ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ନକ୍ସଲ ନିହତ

ଓଡିଶା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ଓ ସୁରକ୍ଷାବାହୀନି ମୁହାମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାବାହୀନି କୁ ମିଳିଛି ବଡ ସଫଳତା | ନାରାୟଣପୁର ଏବଂ ଦାନ୍ତେୱାଡ଼ା ବର୍ଡର ନିକଟରେ ଏହି ଏନକାଉଣ୍ଟର ହୋଇଛି । ସୂଚନା ଅନୁସାରେ ଏହି ଏନକାଉଣ୍ଟରରେ ୧୪ ଜଣ ନକ୍ସଲ ନିହତ ହୋଇଛନ୍ତି । ବସ୍ତର ଆଇଜି ମଧ୍ୟ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି । ପୋଲିସ ସୂଚନା ମୁତବାକ ସୁରକ୍ଷାକର୍ମୀ ନିୟମିତ ସର୍ଚ୍ଚ ଅପରେସନରେ ବାହାରିଥିଲେ । ଜଙ୍ଗଲ […]

ଦିବ୍ୟଶଙ୍କର ମିଶ୍ରଙ୍କ କାରକୁ ଅଣ୍ଡାମାଡ଼ ।

ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ହେଲା ଅଣ୍ଡାମାଡ । ଗୋଲାମୁଣ୍ଡାର ସର୍ବମଙ୍ଗଳା କଲେଜ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । କଳା ପତାକା ଦେଖାଇ ଗାଡିକୁ ଅମାଡାମାଡ କଲେ କିଛି ଯୁବକ । ତେବେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସମର୍ଥକ ଏହି ଅଣ୍ଡାମାଡ଼ କରିଥିବା ସନ୍ଦେହ କରାଯାଉଛି । ଦିବ୍ୟଶଙ୍କର ମିଶ୍ର ଗୋ’ ବ୍ୟାକ୍‌ ନାରା ଦେଇଥିଲେ। ତା’ପରେ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ ଲକ୍ଷ୍ୟକରି ଅଣ୍ଡା ମାଡ଼ କରିଥିଲେ। ଅଣ୍ଡା ଗାଡ଼ିକ ବିଧାୟକଙ୍କ […]

ରାୟଗଡା -ଔଦ୍ୟୋଗିକ ପରିଭ୍ରମଣ ଅନ୍ତର୍ଗତ ଛାତ୍ରୀ ଛାତ୍ରଙ୍କ ରିତମ ବିଶ୍ୱବିଦ୍ୟାଳୟ ପରିଦର୍ଶନ

Dtd -04/10/24- ସରକାରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ରାୟଗଡାର ଧନ୍ଦାମୂଳକ ଶିକ୍ଷା ଅନ୍ତର୍ଗତ ପ୍ଲମ୍ବିଙ୍ଗ ହାର୍ଡୱେର ଟ୍ରେଡ ଛାତ୍ରଛାତ୍ରୀଙ୍କ ସ୍ଥାନୀୟ ରିତମ ବିଶ୍ୱବିଦ୍ୟାଳୟ ଠାରେ ଔଦ୍ୟୋଗିକ ପରିଭ୍ରମଣ ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତ ଛାତ୍ର,ଛାତ୍ରୀ ବହୁ ଉତ୍ସାହ ସହ ଯୋଗ ଦେଇ ନୂତନ ଜ୍ଞାନ କୌଶଳ ର ଆବଶ୍ୟକତା ଏବଂ ଉପଯୋଗୀତା ବିଷୟରେ ଜ୍ଞାନ ଆହରଣ କରିଥିଲେ। ଏଥିରେ ରିତମ ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରଫେସର ଏସ .ଶ୍ରୀ ନିବାସ, ସହଯୋଗୀ କିଶନ କୁମାର, କରୁଣାକର […]

