ ଅନ୍ତରଙ୍ଗ ମୁର୍ହୂତ୍ତର ଭିଡିଓ ଭାଇରାଲ କରିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ମହିଳା ଜଣଙ୍କ ଏହା ଜାଣିବା ପରେ ଯୋଗାଣ ସହାୟକଙ୍କୁ ତାଙ୍କ ଅଫିସ୍‌କୁ ଯାଇ ଚପଲରେ ମାଡ଼ ମାରିଛନ୍ତି। ଏହା ସହ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ମହିଳା […]

ଆସନ୍ତା ୧୪ ଓ ୧୫ରେ ଢେଙ୍କାନାଳରେ ହେବ ହାତୀ ଗଣନା

ବନ ବିଭାଗ ନିଷ୍ପତ୍ତି କ୍ରମେ ଆସନ୍ତା ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରରେ ହେବ ହାତୀ ଗଣନା । ଏଥିପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ବର ହୋଇଥିବା ବେଳେ ଦ୍ୱିତୀୟରେ ରହିଛି ଢେଙ୍କାନାଳ । ହାତୀ ଗଣନା ପାଇଁ ଜିଲ୍ଲାରେ ସମସ୍ତ ୮ଟି ରେଞ୍ଜର , ଫରେଷ୍ଟ ଗାର୍ଡ , ଡେପୁଟି ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର […]

ଓଡିଶାରୁ ଚାରିଧାମକୁ  ଗଡିବ ତୀର୍ଥଯାତ୍ରୀ ବସ ।

ଓଡିଶାରୁ ଚାରିଧାମକୁ ଗଡିବ ତୀର୍ଥଯାତ୍ରୀ ବସ । ରିହାତି ଦରରେ ତୀର୍ଥକ୍ଷେତ୍ରରେ ବୁଲିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ମନ୍ତ୍ରୀ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ଆବଶ୍ୟକ ଅନୁଯାୟୀ ସ୍ୱତନ୍ତ୍ର ଭଲବୋ ବସ ମଧ୍ୟ ଆସି ସାରିଛି। ଏଥାପାଇଁ ପରମିସନ ଓ ରୁଟ ବି ପ୍ରସ୍ତୁତ ହୋଇସାରିଛି। ନୂଆ ବର୍ଷ ପୂର୍ବରୁ ଏହି ବସ୍‌ ପ୍ରଚଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଆହୁରି କହିଛନ୍ତି […]

ଶିମିଳିପାଳକୁ ଆସିବ ଆଉ ଏକ ମହାବଳ ବାଘୁଣୀ

ମହାରାଷ୍ଟ୍ରରୁ ଶିମିଳିପାଳ ଆସିବ ଦ୍ବିତୀୟ ବାଘୁଣୀ । ତାଡୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯିବ ବାଘୁଣୀ । ବାଘ ବଂଶ ବୃଦ୍ଧି ପାଇଁ ବନବିଭାଗ ପକ୍ଷରୁ କରାଯାଇଥିବା ଯୋଜନା ମୁତାବକ ମହାରାଷ୍ଟ୍ରରୁ ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଏକ ସ୍ବତନ୍ତ୍ର ଟିମ୍ ମୟୂରଭଞ୍ଜରୁ ମହାରାଷ୍ଟ୍ର ଅଭିମୁଖେ ଗସ୍ତ କରିଥିବା ନେଇ ସୂଚନା ମିଳିଛି ।ଗତ ୨୮ ତାରିଖରେ ମହାରାଷ୍ଟ୍ରର ତଡବା ଜଙ୍ଗଲରୁ ବାଘୁଣୀ ଯମୁନାକୁ ଅଣାଯାଇଥିଲା ଶିମିଳିପାଳ। ୨୯ରେ ବାଘୁଣୀକୁ ଶିମିଳିପାଳ ଅଭୟାରଣ୍ୟର […]

ମାଡ ମାରିବା ଘଟଣାରେ ଆଉଜଣେ ସେବାୟତ ନିଲମ୍ବିତ

ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ଜଣେ ସେବାୟତଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତାଙ୍କ ନାଁ ଅମ୍ରିତାଂଶୁ ସାମନ୍ତରା।ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ବକ୍ସିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଅମ୍ରିତ୍ରାଂଶୁ ସାମନ୍ତରାୟ ସମ୍ପୃକ୍ତ ଥିବା ନେଇ ପୁରୀ ପୋଲିସ ସୂଚନା ଦେବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ସେବାୟତଙ୍କୁ […]

