ଫଳ ଗାଡ଼ିରେ ଗଞ୍ଜେଇ ଚାଲାଣ ।

ଫଳ ବୋଝେଇ ଟ୍ରକ୍‌ରୁ ମିଳିଲା ୮୦୮ କିଲୋରୁ ଅଧିକ ଗଞ୍ଜେଇ। ଭୁବନେଶ୍ୱର ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତ କ୍ରିଷ୍ଣାଭରମରୁ ଧରିଲା ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) । ଆନ୍ଧ୍ରରୁ ଗଞ୍ଜେଇ ଆଣି ଓଡ଼ିଶାରେ ବିକ୍ରି କରିବାକୁ ଯୋଜନା ରଖିଥିଲେ ଦୃର୍ବୃତ୍ତ। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। ଗତକାଲି ରାତିରେ ଆନ୍ଧ୍ରପ୍ରଦେଶ-ଓଡ଼ିଶା ସୀମାନ୍ତରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର କର୍ମଚାରୀମାନେ ଛକି ରହିଥିଲେ। ଏହି ସମୟରେ ଫଳ ବୋଝେଇ ଟ୍ରକଟି ସେହି ରାସ୍ତା […]

ପୁଣି ମିଳିବ ସୁଭଦ୍ରା ଟଙ୍କା ତେବେ କେମିତି ଜାଣିବେ ଟଙ୍କା ଆସିବ କି ନାହିଁ ?

ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର ୪୦ ଲକ୍ଷ ହିତାଧିକାରୀଙ୍କୁ ସରକାର ଟଙ୍କା ପ୍ରଦାନ କରିବେ । ଏହି ଟଙ୍କା ଆସନ୍ତା ୯ତାରିଖରେ ମିଳିବାକୁ ଯାଉଛି। ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି କେଉଁମାନେ ଟଙ୍କା ପାଇବେ ଓ କେଉଁମାନେ ଟଙ୍କା ପାଇବେ ନାହିଁ ସେ ନେଇ ଏବେ ବି କିଛି ଜଣଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିିଛି । ଯଦି ଆପଣ ବି ଜଣେ ହିତାଧିକାରୀ ତେବେ ଆସନ୍ତୁ ଜାଣିବା କେମିତି ଚେକ […]

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ବୁର୍ଲା ଭିମସାରରେ ସଂଘର୍ଷ । ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗତକାଲି ବୁର୍ଲା ଭୀମସାର ପରିସରରେ UG ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥଲା। ବିଳମ୍ବିତ ରାତିରେ PG ଛାତ୍ର ଓ ହାଉସ ସର୍ଜନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। କ୍ରମେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୩ […]

ଓଡ଼ଗାଁରେ ‘ସଙ୍ଗୀତଧାରା’ ପକ୍ଷରୁ ଭକ୍ତିସଙ୍ଗୀତ ଅଡିସନ, ୧୩ ଜଣ ସେମି ଫାଇନାଲକୁ ଉନ୍ନୀତ

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଆଜି ଓଡ଼ଗାଁରେ ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ଅଡିସନ ଓଡ଼ଗାଁ ସାମ୍ବାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ରେସପ୍ଲସ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ଏହି ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ,ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ବିଚାରକ ଭାବେ ବେତାର ଏବଂ ଚଳଚ୍ଚିତ୍ର […]

ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ: ନୂଆଗାଁ ବ୍ଲକ୍ ସଦରମହକୁମା ରେ ଥିବା ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ଦ୍ଵାରା ଲୁକ୍ କାୟିତ ପ୍ରତିଭା କୁ ଛାତ୍ର ଛାତ୍ରୀ ବିକଶିତ କରିବେ ଏବଂ […]

ସୁନ୍ଦରଗଡ଼ ଜଙ୍ଗଲରେ ବୁଲୁଛି କଳା ବାଘ

ସୁନ୍ଦରଗଡ଼ରେ ପୁଣି କଳା ବାଘ ଠାବ ହୋଇଛି । ହେମଗିରି ଫରେଷ୍ଟ ରେଞ୍ଜ ଦାଘୋରା ସେକ୍ସନ ଜଙ୍ଗଲରେ ଠାବ ହୋଇଛି ଏହି କଳା ବାଘ। ଟ୍ରାପ କ୍ୟାମେରାରେ କଏଦ ହୋଇଛି ଚିତ୍ର। ଗତ ୨୦୨୩ ଡିସେମ୍ବର ମାସରେ ମଧ୍ୟ ହେମଗିରି ଫରେଷ୍ଟ ରେଞ୍ଜରେ କଳା ବାଘ ଠାବ ହୋଇଥିଲା । ତେବେ ଗର୍ଜନ ପାହାଡ଼ରେ ଥିବା ଜଙ୍ଗଲରେ ଅଧିକ କ୍ୟାମେରା ଲଗାଇ ଏହି ବାଘ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ବନ ବିଭାଗ ଯୋଜନା କରୁଥିବା […]

ଗାନ୍ଧୀ ବିଚାରାଧାରା ଉପରେ ଆଲୋଚନା ଚକ୍ର

ନୟାଗଡ଼,(ଓଡ଼ିଶା ଦର୍ପଣ):ଲାଠିପଡାସ୍ଥିତ ମଡେଲ ଡିଗ୍ରୀ କଲେଜଠାରେ କଳା ସମାଜ ଆନୁକୁଲ୍ୟରେ ଗାନ୍ଧୀଜୀଙ୍କ ଚିନ୍ତାଧାରାକୁ ନେଇ ଏକ ଆଲୋଚନାଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଖ୍ୟାତ ସାହିତ୍ୟିକ ତଥା ଗାନ୍ଧୀ ଆଲୋଚକ ଡକ୍ଟର ବିଜୟ କୁମାର ଚୈ।ଧୁରୀ ଯୋଗ ଦେଇ ‘ଗାନ୍ଧୀ ବିଚାର;ସମକାଳ ପ୍ରାସଙ୍ଗିକତା’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆଧୁନିକ ସମାଜରେ ଗାନ୍ଧୀ ଚେତନାର ଉପଯୋଗିତା ତଥା ଦୈନନ୍ଦିନ ଜୀବନରେ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଉପରେ […]

