ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ […]
ରାଜ୍ୟରେ ସୃଷ୍ଟି ହୋଇପାରେ ଚାଉଳ ସଙ୍କଟ। ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାରଙ୍କ ସହ ଚାଉଳ ମିଲର ସଂଘର ଆଲୋଚନା ବିଫଳ ହୋଇଛି। ଫଳରେ ମିଲରମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବୈଠକ ବସିଥିଲା । ମିଲର୍ସ ମାନଙ୍କ ସହ ଆଲୋଚନା ପରେ ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି । ଗତକାଲି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ବିଭାଗ […]
ରାୟଗଡ଼ାଠାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲାସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିଥିଲେ । ବିଳମ୍ବରେ ଆସିବାରୁ ଅଭିଯୋଗ ଶୁଣାଣି ଶିବିର ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି । ଯାହା ପରେ ପ୍ରଶାସନିକ ମହଲରେ ହଲଚଲ ସୃଷ୍ଟି କରିଛି ।ଜିଲ୍ଲାପାଳ ଅଭିଯୋଗ ଶୁଣାଣି କରୁଥିବା ବେଳେ ବାହାରେ ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ DRCS, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା […]
ମୟୂରଭଞ୍ଜ ଜିଲା ଉଦଳା ଉଠା ଜଳସେଚନ ବିଭାଗର ଦୁଇ ଅଧିକାରୀ ଶ୍ରୀ ହରେକୃଷ୍ଣ ସିଂହ ଏବଂ ଶ୍ରୀ ସୁବ୍ରତ ମହାନ୍ତିଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଠିକାଦାରଙ୍କ ଠାରୁ ତାଙ୍କର ବାକି ବିଲ୍ ପରିଶୋଧ କରିବା ପାଇଁ ୬୦ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି ।ଏଇଇ ୩୨ ହଜାର ଟଙ୍କା ନେଇଥିବାବେଳେ ଜଇେ ୨୮ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବିଲ୍ ପାସ୍ କରିବା ପାଇଁ ଏହି ଲାଞ୍ଚ […]
ଦେବ୍ରିଗଡ଼କୁ ଆସିବେ ୨ ନୂଆ ବାଘ । ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।ମନ୍ତ୍ରୀ କହିଛନ୍ତି, ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ । ସେମାନେ ସୁରକ୍ଷିତ ଅଛନ୍ତି । ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି […]
ପୁରୀ ଗଜପତି ମହାରାଜାଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଆଜି ଅନୁଷ୍ଠିତ ହବ ପୁଷ୍ୟାଭିଷେକ। ଏହି ଅବସରରେ ଗଜପତି ମହାରାଜା ସିଂହାସନ ଆରୋହଣ କରିବା ସହ ଅଭିଷିକ୍ତ ହେବେ।ଅଭିଷକ ନୀତି,ଶ୍ରୀନହରରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସୀ ପୂଜା ଏବଂ ରାମାଭିଷେକ ପଟିପୂଜା ଅନୁଷ୍ଠିତ ହେବ । ଦେବୀପ୍ରସାଦ ରାଜଗୁରୁ ଓ ସୁଧାଂଶୁ ରାଜଗୁରୁ ଏହି କାର୍ଯ୍ୟ ସମ୍ପାଦନ କରିବେ । ପରେ ଗଜପତି ଏବଂ ମହାରାଣୀଙ୍କୁ ଅଭିମନ୍ତ୍ରିତ ଜଳରେ ଅଭିଷେକ କରାଯିବ । ପରେ ବନ୍ଦାପନା […]
ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ । ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର ।୧୭ ନଂ ବସରେ ବସି ଯାତ୍ରୀଙ୍କ ମତାମତ ନେବା ସହ ଆମ ବସର ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିଛନ୍ତି କମିଶନର । କମିଶନଙ୍କ ନିକଟରେ ଆମ ବସର ଯାତ୍ରୀ ବିଭିନ୍ନ ସମସ୍ୟା ରଖିଛନ୍ତି । ବିଶେଷ କରି ଯାତ୍ରା […]
