ଦୁର୍ଗାପୂଜା ପାଇଁ ଟ୍ୱିନ ସିଟିରେ ଆଜିଠୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଲାଗୁ ହେବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ । ପୂଜା ଓ ଭସାଣୀରେ ମୁତୟନ ହେବ ୬୫ ପ୍ଲାଟୁନ ପୋଲିସ ଫୋର୍ସ, ଅତିରିକ୍ତ ଡିସିପି ରାଙ୍କର ୫ ଜଣ, ଡିଏସପି ରାଙ୍କର ୨୫ ଓ ଇନ୍ସପେକ୍ଟର ରାୟଙ୍କ ର ୩୦ ଅଧିକାରୀ ରହିବେ। ଏଥିସହ ଟ୍ରାଫିକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ […]
ତ୍ୟାଗ ଓ ସେବାର ପ୍ରତୀକ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ଆଜି ଠାରୁ, ତାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହା ଦୁଇ ମାସ ଧରି ଚାଲିବ. ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମ ସଭ୍ୟ ଭାବେ ଏକାମ୍ର ନିର୍ବାଚନ ମଣ୍ଡଳୀ ରୁ ପଞ୍ଜିକୃତ ହୋଇଥିଲେ. ବରିଷ୍ଠ ନେତା ଶ୍ରୀ ଅଶୋକ ପଣ୍ଡା ଦଳ ସଭାପତି ଙ୍କୁ ପ୍ରଥମ ସଭ୍ୟ ଭାବେ ପଞ୍ଜିକୃତ କରିଥିଲେ. ଏହି […]
ନୟାଗଡ଼,(ଓଡ଼ିଶା ଦର୍ପଣ): ଈଶ୍ୱରଙ୍କ ସାନିଧ୍ୟ ଏବଂ ସତମାର୍ଗରେ ଚାଲିବା ପାଇଁ ଯୋଗ ହିଁ ଜରୁରୀ। ଆଜିର ବ୍ୟସ୍ତ ବହୁଳ ଜୀବନରେ ଶରୀର, ମନ ଏବଂ ଆତ୍ମାକୁ ଶୁଦ୍ଧ ରଖିବାର ଏକମାତ୍ର ଉପାୟ ହେଉଛି ଯୋଗ ଏବଂ ଧ୍ୟାନ। ନୟାଗଡ଼ରେ ଥିବା ‘ଯୋଗ ପରିବାର’ରେ ପ୍ରଶିକ୍ଷକ ଭାବେ ଯୋଗଦାନ କରି ଏକଥା କହିଛନ୍ତି ଧ୍ୟାନ ପ୍ରଶିକ୍ଷକ ତଥା ଓଶୋଧାରା ମୈତ୍ରୀ ରାଜ୍ୟ ସଂଘ ସଂଯୋଜକ ତଥା କୋଲହାନ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡ, ଓଡ଼ିଆ ବିଭାଗର ଅସୋସିଏଟ ପ୍ରଫେସର ଆଚାର୍ଯ୍ୟ ଶିବାନନ୍ଦ। […]
‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ଏନେଇ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ। ୩୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୧୭୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ଯଦି ଆପଣ ସୁଭଦ୍ରାରେ ଅକ୍ଟୋବର ୭ ଭିତରେ ଆପ୍ଲାଏ କରିଛନ୍ତି | ଆକାଉଣ୍ଟକୁ ଆଜି ଟଙ୍କା ଆସି ନାହିଁ । ଯଥା ଶୀଘ୍ର ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର […]
ଅପରିବର୍ତ୍ତିତ ରହିଛି ରେପୋ ରେଟ୍। ଲଗାତାର ୧୦ମ ଥର ପାଇଁ ପ୍ରମୁଖ ସୁଧହାର ତଥା ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ ଆରବିଆଇ। ତେବେ ମହଙ୍ଗା ହେବନି ଋଣ, ବଢ଼ିବନି ଇଏମଆଇ। ୬.୫ ପ୍ରତିଶତରେ ସ୍ଥିର ରହିଛି ରେପୋ ରେଟ୍। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି। ୨୦୨୩ ଫେବୃଆରୀ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏମପିସି ବୈଠକରେ ରେପୋ ରେଟ୍ କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ […]
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ନୟାଗଡରେ ୧୫.୨ ମି.ମି.ବର୍ଷା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ, ଦାରିଙ୍ଗବାଡି, ଫୁଲବାଣୀ, କୋରାପୁଟ, କେନ୍ଦୁଝର, ଝାରସୁଗୁଡା, ଅନୁଗୋଳ, ଭୁବନେଶ୍ବର, କଟକ ଏବଂ ଚାନ୍ଦବାଲିରେ ବର୍ଷା ହୋଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନ ଥିବାବେଳେ ପୂର୍ବାଳି ବାୟୁ ପ୍ରଭାବରେ ରାଜ୍ୟକୁ କ୍ରମାଗତ ଜଳୀୟବାଷ୍ପ ପ୍ରବେଶ କରୁଛି। ଏହା ଉତ୍ତର-ପଶ୍ଚିମ ଦିଗରୁ ପ୍ରବେଶ କରୁଥିବା ଶୁଷ୍କ […]