ଚନ୍ଦକା ଶିଳ୍ପାଞ୍ଚଳରେ କ୍ଲୋରିନ ଗ୍ୟାସ୍‌ ଲିକ

ରାଜଧାନୀ ଭୁବନେଶ୍ୱରରେ ଛନକା। ସବୁଠାରୁ ବ୍ୟସ୍ତ ବହୁଳ ଚନ୍ଦକା ଶିଳ୍ପାଞ୍ଚଳରେ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ ହୋଇଛି। ଶିଭମ୍‌ କେମିକାଲ୍ସ ନାମକ ଫ୍ୟାକ୍ଟ୍ରିରୁ କ୍ଲୋରିନ ଗ୍ୟାସ୍‌ ଲିକ୍ ହୋଇଛି। ଖବର ପାଇଁ ଅଗ୍ନିଶମ ବାହିନୀର ୫ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଅଗ୍ନିଶମ ଟିମ୍‌ର ଉଦ୍ୟମ କରୁଛନ୍ତି। ସଂପୃକ୍ତ ଅଞ୍ଚଳରେ କମିସନରେଟ୍‌ ପୁଲିସ ରାସ୍ତାଘାଟ ବନ୍ଦ କରିଛି। ପଟିଆରୁ ଇନ୍‌ଫୋସିଟି ରାସ୍ତାକୁ ବନ୍ଦ ରହିଛି।

ଓଡ଼ିଶାକୁୁ ଏକ ପ୍ରତିରକ୍ଷା ସରଞ୍ଜାମ କରିଡରରେ ପରିଣତ କରାଯାଉ: ପ୍ରତିରକ୍ଷା ବିଶେଷଜ୍ଞ  

ଭୁବନେଶ୍ୱର , ଅକ୍ଟୋବର ୫ : ଭାରତୀୟ ସେନାବାହିନୀରେ ବ୍ୟବହାର ନିମନ୍ତେ ଆବଶ୍ୟକୀୟ ଉପକରଣକୁ ନେଇ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ଦେଶ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ଏକ  ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହବ୍‌ରେ ପରିଣତ କରିବା ନିମନ୍ତେ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ଶନିବାର ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।  ଭାରତୀୟ ସେନାବାହିନୀର ପୂର୍ବତନ ଉପମୁଖ୍ୟ ଲେଫ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି ଯେ ଓଡ଼ିଶାରେ ଯେଉଁଭଳି ପର୍ଯ୍ୟାପ୍ତ  ସୁଯୋଗ […]

ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

ଆଳୁ ମିଶନ୍‌ ସଫଳ କରିବା ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ଆଳୁ ଚାଷକୁ ସଫଳ କରିବା ପାଇଁ କୋଲକାତା ଗଲା ଏକ ଟିମ୍‌। ଏହି ଟିମ୍‌ ପଶ୍ଚିମବଙ୍ଗରେ ଥିବା ଆଳୁ ଷ୍ଟୋରେଜ୍‌ ସିଷ୍ଟମ୍‌କୁ ଅନୁଧ୍ୟାନ କରିବ। ତେବେ ଆଳୁ ମିସନ ଅବଧିକୁ ୩ ବର୍ଷ ବୃଦ୍ଧି କରିଛନ୍ତି। ଏଥି ସହିତ ରାଜ୍ୟରେ ଆଳୁ ଉତ୍ପାଦନ ବଢ଼ାଇବା ପାଇଁ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ବିହନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ […]

ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ଘଟଣା

ରାଜସ୍ବ ନିରୀକ୍ଷକ (ଆରଆଇ) ଓ ଅମିନ ପରୀକ୍ଷାରେ ଅନିୟମିତତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅବଗତ କରିଛନ୍ତି। ଏହି ପରୀକ୍ଷାରେ ବିଭ୍ରାଟ ନେଇ ବିଭାଗୀୟ ଅଧିକାରୀଙ୍କୁ ସେ ରିପୋର୍ଟ ମାଗିଛନ୍ତି। ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି। ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ। ସରକାର ଅନୁଧ୍ୟାନ କରି ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ […]

ଚାଷୀଙ୍କ ଖାତାକୁ ଗଲା ପିଏମ୍‌‌ କିଷାନ ଟଙ୍କା

୯କୋଟି ୫୦ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ପିଏମ୍‌‌ କିଷାନ ଟଙ୍କା। ମହାରାଷ୍ଟ୍ରର ୱାସିମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ୨୦ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି।ଯଦି କିସ୍ତି ଟଙ୍କା ଆକାଉଣ୍ଟରେ ଜମା ହୋଇଛି କି ନାହିଁ ଜାଣବାକୁ ଚାହୁଁଛନ୍ତି ତେବେ pmkisan.gov.in କୁ ଯାଇ ଆପଣଙ୍କର ସ୍ଥିତି ଯାଞ୍ଚ କରିପାରିବେ। ୱେବସାଇଟରେ ଥିବା ‘Know Your Status’ ଟ୍ୟାବ ଉପରେ କ୍ଲିକ କରି ପଞ୍ଜୀକରଣ ନମ୍ବର ଏବଂ କ୍ୟାପଚା କୋଡ […]