ଶ୍ରୀମନ୍ଦିରକୁ ରିହାତି ଦରରେ ଘିଅ ଯୋଗାଇବ ଓମ୍ଫେଡ୍ । ଏ ନେଇ ସୂଚନା ଦେଇଛନ୍ତି ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଶ୍ରୀମନ୍ଦିରକୁ ଓମଫେଡ୍ ଘିଅ ପ୍ରଦାନ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ଓମଫେଡ ଘିଅ ଦୈନିନ୍ଦିନ କାର୍ଯ୍ୟରେ ଲଗାଇବେ । ଓମଫେଡରେ ପ୍ରତି ଦିନ 10 ଟନ ଘିଅ ଉତ୍ପାଦନ ହେଉଛି । ଶ୍ରୀମନ୍ଦିରରେ ଦୈନିକ କାର୍ଯ୍ୟ ପାଇଁ ୩ ରୁ ୪ ଟନ୍ ଘିଅ ଆବଶ୍ୟକ । […]
ରାଜ୍ୟ ସରକାର ଆଜି ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (odisha subordinate staff selection commission)ର ଅଧ୍ୟକ୍ଷ ଓ ଦୁଇ ଜଣ ନୂଆ ସଦସ୍ୟଙ୍କୁ ନିଯୁକ୍ତି ଦେଇଛନ୍ତି। ଅବସରପ୍ରାପ୍ତ ଆଇପିଏସ ଲଳିତ ଦାସଙ୍କୁ ଓଡିଶା ସବୋର୍ଡିନେଟ ଷ୍ଟାଫ ସିଲେକସନ କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।ସୂଚନାଯୋଗ୍ୟ, ନିକଟରେ ଓଏସ୍ଏସ୍ଏସ୍ସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଏହି ପରୀକ୍ଷାକୁ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଏକ ସୁସ୍ଥ ସମାଜରେ ଜନସାଧାରଣ ସେମାନଙ୍କ ମୌଳିକ ଅଧିକାର, କର୍ତବ୍ୟ ଏବଂ ସୁରକ୍ଷା ପାଇଁ ସଚେତନ ରହିବା ଆବଶ୍ୟକ । ବିଶେଷ କରି ଛାତ୍ର ସମାଜ ପାଇଁ ଏହା ଅପରିହାର୍ଯ୍ୟ । ନୟାଗଡ଼ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶ କ୍ରମେ, ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡଙ୍କ ତତ୍ୱାବଧାନରେ, କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଅଛି । ପ୍ରାଧିକରଣ କର୍ମଚାରୀ ପବନ କୁମାର […]
ସମ୍ଭାବ୍ୟ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ଏହି ସମୟରେ କୌଣସି ପର୍ଯ୍ୟଟକ ଆସିପାରିବେ ନାହିଁ ବୋଲି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ କର୍ତ୍ତୃପକ୍ଷ କହିଛନ୍ତି |ବର୍ଷା ଋତୁ ପରେ ପରେ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ପ୍ରତିଦିନ ଶହଶହ ପର୍ଯ୍ୟଟକ ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରୁଥିଲେ। ଏଥିସହ କଟେଜ୍ରେ ରାତି ଜାପନ […]
ନଭେମ୍ବର ୧୫ରେ ରାଉରକେଲା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଜନଜାତି ଗୌରବ ଦିବସ ଅବସରରେ ରାଉରକେଲା ଆସିବାର କାର୍ଯ୍ୟକ୍ରମ ରହିଛି। ଏକ ସ୍ବତନ୍ତ୍ର ବିମାନ ଯେଗେ ଆସି ସେ ଦିନ ୧୧ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ଏହି ଗସ୍ତକାଳରେ ସେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିରେ ଓଡ଼ିଆ ଅସ୍ମିତା କେନ୍ଦ୍ରର ଭତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ସାମିଲ ରହିଛି। କେନ୍ଦ୍ର ଜନଜାତି ମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଜନଜାତି ଗୌରବ ଦିବସ […]
ବାତ୍ୟା ‘ଦାନା’ପାଇଁ ବ୍ୟାପକ ଟ୍ରେନ ବାତିଲ କରାଯାଇଛି। ମୋଟ ୧୭୮ଟି ଟ୍ରେନ ବାତିଲ ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ୨୩, ୨୪ ଏବଂ ୨୫ ମଧ୍ୟରେ ମୋଟ ୧୭୮ ଟ୍ରେନ ବାତିଲ ହୋଇଛି। ସେଥିମଧ୍ୟରୁ ଅପ ଟ୍ରେନ ୮୫ ଏବଂ ଡାଉନ ଟ୍ରେନ ୯୩ଟି ରହିଛି।ବ୍ରହ୍ମପୁର – ଭୁବନେଶ୍ୱର, ବିଶାଖାପାଟଣା – ଭୁବନେଶ୍ୱର , ବିଶାଖାପାଟଣା – ଦିଘା ବାତିଲ । ସେ ସବୁ ଟ୍ରେନ୍ ମଧ୍ୟରୁ ହାୱଡ଼ା-ସିକନ୍ଦରାବାଦ, ସାଲିମାର-ପୁରୀ, ନୂଆଦିଲ୍ଲୀ-ଭୁବନେଶ୍ବର ବାତିଲ ହୋଇଛି।ସେହିପରି ହାୱଡ଼ା-ଭୁବନେଶ୍ୱର, […]
