୧୯ ବର୍ଷ ପରେ ପୁଣି ଓଡ଼ିଶା ଫେରିପାରେ ଦକ୍ଷିଣ କୋରିଆ ଇସ୍ପାତ କମ୍ପାନି ପୋସ୍କୋ । ଏଥିପାଇଁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ସହ ଅନୁବନ୍ଧିତ ହୋଇଥିବା ଜଣାପଡ଼ିଛି । ଉଭୟ କମ୍ପାନିଙ୍କ ମଧ୍ୟରେ ଏକ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଏଠାରୁ ବାର୍ଷିକ ୫ ମିଲିୟନ ଟନ୍ ଷ୍ଟିଲ ଉତ୍ପାଦନ ହେବା ଲକ୍ଷ୍ୟ ରହିଛି । ପୂର୍ବରୁ ୨୦୦୫ରେ ଓଡ଼ିଶା ସରକାର ଓ ପୋସ୍କୋ ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ଏହି MOU ଅନୁସାରେ ଓଡ଼ିଶାରେ ୧୨ […]
କେନ୍ଦ୍ରୀୟ ଭାରତରେ ବୁଧବାର ସୁଦ୍ଧା ଏକ ଗୁରୁଚାପ ବଳୟ ସକ୍ରିୟ ହୋଇପାରେ। ଏହା ପରଠାରୁ ରାଜ୍ୟ ବାୟୁମଣ୍ଡଳରେ ଗତ କିଛିଦିନ ହେଲା ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହେବ। ଏଥିସହ ନଭେମ୍ବର ଆରମ୍ଭରୁ ରାଜ୍ୟରେ ଶୀତ ବଢ଼ିପାରେ।୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି।ଦିନକ ପରେ ଦୀପାବଳି। ଏତେବେଳକୁ ଶୀତ ପଡିବା କଥା, ହେଲେ ଶୀତ ଅନୁଭୂତ ହୋଇନାହିଁ। ବାତ୍ୟା […]
ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବ। ଏପରି ଅଦିନ ରଥଯାତ୍ରାକୁ ବିରୋଧ କରି ଇସ୍କନକୁ ଚିଠି ଲେଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ସେ ଚିଠିରେ ଲେଖିଛନ୍ତି। ଗଜପତି ଚିଠିରେ ଲେଖିଛନ୍ତି, ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଥିଲା। ଏନେଇ ଇସ୍କନ […]
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏହି ଫାଇଦା ମିଳିବ । ତେବେ କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ହୋଇଛି। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ୍ ୪ଟଙ୍କା ୩୨ ପଇସା ହ୍ରାସ ପାଇଛି । ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା […]
ବାଣଫୁଟା ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆଜି ଗାଇଡଲାଇନ୍ ଜାରି କରାଯାଇଛି। ସଂଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି। ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା। ପାର୍କ, ସାଇଲେନ୍ସ ଜୋନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।ସେହିପରି ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟଠାରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ବସ୍ତି […]
ବର୍ଷେ ପରେ ବାହାନଗା ଟ୍ରେନ୍ ଟ୍ରାଜେଡିର ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଓଡିଶା ହାଇକୋର୍ଟ ୩ ରେଳ କର୍ମଚାରୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜାମିନ୍ ପାଇଥିବା ୩ ଅଭିଯୁକ୍ତ ହେଲେ ମହମ୍ମଦ ଅମୀର ଖାନ, ଅରୁଣ କୁମାର ମହନ୍ତ ଓ ପପୁ କୁମାର।ମାମଲାର ବିବରଣୀରୁ ପ୍ରକାଶ ଯେ ବାହାନଗା ଘଟଣାରେ ରେଳ ବିଭାଗ କର୍ମଚାରୀ ସୋରର ସିନିୟର ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ, ସିନିୟର ସେକ୍ସନ ଇଂଜନିୟର (ସିଗନାଲ) ଅରୁଣ କୁମାର ମହନ୍ତ, ଟେକନିସିଆନ […]