ପ୍ରଦୂଷଣକୁ ନେଇ ଦେଶର ରାଜଧାନୀ ଦିଲ୍ଲୀ ଚିନ୍ତାଜନକ ସ୍ଥିତିରେ ରହିଥିବା ବେଳେ ଓଡ଼ିଶାର ବାୟୁ ମାନ ଏବେ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ ଅନୁଗୁଳ ୩ ସହର ରହିଛି। ଏପଟେ ରାଜଧାନୀରେ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଏୟାର ପ୍ୟୁରିଫାୟର୍(ବାୟୁ ଶୋଧକ ଯନ୍ତ୍ର) ଲାଗିବ ।ଜୟଦେବ ବିହାର ଏବଂ ଏଜି ଛକରେ ପ୍ରାଥମିକ ଭାବେ ଏହି […]
କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ୍ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଡାକ୍ତରମାନେ ରୋଗୀ ସେବା କାର୍ଯ୍ୟରେ ଯୋଗ ଦିଅନ୍ତୁ। ଆଲୋଚନା ଦ୍ବାରା ସବୁ ସମାଧାନ ହେବ, ଆମ ସହ ଆଲୋଚନା କରନ୍ତୁ। ରୋଗୀ ସେବାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ସୂଚନାଥାଉକି , ଆଜି ସକାଳ ୯ଟାରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ […]
ଜାତୀୟ ପକ୍ଷୀ ଦିବସ ପରିବେଶ ସଂରକ୍ଷଣରେ ଲୋକଙ୍କୁ ନିୟୋଜିତ କରିବାର ଏକ ବ୍ୟାପକ ପ୍ରୟାସର ଅଂଶ। ଏହା ବିଶ୍ୱ ପ୍ରବାସୀ ପକ୍ଷୀ ଦିବସ ଏବଂ ଜୈବିକ ବିବିଧତା ପାଇଁ ଅନ୍ତର୍ଜାତୀୟ ଦିବସ ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ସହିତ ସମନ୍ୱିତ, ଯାହା ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବାର ଆବଶ୍ୟକତାକୁ ମଧ୍ୟ ଗୁରୁତ୍ୱ ଦିଏ। ପକ୍ଷୀମାନଙ୍କ ଉପରେ ଧ୍ୟାନ ଦେଇ, ଜାତୀୟ ପକ୍ଷୀ ଦିବସ ଲୋକମାନଙ୍କୁ ବୃହତ ପରିବେଶଗତ ସମସ୍ୟା ବିଷୟରେ ବିଚାର କରିବା ପାଇଁ ଏକ ସମ୍ପର୍କୀୟ ଏବଂ ସୁଗମ […]
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା। ଭୁବନେଶ୍ଵର ଏମ୍ସକୁ ହ୍ୟୁମାନ ସାଗରଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ ମାଗିଲା ପୋଲିସ। ଶବ ବ୍ୟବଚ୍ଛେଦ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବାକୁ ନୋଟିସ ଜାରି କରିଛି କମିଶନରେଟ ପୋଲିସ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ସନ୍ଦେହଜନକ ଓ ଏଥିରେ ୯ ଜଣଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ମର୍କତ ନଗର ଥାନାରେ ଏତଲା ଦେଇଥିଲେ ତାଙ୍କ ମାଆ। ଏତଲା ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପୂର୍ବରୁ ଆନୁସଙ୍ଗିକ ପ୍ରକ୍ରିୟ ସାରିବାକୁ ଉଦ୍ୟମ […]
ଭାରତକୁ ଟ୍ରମ୍ପଙ୍କ ଚେତାବନୀ । ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷ ତୈଳ କିଣିବା ନେଇ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି । କହିଛନ୍ତି, ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ ଟାରିଫ୍ ବଢ଼ାଇବି ବୋଲି କହି ଧମକ ଦେଇଛନ୍ତି ଟ୍ରମ୍ପ ।ସେ ଭାରତ […]
