ଭୁବନେଶ୍ବର ସୁନ୍ଦରପଦାରେ ଫେକ୍ କଲ୍ ସେଣ୍ଟର ଠାବ ମାମଲାରେ କୋଲକାତା ଯିବ କମିଶନରେଟ୍ ପୁଲିସ୍। ୬ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଛି। ଅନୁମତି ମିଳିବା ପରେ କୋଲକାତାକୁ ସ୍ବତନ୍ତ୍ର ପୁଲିସ୍ ଟିମ୍ ପହଞ୍ଚି ତଦନ୍ତ କରିବ। ସାଇଣ୍ଟଫିକ ଓ ଟିକନିକାଲ ଅଫିସରଙ୍କୁ ନେଇ ସ୍ପେସିଆଲ ଟିମ ଗଠନ ହୋଇଛି । ସଫ୍ଟୱାର ଓ ଆଣ୍ଟିଭାଇରସ ଅପଲୋଡ଼ କରିବାକୁ କହି ଠକୁଥିବା ସୂଚନା ମିଳିଛି । ଏହି ଦଳରେ ଟେକ୍ନିକାଲ ପିଲା ସହ ଗ୍ରାଜୁଏଟ […]
ଭାରତୀୟ ରେଳବାଇ ପକ୍ଷରୁ ଟିକଟେ୍ ବୁକିଂର ନିୟମ ପରିର୍ବତ୍ତନ କରାଯାଇଛି । ବର୍ତ୍ତମାନ ୧୨୦ ଦିନ ପରିବର୍ତ୍ତେ ଲୋକେ ୬୦ ଦିନ ପୂର୍ବରୁ ଟିକେଟ ବୁକିଂ କରିପାରିବେ । ଏହି ନିୟମ ନଭେମ୍ବର ୧ ତାରିଖରୁ ଲାଗୁ ହେବ । ବିଦେଶୀ ପର୍ଯ୍ୟଟକ ବର୍ଷେ ପୂର୍ବରୁ କରିପାରିବେ ଟିକେଟ ବୁକିଂ ।ବର୍ତ୍ତମାନ ର୍ପଯ୍ୟନ୍ତ ଲୋକମାନେ ୧୨୦ ଦିନ ପୂର୍ବରୁ ଟିକେଟ ବୁକ୍ କରିବାର ସୁଯୋଗ ପାଇଥିଲେ । ଏହାଦ୍ବାରା ଟିକଟେ ବୁକିଂ ସମୟରେ କୌଣସି ସମସ୍ୟା ଦେଖାଯାଉ […]
ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ। ବ୍ୟାଘ୍ର ଅଭୟାରଣ୍ଯକୁ ୧୨ ରୁ ୧୬ ମହାବଳ ବାଘ ଅଣାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଏଥିପାଇଁ ବନ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିଛି । ତେବେ ଦୁଇମାସ ପରେ ପୁଣି ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡକୁ ଫେରିଛି ମହାବଳ ବାଘ। ଏହି ବାଘଟି ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିବା ବେଳେ ଖୋର୍ଦ୍ଧା […]
ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପାଇଁ ମୋଦିଙ୍କୁ ଚିଠି ପ୍ରଦାନ । ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ସୁଆର ମହାସୁଆର ସେବାୟତ ନିଯୋଗ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମଣୋହୀ ଜମିରେ ଗାଈ ଫାର୍ମ କରାଯିବା ପାଇଁ ଚିଠିରେ ଉଲ୍ଲେଖ ରହିଥିବାବେଳେ ମହାପ୍ରଭୁଙ୍କ ଗଚ୍ଛିତ ଅର୍ଥରେ ଗୋ’ଶାଳା ଏବଂ ଡାଏରୀ ଫାର୍ମ କରାଯିବାକୁ ସୁଆର ମହାସୁଆର ସେବାୟତ ନିଯୋଗ ଚିଠି ଲେଖିଛନ୍ତି।
ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଓଡ଼ିଶା ଉପରେ ଏହାର ପ୍ରଭାବ ନଥିବାରୁ ରାଜ୍ୟରେ ପାଗ ଶୁଖିଲା ରହିଛି। ତେବେ ଆସନ୍ତା ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ଘନୀଭୂତ ହୋଇ କ୍ରମେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଏକ୍ସ ଜରିଆରେ […]
ମାଛ ଧରି ଫେରିବା ବେଳେ ସମୁଦ୍ରରେ ବୁଡ଼ିଲା ଡଙ୍ଗା ।ମାଛ ମାରିବାକୁ ଆଜି ସକାଳେ ଏକ ଡଙ୍ଗାରେ ୬ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ସେଠାରୁ ସେମାନେ ଇଲିସି ମାଛ ମାରି କୂଳକୁ ଫେରୁଥିଲେ। ମାତ୍ର ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୩ କିମି ସମୁଦ୍ର ଭିତରେ ଥିବା ବେଳେ ଉଚ୍ଚ ଜୁଆର ଆସିବା ସହ ପାଖରେ ଯାଉଥିବା ଏକ ଡଙ୍ଗା ସହ ଧକ୍କା ହେବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ହେଲେ ସୌଭାଗ୍ୟବଶଃତ ବର୍ତ୍ତିଗଲେ ୬ ମତ୍ସ୍ୟଜୀବୀ। ସେମାନଙ୍କ […]
ମହାପ୍ରଭୁଙ୍କ ଖଣିରୁ ବେଆଇନ ଖଣିଜ ସମ୍ପଦ ଉତ୍ତୋଳନରେ ଚାଲିଥିଲା ମହା ଦୁର୍ନୀତି । କୋଟି କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟି ନେଇଛନ୍ତି ଲିଜଧାରୀ । ପ୍ରମାଣ ମିଳିବା ପରେ ୧୯ ଜଣଙ୍କ ରୟାଲଟି ବାତିଲ କରିବା ସହ ଜରିମାନା କରାଯାଇଛି । ସୂଚନା ମୁତାବକ, ଧାର୍ଯ୍ୟ ପରିମାଣଠାରୁ ଦୁଇରୁ ପାଞ୍ଚ ଗୁଣା ପର୍ଯ୍ୟନ୍ତ ଅଧିକ ଲଘୁ ଖଣିଜ ଉତ୍ତୋଳନ କରାଯାଇଥିଲା। ୨୦୨୩ରେ ମୋଟ ୧୯ଜଣ ଖିଲାପି ଲିଜ୍ଧାରୀଙ୍କ କଥା ପଦାକୁ ଆସିଥିଲା। ସର୍ଭେ ରିପୋର୍ଟରେ ଏ […]
ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ ତେବେ ପୁରୀରେ ହବିଷ୍ୟାଳୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।ବୃନ୍ଦାବତୀ ନିବାସ ସାମ୍ନାରେ ଏକାଧୀକ ହବିଷ୍ୟାଳି ଏକାଠି ହୋଇ ଆନ୍ଦୋଳନ କରିଛନ୍ତି। କିଛି ପଞ୍ଜିକରଣ କରି ନଥିବା ହବିଷ୍ୟାଳିମାନେ ରହଣୀ ଦାବି କରି ଆନ୍ଦୋଳନ କରୁଛନ୍ତି। ଏନେଇ ଘଟଣାସ୍ଥଳରେ ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ଅତିରିକ୍ତ ଜିଲାପାଳ ଓ ଉପଜିଲାପାଳ ପହଞ୍ଚିଛନ୍ତି। ସେ କହିଛନ୍ତି, ପ୍ରଥମେ ପଞ୍ଜିକୃତ ହବିଷ୍ୟାଳିଙ୍କ ଲାଗି ବ୍ୟବସ୍ଥା କରାଯିବ। ଏହା ପରେ ସ୍ଥାନ ଫାଙ୍କା ରହିଲେ ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ଦିଆଯିବ। ତେବେ […]
କେନ୍ଦ୍ରାପଡା ର ପୂର୍ବତନ ବିଜେଡି ସାଂସଦ ପ୍ରଭାତ ସାମନ୍ତରାୟ ଙ୍କ ପରଲୋକ | ପ୍ରଭାତ ଙ୍କ ଦେହାନ୍ତ ନେଇ ସାନ ପୁଅ ସିଦ୍ଧାର୍ଥ ସାମନ୍ତରାୟ ଙ୍କ ସୂଚନା | ୭୮ ବର୍ଷ ବୟସରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ହୋଇଥିବା ନେଇ ସୂଚନା |ପ୍ରଭାତ କୁମାର ସାମନ୍ତରାୟ ୧୯୫୦ ମସିହାର ଅପ୍ରେଲ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ସୂର୍ଯ୍ୟମଣି ସାମନ୍ତରାୟ ଏବଂ ପତ୍ନୀଙ୍କ ନାମ ପ୍ରତିଭା ମଞ୍ଜରୀ […]
ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ଅନେକଥର ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା।ତେବେ ପୂର୍ବରୁ ସୁରକ୍ଷା ଲାଗି ସ୍କୁଲର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଥିବା ବେଳେ ବର୍ତ୍ତମାନ ଡିଜିଟାଲ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ସବୁ ସ୍କୁଲର ମୁଖ୍ୟ ଫାଟକ ପାଖରେ ଗୋଟିଏ ଲେଖାଏଁ ସିସି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଦିନ କେତେ ପିଲା ସ୍କୁଲ ଆସୁଛନ୍ତି ଏବଂ […]
ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା କଳାକାର ହୃଷିକେଶ ଭୋଇ ଙ୍କ ନାମରେ ସାଂଘାତିକ ଅଭିଯୋଗ । ପେଶାରେ ମହାପ୍ରୟାଣ ଗାଡି ଡ୍ରାଇଭର ଭାବେ କାମ କରୁଥିବା ହୃଷିକେଶଙ୍କ ବିରୋଧରେ ବରଗଡ଼ ସିଡିଏମଓ ନିରୁପମ ଷଡ଼ଙ୍ଗୀଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ବରଗଡ଼ ଧନୁଯାତ୍ରା ମହୋତ୍ସବର କଂସ ଅଭିନେତା ଅନ୍ୟତ୍ର କେଉଁଠି ମଧ୍ୟ କଂସ ଅଭିନୟ କରି ପାରିବେ ନାହିଁ ବୋଲି କଟକଣା ଥିବାବେଳେ କିଛିବର୍ଷ ତଳେ ଧର୍ମଶାଳା ମହୋତ୍ସବରେ କଂସ […]
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କ ଦୁଷ୍କର୍ମ ଘଟଣାରେ ବିଭିନ୍ନ ଦିଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଦିଲ୍ଲୀ ପୋଲିସର ତଦନ୍ତର ଅଗ୍ରଗତି ସମ୍ପର୍କରେ ଆଲୋଚନା କଲେ ମୋହନ ମାଝୀ । ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ଅଛନ୍ତି ଓଡ଼ିଶାର ବରିଷ୍ଠ ପୁଲିସ ଅଧିକାରୀ।ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ଓ ସୁସ୍ଥତା, ଦିଲ୍ଲୀ ପୋଲିସ ଦ୍ୱାରା ଚାଲିଥିବା ତଦନ୍ତର ଅଗ୍ରଗତି ଆଦି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମାଝୀ ପୁଙ୍ଖାନୁପଙ୍ଖ ସମୀକ୍ଷା କରିଛନ୍ତି। ଏହି ଅବସରରେ ମହିଳା ଓ […]
