ଘରେ କେହି ନଥିବାର ସୁଯୋଗ ନେଇ ଲୁଟିଲେ ଦୁର୍ବୃତ୍ତ। ମୟୂରଭଞ୍ଜ କପ୍ତିପଦା ଥାନା ଗଡ଼ସାହି ଗାଁରେ ଏଭଳି ଲୁଟ୍ ହୋଇଛି । ବିଳମ୍ବିତ ରାତିରେ ଘରେ ପଶି ସିସିଟିଭିରେ ଗାମୁଛା ଗୁଡ଼ାଇ ଲୁଟି କରିଛନ୍ତି ।ଚୋରମାନେ ଘରେ ଥିବା ଆଲମାରିରୁ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଓ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଇଥିବା ଘର ମାଲିକ ଥାନରେ ଅଭିଯୋଗ କରିଛନ୍ତି। ପୁଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି।କପ୍ତିପଦା […]
ରାୟଗଡ଼ା : ତା : ୦୩/୧୦/୨୪ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନ ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବି ପତ୍ର କରାଯାଇଛି […]
ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍ (ପିଏଲବି) ପ୍ରଦାନକୁ ଅନୁମୋଦନ ଓ ଘୋଷଣା କରିଛି।ରେଳ କର୍ମଚାରୀଙ୍କ ଭଲ ପ୍ରଦର୍ଶନ ଆଧାରରେ ଏହି ବୋନସ୍ ମିଳିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ଏହାବ୍ୟତୀତ ଚେନ୍ନାଇ ମେଟ୍ରୋ ଫେଜ୍-ଟୁ’କୁ ମଧ୍ୟ ମଞ୍ଜୁରୀ ମିଳିଛି । […]
ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍ପି ପି. ଏସ୍ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍ଖା ଜବତ ହୋଇଛି।କେମିତି ଓ କେଉଁ ପରିସ୍ଥିତିରେ ଜେଲ ମଧ୍ୟକୁ ଏସବୁ ମାଦକ ଦ୍ରବ୍ୟ ପ୍ରବେଶ କରାଯାଉଛି ସେ ଉପରେ ଯାଞ୍ଚ କରାଯାଉଛି । ତେବେ ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ମଣ୍ଡଳ କାରାଗାରରେ ଅଚାନକ ଚଢ଼ାଉ କରାଯାଇଛି |ଟେନିସ୍ ବଲ୍ ଭିତରେ ତମାଖୁ […]
ମୌସୁମୀ ଅପସାରଣ ପ୍ରକିୟା ଜାରି ରହିଥିବାରୁ ବାୟୁରେ ଆର୍ଦ୍ରତା ବଢ଼ୁଛି। ଏହା ପ୍ରଭାବରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପରେ ଗୁଳୁଗୁଳି କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥର ଦଶହରାରେ ପାଗ ଶୁଖିଲା ରହିବ । ହେଲେ ନୟାନ୍ତ କରିପାରେ ଗୁଳୁଗୁଳିଆ ପାଗ । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ରାଜ୍ୟରେ ଆସନ୍ତା ୧୦ ଦିନ […]
ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ।୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର। ୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ।୧୪ ନଭେମ୍ବର ୨୦୨୪ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ ବିତରଣ କରାଯିବ […]
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ୱଲପୁର ଗସ୍ତରେ ଯାଇଥିଲେ। ସେ ମହିଳା ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପରେ ଜେଲ୍ ରୋଡ୍ରେ ଥିବା ଆହାର କେନ୍ଦ୍ରକୁ ଯାଇଥିଲେ। ସାଥୀରେ ଥିଲେ ନିଜ କର୍ମଚାରୀ।ଜେଲ୍ ଛକ ନିକଟରେ ଥିବା ଆହାର କେନ୍ଦ୍ରରେ ସାଧାରଣ ଲୋକଙ୍କ ସହ ଆହାର ଭୋଜନ କରିଛନ୍ତି । ପ୍ରଥମେ ସାଧାରଣ ମଣିଷ ପରି ଲାଇନରେ ଛିଡା ହେବା ପରେ ସେ ଆହାର ଖାଇ ମାନ ପରୀକ୍ଷା କରିଛନ୍ତି । ନିଜ ଟିକେଟ କାଉଣ୍ଟର […]
