ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କୁମାରବସ୍ତ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।ତେବେ ମୃତ୍ୟୁ ପୂର୍ବରୁ ଯୁବକଜଣକ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିଥିବା ଜଣାପଡିଛି । ଭିଡିଓରେ ସ୍ତ୍ରୀ ନିର୍ଯାତନା ଦେଉଥିବା କଥା ଉଲ୍ଲେଖ କରିଥିଲେ । ଏହାପରେ ଟ୍ରେନ ଆଗକୁ […]
ରାମନବମୀ ପାଇଁ କଟକ ସହରରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରିଛି । ଡିସିପିଙ୍କ ନେତୃତ୍ବରେ ଦୁଇଟି ଆଇଆରବି ବାଟାଲିୟନ ଜବାନ ଓ ଓଏସଏପି ଷଷ୍ଠ ବାଟାଲିୟନ ଜବାନଙ୍କ ସହ ଅତିରିକ୍ତ ଡିସିପି, ସବୁ ଜୋନର ଏସିପି ଓ ସବୁ ଥାନାର ଆଇଆଇସି ମାନେ ଏହି ଫ୍ଲାଗ୍ ମାର୍ଚ୍ଚରେ ସାମିଲ ହୋଇଥିଲେ । ଚୌଧୁରୀ ବଜାରରୁ ବାହାରି ଝୋଲା ସାହି, ଦୋଳ ମୁଣ୍ଡେଇ, ରାଣୀହାଟ, ମଙ୍ଗଳାବାଗ,ବକ୍ସି ବଜାର ଦେଇ ସହର ପରିକ୍ରମା କରିଛିନ୍ତି ।ସୁରକ୍ଷା ଦୃଷ୍ଟିରୁ ଆସନ୍ତାକାଲି ସହରରେ […]
ଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରେସମିଟ ଜାରି କରିଛନ୍ତି। ଆୟୁଷ୍ମାନ ଭାରତକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ।। ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ମିଳୁଥିଲା ଏବେ ପରିବାରର ସମସ୍ତଙ୍କୁ ଏହି କାର୍ଡ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ । ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା କରିପାରିବେ ଆୟୁଷ୍ମାନ କାର୍ଡ ହିତାଧିକାରୀ । ଘରୋଇ ଓ ସରକାରୀ ହସ୍ପିଟାଲରେ […]
ପ୍ରତିଷ୍ଠା ଦିବସ ନେଇ ବଡ଼ ଘୋଷଣା କଲା ବିଜେପି । ଏଥର ୨ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବିଜେପି । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।ତେବେ ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମନମୋହନ । ବୁଥ୍ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ୍ ବୈଠକ ହେବ । ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ ।କାଲିଠୁ […]
କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବସ୍ତର ପାଣ୍ଡୁମ ମହୋତ୍ସବରେ ଯୋଗଦେବା ପାଇଁ ଛତିଶଗଡ଼ର ଦନ୍ତେୱାଡାରେ ପହଞ୍ଚିଛନ୍ତି। ଏହି ସମୟରେ, ସେ କହିଥିଲେ, ‘ଆଜି ଚୈତ୍ର ନବରାତ୍ରିର ଅଷ୍ଟମୀ ତିଥି। ମୁଁ ମାତା ଦନ୍ତେଶ୍ୱରୀଙ୍କ ଆଶୀର୍ବାଦ ନେଇ ଆସିଛି। ମୁଁ ପ୍ରାର୍ଥନା କରୁଛି ଯେ ଆଗାମୀ ଚୈତ୍ର ନବରାତ୍ର ସୁଦ୍ଧା, ଏଠାରୁ ଲାଲ ଆତଙ୍କ (ମାଓବାଦୀ ବିପଦ) ଶେଷ ହୋଇଯିବ ଏବଂ ଆମର ବସ୍ତର ସମ୍ପୂର୍ଣ୍ଣ ସମୃଦ୍ଧ ହୋଇଯିବ।’ ଏହା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଛତିଶଗଡ଼ର […]