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା

ଅବସରପ୍ରାପ୍ତ ଅଗ୍ନିବୀରଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ୟୁନିଫର୍ମ ସେବାରେ ସଂରକ୍ଷଣ ଓ ବୟସସୀମାରେ କୋହଳ ସମ୍ପର୍କିତ ଏହି ବିଜ୍ଞପ୍ତରେ ଉଲ୍ଲେଖ ଅଛି।ପୂର୍ବରୁ କାରବିଲ ବିଜୟ ଦିବସ ପାଳନ ଅବସରରେ ରାଜ୍ୟରେ ଅଗ୍ନିବୀରଙ୍କ ସଂରକ୍ଷଣ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୟୁନିଫର୍ମ ସେବା କ୍ଷେତ୍ରରେ ରାଜ୍ୟରେ ଅଗ୍ନିବୀରଙ୍କୁ ୧୦ପ୍ରତିଶିତ ସଂରକ୍ଷଣ ଦିଆଯିବା ସହିତ ୫ବର୍ଷ ବୟସ ସୀମା କୋହଳ କରିବାକୁ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଜାରି […]

ମା’ ଶାରଳାଙ୍କ ମନ୍ଦିରରେ ନିମ୍ନମାନର ଘିଅ ନେଇ ସନ୍ଧେହ

ତିରୁପତିରେ ଅପମିଶ୍ରିତ ଭୋଗକୁ ନେଇ ସାରା ଦେଶରେ ଚର୍ଚ୍ଚା ଥମିନି । ଏହି ସମୟରେ କେନ୍ଦ୍ରାପଡ଼ାରୁ ଆସିଛି ଆଉ ଏକ ସାଙ୍ଘାତିକ ଘଟଣା । ଅପମିଶ୍ରିତ ଘିଅରେ ହେଉଛି ପ୍ରଭୁ ବଳଦେବଜିଉଙ୍କ ଭୋଗ । ଠାକୁରଙ୍କ ରୋଷ ଘର ଗୋଦାମରେ ଅଛି ଡବା ଘିଅ। ଯେଉଁଥିରେ ନାଁ ଅଛି ପ୍ରସ୍ତୁତିର ତାରିଖ ନା ବ୍ୟାଚ୍‌ ନମ୍ବର ।ଘିଅରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି । ଆଉ ଏଭଳି ଅମମିଶ୍ରିତ ଘିଅରେ ପ୍ରସ୍ତୁତ କରାଯାଉଛି ପ୍ରସାଦ । ଭକ୍ତଙ୍କୁ ମଧ୍ୟ […]

ଚିନ୍ମୟ ମିଶନ ପକ୍ଷରୁ ଆରମ୍ଭ ହେବ ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା

ନୟାଗଡ଼,(ଓଡ଼ିଶା ଦର୍ପଣ): ଚିନ୍ମୟ ମିଶନ, ନୟାଗଡ଼ ଶାଖା ପକ୍ଷରୁ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶ୍ରୀମଦଭାଗବତଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଚଳିତ ମାସ ଶେଷ ସପ୍ତାହରେ ଆରମ୍ଭ ହେବ। ଜୁନିୟର ଏବଂ ସିନିୟର ଦୁଇଟି ବିଭାଗରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଚିନ୍ମୟ ମିଶନ ପକ୍ଷରୁ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଚିନ୍ମୟ ମିଶନ, ନୟାଗଡ଼ ଶାଖା ସଭାପତି ସୁରେନ୍ଦ୍ରନାଥ […]

ଲାଞ୍ଚ ନେବା ବେଳେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ

ରାଜ୍ୟରେ ଗତ କିଛି ଦିନ ହେଲା ଭିଜିଲାନ୍ସ ବିଭାଗର ଧରପଗଡ଼ ପରେ ବି କମୁନି ଲାଞ୍ଚ କାରବାର । ଏହାରି ଭିତରେ ଲାଞ୍ଚ ନେଇ ପୁଣି ଜଣେ ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି । କନିଷ୍ଠ ଯନ୍ତ୍ରୀ ଜଣକ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ବରଗଡ଼ ନେଇ ଯାଇଥିବା ସୂଚନା ମିଳିଛି । ମନରେଗାରେ ହୋଇଥିବା ଏକ କାର୍ଯ୍ୟର ବିଲ କରାଇ ଦେବାକୁ ଶ୍ରୀ ସାହୁ […]

