ନୟାଗଡ ଫତେଗଡଠରେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ

ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସୀମା ଟପିଛି ବର୍ବରତା। ଜଣେ ଯୁବକଙ୍କୁ ଅର୍ଦ୍ଧଉଲଗ୍ନ କରି ରାସ୍ତା କଡ଼ ଗଛରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ୩ରୁ ୪ଜଣ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କୁ କେଉଁ କାରଣ ପାଇଁ ଏଭଳି ଅମାନୁଷିକ ଭାବରେ ମାଡ଼ ମରାଯାଇଛି ତାହା ଜଣାପଡ଼ିନାହିଁ । ଥାନା ଏସଆଇ ଘଟଣାସ୍ଥଳରୁ […]

ନକଲି ମଦ ଚୋରା ଚାଲାଣ ବେଳେ ବୋଲର ଓଲଟି ଜଣକର ମୂର୍ତ୍ୟୁ ଜଣେ ଗୁରୁତ୍ୱ।

କଲ୍ୟାଣସିଂହପୁର- ୦୨/୧୧(ନିପ୍ର)ଦୀପାବଳୀ ରାତ୍ର ହେଲା କାଳ ରାତ୍ର, ଦୃଘଟଣା ରେ ଚାଲିଗଲା ଗୋଟିଏ ଜୀବନ ଏହିଭଳି ଅଭାବନୀୟ ଘଟଣା ଟି ଦେଖିବା କୁ ମିଳିଛି,ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚୟତ କୁଶବେଟି ଗ୍ରାମ ନିକଟସ୍ଥ ବୁଲାଣି ରାସ୍ତାରେ ।ଦୀପାବଳିର ରାତି ଅଧ ରେ ଥେରୁବାଲି ମଦ ଦୋକାନ ରୁ ବେଆଇନ ଭାବେ ନକଲି ମଦ ବୋଲର ଗାଡିରେ ବିୟର ଲୋଡ଼ କରି କଲ୍ୟାଣସିଂହପୁର ବିକ୍ରି କରିବାକୁ ଯିବା ସମୟରେ ଆମ୍ବ ଗଛରେ ପିଟି ହୋଇ ଓଲଟି […]

କାଲି ସୁଦ୍ଧା ଆସିବ ବାତ୍ୟା ଦାନା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ।ପ୍ରଥମେ ଦିଆଯିବ ଫସଲ ଓ ଘରର କ୍ଷତିପୂରଣ

କାଲି ସୁଦ୍ଧା ଆସିବ ବାତ୍ୟା ଦାନା କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ । ଖୁବଶୀଘ୍ର କେନ୍ଦ୍ରୀୟ ଟିମ ଆସି ବାତ୍ୟା କ୍ଷୟକ୍ଷତି ଆକଳନ କରିବେ । ବାତ୍ୟାରେ ୩ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏହି ୩ ଜିଲ୍ଲା ହେଉଛି ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା । ଏହି ତିନି ଜିଲ୍ଲାରେ ଅନେକ ବାସଗୃହ କ୍ଷତିଗ୍ରସ୍ତ ହେବା ସହ ଏକର ଏକର ଫସଲ ନଷ୍ଟ ହୋଇଛି ।ବାତ୍ୟାରେ ବାଲେଶ୍ୱର ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା […]

ଗ୍ୟାସ ଟାଙ୍କି ଫାଟି ଉଡ଼ିଗଲା ଘରର ଆଜବେଷ୍ଟସ ।

ଗ୍ୟାସ ଟାଙ୍କି ଫାଟି ଉଡ଼ିଗଲା ଘରର ଆଜବେଷ୍ଟସ । ଢେଙ୍କାନାଳ ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏହି ଘଟଣା ଘଟିଛି । ଗ୍ୟାସ ଟାଙ୍କି ଫାଟି ଉଡ଼ିଯାଇଛି ଘରର ଆଜବେଷ୍ଟସ ଓ ଆସବାବପତ୍ର । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକ ।ସୂଚନାଯୋଗ୍ୟ ଯେ, ପରିବାର ସଦସ୍ୟା ଶକୁନ୍ତଳା ମହାପାତ୍ର ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ସମସ୍ତ ସଦସ୍ୟ ଘରୁ ବାହାରି ଯାଇଥିଲେ […]

