ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଶୁକ୍ରବାର ମଧ୍ୟରାତ୍ରି ପ୍ରାୟ ୧୨ଟା ୫ ମିନିଟରେ ବାତ୍ୟା ସ୍ଥଳଭାଗ ଛୁଇଁଥିଲା। ଭିତରକନିକା ଏବଂ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପବନର ବେଗ ବୃଦ୍ଧି ପାଇଥିଲା। ଶନିବାର ଭୋର ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ଏରିଆ ସୃଷ୍ଟି ହେବାରୁ ଏଥିରେ ବିଳମ୍ବ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଣେ ଲ୍ୟାଣ୍ଡଫଲ୍ […]

ବାତ୍ୟା ଦାନା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର ।

ବାତ୍ୟା ପାଇଁ ଧାମରା ମୁହାଣରେ ଫସିଲା ପଞ୍ଚିମବଙ୍ଗର ଦୁଇଟି ବୋଟ । ବୋଟରେ ଫସିରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ଜଣାପଡ଼ିନାହିଁ । ବାତ୍ୟା ଯୋଗୁ ମନ୍ତେଇ ନଦୀରେ ବୋଟକୁ ଲଙ୍ଗର ପକାଇ ରଖାଯାଇଥିଲା । ବାତ୍ୟାର ପ୍ରକୋପ କମିବା ପରେ ଗୋଟେ ବୋଟକୁ ଅନ୍ୟ ଏକ ବୋଟ ଟାଣି ଟାଣି ନେଉଥିବା ବେଳେ ସମୁଦ୍ରର ପ୍ରଖର ସ୍ରୋତରେ ଫସିଯାଇଛି ବୋଟ । ଟ୍ରଲର ଭିତରେ ଲୋକ ଅଛନ୍ତି କି ନାହିଁ କିମ୍ବା କେତେ ଲୋକ ଅଛନ୍ତି ତାହା ଜଣାପଡ଼ିନଥିବା […]

ଆରମ୍ଭ ହେଲା ଟ୍ରେନ୍ ଚଳାଚଳ । କିନ୍ତୁ ସ୍ବାଭାବିକ ହୋଇନି ।

ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବାତ୍ୟା ଦାନା ପାଇଁ ୩୦୦ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ବାତିଲ ହୋଇଥିବା ଟ୍ରେନ ବ୍ୟତୀତ ଅନ୍ୟ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ । ବିଶାଖାପାଟଣା ପଟୁ ଭୁବନେଶ୍ବର ଓ ହାୱଡ଼ା ଆଡ଼କୁ ଆସୁଥିବା ଡାଉନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଅପରାହ୍ଣ ପ୍ରାୟ ୨ଟା ସମୟରେ ଖଡ଼ଗପୁର […]

୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ନେବ ରୂପ ବାତ୍ୟା ଦାନା

ଶେଷ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ପରେ ଦୁର୍ବଳ ହୋଇଛି ବାତ୍ୟା ଦାନା । ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେବ । ଗତ ରାତି ପ୍ରାୟ ସାଢ଼େ ୧ଟା ସମୟରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା । ଭୋର ସାଢ଼େ ୩ଟା ସମୟରେ ସ୍ଥଳଭାଗ ଅତିକ୍ରମ କରିଥିଲା ବାତ୍ୟାର ମଧ୍ୟଭାଗ । ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ଥିଲା ଘଣ୍ଟାପ୍ରତି ୧୦୦ରୁ ୧୨୦ କି.ମି । […]

ଅକ୍ଟୋବର ୨୮ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

୨୮ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀ ଙ୍କ ଜନ ଅଭିଯୋଗ ଶୁଣାଣି | ବାତ୍ୟା ଦାନା ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟ କୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ ରେ ଭୁବନେଶ୍ବର ୟୁନିଟ୍ -୫ ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ ବନ୍ଦ ରହିବ | ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ ଯୋଗେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର […]