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀମାନଙ୍କ ଗ୍ରାଚ୍ୟୁଟି ୫ ଲକ୍ଷ ବୃଦ୍ଧି ହୋଇଛି। ଗ୍ରାଚ୍ୟୁଟି ରାଶି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି।ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୦୨୪ ଜାନୁୟାରୀ ପହିଲାରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ(ପେନସନ) ନିୟମ ଅନୁସାରେ ମୃତ୍ୟୁ ଓ ଅବସରକାଳୀନ ଗ୍ରାଚ୍ୟୁଇଟି […]
ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ। ହିତାଧିକାରୀଙ୍କୁ ସରକାରୀ ଯୋଜନାର ସବୁ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ, ଜିଲା ଓ ବ୍ଲକ ସ୍ତରରେ ତଦାରଖ […]
ଦୁର୍ଗାପୂଜା ବେଳେ ରାଜଧାନୀର ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କ ଲାଗି ବିଏମସି ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ମଣ୍ଡପଗୁଡ଼ିରେ ଉତ୍ତମ ପରିଚାଳନା ଓ ପରିବେଶ ସୁରକ୍ଷା ପାଇଁ କିଛି ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ବିଏମସି। ସୂଚନାମୁତାବକ ମୃଣ୍ମୟୀ ମୂର୍ତ୍ତିରେ କେବଳ ପ୍ରାକୃତିକ ରଙ୍ଗ ବ୍ୟବହାର, ପ୍ରସାଦ ସେବନ ପାଇଁ ପ୍ଲାଷ୍ଟିକ ଓ ଥର୍ମୋକୁଲ ବଦଳରେ ପତ୍ର, ଖଲି, ଠୁଙ୍ଗା ଓ ମାଟି ପାତ୍ରର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ସେହିଭଳି ପୂଜା ମଣ୍ଡପ ପାଖରେ ଡଷ୍ଟବିନ ସୁବିଧା, […]
ଆଜି ଏସସିବି ମେଡିକାଲ କଲେଜରେ କାର୍ଯ୍ୟକ୍ଷମ ହେଲା ଅସ୍ଥି ଭଣ୍ଡାର ବା ବୋନ୍ ବ୍ୟାଙ୍କ୍ । ପୂର୍ବରୁ ଯେତେବେଳେ କୌଣସି ବ୍ୟକ୍ତିଙ୍କର ଦୁର୍ଘଟଣା କିମ୍ବା ଦୁରାରୋଗ୍ୟରେ ମୃତ୍ୟୁ ଘଟୁଥିଲା ସେମାନଙ୍କ ଶଲ୍ୟ ମଧ୍ୟ ସତ୍କାର ହେଇଯାଉଥିଲା। କିନ୍ତୁ ଏହି ବୋନ ବ୍ୟାଙ୍କ ଆରମ୍ଭ ହେବା ପରେ ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଏକ ଆଶା ସଞ୍ଚାର କରିଛି। ଏଣିକି ଦୁର୍ଘଟଣା ଜନିତ ରୋଗୀ ଓ କାଡାଭରିକ ପ୍ରତିରୋପଣ ପାଇଁ ଆସିଥିବା ମୃତ ଦେହଙ୍କ […]
ବାରିପଦା ଟାଉନ୍ଠାରୁ ୭ କିମି ଦୂର ମଞ୍ଚାବନ୍ଧା ଶାଳ ଜଙ୍ଗଲରେ ଏପରି ଏକ କଳା ବାଘ ସଫାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁଠି କଳାବାଘକୁ ପାଖରୁ ଦେଖିବାର ସୁଯୋଗ ପାଇବେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ। ବର୍ଷା ଋତୁ ପରେ କଳାବାଘ ସଫାରୀ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ପ୍ରାୟ ପଚାଶ ଏକର ଜମିରେ ବାଘ ପାଇଁ ସ୍ଵତନ୍ତ୍ର ଏନ୍କ୍ଲୋଜର ହେବ। ଆଉ ପଚାଶ ଏକର ଜମିରେ ବନ୍ୟପ୍ରାଣୀ ଚିକିତ୍ସାଳୟ ନିର୍ମାଣ କରାଯିବ। ଏଥିପାଇଁ ସବୁ ପ୍ରକାର […]
ବିଲ୍ୱବରଣ ପରେ ମାଆଙ୍କୁ ଆବାହନ କରାଯାଇ ମଣ୍ଡପରେ ପୂଜା କରାଯିବ। ଏଥିପାଇଁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ଅନ୍ୟାନ୍ୟ ସ୍ଥାନରେ ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି। ସୁନା, ଚାନ୍ଦି ମେଢରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ସଜ୍ଜିତ ହୋଇଛି। ଟ୍ବିନ୍ ସିଟିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଚିକମିକ୍ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ତାସାଙ୍ଗକୁ ମୀନା ବଜାର ଦର୍ଶକଙ୍କ ମନ ମୋହୁଛି। ନୟାପଲ୍ଲୀ, ସହିଦ ନଗର, ଝାରପଡା, ରସୁଲଗଡ, ବରମୁଣ୍ଡା, ସହିଦନଗର, ଷ୍ଟେସନ ବଜାର […]