ଶିମିଳିପାଳ ଜଙ୍ଗଲରେ ବୁଲୁଛି ବିରଳ କଳା ବାଘ।

ଶିମିଳିପାଳ ଜଙ୍ଗଲରେ ବୁଲୁଛି ବିରଳ କଳା ବାଘ। ବାଘ ବୁଲୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ ୱାଇଲ୍ଡ ଲାଇଫ୍‌‌ ସୁଶାନ୍ତ ନନ୍ଦ। ଅଭାୟରଣ୍ୟ ଭିତରେ ଦେଶର ପ୍ରଥମ କଳାବାଘ ସଫାରି ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢୁଥିବା ବେଳେ ଏବେ କଳାବାଘ ଚିତ୍ର ସାମ୍ନାକୁ ଆସିବା ପରେ ପଶୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।କଳା ବାଘ ସଫାରୀକୁ ପୂର୍ବରୁ ଏନଟିସିଏ ଅନୁମୋଦନ କରିଥିବା ବେଳେ […]

ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ

ହବିଷ୍ୟାଳୀ ଯୋଜନାରେ ଆସନ୍ତା ୬ ତାରିଖରୁ ଆବେଦନ ହେବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ସରକାର ହବିଷ୍ୟାଳୀ ଶିବିର ଆୟୋଜନ କରୁଥିବା ବେଳେ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହା ଅନୁଯାୟୀ, ହବିଷ୍ୟାଳୀମାନେ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିଥିବା ହବିଷ୍ୟାଳୀଙ୍କୁ ସମସ୍ତ […]

ଖୁବଶୀଘ୍ର ଭୁବନେଶ୍ବର ଏୟାରପୋର୍ଟରେ ହେବ ଟର୍ମିନାଲ-୩ ।

ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୂଚନା ଦେଇଛନ୍ତି ।ଏବେ ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ବର ଏୟାରପୋର୍ଟ ସଂଯୋଗ କରୁଛି । ଏବେ ଭୁବନେଶ୍ବରରେ ଯେଉଁ ଟର୍ମିନାଲ ଅଛି ପ୍ରତିବର୍ଷ ୪୦ ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ଯାତ୍ରୀ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ […]

ଆଜି ୨ କୋଟି ୮୬ ଲକ୍ଷ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ

ନିଲାମ ହେଲା ଅର୍ପଣ ଚାଉଳ। କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହେଲା ଅର୍ପଣ ଚାଉଳ। ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହେଲା । ୨ କୋଟି ୮୬ ଲକ୍ଷ ଟଙ୍କାରେ ସମୁଦାୟ ଚାଉଳ ନିଲାମ ହୋଇଛି ।ଦୀର୍ଘଦିନ ଧରି ଅର୍ପଣ ଚାଉଳକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିବାକୁ ଯାଉଛି। ଅର୍ପଣ ଚାଉଳକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଚ୍ଛିତ ଥିବା ଅର୍ପଣ […]

ସମ୍ ହସ୍ପିଟାଲରେ ଏବେ ଅଗ୍ରଣୀ କାର ଟି-ସେଲ୍ ଥେରାପି ଉପଲବ୍ଧ

ଓଡ଼ିଶାରେ ରକ୍ତ କର୍କଟ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ଓ ହେମାଟୋ ଅଙ୍କୋଲଜିକାଲ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଅଗ୍ରଣୀ ହସ୍ପିଟାଲ୍ ଭାବେ ପରିଚିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍‌ରେ ଯୁଗାନ୍ତକାରୀ ଚିମେରିକ ଆଂଟିଜେନ୍ ରିସେପ୍ଟର-ଟି ସେଲ୍ (କାର ଟି-ସେଲ) ଥେରାପି ଚିକିତ୍ସା ଉପଲବ୍ଧ ହୋଇଛି। ମୟୁରଭଞ୍ଜ ଜିଲ୍ଲାର ଜଣେ ୧୫ ବର୍ଷୀୟା ଝିଅର ଶରୀରରେ ଏହି ଚିକିତ୍ସା ପ୍ରୟୋଗ କରାଯାଇଥିବା ବେଳେ ଏହା ଫଳପ୍ରଦ […]