ଭଦ୍ରକ ଜିଲ୍ଲା ଧାମନଗରରେ ପୁଲିସ ଡିଜି ୱାଇ.ବି ଖୁରାନିଆ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଧାମନଗର ଥାନାରେ ଆଲୋଚନା କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବା ପରେ ସୋଶାଲ ମିଡିଆରେ ହେଉଥିବା ମିଥ୍ୟା ଅପପ୍ରଚାର ଓ ଗୁଜବଠୁ ଦୂରେଇ ରହିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି। ଅଯଥା କମେଣ୍ଟ କରନ୍ତୁ ନାହିଁ, ସାଧାରଣ ଲୋକ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭଦ୍ରକରେ ଶାନ୍ତି ଫେରାଇ ଆଣିବାକୁ ପୁଲିସ ଉଦ୍ୟମ ଜାରି […]
କଟକରେ ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କଲେ ଜିଲ୍ଲାପାଳ। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ବାରଣ କରାଯାଇଛି। ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା ଏବଂ ବାଲିଯାତ୍ରାରେ ଏସବୁର ବ୍ୟବହାରକୁ ମନା କରାଯାଇଛି ।ପାର୍ବଣ ଓ ବାଲିଯାତ୍ରାରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ବାରଣ କରାଯାଇଛି। ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ସିଷ୍ଟମକୁ ମଧ୍ୟ ବାରଣ କରାଯାଇଛି। କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି […]
ଜଣେ ଓଲିଉଡ୍ ହିରୋଙ୍କୁ ନକ୍ସଲ ଅପହରଣ କରିବାକୁ ଯୋଜନା କରୁଥିବା ଆଶଙ୍କା ପ୍ରକାଶ କରିଛି ଓଡ଼ିଶା ପୁଲିସର ଗୁଇନ୍ଦା ବିଭାଗ। ଏନେଇ ଜିଲ୍ଲା ପୁଲିସକୁ ସତର୍କ କରାଇଛି। ସୁରକ୍ଷା ଦୃଷ୍ଟିରୁ ଆଲର୍ଟ ରହିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ଜିଲ୍ଲା ପୁଲିସକୁ ସତର୍କ କରାଯାଇଛି। ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ହରିଶଙ୍କର ଅଞ୍ଚଳରେ ଏକ ଓଡ଼ିଆ ଫିଲ୍ମର ସୁଟିଂ ଚାଲିଛି। ଦୁର୍ଗମ ଗାଁ ଗୁଡିକରେ ଏହି ଓଡ଼ିଆ ଫିଲ୍ମର ସୁଟିଂ ଚାଲିଥିବା ବେଳେ କଳାକାର […]
ରାଜ୍ୟରେ ପ୍ରାୟ ୧୧ ଜିଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଆଦି ରହିଛି। ଏନେଇ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।ତେବେ ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍। ସ୍ବାଭାବିକ ଭାବେ ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ମୌସୁମୀ […]
ବିକ୍ରି ହେବ ଅର୍ପଣ ଚାଉଳ। କ୍ୱିଣ୍ଟାଲ କି ଦୁଇ କ୍ୱିଣ୍ଟାଲ ନୁହେଁ ପ୍ରାୟ ୧୦ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ବିକ୍ରି କରାଯିବ।ସ୍ପଟ୍ ଭିଜିଟ୍ କରି ଟେଣ୍ଡର ମାଧ୍ୟମରେ କୌଣସି ବ୍ୟକ୍ତି ବିଶେଷ କିମ୍ବା ମିଲର ଅର୍ପଣ ଚାଉଳକୁ କିଣିପାରିବେ। ଏଥିରୁ ଯେଉଁ ଟଙ୍କା ମିଳିବ, ତାକୁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। ଆହୁରି ମଧ୍ୟ ପୁରୀ ଜିଲ୍ଲାପାଳ କହିଛନ୍ତି ମହାପ୍ରସାଦ ପ୍ରସ୍ତୁତ ଲାଗି ଯାହା ଯୋଗ୍ୟ ଥିଲା , ତାକୁ ବ୍ୟବହାର କରାଯାଇଛି। ବଳକା ଚାଉଳ […]
ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଯୋଜନାର ୧୮ତମ କିସ୍ତି ପଠାଇବେ। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ୍ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା। ମହାରାଷ୍ଟ୍ରରୁ ସିଧାସଳଖ ଚାଷୀଙ୍କ ଆକାଉଣ୍ଟ ମୋଦୀ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି।ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ପିଏମ ଜନମନ ଯୋଜନାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି।ଦେବଗଡ, ଗଜପତି, ମୋହନା, ରାୟଗଡା, ବାଲିଗୁଡା, ମାଲକାନଗିରି , ଗୁଣୁପର ଏବଂ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଗମନାଗମନର ସୁବିଧା ପାଇଁ ରାସ୍ତା ନିର୍ମାଣ ହେବ। ଏହାସହ ଆଦିବାସୀ ଅଞ୍ଚଳରେ ଅନେକ ଗୁଡିଏ ଲୋକାଭିମୁଖୀ କାର୍ଯ୍ୟର ଶିଳାନ୍ୟାସ କରିବେ ବୋଲି […]
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୫ତାରିଖ ସୁଦ୍ଧା କଟକ ଓ ଭୁବନେଶ୍ୱର ସହରର ସମସ୍ତ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।। ଏ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ପ୍ରମୁଖ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଉପସ୍ଥିତ ଥିଲେ । […]
ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । ଚଳିତ ବର୍ଷ କାର୍ତ୍ତିକ ବ୍ରତ ପାଳନ ପାଇଁ ପୁରୀରେ ସମ୍ପୂର୍ଣ୍ଣ ମାଗଣାରେ ହବିଷ୍ୟାଳୀ ମାଆମାନଙ୍କୁ ରଖିବା ପାଇଁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ଅକ୍ଟୋବର ୧୮ ତାରିଖରୁ ହବିଷ୍ୟାଳୀ ଶିବିର ଆରମ୍ଭ ହେବ। ଚଳିତ ୨୫୦୦ ହବିଷ୍ୟାଳୀ ମାଆମାନଙ୍କୁ […]
ନୂଆଗାଁ: ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ ରେ ଥିବା ଚିନ୍ତାମଣି ବିଦ୍ୟାପୀଠ , ସମ୍ପଡା ପରିସରରେ ପୁରାତନ ଛାତ୍ର ସଂସଦ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୁରାତନ ଛାତ୍ର ସଂସଦ ର ସଭାପତି ପ୍ରମୋଦ କୁମାର ଖଣ୍ଡୁଆଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା , ବିଶିଷ୍ଟ ଅତିଥି ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଚିନ୍ତାମଣି […]
ନୂଆଗାଁ: ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କିପରି ଏଫ୍ ଏଲ ଏନ୍ ଦକ୍ଷତା ହାସଲ କରି ଆଗକୁ ଅଗ୍ରସର ହେବେ ସେଥିନେଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରଚେଷ୍ଟା ଜାରି ରଖିଛନ୍ତି। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଥିବା ବିଦ୍ୟାଳୟ ଗୁଡିକରେ ଏଫ୍ ଏଲ ଏନ୍ କାର୍ଯ୍ୟକ୍ରମ କିପରି ଚାଲିଛି ଯାହାକୁ ନେଇ ରାଜ ସୁନାଖଳା ଶିକ୍ଷଣ ପ୍ରତିଷ୍ଠାନ ର ଶିକ୍ଷକ ପ୍ରଶିକ୍ଷକ ଦୀପକ ପ୍ରଧାନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।ନୂଆଗାଁ ବ୍ଲକ୍ […]
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାର ସୋମବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି।ଏନେଇ ରାଜ୍ୟର ଡାଏରୀ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ପ୍ରାଚୀନ କାଳରୁ ହିଁ ଭାରତରେ ଲୋକଙ୍କ ଜୀବନରେ ଗାଈଙ୍କ ସ୍ଥାନ ଉପରେ ରହିଛି । ଗାଈର ବୈଜ୍ଞାନିକ, ଧାର୍ମିକ […]
