କାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ଦାନା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା , ଉତ୍ତର ପଶ୍ଚିମ ଦିଗରେ ଗତିକରି ଭୀଷଣ ବାତ୍ୟାରେ ପରିଣତ ହେବ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତର ରୂପ ନେବ । ଡିପ୍ରେସନ ଏବେ ପାରାଦୀପ ଉପକୂଳରୁ ୭୩୦ କିଲୋମିଟର ଦକ୍ଷିଣପୂର୍ବ, ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୭୯ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଓ ବାଂଲାଦେଶ ଖେପୁପରା ଉପକୂଳରୁ ୭୪୦ କିଲୋମିଟର ଦକ୍ଷିଁଣ-ଦକ୍ଷିଣ ପୂର୍ବ ଦିଗରେ […]
ବାତ୍ୟା ଆଶଙ୍କାରେ ପରିଵା ଵଜାରରେ ଲୋକଙ୍କ ବେଶ୍ ଭିଡ ଦେଖିବାକୁ ମିଳୁଛି। କଟକ ଛତ୍ରଵଜାର ଅର୍ବାନ ହାଟରେ ଲୋକମାନେ ଵ୍ୟସ୍ତ ଵିଵ୍ରତ ହୋଇ ଆଳୁ, ପିଆଜ ଓ ଅନ୍ୟାନ୍ୟ ପରିଵା କିଣୁଥିବା ଦେଖାଯାଇଛି। ତେବେ ଅଧିକାଂଶ ପରିଵା ଦର ନିୟନ୍ତ୍ରଣରେ ଥିବା ବେଳେ ଆଳୁ,ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି। ଗତକାଲି ଭୁବନେଶ୍ୱରରେ ଆଳୁ କିଲୋ ପିଛା ଥିଲା ୩୨, ଆଜି ପହଞ୍ଚିଛି ୪୦ରେ । ପିଆଜ ୬୦ରୁ ପହଞ୍ଚିଲାଣି ୭୦ରେ । ସେହିପରି କଟକ ଛତ୍ରବଜାରରେଉଚ୍ଚ […]
ସମ୍ଭାବ୍ୟ ବାତ୍ୟା ’‘ଦାନା’ କୁ ଦୃଷ୍ଟିରେ ପୁରୀ ଛାଡ଼ି ପଳାଉଛନ୍ତି ପର୍ଯ୍ୟଟକ। ଆଜି ସକାଳେ କିଛି ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ ଫେରି ଯାଇଛନ୍ତି। ସମ୍ଭାବ୍ୟ ବାତ୍ୟା ‘ଦୃଷ୍ଟିରେ ରଖି ପୁରୀରୁ ପର୍ଯ୍ୟଟକମାନଙ୍କୁ ଫେରିଯିବାକୁ ଗତକାଲି ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ଏଥିସହିତ ସହିତ ବାତ୍ୟା ଆଶଙ୍କା ଦୂର ନ ହେବା ପର୍ଯ୍ୟନ୍ତ ପୁରୀକୁ ଯେଭଳି ପର୍ଯ୍ୟଟକମାନେ ନ ଆସିବେ ଜିଲ୍ଲାପାଳ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି କୁହାଯାଇଥିଲା। ସେହିପରି ଅନଲାଇନ ମାଧ୍ୟମରେ ପର୍ଯ୍ୟଟକ ଓ ଭକ୍ତ […]
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ମଙ୍ଗଳବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହୋଇଛି। ବର୍ତମାନ ଏହା ପାରାଦ୍ୱୀପ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୩୦ କିମି ଦୂରତାରେ କେନ୍ଦ୍ରୀଭୂତ ଅଛି। ଆସନ୍ତାକାଲି ୨୩ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ତାରିଖ ମଧ୍ୟରାତ୍ରିରେ ଏହା କେନ୍ଦ୍ରାପଡ଼ା ଓ ଭଦ୍ରକ ମଧ୍ୟ ଦେଇ […]
କନିଆଁ ଖୋଜୁ ଖୋଜୁ ଠକ ହାବୁଡ଼ରେ ପଡ଼ିଗଲେ ଯୁବକ। ବିବାହ ପାଇଁ ଝିଅ ଦେଖାଇ ତଳି ତଳାନ୍ତ କରିଦେଲେ। ଏପରି ଏକ ଠକ ଗ୍ୟାଙ୍ଗ ରାଜଧାନୀ ଭୁବନେଶ୍ୱରରେ ବୁଲୁଛନ୍ତି। ଠକାମୀରେ ଶିକାର ହୋଇଥିବା ଯୁବକ ଏନେଇ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଭଦ୍ରକ ଅଞ୍ଚଳର ମନୋଜ ଲେଙ୍କା (ଛଦ୍ମନାମ)। ରାଜଧାନୀ ଭୁବନେଶ୍ୱର ବରମୁଣ୍ଡ ଅଞ୍ଚଳରେ ଘର ଭଡ଼ା ନେଇ ରହୁଛନ୍ତି। ଏକ ପ୍ରାଇଭେଟ୍ ସଂସ୍ଥାରେ କାମ କରୁଛନ୍ତି। ଯୌବନରେ ପଦାର୍ପଣ କରିଥିବାରୁ ବାହା ହେବା ପାଇଁ ମନ […]
ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ଏସଆରସି। ୧୪ ଜିଲା-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ବଙ୍ଗୋପସାଗରରେ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ ଓଡ଼ିଶାକୁ ପ୍ରଭାବିତ କରିବ। ପୁରୀ-ବାଲେଶ୍ୱର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ […]