ବଙ୍ଗୋପସାଗରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ପାଇଁ ଆସନ୍ତା ୨୩ରୁ ୨୫ ଅକ୍ଟୋବର ଯାଏ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ବନ୍ଦ ରଖିବାକୁ କୁହାଯାଇଛି।ଏହି ୧୪ଟି ଜିଲ୍ଲା ହେଉଛି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ। ସୂଚନାଯୋଗ୍ୟ, ଗତକାଲି ସମ୍ଭାବ୍ୟ ବାତ୍ୟା […]
ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ହୃଷିକେଶ ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ପରିବାର ଠାରୁ ୩ ହଜାର ଟଙ୍କା ଆଣିଥିଲେ ବୋଲି ଅଭିଯୋଗ ହୋଇଥିଲା ।ଅଭିଯୋଗର ସତ୍ୟାସତ୍ୟର ତଦନ୍ତ ଲାଗି ଗଠିତ ଏକ ଟିମ୍ର ରିପୋର୍ଟ ଆଧାରରେ ହୃଷିକେଶ ଭୋଇଙ୍କୁ ନିଲମ୍ବିତ କରାଯାଇଛି । କଂସ ଚରିତ୍ରର ଜଣେ କଳାକାରଙ୍କ ଏପରି ଆଚରଣକୁ ସବୁ ମହାଳରୁ ନିନ୍ଦା କରାଯାଇଥିଲା। ସୂଚନାମୁତାବକ […]
ଭଦ୍ରକ ଧାମରାଇ ମନ୍ଦିର ନିକଟ ବୈତରଣୀ ମୁହାଣରେ ଅଘଟଣ ।ମାଛଧରା ବେଳେ ବୁଡିଗଲା ବୋଟ୍ । ଯାହାଫଳରେ ବୋଟ୍ରେ ଥିବା ୬ ଜଣ ପାଣିରେ ବୁଡିଯାଇଥିଲେ । ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍ଟି ଉପରକୁ ଉଠି ପାରି ନ ଥିଲା । ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା । ଖବର ପାଇ ମେରାଇନ୍ ପୁଲିସ୍ […]
ପଞ୍ଜିକା କରିଛି ପାଣିପାଗର ଗଣନା। ସତ ହେଉଛି ଭବିଷ୍ୟବାଣୀ। ଚଳିତବର୍ଷ ଅକ୍ଟୋବରରେ ବାତ୍ୟା ନେଇ ପୂର୍ବରୁ ଅସଲି ଖଡ଼ୀରତ୍ନ ପଞ୍ଜିକାରେ ଗଣନା କରାଯାଇଛି। ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା ହୋଇଛି। ଯାହା ଏବେ ସତ ହେବାକୁ ଯାଉଛି। ପଞ୍ଜିକାର ଗଣନା ଅନୁଯାୟୀ ରାଜ୍ୟର ଉପକୂଳ ଅଞ୍ଚଳ ତଥା ପୁରୀ, କଟକ, ଗୋପାଳପୁର, କୋଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ୱର, ନୟାଗଡ଼, କାକଟପୁର, ନିଆଳି […]
ବାତ୍ୟା ପ୍ରସ୍ତୁତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଜିଲା ପ୍ରଶାସନ ସହ ଯୋଗାଯୋଗରେ ଅଛୁ। ୨୫୦ଟି ରିଲିଫ ସେଣ୍ଟରର ବ୍ୟବସ୍ଥା କରାଯାଇଛି। ସବୁ ରିଲିଫ ସେଣ୍ଟରରେ ମହିଳା ପୋଲିସ ରହିବେ। ଜିଲା ପ୍ରଶାସନ ପକ୍ଷରୁ ଗ୍ରାଉଣ୍ଡ ଜିରୋରେ ତଦାରଖ ଚାଲିଛି। ସରକାରୀ ଆଶ୍ରୟସ୍ଥଳୀ ଛଡ଼ା ଆଉ ୫୦୦ଟି ଅସ୍ଥାୟୀ ଶିବିର ପ୍ରସ୍ତୁତ କରାଯାଇଛି।ସ୍ୱାସ୍ଥ୍ୟ ବିଭାଗକୁ ପୁରା ଆଲର୍ଟ କରାଯାଇଥିବାବେଳେ ପ୍ରଭାବିତ ହେବାକୁ ଥିବା ୧୪ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଗୁଡିକୁ […]
ସମ୍ଭାବ୍ୟ ବାତ୍ୟା ଓ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଲୋକସେବା ଭବନରେ ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ପ୍ରଶାସକଙ୍କୁ ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ, ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ, ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆରଏସ୍, ହାଲୋଜେନ […]