କଟକ ନେତାଜୀ ବସ ଟର୍ମିନାଲ ଭିତରେ ମୋ ବସ ଦୁର୍ଘଟଣା ରେ ବୟସ୍କା ବୃଦ୍ଧାଙ୍କ ମୃତ୍ୟୁ । ମୋ ବସ କଲା ଦୁର୍ଘଟଣା ।ବୃଦ୍ଧା ମହିଳାଙ୍କୁ ଏସିବି କୁ ସ୍ଥାନାନ୍ତର କରଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ । ମୃତକଙ୍କ ସ୍ୱାମୀ ଲକ୍ଷ୍ମଣ ଗୋଛାୟତଙ୍କ କହିବାନୁଯାୟୀ , ସେ ଆଉ ଆଉ ତାଙ୍କ ପତ୍ନୀ ସରସ୍ବତୀ ଗୋଛୟତ ଗୋପାଳପୁର ସ୍ଥିତ ଏକ ସମ୍ପର୍କିୟଙ୍କ ଘରକୁ ଯିବା ପାଇଁ ସନ୍ଧ୍ୟା ସମୟରେ ମୋ ବସ ଜରିଆରେ […]
ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡ୍ର ଶରତ ମହାପାତ୍ରଙ୍କୁ ଗତ ୭ ମାସ ତଳେ ବିବାହ କରିଥିବା ମୌସୁମୀ ମଧୁସ୍ମିତାଙ୍କ ରବିବାର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନ ଥିବାବେଳେ ସ୍ବାମୀ ଶରତଙ୍କ ସମେତ ଶାଶୁଘର ଲୋକେ ଘରଛାଡ଼ି କେଉଁଆଡ଼େ ପଳାଇଯାଇଛନ୍ତି। ଫଳରେ ଝିଅ ମଧୁସ୍ମିତାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ସଦର ଥାନା ସିମିନଇ ଗ୍ରାମର ସରୋଜ କୁମାର ସିଂହ ସୋମବାର ଢେଙ୍କାନାଳ ଟାଉନ ଥାନାରେ […]
ମଙ୍ଗଳବାର ସକାଳ ରାୟଗଡା ସହର ହେଲା ଉତ୍ସବ ମୁଖର। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟ୍ଟାୱରୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ସଦର ମହକୁମାରେ ଆୟୋଜିତ ହେଲା ପଥ ଉତ୍ସବ। ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଛାତ୍ରୀ, ଛାତ୍ର, ସରକାରୀ କର୍ମକର୍ତ୍ତା, ପ୍ରଶାସନ, ବିଭିନ୍ନ କ୍ଲବ ଓ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ଜନସାଧାରଣ ପଥ ଉତ୍ସବରେ ବ୍ଳକ କାର୍ଯ୍ୟାଳୟ ଛକରୁ ବାହାରି ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ସ୍ଳୋଗାନ ସହ […]
ଚମ୍ପୁଆ ରେଞ୍ଜ ବର୍ଦ୍ଧନା ଜଙ୍ଗଲରେ ଏବେ ଅଛନ୍ତି ୩୨ ଟିକିଆ ହାତୀ ପଲ। ଦୁଇ ତଳେ ଅପରାହ୍ନ ପ୍ରାୟ ୩ଟା ବେଳେ ଜଙ୍ଗଲ ପାର୍ଶ୍ୱ ପଡ଼ିଆରେ କିଛି ପିଲା ଫୁଟ୍ବଲ ଖେଳୁଥିଲେ। ଠିକ୍ ସେହି ସମୟରେ ଜଙ୍ଗଲରେ ଥିବା ଗୋଟିଏ ଦନ୍ତା ପଡ଼ିଆ ଭିତରକୁ ଆସିଥିଲା। ହାତୀକୁ ଦେଖି ପିଲାମାନେ ଭୟଭୀତ ହୋଇଯାଇଥିଲେ। ଫୁଟ୍ବଲ୍କୁ ଛାଡ଼ି ପଡ଼ିଆର ଗୋଟିଏ ପାର୍ଶ୍ୱକୁ ପଳାଇ ଆସିଥିଲା।ହାତୀଟି ଶାନ୍ତସିଷ୍ଟ ଖେଳାଳିଟିଏ ପରି ଫୁଟ୍ବଲ ପାଖକୁ ଆସିଥିଲା। ପ୍ରଥମେ ବଲ୍କୁ ଶୁଣ୍ଢରେ ଗଡ଼ାଇ […]
ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ । ଏହି ଅବସରରେ ଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଅଗ୍ନିଶମ ବିଭାଗକୁ ଅଧିକ ସଶକ୍ତ ଓ ମଜଭୁତ କରିବା ନିମନ୍ତେ ଏହି ଅବସରରେ ୨୨ଟି ଫାୟାର ଫାଇଟିଙ୍ଗ ରୋବଟିକ୍ ମନିଟରକୁ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ରୋବୋଟ୍ ଦେଖାଇବ ନିଆଁ ଲିଭାଇବାର କୌଶଳ।ଯେଉଁ ସ୍ଥାନରେ ଭୟଙ୍କର […]
ପୁରୀ ଶ୍ରୀମନ୍ଦିରରେ ବୁଧବାର ଅର୍ଥାତ୍ ଅକ୍ଟୋବର ୩୦ ତାରିଖରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ […]