ନୂଆଗାଁ: ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହରେ ସମନ୍ୱିତ ଶିଶୁ ବିକାଶ ,ନୂଆଗାଁ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ସି ଡି ପି ଓ ଶୁଭ୍ରକେଶୀ ମଲ୍ଲିକ ଙ୍କ ତତ୍ବାବଧାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ନୂଆଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ,ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନାରାଣୀ ସେଠୀ,ଓଡ଼ିଆ ଅଧ୍ୟାପକ ବିଜୟ […]
ନୟାଗଡ଼,(ଓଡ଼ିଶା ଦର୍ପଣ):ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଭାରତ ରତ୍ନ ପ୍ରଦାନ କରିବା ସହ ସଂସଦ ଭବନ ପରିସରରେ ପ୍ରତିମୂର୍ତ୍ତି ସ୍ଥାପନା ତଥା ଫଟୋଚିତ୍ର ସ୍ଥାପନା ନିମନ୍ତେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ ଙ୍କୁ ସାକ୍ଷାତ କରି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ସଚେତନତା ଓ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏଥିନିମନ୍ତେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା […]
ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ପରାମର୍ଶ। ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାଲିସୁଦ୍ଧା ପୁରୀ ଛାଡ଼ି ନିଜ ନିଜ ଘରକୁ ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଉ ଯେଉଁମାନେ ପୁରୀର ବାସିନ୍ଦା ନୁହଁନ୍ତି ଓ ରହିବାର ଆବଶ୍ୟକତା ଥିବ ସେମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର କହିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ […]
ସମ୍ଭାବ୍ୟ ବାତ୍ୟା ପାଇଁ ଏନଆରଟିଏସ ଓ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ । ୨୩ ତାରିଖରେ ଏନଆରଟିଏସ ଓ ୨୫ ତାରିଖରେ ପ୍ରାଥମିକ ସ୍କଲାରସିପ ପରୀକ୍ଷା ହେବାର ଥିଲା । ବାତ୍ୟା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ପୁଣି କେବେ ହେବ, ସେ ସଂପର୍କରେ ପରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।ନଭେମ୍ବର ୫ ରୁ ଡିପ୍ଲୋମା ଇନ ଏଲିମେଣ୍ଟାରୀ ଏଜୁକେସନ ଖାତା ଦେଖା ଆରମ୍ଭ ହେବ ବୋଲି […]
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି। ବୁଧବାର ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୩ ପ୍ରତିଶତ ବଢାଇଛନ୍ତି । ୫୦ରୁ ୫୩ ପ୍ରତିଶତକୁ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି। ଜୁଲାଇ ୧, ୨୦୨୪ରୁ ଏହା ପିଛିଲା ଭାବେ ଲାଗୁ ହେବ। ସେହିପରି ପେନଶନଭୋଗୀଙ୍କ ଟି.ଆଇ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିରେ ସାଢେ ୭ ଲକ୍ଷ କର୍ମଚାରୀ ଓ ପେନଶନଭୋଗୀ ଉପକୃତ ହେବେ।ସୂଚନାଥାଉକି, ଏହା ପୂର୍ବରୁ ଗତ ସପ୍ତାହରେ କେନ୍ଦ୍ର ସରକାର ମଧ୍ୟ […]
ବାତ୍ୟା ‘ଦାନା’ ବଙ୍ଗୋପସାଗରରେ ଶକ୍ତି ଜୁଟାଉଥିବା ବେଳେ ଏହା ଓଡ଼ିଶାର ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଏସଆରସିଙ୍କ ସୂଚନା ଅନୁସାରେ ବାତ୍ୟା ପାରାଦୀପରୁ ସାଗର ଆଇଲାଣ୍ଡ ଭିତରେ ହିଟ୍ କରିବା ସମ୍ଭାବନା ଥିବା ଯୋଗୁ ୱାଇଡ ରେଞ୍ଜ ଫୋରକାଷ୍ଟ କରାଯାଇଛି। କିନ୍ତୁ ପାରାଦୀପରେ ହିଟ୍ କରିବା ବହୁ ସମ୍ଭାବନା ଅଛି ବୋଲି ଏସଆରସି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ପୂର୍ବାନୁମାନ ଅନୁଯାୟୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଏବଂ […]