ଏକ ତରଫା ପ୍ରେମ ପାଇଁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲା ଯୁବକ।

ଏକ ତରଫା ପ୍ରେମ ପାଇଁ ଅଙ୍ଗନବାଡି ଦିଦିଙ୍କୁ ହାଣିଦେଲା ଯୁବକ। ଏପରି ବୀଭତ୍ସ ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।ସୂଚନା ଅନୁଯାୟୀ, ଦିବ୍ୟାଭାରତୀଙ୍କୁ ସେହି ଗାଁର ଶରତ କଉଡି ନାମକ ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ଏମିତିକି ଯୁବକ ଜଣକ ଦିବ୍ୟାଭାରତୀଙ୍କୁ ବିବାହ ପାଇଁ ବାଧ୍ୟ କରୁଥିଲା। ହେଲେ ବିବାହ ପାଇଁ ସ୍ପଷ୍ଟ ମନା କରିବାରୁ ପ୍ରତିଶୋଧ […]

ଦୁଇ ଦିନ ପାଇଁ ୭ ଜିଲ୍ଲାକୁ ବର୍ଷା ପାଇଁ ସତର୍କ ସୂଚନା

ଆସନ୍ତା ଦୁଇଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଗୁରୁବାର ଓ ଶୁକ୍ରବାର ପୁରୀ, ଗଞ୍ଜାମ,ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା ଓ ନୟାଗଡରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏବେ ରାଜ୍ୟ ବିଭିନ୍ନ ଅଞ୍ଚଳରେ ଶୁଖିଲା ପାଗ ରହିଥିବା ବେଳେ ଆଗକୁ କୁହୁଡି ସହିତ ଥଣ୍ତା ପଡ଼ିବ । ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ […]

ପ୍ରତି ପଂଚାୟତରେ ଖୋଲିବ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଂଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ । ମୋଟ ୬୭୯୪ଟି ସ୍କୁଲ ନିର୍ମାଣ କରାଯିବ । ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ […]

ବିଦ୍ୟାଲକ୍ଷ୍ମୀ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ

ଦେଶର ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ଅଧାରୁ ପାଠପଢ଼ା ଛାଡ଼ିବାକୁ ପଡ଼ିବ ନାହିଁ । କାରଣ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ନିମନ୍ତେ ‘ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନା’ ଆରମ୍ଭ କରିଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାକୁ ଅନୁମୋଦନ କରିଛି । ଏହା ମାଧ୍ୟମରେ ବାର୍ଷିକ ଦେଶର ପାଖାପାଖି ୨୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିବ ଲାଭ । ଉଚ୍ଚ ଶିକ୍ଷା ପାଇଁ ଅର୍ଥର ସମସ୍ୟା ଆଉ ରହିବ ନାହିଁ ।ଏହି ଯୋଜନା ପାଇଁ ୬୩,୬୦୦ କୋଟିର ଏକ […]

ହାଲୁକା ଯାନ ଲାଇସେନ୍ସରେ ଭାରୀଯାନ ଚଳାଇବାର ଅନୁମତି

ବ୍ୟବସାୟିକ ଯାନର ଡ୍ରାଇଭରମାନଙ୍କ ପାଇଁ ସୁପ୍ରିମକୋର୍ଟ ଆଶ୍ୱସ୍ତି ଆଣିଛନ୍ତି। ହାଲୁକା ମୋଟରଯାନ (ଏଲ୍‌ଏମ୍‌ଭି) ଡ୍ରାଇଭିଂ ଲାଇସେନ୍ସଧାରୀମାନେ ବିନା ଲୋଡିଂରେ ପରିବହନ ଯାନ ଚଳାଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ବୁଧବାର ଅନୁମତି ପ୍ରଦାନ କରିଛନ୍ତି। ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସାମ୍ବିଧାନିକ ପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି। ଫଳରେ ଲାଇସେନ୍ସ ନିୟମାବଳୀରେ ସ୍ବଚ୍ଛତା ଆସିବା ସହ ଦୁର୍ଘଟଣା କ୍ଷେତ୍ରରେ ଚାଳକଙ୍କ ଲାଇସେନ୍ସ ଉପରେ ଆଧାର କରି ବୀମା କମ୍ପାନୀ କ୍ଷତିପୂରଣକୁ ପ୍ରତ୍ୟାଖ୍ୟାନ କରିବା ବନ୍ଦ […]