କମିଟି ନିଷ୍ପତ୍ତି ଅନୁସାରେ ଗ୍ରହଣ କରାଯାଏ ସୁରକ୍ଷା ବ୍ୟବସ୍ଥା

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ଅନ୍ୟ କେତେକଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ କରାଯାଇଛି। ଏନେଇ ପୋଲିସ ଡିଜି ୱାଇ.ବି ଖୁରାନିଆ ଶନିବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହା ଏକ ନିୟମିତ ପ୍ରକ୍ରିୟା । ସମୟ ଅନୁସାରେ ରାଜ୍ୟସ୍ତରୀୟ କମିଟି ରିଭ୍ୟୁ କରେ ଏବଂ କମିଟି ଯାହା ନିଷ୍ପତ୍ତି ନିଏ, ସେ ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଏ। ରାଜ୍ୟ ସରକାର ଭିକେ ପାଣ୍ଡିଆନ୍ ଏବଂ ପୂର୍ବତନ […]

ସରକାରୀ ଚାକିରିଆ ବି ପାଇବେ ‘ସୁଭଦ୍ରା’ ଟଙ୍କା

ଶନିବାର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ନଭେମ୍ବର ଶେଷ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ।ଖାରଜ ଆବେଦନର ରିଚେକ୍‌ ପାଇଁ ବିଡିଓଙ୍କୁ ନୋଡାଲ ଏଜେନ୍ସି ଭାବରେ ଦାୟିତ୍ୱ ଦିଆଯାଇଛି । ଜିଲାସ୍ତରରେ ଜିଲା ମଙ୍ଗଳ ଅଧିକାରୀଙ୍କୁ ନେଇ ୩ ଜଣିଆ କମିଟି ହୋଇଛି । ଖାରଜ ହିତାଧିକାରୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଜରିଆରେ ନୋଟିସ୍‌ ହେବ । ଜମି ଆଧାରରେ ଖାରଜ ହୋଇଥିଲେ […]

ପୂର୍ବତନ ବିଧାୟକଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡ କାଏମ ରଖିଲେ ହାଇକୋର୍ଟ

ରାୟଗଡା,୧।୧୧(ସବ୍ୟୁ)-ପୂର୍ବତ୍ତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ପୁଣି ଝଟକା । ଭୂବନେଶ୍ୱର ତୃତୀୟ ଅତିରିକ୍ତ ଦୌରାଜଜ ଅଦାଲତ ଦେଇଥିବା ଆଜୀବନ କାରାଦଣ୍ଡ ଦଣ୍ଡାଦେଶକୁ କାଏମ ରଖିଛନ୍ତି ହାଇକୋର୍ଟ । ୨୦୨୩ ଜୁନ ୨୭ତାରିଖ ଅତିରିକ୍ତ ଦୌରାଜଜ ଅଦାଲତଙ୍କ ରାୟକୁ ଚାଲେଞ୍ଚ କରି ରାମମୂର୍ତ୍ତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅପିଲକୁ ହାଇକୋର୍ଟ ଖାରଜ କରିବା ସହ ଜାମିନରେ ଥିବା ରାମମୂର୍ତ୍ତୀଙ୍କୁ ନିମ୍ନ ଅଦାଲତରେ ଆତ୍ମ ସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାମମୂର୍ତ୍ତି ଗମାଙ୍ଗ ୧୯୯୦ ମସିହା ନିର୍ବାଚନରେ […]

ରହସ୍ୟରେ ଜେଲ୍ ୱାର୍ଡର ବିଜୟଙ୍କ ମୃତ୍ୟୁ

ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍‌ ୱାର୍ଡରଙ୍କ ମୃତଦେହ। ଜେଲ୍‌ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ। ଏପରି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି। ତେବେ ଏହା ପଛର କାରଣ ଜଣାପଡ଼ିନି | ତାଙ୍କ ଘର ଆଠଗଡ଼ ର ଗୁରିଡିଝାଟିଆ ରେ ବୋଲି ଜଣାପଡିଛି । ଖବର ପାଇ ତାଙ୍କ ପରିବାର ଲୋକେ କେନ୍ଦ୍ରାପଡା ରେ ପହଞ୍ଚନ୍ତି । ତେବେ ବିଜୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି […]