ବାତ୍ୟା ଭୟରେ, ୨ଦିନରେ ୩ହଜାର କୋଟିର ସାମଗ୍ରୀ ବୋହିନେଲେ

ବାତ୍ୟା ଭୟରେ, ୨ଦିନରେ ୩ହଜାର କୋଟିର ବେପାର ହୋଇଛି । ଖାଦ୍ୟ ପଦାର୍ଥ ସହ ଅତ୍ୟାବଶକୀୟ ସାମଗ୍ରୀ ବୋହିନେଲେ ଖାଉଟି। ତେବେ ପରିସ୍ଥିତିର ଫାଇଦା ଉଠାଇ ମାଲାମାଲ ହେଲେ ବ୍ୟବସାୟୀ। ବାତ୍ୟା ପାଇଁ ଲୋକେ ଦୁଇ ତିନି ଦିନ ପୂର୍ବରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିନେଇଛନ୍ତି। ଚାଉଳ, ଡାଲି, ଅଟା, ଆଳୁ, ପିଆଜ, ଚୁଡ଼ା, ଚିନି ସମେତ ପନପରିବା ବହୁମାତ୍ରାରେ କିଣିନେଇଛନ୍ତି ଲୋକେ। ଏପରିକି ପେଟ୍ରୋଲ, ଡିଜେଲ ପମ୍ପ ଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କେତେକ […]

ବାତ୍ୟା ସମୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ

ବାତ୍ୟା ସମୟରେ ରାଜ୍ୟରେ ଜନ୍ମନେଲେ ୧୬୦୦ ନବଜାତ ଶିଶୁ। ସମସ୍ତ ନବଜାତକ ଓ ମା ମାନେ ସୁସ୍ଥ ଥିବା ଜଣାପଡିଛି। ଏସଆରସିଙ୍କ କାର୍ଯ୍ୟାଳୟରେ ଗଣମାଧ୍ୟମକୁ ବାତ୍ୟା ମୁକାବିଲା ସଂପର୍କିତ ସୂଚନା ଦେବା ସମୟରେ ଏଭଳି କିଛି ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାତ୍ୟା ସମୟରେ ପିଲା ଭଲରେ ଭଲରେ ଜନ୍ମ ହୋଇଥିବାରୁ ବେଶ ଖୁସି ଅଛନ୍ତି ପରିବାର ଲୋକେ। ଏନେଇ ସରକାରଙ୍କୁ ବିଭିନ୍ନ ପରିବାର ପକ୍ଷରୁ ଧନ୍ୟବାଦ ଦିଆଯାଇଛି। ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ […]

ଭୁବନେଶ୍ୱରରେ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ ସେବା

ବାତ୍ୟା ‘ଦାନା’ ଆସିବା ପୂର୍ବରୁ ଗତକାଲିଠୁ ୪୦ ବିମାନ ସେବାକୁ ବାତିଲ କରାଯାଇଥିଲା। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟାରୁ ସ୍ୱାଭାବିକ ହୋଇଛି ବିମାନ ଚଳାଚଳ । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ଥିବାରୁ ବିମାନ ଚଳାଚଳ କରାଯାଇଛି । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ବାତ୍ୟା ‘ଦାନା’ର ପ୍ରଭାବକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ସମସ୍ତ ବିମାନସେବା ବନ୍ଦ କରାଯାଇଥିଲା । ଗତକଶଲି ମଧ୍ୟ ରାତ୍ରରେ ଭିତରକନିକା ହବାଳିଖଟି […]

