ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ ।

ପୂଜା ପାଇଁ କମିଶନରେଟ୍ ପୋଲିସର ବ୍ୟାପକ ବନ୍ଦୋବସ୍ତ । ଉଭୟ ଟ୍ରାଫିକ ସହ ଅପରାଧ ନିୟନ୍ତ୍ରଣ ଉପରେ ଗୁରୁତ୍ୱ । ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌.ଦେବଦତ୍ତ ସିଂହଙ୍କ ସୂଚନା । ଭୁବନେଶ୍ୱରରେ ୧୮୭ ପେଣ୍ଡାଲ, ମୁତୟନ ହେବେ ୩୮ ପ୍ଲାଟୁନ ପୋଲିସ । କଟକରେ ୧୬୬ ମେଢ, ମୁତୟନ ହେବେ ୪୬ ପ୍ଲାଟୁନ ପୋଲିସ । ୬ ପ୍ଲାଟୁନ ସିଆରପିଏଫ, ୩ ପ୍ଲାଟୁନ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହେବେ । ୨୦୦ ଅଫିସର ସହ ସିଏପିଏଫ […]

ଚଳିତ ବର୍ଷ ଦୁର୍ଗା ପୂଜାରେ ଶୁଖିଲା ରହିବ ପାଗ ।

ଲଗାତାର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏଥର ଦଶହରାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଳ୍ପ କିଛି ସ୍ତାରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକ ସହରରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି।

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ପାସ୍ ବ୍ୟବସ୍ଥା।

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେଲା ପାସ୍ ବ୍ୟବସ୍ଥା। ଏଣିକି ରୋଗୀଙ୍କ ସହ ଥିବା ସମ୍ପର୍କୀୟଙ୍କ ପାଇଁ ପାସ୍ ଲାଗୁ କରିଛନ୍ତି ଏସସିବି କର୍ତ୍ତୃପକ୍ଷ।ଡାକ୍ତରଙ୍କ ୱାର୍ଡ଼ ଭ୍ରମଣ ସମୟରେ ଦୁଇ ଜଣ ସମ୍ପର୍କୀୟ ରୋଗୀଙ୍କ ସହ ରହି ପାରିବେ। ଏହାପରେ ପୂର୍ବପରି ଜଣେ ହିଁ ସମ୍ପର୍କୀୟ ରୋଗୀଙ୍କ ସହ ରହିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ଏସସିବି କୂଳସଚିବ। ଏହାରି ମଧ୍ୟରେ ରୋଗୀଙ୍କ ପାଖରେ ସହାୟକର ପରିଦର୍ଶନ ସମୟ ସକାଳ ୭.୩୦ ରୁ ୯ ଟା। […]

ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ

 ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ  ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ସମଗ୍ର କନ୍ଧମାଳ ଜିଲ୍ଲାର ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ କଟକ ରୁ ଆସି କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ସେମାନେ ଯୋଜନା ଚଳାଇବା ସହ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ ଙ୍କୁ ଟାର୍ଗେଟରେ ରଖିଥିବା ବିଷୟ ଶୁଣିବାକୁ ମିଳିଛି। କଟକ ଜଗତପୁର […]

ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ନୟାଗଡ଼,(ଓଡ଼ିଶା ଦର୍ପଣ):ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଅନ୍ତର୍ନିହିତ ତଥା ସୃଜନଶୀଳ ପ୍ରତିଭାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଛି ଶିଶୁ ପ୍ରତିଭା ଉତ୍ସବ ‘ସୁରଭି’ କାର୍ଯ୍ୟକ୍ରମ । ବିଭିନ୍ନ ବିଷୟରେ ପ୍ରାଥମିକସ୍ତରରୁ ମାଧ୍ୟମିକସ୍ତର ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ବାଛିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଟେ । ଏହି ପ୍ରତିଯୋଗିତା କ୍ଲଷ୍ଟର ସ୍ତରରୁ ଆରମ୍ଭ ହୋଇ ବ୍ଲକ,ଜିଲ୍ଲା ଏବଂ ଶେଷରେ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବଛାଯାଇଥାଏ […]

ପାରାଦୀପ ବନ୍ଦରରେ ଅଘଟଣ; କ୍ରେନରୁ ଭାଙ୍ଗିଗଲା ବୁମ୍ ଗ୍ରାଫ୍

ବନ୍ଦରର ଏମ୍‌ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନ୍‌ । ଯାହାଫଳରେ ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ କ୍ରେନ ଅପରେଟର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ବୋଥ୍ରା ସିପିଙ୍ଗ କମ୍ପାନୀର କ୍ରେନଟି ଏକ ବିଦେଶୀ ଜାହାଜ ‘MV ଆମସୀ ମ୍ୟାକ୍ସିମସ’ରୁ ଚୂନପଥର ଅନଲୋଡିଂ କରୁଥିଲା।ଏହି ସମୟରେ କ୍ରେନର ବୁମ୍ ଗ୍ରାଫଟି ଭାଙ୍ଗି ଯାଇଥିଲା। ଏହି ଅଘଟଣରେ କ୍ରେନ ଅପରେଟର ଆହତ ହୋଇଥିଲେ। ଏଥିସହ ବୁମ୍ ଗ୍ରାଫ୍ […]

ଆସନ୍ତା କାଲି ଦିନ୧୨ଟା ପୂର୍ବରୁ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା

‘ସୁଭଦ୍ରା ଯୋଜନା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୯ରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ମହିଳାଙ୍କ ଆକାଉଣ୍ଟକୁ ଆସିବ ୫ହଜାର ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।୭ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାରେ ନାଁ ପଞ୍ଜିକରଣ କରିଥିବା ମହିଳାଙ୍କୁ ଟଙ୍କା ମିଳିବ ବୋଲି ଘୋଷଣା କରିଥିଲେ ସରକାର । ଏଯାବତ୍ ପଞ୍ଜୀକରଣ ୧ କୋଟି ଟପିଗଲାଣି । ମହିଳା ସଶକ୍ତୀକରଣର ନୂଆ ଇତିହାସ ରଚିବ ସୁଭଦ୍ରା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ […]

OPSC ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ଷଡ଼ଙ୍ଗୀ

ବରିଷ୍ଠ ଆଇପିଏସ୍‌ ଅରୁଣ କୁମାର ଷଡ଼ଙ୍ଗୀ ମଙ୍ଗଳବାର ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସସି) ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୬ ବର୍ଷ ପାଇଁ ଆୟୋଗରେ ନିଜର ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ। ଦାୟିତ୍ୱ ଗ୍ରହଣ କରିବା ପରେ ଅରୁଣ ଷଡ଼ଙ୍ଗୀ କହିଛନ୍ତି, ସାଢ଼େ ୩୩ ବର୍ଷ ପୁଲିସ ଚାକିରି ପରେ ଗୁରୁ ଦାୟିତ୍ୱ ମିଳିଛି, ସୂଚାରୁ ରୂପେ ତୁଲାଇବି। OPSC ପରୀକ୍ଷାରେ଼ ସ୍ୱଚ୍ଛତା, ସଠିକ ମୂଲ୍ୟାୟନ ଓ ସନ୍ଦେହ ବିହୀନ ପରୀକ୍ଷା ପରିଚାଳନା କରିବା ସବୁଠୁ […]

୧୫ ଦିନ ମଧ୍ୟରେ ୧୩ଟି ଥାନାରେ ଲାଗିବ ସିସିଟିଭି

ଭୁବନେଶ୍ବର ଭରତପୁର ଥାନା ବିବାଦ ମାମଲାରେ ହାଇକୋର୍ଟରେ ହାଜର ହୋଇଛନ୍ତି ଏଡିଜି ଦୟାଲ ଗଙ୍ଗ୍‌ଓ୍ବାର । ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ ରିପୋର୍ଟ ଦାଖଲ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଛି । ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଏସ୍‌ଓପି ଜାରି ହେବ । ରାଜ୍ୟରେ ୫୯୩ଟି ଥାନା ମଧ୍ୟରୁ ୪୫୬ଟି ଥାନାରେ ସଠିକ୍ ଭାବରେ କାମ କରୁନି ସିସିଟିଭି କ୍ୟାମେରା। ଆସନ୍ତା ୧୫ ଦିନ ମଧ୍ୟରେ ବାକି ୧୩ଟି […]

ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦିଏ ନାଲି କଙ୍କଡ଼ା

ନାଲି କଙ୍କଡ଼ା ପରିବେଶ ସନ୍ତୁଳନ ରକ୍ଷା କରିବାରେ ସହାୟକ ହେଉଥିବା କୁହାଯାଉଥିବା ବେଳେ ଏହି କଙ୍କଡ଼ା ଉପରେ ଜୀବବିଜ୍ଞାନୀମାନେ ଅଧିକ ଗବେଷଣା କରିବା ଜରୁରୀ ହୋଇପଡ଼ିଛି। ଏହି ନାଲିକଙ୍କଡ଼ା ସମୁଦ୍ରରେ ସୁନାମି ଓ ସାମୁଦ୍ରିକ ଝଡ଼ର ଆଗୁଆ ସୂଚନା ଦେଇଥାଆନ୍ତି ବୋଲି ପରିବେଶବିତ୍‌ ମତ ରଖିଛନ୍ତି। ପରିବେଶ ପ୍ରଦୂଷଣ, ଲୁଣା ଜଙ୍ଗଲ ଧ୍ବଂସ, ଟ୍ରଲର ଚଳାଚଳ, ପ୍ଲାଷ୍ଟିକ ଓ ପଲିଥିନ ଅତ୍ୟଧିକ ବ୍ୟବହାର, କଙ୍କଡ଼ାକୁ ଧରିବା ଯୋଗୁ ଏମାନଙ୍କ ସଂଖ୍ୟା ବିଲୁପ୍ତ ହେବାକୁ ଯାଉଛି।ବିଶେଷ ଭାବେ ବଙ୍ଗୋପସାଗର […]

ପିଲାଙ୍କୁ ଗାଇଡ୍‌ କରିବା ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ିଲେ ସାର୍‌।

ଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ଥିବା ଵାଲିପଦା ପ୍ରକଳ୍ପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ନାଚ ଅଭ୍ୟାସ କରୁଥିଲେ ପିଲା। ପିଲାଙ୍କୁ ଗାଇଡ୍‌ କରିବା ବଦଳରେ ନିଘୋଡ଼ ନିଦରେ ଶୋଇପଡ଼ିଲେ ସାର୍‌। ସୋଶାଲ ମିଡିଆରେ ସାର୍‌ଙ୍କର ଶୋଇବାର ଭିଡିଓ ଭାଇରାଲ ହେଉଛି। ’ସୁରଭି’ କାର୍ଯ୍ୟକ୍ରମରେ ପିଲାମାନେ ଭାଗ ନେଇଥିଲେ। ଏଥିପାଇଁ କାର୍ଯ୍ୟକ୍ରମର ପୂର୍ବ ଦିନରେ ପିଲାମାନେ ଶ୍ରେଣୀ ଗୃହରେ ନାଚ ଅଭ୍ୟାସ କରୁଥିଲେ। ପିଲାମାନଙ୍କୁ ଗାଇଡ୍ କରିବା ପାଇଁ ଉକ୍ତ ଶିକ୍ଷକଙ୍କୁ […]

ସୁଭଦ୍ରା ଟଙ୍କା କେଉଁ ଖାତାକୁ ଟଙ୍କା ଆସିବ ନାହିଁ ।

ବ୍ୟାଙ୍କ ଖାତାରେ ଆଧାର ଇକେୱାଇସିି ସମସ୍ୟା କିମ୍ବା ଅନ୍ୟ କୌଣସି ଅସୁବିଧା ଯୋଗୁଁ ସରକାରଙ୍କ ତରଫରୁ ଟଙ୍କା ପଠାଯାଇଥିଲେ ମଧ୍ୟ ପହଞ୍ଚିବାରେ ବିଳମ୍ବ ହେବ କିମ୍ବା ଅଟକି ଯିବ । ସରକାରଙ୍କ ଅନୁଯାୟୀ ସୁଭଦ୍ରା ଟଙ୍କା ସିଧା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ । ସେହି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ଯେଉଁଥିରେ ଡିବିଟି ସକ୍ଷମ ଥିବ । ଗୋଟିଏ ବ୍ୟାଙ୍କରୁ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର ସୁବିଧା ଥିବା ଖାତାକୁ ସୁଭଦ୍ରା […]