ନନ୍ଦନକାନନରେ ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଖବର। ମାଆ ହେଲା ବାଘୁଣୀ ରୂପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ। ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସ୍ଵତନ୍ତ୍ର ଟିମ୍ ରଖିଛନ୍ତି ନଜର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ସୂଚନା ମୁତାବିକ, ୨୦୨୩ ମସିହାରେ ୭ ଜାନୁଆରୀରେ ପୂର୍ବରୁ ଧଳା ବାଘୁଣୀ ରୂପ ତିନି ବାଘ ଛୁଆଁ ଜନ୍ମ […]

ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସରକାରୀ ନଥିପତ୍ର ଓ ଲାପଟପ ଚୋରୀ ଘଟଣାରେ ଡାକ୍ତରଙ୍କ ସମେତ ୩ ଗିରଫ

ରାୟଗଡା ୦୨/୧୧ ରାୟଗଡ଼ା ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ ଚୋରି ହୋଇଥିବା ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ପୂର୍ବତନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ ରାୟଗଡା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟମାନେ ହେଲେ‌ ସେଠାରେ କାର୍ଯ୍ୟ କରୁଥିବା ଲେବ ଟେକ୍ନସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ । ଏହି ଚୋରୀ ଘଟଣା ସଂପର୍କରେ […]

ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସରକାରୀ ନଥିପତ୍ର ଓ ଲାପଟପ ଚୋରୀ ଘଟଣାରେ ଡାକ୍ତରଙ୍କ ସମେତ ୩ ଗିରଫ

ରାୟଗଡା ୦୧/୧୧ () ରାୟଗଡ଼ା ପୌରପରିଷଦ ଅଞ୍ଚଳ ରିଙ୍ଗରୋଡ ସ୍ଥିତ ସହରାଂଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର-୧ରେ ଗତ ୨୯ ତାରିଖ ଦିନ ଚୋରି ହୋଇଥିବା ଘଟଣାରେ ସେଠାରେ କାର୍ଯ୍ୟ କରୁଥିବା ପୂର୍ବତନ ମେଡିକଲ ଅଫିସର ଡାକ୍ତର ରୋହିତ କୁଣ୍ଡୁଙ୍କ ସମେତ ୩ଜଣଙ୍କୁ ରାୟଗଡା ପୋଲିସ ଗିରଫ କରିଥିବା ଜଣାପଡିଛି । ଗିରଫ ହୋଇଥିବା ଅନ୍ୟମାନେ ହେଲେ‌ ସେଠାରେ କାର୍ଯ୍ୟ କରୁଥିବା ଲେବ ଟେକ୍ନସିଆନ ଅବିନାଶ ସାଉନ୍ତା ଏବଂ ଦେବାଶିଷ ଗରଡିଆ । ଏହି ଚୋରୀ ଘଟଣା […]

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଜରିମାନା ଲଗାଇଛି।

ଗୁଗଲ୍‌ ଉପରେ ରୁଷ୍‌ ଏକ ବିଶାଳ ରାଶି ଅର୍ଥାତ୍‌ ୨୦ ଡେସିଲିଅନ୍ ଡଲାର(୨ ପରେ ୩୪ଟି ଶୂନ ଥିବା ସଂଖ୍ୟା)ର ଜରିମାନା ଲଗାଇଛି। ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦, ୦୦୦,୦୦୦,୦୦୦ ଡଲାରର ଜରିମାନା। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।କେବଳ ସେତିକି ନୁହେଁ ୯ ମାସ ମଧ୍ୟରେ ଗୁଗଲ୍‌କୁ ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଗୁଗଲ୍‌ ବିରୋଧରେ ଆଇନଗତ ଲଢ଼େଇରେ ରୁଷ୍‌ର ୧୭ଟି […]