ଅଶୋକ କୁମାର ସାହୁ ମେମୋରିଆଲ ନକ୍ ଆଉଟ୍ଫୁଟବୋଲ ମ୍ୟାଚ୍ -୨୦୨୪ ଉଦଘାଟିତ।

ରାୟଗଡ଼- ରାୟଗଡ଼ ସଦର ମହକୁମାସ୍ଥିତ ଜିସିଡି ଖେଳ ପଡିଆ ଠାରେ ଅଶୋକ କୁମାର ସାହୁ ମେମୋରିଆଲ ନକଆଉଟ୍ଫୁଟ୍ବୋଲ ମ୍ୟାଚ୍ ଉଦଘାଟିତ ହୋଇ ଯାଇଛି। ଏହି ଟୁର୍ଣାମେଣ୍ଟରେ ପ୍ରାୟ ୮ଗୋଟି ଟିମ୍ ଭାଗ ନେଇଛନ୍ତି।ଟିମ୍ ଗୁଡ଼ିକ ହେଲା ଆନ୍ଧ୍ର ପ୍ରଦେଶର ବିଜୟ ନଗର, ବିଶ୍ଵନାଥ ପୁର (କଳାହାଣ୍ଡି ଜିଲ୍ଲା), କୋରାପୁଟ ଜିଲ୍ଲାର NYS ତୋୟାପୁଟ, ଲକ୍ଷ୍ମୀପୁର, ରାୟଗଡ଼ ଜିଲ୍ଳାର ଜେକେପୁର୍ ଏଵଂ ରାୟଗଡ଼ ରେଳବାଇ ଟିମ୍ ଓ ରାୟଗଡ଼ ଟାଉନ୍ ଟିମ୍ , ଏଵଂ କୋରାପୁଟ ଜିଲ୍ଲା ଟିମ୍ […]

ବାତ୍ୟା ପାଇଁ ୨ଦିନ ବନ୍ଦ ରହିବ ରାଜ୍ୟର ଏହିସବୁ ଅନୁଷ୍ଠାନ

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାରେ ଷ୍ଟଲ୍‌ ଖୋଲିବା ନିମନ୍ତେ ପ୍ଲଟ୍‌ ପଞ୍ଜୀକରଣ ଦୁଇ ଦିନ ପାଇଁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ବାରବାଟୀ ପ୍ୟାଲେସଠାରେ ଚାଲିଥିବା ଏହି ଅଫ୍‌ ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ଆସନ୍ତା ୨୪ ଓ ୨୫ ତାରିଖ ବନ୍ଦ ରହିବ। ତେବେ ଅନ୍‌ଲାଇନ୍‌ ମାଧ୍ୟମରେ baliyatra.netରେ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ। ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୨୬ ତାରିଖ ଅଫ୍‌ଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା […]

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆସିଷ୍ଟାଣ୍ଟ ଆରଆଇ

ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଧୀନ ସିନ୍ଦୁରପୁର ରେଭିନ୍ୟୁ ସର୍କଲରେ ଆରଆଇ ବା ରାଜସ୍ୱ ନିରୀକ୍ଷକ ଦାୟିତ୍ୱରେ ଥିବା ସହକାରୀ ରାଜସ୍ୱ ନିରୀକ୍ଷକ (ଆସିଷ୍ଟାଣ୍ଟ ଆରଆଇ) ବିବେକାନନ୍ଦ ତ୍ରିପାଠୀ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି |ସୂଚନା ଅନୁସାରେ ସୂର୍ଯ୍ୟ କୁମାର ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାରିରେ ପରିଣତ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ। ତେବେ ସିନ୍ଦୂରପୁର […]

ମହିଳା କମିଶନ ଭଙ୍ଗ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ବୁଧବାର ମହିଳା କମିଶନ ଭଙ୍ଗ କରିଛନ୍ତି। ସରକାର ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଦାୟିତ୍ୱରୁ ହଟାଇବା ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।ମହିଳା କମିଶନ ଅଧ୍ୟକ୍ଷା ପଦରେ ମିନତି ବେହେରା ୨୦୧୯ ମସିହା ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟ କରିଆସୁଥିଲେ । ଆସନ୍ତା ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିଲା । ଜାରି ସୂଚନାନୁଯାୟୀ, […]