ୱାକଫ ବିଲରେ ଭୋଟିଂ ନେଇ ସସ୍ମିତଙ୍କ ବିରୋଧରେ ବଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ବିଜେଡିର ଜଣଙ୍କ ପରେ ଜଣ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ପ୍ରଥମେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । ଏବେ ପ୍ରତାପ ଜେନା । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ପ୍ରତାପ। ସସ୍ମିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ […]
ରବିବାର ପବିତ୍ର ଶ୍ରୀରାମ ନବମୀ । ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମଧ୍ୟାହ୍ନ ଧୂପ ପରେ ଶ୍ରୀରାମ ଜନ୍ମ ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ ହେବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବାଲିଯାତ୍ରା ପଡ଼ିଆରେ ହେବ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ । ଆସନ୍ତା ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ । ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।ଏଥିସହ ୨ ଉପମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ର ମନ୍ତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। ଉପର ବାଲିଯାତ୍ରା ପଡ଼ିଆରେ ଶନିବାର ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ […]
ରାୟଗଡ:-ତା. ୪/୦୪-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨୫ ଠାରୁ ୧୪ ଏପ୍ରିଲ ୨୦୨୫ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ରାୟଗଡ଼ ଙ୍କ ମିଳିତ ସହଯୋଗରେ ଆଜି ଅର୍ଥାତ୍ ୦୪-୦୪-୨୦୨୫ ତାରିଖ ସକାଳ ୭.୩୦ମି ସମୟରେ ରାୟଗଡ଼ ସହର ରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ […]
ଆଜିକାଲି ଉପଲବ୍ଧ ଅଧିକାଂଶ ସ୍ମାର୍ଟଫୋନ ବା ଫୋନରେ ଦୁଇଟି ସିମ୍ ପଡିପାରୁଛି। ହେଲେ ବର୍ତ୍ତମାନ ଭାରତୀୟ ବଜାରରେ ଏକ ଏଭଳି ଫୋନ ଲଞ୍ଚ ହୋଇଛି, ଯେଉଁଥିରେ ୩ଟି ସିମ୍ କାର୍ଡ ବ୍ୟବହାର ହୋଇପାରିବ। ଏହି ଫେସ୍କୁ ସ୍ମାର୍ଟଫୋନ ମେକର କମ୍ପାନୀ itel ପକ୍ଷରୁ ଲଞ୍ଚ କରାଯାଇଛି। ଫୋନର ନାମ itel King Signal । ଚୀନର ମୋବାଇଲ ନିର୍ମାତା କମ୍ପାନି ଆଇଟେଲ ଏହି ଅଭିନବ ଫିଚର ଫୋନକୁ ଭାରତରେ ଲଞ୍ଚ କରିଛି, ଯାହା ଗ୍ରାମାଞ୍ଚଳ ଓ ନେଟୱାର୍କ […]
ଯାଜପୁର ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ । ଘଟଣା ସ୍ଥଳରେ କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମାଆଙ୍କ ଜୀବନ । ଗୁରୁତର ବାପାଙ୍କ ଚିକିତ୍ସାଧିନ ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି ।ସୂଚନାଯୋଗ୍ୟ ଯେ, ଗୋଟିଏ ପରିବାରର ବାପା-ମା’ ଓ ତାଙ୍କର ୪ ବର୍ଷର ଶିଶୁ ପୁତ୍ର ଏକ ବାଇକ୍ରେ କୁଆଖିଆ ଆଡୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ହଠାତ ପୁରୁଣା ଟୋଲଗେଟ୍ ନିକଟରେ ତାଙ୍କୁ ଏକ […]
ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ କହିଛନ୍ତି ।ଘଟଣାଟି ହେଉଛି ନିକଟରେ ଗୋଲ ବଜାର ଛକରେ ଝଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଖଣ୍ଡା ବୁଲାଉଥିବା ପିଲାଙ୍କ ପାଖରୁ ଖଣ୍ଡା ଜବତ କରିବା ସହ […]