ନକଲି ସାମଗ୍ରୀ ପ୍ରସ୍ତୁତିର ଆଡ୍ଡା ସ୍ଥଳ ପାଲଟିଛି କଟକ। ଯେତେ ରେଡ୍ କଲେ ବି ଥମୁନି କାରବାର। ଏହି କ୍ରମରେ ଗୁରୁବାର ଜଗତପୁରରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା। ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ‘ବାଲ୍ଗୋପାଲ୍’ ଖାଣ୍ଟି ଗୁଆ ଘିଅ! ଆଉ ସେହି ଘଅକୁ ମାର୍କେଟକୁ ଛଡ଼ା ଯାଉଥିଲା। ଯାହାକୁ ଆମେ ଅସଲି ଘିଅ ଭାବି ଖାଉଛୁ ଓ ଠାକୁରଙ୍କ ପାଖରେ ପୂଜାରେ ବ୍ୟବହାର କରୁଛୁ। ଘିଅ କମ୍ପାନୀ ଚାଲୁଥିବା ମାଲିକକୁ […]
ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ଏସବୁ ଭିତରେ ବିଏମସି ପକ୍ଷରୁ ପୂଜାକୁ ନେଇ ଦିଆଯାଇଛି କଡ଼ା ନିର୍ଦ୍ଦେଶ। ସବୁ ପେଣ୍ଡାଲ ନିକଟରେ ଡଷ୍ଟବିନ୍ ରହିବ । ସମସ୍ତେ ଏଣେତେଣେ ଅଳିଆ ନପକାଇ ଡଷ୍ଟବିନରେ ହିଁ ପକାଇବେ । ଦିନକୁ ୨ ଥର ଅଳିଆ ଗାଡି ସବୁ ପେଣ୍ଡାଲ ବୁଲିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ ହେବା ସହ ସୂଚନା […]
ଉଛୁଳୁଛି ହୀରାକୁଦ। କ୍ରାଷ୍ଟ ଗେଟ୍ ଦେଇ ହେଉଛି ପାଣି ଲିକ୍। ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ୬୩୦ଫୁଟ ପାଣି ରହିଥିବାବେଳେ ସମସ୍ତ ଗେଟ୍ ବନ୍ଦ ଅଛି । ଫଳରେ ଉପରୁ ପାଣି ଉଛୁଳୁଛି । ଡ୍ୟାମ୍ର ଆଉଟ୍ ଫ୍ଲୋ ଓ ଇନ୍ ଫ୍ଲୋ ସମାନ ରହିଥିବା ବେଳେ ପାଣି ଉଛୁଳୁଥିବା ପ୍ରଥମଥର ଦେଖାଦେଇଛି । ବର୍ତ୍ତମାନ ଉପରମୁଣ୍ଡରୁ ୪୧ ହଜାର କ୍ୟୁସେକ ପାଣି ଆସୁଥିବା ବେଳେ ସମସ୍ତ ଗେଟ୍ ବନ୍ଦ ଫଳରେ ପାଣି ଉଛୁଳୁଥିବା ଦେଖିବାକୁ ମିଳିଛି । […]
ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ ସୂଚନା ପାଇ ବନବିଭାଗ ପକ୍ଷରୁ ଟ୍ରାକିଂ ଓ ଘଉଡ଼ାଇବା କାର୍ଯ୍ୟ ଚାଲିଥିଲା।ହାତୀଟି ଜଙ୍ଗଲକୁ ଯିବା ପରିବର୍ତ୍ତେ ପାଲଟା ଆକ୍ରମଣ କରିଛି। ତା’କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ଦୁଇ ଜଣ ବନ କର୍ମଚାରୀଙ୍କୁ ହାତୀଟି ଟେକି କଚାଡ଼ି ଦେଇଛି। ଏଥିରେ ୨ ଜଣ ଯାକ ବନ କର୍ମଚାରୀ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ସୁନ୍ଦରଗଡ […]
ମୋଦୀ ପଠାଇବେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା । ୧୭ ତମ କିସ୍ତିର ଅର୍ଥ ରାଶି ପ୍ରଦାନ ସରିଥିବା ବେଳେ ଆସନ୍ତା ୫ ରେ ପୁଣି ମିଳିବ ପିଏମ କିସାନ କିସ୍ତି, ପିଏମ କିସାନ ଯୋଜନାର ଏହା ୧୮ ତମ କିସ୍ତି । ପ୍ରଧାନମନ୍ତ୍ରୀ ଏହି ରାଶି ପ୍ରଦାନ କରିବେ ତେବେ କୃଷି ଭବନରେ କୃଷି ଯନ୍ତ୍ରପାତି ମାନୁଫାକଚରର ମାନଙ୍କୁ ନେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବୈଠକ କରିଛନ୍ତି । ରାଜ୍ୟସାରା ହେବାକୁ ଥିବା କୃଷି […]
